SBIର ‘ହର ଘର ଲକ୍ଷପତି’ ଯୋଜନା କ’ଣ? ମିଳୁଛି ମୋଟା ଅଙ୍କର ସୁଧ, କିଏ କରିପାରିବେ ନିବେଶ, ଜାଣନ୍ତୁ ସବୁକିଛି…

ନୂଆଦିଲ୍ଲୀ,୧୦।୧: କିଛିଦିନ ପୂର୍ବେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ‘ହର ଘର ଲକ୍ଷପତି’ ଯୋଜନା ଆରମ୍ଭ କରିଛି। ଏହା ଏକ RD ଯୋଜନା, ଯେଉଁଥିରେ ଛୋଟ ରାଶି ଜମା କରି ଏକ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରଖିପାରିବେ। ଏଥିରେ ସାଧାରଣ ନାଗରିକଙ୍କୁ ୬.୭୫% ଏବଂ ବରିଷ୍ଠ ନାଗରିକଙ୍କୁ ୭.୨୫% ଯାଏ ସୁଧ ମିଳିବ। ୩ ବର୍ଷରୁ ଆରମ୍ଭ କରି ୧୦ ବର୍ଷ ଯାଏ ଏଥିରେ ନିବେଶ କରିପାରିବେ। ଆସନ୍ତୁ ଏହି ଯୋଜନା ସମ୍ବନ୍ଧୀୟ ନିୟମ ଏବଂ ଅନ୍ୟ ଜରୁରୀ ସୂଚନା ବିଷୟରେ ଜାଣିବା।

ଏସ୍‌ବିଆଇର ହର ଘର ଲକ୍ଷପତି ଯୋଜନାରେ ୩ ରୁ ୪ ବର୍ଷ ଯାଏ ନିବେଶ କରିବାରେ ବର୍ଷକୁ ସାଧାରଣ ନାଗରିକଙ୍କୁ ୬.୭୫% ଏବଂ ବରିଷ୍ଠ ନାଗରିକଙ୍କୁ ୭.୨୫% ସୁଧ ମିଳିବ। ଯଦି ଆପଣ ଏହି ଯୋଜନାରେ ୫ରୁ ୧୦ ବର୍ଷ ଲାଗି ନିବେଶ କରିବା ଦ୍ୱାରା ସାଧାରଣ ନାଗରିକଙ୍କୁ ୬.୫୦% ଏବଂ ବରିଷ୍ଠ ନାଗରିକଙ୍କୁ ୭% ସୁଧ ମିଳିବ। ଆପଣ ନିଜ ଇଚ୍ଚା ଅନୁଯାୟୀ ନିଶ୍ଚିତ ସମୟ ଲାଗି SBIର ଏହି RD ଯୋଜନାରେ ନିବେଶ କରିପାରିବେ।

ଏଥିରେ ଯେକୌଣସି ଭାରତୀୟ ନାଗରିକ ନିବେଶ କରିପାରିବେ। ଏକାକି ସହ ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ। ମାତାପିତା ନଚେତ ଅଭିଭାବକ ଚାହିଁଲେ ପିଲା ନାମରେ ଏହି ଯୋଜନାରେ ଆକାଉଣ୍ଟ ଖୋଲିପାରିବେ। ହେଲେ ଧ୍ୟାନ ରଖିବାକୁ ହେବ ଯେ ପିଲାର ବୟସ ୧୦ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ। ସେତେବେଳେ ପିଲା ନିଜର ହସ୍ତାକ୍ଷର କରିବାରେ ସକ୍ଷମ ହେବା ଆବଶ୍ୟକ।

ତେବେ ଧ୍ୟାନ ରଖିବେ ଯେ ଯଦି ଆପଣ ଜଣେ ସାଧାରଣ ନାଗରିକ, ହେଲେ ଆପଣଙ୍କ RDରେ ରୋଜଗାର ୪୦ ହଜାରରୁ ଅଧିକ ତେବେ ଆପଣଙ୍କୁ ୧୦% ହାରରେ TDS ଦେବାକୁ ହେବ। ସେହିଭଳି ବରିଷ୍ଠ ନାଗରିକ ମାମଲାରେ ଏହି ଲିମିଟ୍‌ ୫୦,୦୦୦ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶଛୁଆଁ ହେଲା ଆଦାନୀ ଗ୍ରୁପର ଶେୟାର, ୧୫୦ ବିଲିଅନ କ୍ଷତି କରିଥିବା ହିଣ୍ଡେନବର୍ଗରେ ପଡିଲା ତାଲା

ନୂଆଦିଲ୍ଲୀ,୧୬।୧:ଆଦାନୀ ଗ୍ରୁପର ୧୫୦ ବିଲିଅନର ପର୍ଦ୍ଦାଫାଶ କରି କମ୍ପାନୀକୁ ଦୋହଲାଇ ଦେଇଥିବା ହିଣ୍ଡେନଗ୍ରୁପରେ ତାଲା ପଡିଛି। ହିଣ୍ଡେନବର୍ଗର ପ୍ରତିଷ୍ଠାତା ଆଣ୍ଡରସନ, ଫାର୍ମକୁ ବନ୍ଦ କରିବା ନେଇ...

ମୋତେ ଚାଲାକି କରି ଆସେନି…ଆଦାନୀ ଗ୍ରୁପକୁ ଦୋହଲାଇ ଦେଇଥିବା ହିଣ୍ଡେନବର୍ଗ କମ୍ପାନୀ ବନ୍ଦ

ନୂଆଦିଲ୍ଲୀ,୧୬।୧: ଆଦାନୀ ଗ୍ରୁପର ବଡ଼ ଖୁଲାସା କରିଥିବା ଏବଂ ଆମେରିକୀୟ ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଏବେ ନିଜ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।...

ବଡ଼ ଘୋଷଣା, ଆଜିଠୁ BSNL ବନ୍ଦ କଲା ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ,୧୫।୧:ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି।  ଏହି ସରକାରୀ ଟେଲିକମ କମ୍ପାନୀ ଆଜିଠାରୁ ଏହାର ଗୋଟିଏ ସେବା...

ଉତ୍ତର ଭାରତରେ ରାମରାଜ ଇନର ଓ୍ବେର ରେଞ୍ଜ

ନୂଆଦିଲ୍ଲୀ,୧୫।୧: ଦେଶର ପାରମ୍ପରିକ ତଥା ସାଂସ୍କୃତିକ ପୋଷାକର ଏକ ପ୍ରମୁଖ ବା ପ୍ରିମିୟମ ବ୍ରାଣ୍ଡ୍‌ ‘ରାମରାଜ କଟନ୍‌’ ଉତ୍ତର ଭାରତ (ଉତ୍ତରାଞ୍ଚଳ ବଜାର)ରେ ବ୍ରାଣ୍ଡ୍‌ର ଇନର...

ମୁଥୁଟ୍‌ ଫାଇନାନ୍ସକୁ ଗ୍ରେଡ୍‌ ପ୍ଲେସ୍‌ ଟୁ ଓ୍ବାର୍କର ମାନ୍ୟତା

ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଫାଇନାନ୍ସିଆଲ ସର୍ଭିସ୍‌ ବ୍ରାଣ୍ଡ ମୁଥୁଟ୍‌ ଫାଇନାନ୍ସକୁ ନିକଟରେ ଆଉ ଏକ ସମ୍ମାନ ‘ଗ୍ରେଡ୍‌ ପ୍ଲେସ୍‌ ଟୁ...

ରିଲାଏନ୍ସ ଜୁଏଲ୍ସର ଡ୍ରିମ୍‌ ଡାଇମଣ୍ଡ ସେଲ୍‌

ମୁମ୍ବାଇ,୧୫।୧ (ଅଭୟ ଦାଶ): ରିଲାଏନ୍ସ ଜୁଏଲ୍ସର ବହୁ ପ୍ରତୀକ୍ଷିତ ତଥା ବାର୍ଷିକ ଅଭିଯାନ ‘ଡ୍ରିମ୍‌ ଡାଇମଣ୍ଡ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି...

ମହାକୁମ୍ଭ ସହ ଆର୍‌ସିପିଏଲ୍‌ ବୁଝାମଣା

ମୁମ୍ବାଇ,୧୫।୧: ଦୀର୍ଘ ୧୨ବର୍ଷ ପରେ ଚଳିତ ବର୍ଷ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ କୁମ୍ଭମେଳା ‘ମହାକୁମ୍ଭ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ...

ରେପୋ ରେଟ୍‌ରେ ୦.୨୫% ହ୍ରାସ ଆଶଙ୍କା

ଭୁବନେଶ୍ୱର,୧୫ା୧(ଅନୁରାଧା ମହାରଣା): ଗୋଟିଏ ପଟେ ଦରବୃଦ୍ଧି ଓ ଅନ୍ୟପଟେ ଅର୍ଥ ବ୍ୟବସ୍ଥାରେ ସୁଧାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପାଇଁ ଚିନ୍ତାର କାରଣ ପାଲଟିଛି। ଅର୍ଥବ୍ୟବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri