ଭଉଣୀ ପଠାଇଥିବା ରାକ୍ଷୀକୁ କ’ଣ କଲେ କରୋନା ଆକ୍ରାନ୍ତ ଭାଇ: ଜାଣନ୍ତୁ…

ନୂଆ ଦିଲ୍ଲୀ, ୩୦।୭: କରୋନା (କୋଭିଡ୍‌-୧୯)କୁ ନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ। କରୋନା ଭୟ ଯୋଗୁ ଏବେ ଆଉ କୌଣସି ପର୍ବପର୍ବାଣୀର ମଜା ରହୁନାହିଁ। ତେବେ ରାକ୍ଷୀକୁ ଆଉ ମାତ୍ର ଅଳ୍ପ କେଇଟା ଦିନ ବାକି ରହିଲା। ଏହି ଦିନ ଭଉଣୀ ତା’ର ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। କରୋନା ଯୋଗୁ ଯେଉଁ ଭଉଣୀ ଭାଇ ପାଖକୁ ଯାଇପାରୁ ନାହାନ୍ତି ସେମାନେ ପୋଷ୍ଟରେ ରାକ୍ଷୀ ପଠାଇଦେଉଛନ୍ତି। ଏହି ସମୟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକି ଦେଖିଲେ ଆଖିରେ ଲୁହ ଆସିଯିବ।

କୋଭିଡ୍‌ କେୟାର ସେଣ୍ଟରରେ ଥିବା ଜଣେ ଭାଇକୁ ରାକ୍ଷୀ ଦେବା ପାଇଁ ତାଙ୍କ ପାଖକୁ ଯିବାକୁ ଭଉଣୀ ସିକ୍ୟୁରିଟି ଗାର୍ଡଙ୍କୁ କହିଥିଲେ। ମାତ୍ର ସିକ୍ୟୁରିଟି ଗାର୍ଡ ତାଙ୍କୁ ଭିତରକୁ ଯିବାକୁ ମନା କରିଦେଇଥିଲେ। ତେଣୁ ଭାଇ ପାଖରେ ରାକ୍ଷୀ ପହଞ୍ଚାଇ ଦେବାକୁ ସେ ତାଙ୍କୁ ଅନୁରୋଧ କରିଥିଲେ। ଶେଷରେ ସିକ୍ୟୁରିଟି ଏଥିରେ ରାଜି ହୋଇ ଭାଇଙ୍କ ପାଖରେ ରାକ୍ଷୀଟିକୁ ପହଞ୍ଚାଇ ଦେଇଥିଲେ। ଭାଇ ରାକ୍ଷୀ ପାଇବା ପରେ ତାଙ୍କ ବେର୍ଡ ନିକଟରେ ଥିବା ନର୍ସଙ୍କୁ ଡାକି ତାଙ୍କ ହାତରେ ରାକ୍ଷୀ ବାନ୍ଧିଦେଇଥିଲେ। ଏହା ଦେଖି ନର୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଭାଇ କହୁଛନ୍ତି, ରାକ୍ଷୀ ବାନ୍ଧିବାର ଉଦ୍ଦେଶ୍ୟ ହେଉଛି ସୁରକ୍ଷା। କରୋନା ପରି ମହାମାରୀରେ ଆମର ଚିକିତ୍ସା କରି ଆପଣମାନେ ସୁରକ୍ଷା ଦେଉଛନ୍ତି। ତେଣୁ ରାକ୍ଷୀ ଭଉଣୀର ହାତରେ ବାନ୍ଧିବା ଉଚିତ୍‌। ଏହା ଶୁଣିବା ପରେ ନର୍ସଙ୍କ ଆଖିରୁ ଲୁହ ବାହାରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ମମତା

କୋଲକାତା,୭।୧: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ଏହା ଲାଗୁ କରାଯିବ ନାହିଁ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ...

ଦିଲ୍ଲୀ ନଗର ନିଗମ ନିର୍ବାଚନ, ଜବାବ ଦାଖଲ ପାଇଁ କେନ୍ଦ୍ର-ଇସିଙ୍କୁ ସମୟ ଦେଲେ ଏସ୍‌ସି…

ନୂଆଦିଲ୍ଲୀ,୨୮।୭ : ଦିଲ୍ଲୀ ନଗର ନିଗମ ନିର୍ବାଚନ ସମ୍ପର୍କରେ ଆମ ଆଦମୀ ପାର୍ଟିର ଆବେଦନ ଉପରେ ସୁପ୍ରିମକୋର୍ଟ(ଏସ୍‌ସି) କେନ୍ଦ୍ର ଏବଂ ନିର୍ବାଚନ ଆୟୋଗ(ଇସି)ଙ୍କୁ ସମୟ ଦେଇଛନ୍ତି।...

ମେ’ ୩୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

ଚେନ୍ନାଇ,୧୭।୫: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ୩.୦ର ଅବଧି ରବିବାର ଶେଷ ହୋଇଛି। ହେଲେ ଅପ୍ୟପଟେ କରୋନା ଭାଇରସ...

ବ୍ରହ୍ମପୁର ଆଇଟିଆଇ ପ୍ରସ୍ତୁତ କଲା ସବୁଠୁ ଶସ୍ତା ଅଟୋମେଟିକ୍‌ ହ୍ୟାଣ୍ଡ ସାନିଟାଇଜର: ଭାରତର ସମସ୍ତ ଆଇଟିଆଇକୁ ଫେସ୍‌ ସିଲ ପ୍ରସ୍ତୁତି ତାଲିମ ଦେବ

ବ୍ରହ୍ମପୁର ଅଫିସ,୨୧ା୫: କରୋନା ମୁକାବିଲା ପାଇଁ ବ୍ରହ୍ମପୁର ଆଇଟିଆଇ ସ୍ବୟଂଚାଳିତ ଓ ପଦଚାଳିତ ସାନିଟାଇଜର ମେଶିନ ତିଆରି କରିଛି। ଇଲେକ୍ଟ୍ରିକାଲ ଓ ପ୍ଲମ୍ବର ସ୍କାର୍ପ ସାମଗ୍ରୀକୁ...

ତରୁଣ କପୁର ହେଲେ ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା

ନୂଆଦିଲ୍ଲୀ,୩।୫: ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କପୁରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପଦେଷ୍ଟା ଭାବେ ସୋମବାର ନିଯୁକ୍ତି ପ୍ରଦାନ କରାଯାଇଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି...

କରୋନା ଆକ୍ରାନ୍ତ ହେଲେ ଏହି ବ୍ୟକ୍ତିଙ୍କ ମୃତ୍ୟୁର ସମ୍ଭାବନା ଅନ୍ୟ ତୁଳନାରେ ତିନିଗୁଣ ଅଧିକ, ଜାଣନ୍ତୁ..

ବିଶ୍ୱବାସୀଙ୍କ ନିଦ ହଜାଇ ସାରିଛି ମହାମାରୀ କରୋନା। ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେବେ...

ବିଶ୍ୱର ସବୁଠୁ ମୂଲ୍ୟବାନ ପଦାର୍ଥ, ୧ ଗ୍ରାମର ଦାମ୍‌ ୭୫୫୩ କୋଟି

ସାଧାରଣତଃ ସୁନା, ରୁପା ଏବଂ ହୀରା ବିଶ୍ୱର ସବୁଠାରୁ ମୂଲ୍ୟବାନ ପଦାର୍ଥ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଏସବୁ ପଦାର୍ଥକୁ ବାଦ୍‌ ଦେଇ ଆଉ ଏକ...

ଲିବ୍ୟାରେ ଅପହରଣର ଶିକାର ହେଲେ ୭ ଭାରତୀୟ

ନୂଆଦିଲ୍ଲୀ,୯।୧୦: ୭ ଭାରତୀୟଙ୍କୁ ଲିବ୍ୟାରୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଛନ୍ତି। ଏନେଇ  ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପହୃତଙ୍କୁ ମୁକୁଳାଇବା ପାଇଁ ଭାରତ...

Advertisement
Archives

Model This Week