Posted inଭଦ୍ରକ

ବର୍ଷାରେ ଭିଜି ଧାନ ଜଗିଲେ

ପଦ୍ମପୁର, ୬ା୨ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ସମିତି ଓ ମହାସଂଘର ମଣ୍ଡିରେ ଗୋଦାମ ବ୍ୟବସ୍ଥା ନାହିଁ। ଫଳରେ ଶୁକ୍ରବାର ତୁହାକୁ ତୁହା ବର୍ଷାରେ ପ୍ରାୟ ୫୦ ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଭିଜି ଯାଇଛି। ଚାଷୀମାନେ ଧାନକୁ ପଲିଥିନ ଘୋଡ଼ାଇ ବର୍ଷାରେ ଭିଜି ରାତିସାରା ଜଗି ରହିଥିଲେ। ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ଲକର ୨୨ ସେବା ସମବାୟ ସମିତି ମଧ୍ୟରୁ ୨୦ ଓ ୭ ମହାସଂଘକୁ ଚଳିତବର୍ଷ ଧାନ କ୍ରୟ ପାଇଁ ଜିଲା ଯୋଗାଣ ବିଭାଗ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ହେଲେ ଅନୁବନ୍ଧିତ ହୋଇଥିବା ମିଲରମାନେ ବିଭିନ୍ନ ଆଳ ଦେଖାଇ ମଣ୍ଡିରୁ ଧାନ ଉଠାଉ ନାହାନ୍ତି। ଚାଷୀମାନେ ନିଜ ଖର୍ଚ୍ଚରେ ଧାନ ମିଲ୍‌କୁ ନେଲେ ମଧ୍ୟ ଲେବର ନାହାନ୍ତି କହି ୩/୪ ଦିନ ଗାଡ଼ି ଛିଡ଼ା କରାଉଛନ୍ତି। ଏଥିସହ ମନଇଚ୍ଛା ଧାନ କଟ୍‌ନୀ କରୁଛନ୍ତି। ସ୍ଥାନୀୟ ଗାଡ଼ି ଚାଳକମାନେ ଜୁଲମ କରି ଆଗ ମନଇଚ୍ଛା ନିଜ ଗାଡ଼ିକୁ ଅନ୍‌ଲୋଡ କରାଇବାରେ ସକ୍ଷମ ହେଉଛନ୍ତି। ଶୁକ୍ରବାର ବର୍ଷାରେ ବ୍ଲକର ବିଭିନ୍ନ ମଣ୍ଡି ଓ ମହାସଂଘ ଦ୍ୱାରା କିଣାଯାଇଥିବା ଏତେ ପରିମାଣର ଧାନ ଭିଜି ନଷ୍ଟ ହେବାକୁ ବସିଛି। ଏଥିପ୍ରତି କାହାର ନଜର ନାହିଁ। ବ୍ଲକର ୧୬ ସମିତି ଓ ୭ ମହାସଂଘର ଧାନ ରଖିବା ପାଇଁ ଗୋଦାମ ନାହିଁ। ମିଲ୍‌ ପକ୍ଷରୁ କୌଣସି ବସ୍ତା ବା ପଲିଥିନ ଦିଆଯାଇ ନାହିଁ। ଚାଷୀମାନେ ନିଜ ଟଙ୍କାରେ ପଲିଥିନ କିଣି ଧାନକୁ ଢାଙ୍କି ବର୍ଷାରେ ଭିଜି ରାତିସାରା ଜଗିଥିଲେ। କେତେକ ସମିତିର ସମ୍ପାଦକ ରିକୋଭରି ଭୟରେ ନିଜ ହାତରୁ ପଲିଥିନ କିଣି ଧାନ ଢାଙ୍କୁଥିବା ବେଳେ ଆଉ କେତେକ ସମିତି ବର୍ଷାରେ ଭିଜି ଯାଉଥିବା ଧାନକୁ ଅଫିସ ବାରଣ୍ଡା ଓ ଭିତରେ ରଖିଛନ୍ତି। ତୁରନ୍ତ ଜିଲା ଯୋଗାଣ ବିଭାଗ ଏ ବାବଦରେ ପଦକ୍ଷେପ ନ ନେଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଅପରପକ୍ଷେ ବିଭିନ୍ନ ସମିତିର ସମ୍ପାଦକ ଚାଷୀମାନଙ୍କ ଆକ୍ରୋଶର ଶିକାର ହେବା ସହ ଅଫିସକୁ ଭୟରେ ଆସୁ ନ ଥିବା ଜାଣିବାକୁ ମିଳିଛି। ଏ ସମ୍ପର୍କରେ ଜିଲା ସହକାରୀ ଯୋଗାଣ ଅଧିକାରୀ ଶରତ କୁମାର ବେହେରାଙ୍କୁ ପଚାରିବାରୁ ଶୀଘ୍ର ମଣ୍ଡିରୁ ଧାନ ଉଠାଇବା ପାଇଁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖର୍ଚ୍ଚ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଜଣାଅ

ଭଦ୍ରକ,୯।୫ (ସନାତନ ରାଉତ)-ଭଦ୍ରକ ଲୋକ ସଭା ଓ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି।...

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ, ପୁଅଙ୍କୁ ଟାଣିଟାଣି ଥାନାକୁ ଆଣିଲେ ବାପା

ବାସୁଦେବପୁର,୮।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ...

ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ

ଭଦ୍ରକ,୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି ଘଟଣାରେ ମଙ୍ଗଳବାର ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri