ଆଇପିଏଲ୍‌ରେ ସୁପର୍‌ ଓଭର ଟାଇ ହେଲେ କ’ଣ ହେବ

ନୂଆଦିଲ୍ଲୀ, ୨୯।୯: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ପ୍ରାରମ୍ଭିକ ପର୍ଯ୍ୟାୟ ମୁକାବିଲାଗୁଡ଼ିକ ବେଶ୍‌ ରୋମାଞ୍ଚକ ରହିଛି। ଆଇପିଏଲ୍‌ର ପ୍ରଥମ ୧୦ ଦିନ ମଧ୍ୟରେ ପ୍ରଶଂସକ ୨ଟି ସୁପର୍‌ ଓଭର ଦେଖିବାର ସୁଯୋଗ ପାଇଛନ୍ତି। ଆଇପିଏଲ୍‌-୧୩ର ପ୍ରଥମ ସୁପର୍‌ ଓଭର୍‌ ସେପ୍ଟେମ୍ବର ୨୦ରେ ଦେଖିବାକୁ ମିଳିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଟାଇ ରହିଥିଲା। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୫୭ ରନ କରିଥିବାବେଳେ ପଞ୍ଜାବ ମଧ୍ୟ ସମାନ ସଂଖ୍ୟକ ସ୍କୋର କରିଥିଲା। ଏହାପରେ ସୁପର୍‌ ଓଭରରେ ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୩ ରନର ସହଜସାଧ୍ୟ ଟାର୍ଗେଟ୍‌କୁ ଦିଲ୍ଲୀ ହାସଲ କରିନେଇଥିଲା। ସେହିଭଳି ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅନୁଷ୍ଠିତ ଚଳିତ ଆଇପିଏଲ୍‌ର ୧୦ମ ମୁକାବିଲା ମଧ୍ୟ ଟାଇ ରହିଥିଲା। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦୧ ରନ କରିଥିବାବେଳେ ମୁମ୍ବାଇ (୨୦୧/୫) ମଧ୍ୟ ସମାନ ସଂଖ୍ୟକ ସ୍କୋର କରିଥିଲା। ଫଳରେ ସୁପର୍‌ ଓଭରର ସହାୟତା ନିଆଯାଇଥିଲା। ଯେଉଁଥିରେ ବାଙ୍ଗାଲୋର ବିଜୟ ଲାଭ କରିଥିଲା।
ଯଦି ସୁପର୍‌ ଓଭର ଟାଇ ରୁହେ ତେବେ କ’ଣ ହେବ? ଯଦି କୌଣସି ସୁପର୍‌ ଓଭର ଟାଇରେ ସମାପ୍ତ ହୁଏ ତେବେ ଫଳାଫଳ ନ ମିଳିବା ପର୍ଯ୍ୟନ୍ତ ଆଉ ଏକ ସୁପର୍‌ ଓଭର ଖେଳାଯିବ। ଯେପର୍ଯ୍ୟନ୍ତ ଗୋଟିଏ ଦଳ ଅନ୍ୟ ଦଳ ଅପେକ୍ଷା ଅଧିକ ରନ୍‌ ସଂଗ୍ରହ ନ କରିଛି ସେ ପର୍ଯ୍ୟନ୍ତ ଅସୀମିତ ସଂଖ୍ୟକ ସୁପର୍‌ ଓଭର ଅନୁଷ୍ଠିତ ହେବ। ଏଠାରେ ଉଲ୍ଲେଖଯୋଗ୍ୟ, ବହୁ ବିତର୍କିତ ‘ବାଉଣ୍ଡରୀ ଗଣନା ନିୟମ’କୁ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥା ଆଇସିସି ଉଠାଇ ଦେଇଥିବାରୁ ବିସିସିଆଇ ମଧ୍ୟ ଆଇପିଏଲ୍‌ରେ ଏହାକୁ ଲାଗୁ କରିଛି। ତେଣୁ ସୁପର୍‌ ଓଭର ଟାଇ ରହିଲେ ‘ବାଉଣ୍ଡରୀ ଗଣନା ନିୟମ’ ଏଠାରେ ଲାଗୁ ହେବ ନାହିଁ। ଫଳରେ ଫଳାଫଳ ପାଇଁ ଆଉ ଏକ ସୁପର୍‌ ଓଭରର ସହାୟତା ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri