Budget 2024: କ’ଣ ଏହି କାମଚଳା ବଜେଟ୍‌, ପୂର୍ଣ୍ଣକାଳୀନ ବଜେଟ ଠାରୁ କିପରି ଅଲଗା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଅର୍ଥାତ୍‌ ଆଜି ସଂସଦରେ ଅନ୍ତରୀଣ ବା କାମଚଳା ବଜେଟ୍‌ ଘୋଷଣା କରିବାକୁ ଯାଉଛନ୍ତି। ଏପ୍ରିଲ-ମଇରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଆଉ ୩-୪ମାସ ଭିତରେ ହେବାକୁ ଥିବା ଆୟ-ବ୍ୟୟ ଅଟକଳକୁ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ। ଏହା ବ୍ୟତୀତ ଅନେକ ଆବଶ୍ୟକୀୟ ଯୋଜନା ଉପରେ ମଧ୍ୟ ଆଲୋଚନା ହେବ। ତେବେ ପ୍ରତିବର୍ଷ ସରକାର ବଜେଟ୍‌ ଉପସ୍ଥାପନ କରନ୍ତି, କିନ୍ତୁ ଚଳିତ ବର୍ଷର ଏହି କାମଚଳା ବଜେଟ୍‌ କ’ଣ ଅଟେ ଆସନ୍ତୁ ଜାଣିବା।
ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କି, ସରକାର ସବୁବର୍ଷ ପୂର୍ଣ୍ଣକାଳୀନ ବଜେଟ୍‌ ଆଣିଥାନ୍ତି ଯାହା ପୁରା ବୀତ୍ତିୟ ବର୍ଷ ପାଇଁ ହୋଇଥାଏ। କିନ୍ତୁ ଯେଉଁବର୍ଷ ଲୋକସଭା ନିର୍ବାଚନ ହୋଇଥାଏ ସେହିବର୍ଷ କିଛି ମାସ ଆୟବ୍ୟୟକୁ ଦୃଷ୍ଟିରେ ରଖି ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରାଯାଇଥାଏ।

ନିର୍ବାଚନୀ ବର୍ଷରେ ସରକାର କାମଚଳା ବଜେଟ୍‌ ଉପସ୍ଥାପନ କରିଥାନ୍ତି। ନିର୍ବାଚନ ପରେ ଆସିଥିବା ନୂଆ ସରକାରଙ୍କୁ ପୁରା ବୀତ୍ତିୟ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବାକୁ ପଡିଥାଏ। ଏହି ବଜେଟ୍‌ରେ ନୂଆ ସରକାର ଗଠନ ହେବା ପୂର୍ବରୁ ହେବାକୁ ଥିବା ଆୟବ୍ୟୟ ଅଟକଳକୁ ଉପସ୍ଥାପନ କରାଯାଏ। ପୁରା ବଜେଟ୍‌ ଆସିବା ଯାଏଁ ଏହି ବଜେଟ୍‌ ଅସ୍ଥାୟୀ ଭାବେ କାର୍ଯ୍ୟ କରିଥାଏ। କହିରଖୁଛୁ କି, ୨୦୧୯ରେ ସାଧାରଣ ନିର୍ବାଚନ ପୂର୍ବରୁ କାମଚଳା ବଜେଟ୍‌ ଉପସ୍ଥାପନ ହୋଇଥିଲା। କିନ୍ତୁ ସେତେବେଳର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସ୍ବାସ୍ଥ୍ୟବସ୍ଥା ଖରାପ ଯୋଗୁ ବଜେଟ୍‌ ଉପସ୍ଥାପନ କରିପାରି ନ ଥିଲେ। ତାଙ୍କ ପରିବର୍ତ୍ତେ ପୀୟୁଷ ଗୋଏଲ ବଜେଟ୍‌ ଉପସ୍ଥାପନ କରିଥିଲେ।

ଏହି ଅନ୍ତରୀଣ ବଜେଟରେ ନିର୍ବାଚନ ଯାଏଁ ହେବାକୁ ଥିବା ସରକାରଙ୍କ ଖର୍ଚ୍ଚ, ରାଜସ୍ବ, ରାକୋଷୀୟ କ୍ଷତି, ବୀତ୍ତିୟ ପ୍ରଦର୍ଶନ ଇତ୍ୟାଦି ଜାରି କରାଯାଏ। କିନ୍ତୁ ପୂର୍ଣ୍ଣକାଳୀନ ବଜେଟରେ ପୁରା ବର୍ଷର ଆୟବ୍ୟୟ ଅଟକଳ ହୋଇଥାଏ। ଚଳିତବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ଥର ପାଇଁ ଲୋକସଭାରେ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଏହି କାମଚଳା ବଜେଟରେ ଅନୁମାନ କରାଯାଉଛି କି, ପିଏମ ପିଷାନ ସମ୍ମାନ ନିଧି ଓ ଆୟୁଷ୍ମାନ ଭାରତ ଇତ୍ୟାଦିର ବଜେଟରେ ଅଧିକ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?