Posted inଖେଳ

ଋଣ କରି ଖେଳାଳିଙ୍କୁ ଟଙ୍କା ଦେଲା କ୍ରିକେଟ୍‌ ବୋର୍ଡ

ଆଣ୍ଟିଗୁଆ,୩୦।୩: ମହାମାରୀ କରୋନା ସମୟରେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଆର୍ଥିକ ଅବସ୍ଥାକୁ ଖରାପ କରିନେଇଛି। ଅବସ୍ଥା ଏପରି ହୋଇଛି ଯେ ଖେଳାଳିଙ୍କୁ ଦରମା ଦେବା ପାଇଁ ବୋର୍ଡକୁ ଋଣ କରିବାକୁ ପଡିଛି। ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ବୋର୍ଡର ସଭାପତି ରିକି ସ୍କେରିଟ ଏହା ପ୍ରକାଶ କରିଛନ୍ତି। ତେବେ ସେ ଦାବି କରିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବୋର୍ଡର ଋଣ ଏକ ତୃତୀୟାଂଶକୁ ହ୍ରାସ ପାଇଛି। ରିକି ସ୍କେରିଟ ୨୦୧୯ରେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ସମାପ୍ତ ହୋଇଛି ଏବଂ ସେ ବର୍ତ୍ତମାନ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ବୋର୍ଡର ଅର୍ଥନୈତିକ ଅବସ୍ଥା ବିଷୟରେ ସ୍କେରିଟ କହିଛନ୍ତି ଯେ, ସେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପରିସ୍ଥିତି ଠିକ ରହିଛି। ଆମର ସବୁଠାରୁ ବଡ ସମସ୍ୟା ହେଉଛି ଯେ ଆମେ ଟଙ୍କା ପାଇବା ପୂର୍ବରୁ ଭବିଷ୍ୟତର ଖର୍ଚ୍ଚ ବିଷୟରେ ଆଲୋଚନା କରିସାରିଛୁ । ଆମର ପ୍ରାୟ ୨୦ ନିୟୁତ ଡଲାର ଋଣ ଥିଲା ଏବଂ ଏହାକୁ ପରିଶୋଧ କରିବାକୁ ଆମକୁ ବାରମ୍ବାର ଋଣ କରିବାକୁ ପଡିଲା। ପାଣ୍ଠି ନାମରେ ଆମର କିଛି ନ ଥିଲା। କରୋନା ସମୟରେ ବୋର୍ଡ ଆହୁରି ଦେବାଳିୟା ହୋଇଯାଇଛି। କର୍ମଚାରୀଙ୍କୁ ଦରମା ଦେବାକୁ ବୋର୍ଡ ପାଖରେ ଟଙ୍କା ନାହିଁ। ମହାମାରୀ ସମୟରେ ମଧ୍ୟ ସମସ୍ତ କର୍ମଚାରୀ ଅଧା ବେତନରେ କାମ କରୁଥିଲେ। ତେଣୁ ଏବେ ବାଧ୍ୟ ହୋଇ ଋଷ କରି ଖେଳାଳିଙ୍କ ଦରମା ଦିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କରୋନା କାରଣରୁ ୨୦୨୦ ମାର୍ଚ୍ଚରୁ ଅନ୍ତର୍ଜାତୀୟ କ୍ରିକେଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସେହି ବର୍ଷ ଜୁଲାଇରେ ୱେଷ୍ଟଇଣ୍ଡିଜ ଦଳର ଇଂଲଣ୍ଡ ଗସ୍ତରୁ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହୋଇଥିଲା। ଏହା ପରେ ଆଇପିଏଲ ହୋଇଥିଲା ଏବଂ ପରେ ଦ୍ୱିପାକ୍ଷିକ ସିରିଜ ଆରମ୍ଭ ହୋଇଥିଲା। ଏବେ କାରିବିଆନ ଦଳ ଶ୍ରୀଲଙ୍କା ସହିତ ଘରୋଇ ସିରିଜ ଖେଳୁଛି। ଗତ ବର୍ଷ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ୱେଷ୍ଟଇଣ୍ଡିଜରେ ଏହା ପ୍ରଥମ ଘରୋଇ ସିରିଜ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?