ଅପରାଜିତା ଯାହା କରିଛନ୍ତି, ସରପଞ୍ଚ ବି ସେ କାମ କରିଦେବେ: ପାଣ୍ଡିଆନ

ଭୁବନେଶ୍ୱର,୨୨ା୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି। ବିଶେଷକରି ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପାର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି। ଏହି ପ୍ରଚାର ସମୟରେ ପ୍ରତ୍ୟେକ ଦଳ ପ୍ରତିପକ୍ଷ ଦଳକୁ ଆକ୍ଷେପ କରୁଥିବାର ଦେଖିବାକୁ ମିଳିଛି। ଏହି କ୍ରମରେ ଭୁବନେଶ୍ୱର ଲୋକ ସଭା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କଟାକ୍ଷ କରିଛନ୍ତି। ଅପରାଜିତାଙ୍କ ରିପୋର୍ଟ କାର୍ଡକୁ ନେଇ ପାଣ୍ଡିଆନ କହିଛନ୍ତି, ଏମ୍‌ପି ଯାହା କରିଛନ୍ତି, ସରପଞ୍ଚ ବି ସେ କାମ କରିଦେବେ।


ସୂଚନାଯୋଗ୍ୟ, ପୂର୍ବରୁ ଅପରାଜିତା ପାଣ୍ଡିଆନଙ୍କୁ ଓ୍ବାର୍ଡମେମ୍ବର ଉପଲକ୍ଷ ଦେଇ କଟାକ୍ଷ କରିଥିଲେ। ସେ କହିଥିଲେ ଯେ, ପାଣ୍ଡିଆନ ବାବୁ ମୋତେ ପଚାରୁଛନ୍ତି, ମୁଁ ୫ ବର୍ଷରେ କ’ଣ କରିଛି। ମାତ୍ର ବିଜେଡିର ୧୨ ଜଣ ଏମ୍‌ପିଙ୍କ ରିପୋର୍ଟ କାର୍ଡ ପବ୍ଲିକ ଡୋମେନରେ ରଖନ୍ତୁ ପାଣ୍ଡିଆନ ବାବୁ। ପ୍ରସନ୍ନ ପାଟ୍ଟଶାଣୀ ବାବୁ ୨୫ ବର୍ଷ ଏମ୍‌ପି ଥିଲେ। ସବୁ ବର୍ଷର ରିପୋର୍ଟ କାର୍ଡ ପବ୍ଲିକ ଡୋମେନରେ ରଖି ପାରିବେ କି? ୨୦୧୯-୨୪ ମଧ୍ୟରେ ୧୨ ଜଣ ଏମ୍‌ପି ବିଜେଡିର ଲୋକ ସଭାରେ ଥିଲେ। ସେମାନଙ୍କ ରିପୋର୍ଟ କାର୍ଡ ପବ୍ଲିକ ଡୋମେନରେ ରଖନ୍ତୁ ତ? ମାତ୍ର ୩ ଜଣକୁ ଛାଡିଦେଲେ ଅନ୍ୟ କୌଣସି ଏମ୍‌ପି ଲୋକ ସଭାରେ ନା ପ୍ରଶ୍ନ କରୁଥିଲେ ନା ସେମାନଙ୍କୁ ଲୋକ ସଭାରେ ଦେଖିବାକୁ ମିଳୁଥିଲା। ଲୋକମାନେ ମନସ୍ଥ କରିସାରିଲେଣି ଭାଜପାକୁ ଆଉ ନରେନ୍ଦ୍ର ମୋଦିଙ୍କୁ ହିଁ ଜିତାଇବେ। ଆଶ୍ଚର୍ଯ୍ୟର କଥା ପାଣ୍ଡିଆନ ନିଜେ ଓ୍ବାର୍ଡମେମ୍ବର ନିର୍ବାଚନ ମଧ୍ୟ ଲଢ଼ି ନାହାନ୍ତି। ସେ ପଚାରୁଛନ୍ତି ଅପରାଜିତା ଷଡ଼ଙ୍ଗୀ କ’ଣ କରିଛନ୍ତି। ଲୋକେ ଜାଣିବା ଦରକାର ବିଜେଡି ଏମ୍‌ପି କ’ଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ

ଭୁବନେଶ୍ବର,୧୫।୬: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଶନିବାର ପରଲୋକ ହୋଇଛି। ମୁରଲୀଧରଙ୍କ ପରଲୋକ ଖବର ଜାଣିବା ପରେ ବର୍ତ୍ତମାନ...

ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ, ଜାଣନ୍ତୁ…

ଭୁବନେଶ୍ୱର,୧୫ା୬: ରାଜ୍ୟରେ ନୂଆ ସରକାରରେ ଶନିବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ,...

ନୂଆ ପନ୍ଥା ଆପଣାଇ ଯବାନଙ୍କ ଉପରେ ଆକ୍ରମଣ କରୁଛନ୍ତି ମାଓବାଦୀ, ୩ ସ୍ନାଇପର ଜ୍ୟାକେଟ୍‌ ଜବତ

ମାଲକାନଗିରି,୧୫ା୬(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ ମାଓବାଦୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁକ୍‌ମା ଜିଲା କଙ୍ଗାଲତୋଙ୍ଗ ଜଙ୍ଗଲରେ ଡିଆର୍‌ଜି, ବସ୍ତର ଫାଇଟର୍ସ ଓ କୋବ୍ରା ବାହିନୀର...

ସୂର୍ଯ୍ୟବଂଶୀ ସୂରଜ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୧୫।୬: ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୩ ଦିନ ପରେ ମୋହନ ମାଝି ସରକାରଙ୍କ ମନ୍ତ୍ରିପରିଷଦର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଏଥିରେ...

ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଲା ଏସବୁ ବିଭାଗ

ଭୁବନେଶ୍ୱର,୧୫ା୬: ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଶନିବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ୧୨ ତାରିଖରେ...

ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ…

ଭୁବନେଶ୍ୱର,୧୫ା୬: ରାଜ୍ୟରେ ନୂଆ ସରକାରରେ ଶନିବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ରାଜଭବନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ରାଜ୍ୟପାଳ ରଘୁବର ଦାସ...

ମାଟି ଅତଡ଼ା ଧସି ୩ ମହିଳାଙ୍କ ଜୀବନ ଗଲା

କୋରାପୁଟ,୧୫ା୬(ଅମିତାଭ ବେହେରା): କୋଲାବ ଡ୍ୟାମ୍‌ କୂଳରେ ୩ ଜଣ ମହିଳା ମୋରମ ଖୋଲୁଥିବା ବେଳେ ମାଟି ଅତଡ଼ା ଧସି ଚାପି ହୋଇଯିବାରୁ ସେମାନଙ୍କର ମୃତ୍ୟୁ ଘଟିଛି।...

ଧର୍ମାନୁଷ୍ଠାନରେ ଆକ୍ରମଣ: ଲୁଟିନେଲେ ୧୦ ଲକ୍ଷ ଟଙ୍କା

ରାଉରକେଲା,୧୫।୬: ସୁନ୍ଦରଗଡ଼ ଜଗିଲା ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ ଝରାବାହାଲ ସ୍ଥିତ ଏକ ଧର୍ମାନୁଷ୍ଠାନରେ ଶନିବାର ଏକ ବଡ଼ ଧରଣର ଲୁଟ ହୋଇଛି। ଲୁଟେରାମାନେ ସଶସ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri