Posted inଖେଳ

ଦ୍ୱିତୀୟ ଇନିଂସରେ ବି ନଟ୍‌ ଆଉଟ୍‌ ଫେରିଲେ

ବାରବଡସ,୨୧।୩: ଦ୍ୱିତୀୟ ଇନିଂସରେ ଅଧିନାୟକ କ୍ରେଗ ବ୍ରାଥଓ୍ବେଟ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଓ୍ବେଷ୍ଟଇଣ୍ଡିଜ ଡ୍ର’ କରିବାକୁ ସକ୍ଷମ ହୋଇଛି। ପ୍ରଥମ ଇନିଂସରେ ୧୬୦ ରନ୍‌ର ଲଢ଼ୁଆ ପାଳି ଖେଳିଥିବା ବ୍ରାଥଓ୍ବେଟ ଦ୍ୱିତୀୟ ପାଳିରେ ୧୮୪ ବଲର ସମ୍ମୁଖୀନ ହୋଇ ୫୬ ରନ୍‌ କରି ଇଂଲଣ୍ଡ ହାତରୁ ବିଜୟ ଛଡ଼ାଇ ନେଇଥିଲେ। ଏଥିଯୋଗୁ ବ୍ରାଥଓ୍ବେଟ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।

ପ୍ରଥମ ଇନିଂସରେ ଇଂଲଣ୍ଡ ୫୦୭ କରିଥିବା ବେଳେ ୪୧୧ ରନ୍‌ରେ ସୀମିତ ରହିଥିଲା ଓ୍ବେଷ୍ଟଇଣ୍ଡିଜ। ଦ୍ୱିତୀୟ ପାଳି ଇଂଲଣ୍ଡ ୧୮୫ ରନ୍‌ରେ ପାଳି ଘୋଷଣା କରିବାରୁ ଘରୋଇ ଦଳ ଆଗରେ ଧାର୍ଯ୍ୟ ହୋଇଥିଲା ୨୮୨ ରନ୍‌ର ଟାର୍ଗେଟ। ଜବାବରେ ଓ୍ବେଷ୍ଟଇଣ୍ଡିଜ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଗୋଟିଏ ପଟେ ବ୍ରାଥଓ୍ବେଟ୍‌ ଛିଡ଼ା ହୋଇଥିବା ବେଳେ ଅନ୍ୟ ପଟେ ଉଇକେଟ ପଡ଼ି ଚାଲିଥିଲା। ଦଳ ୯୩ ରନ୍‌ ମଧ୍ୟରେ ୫ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ଅଧିନାୟକଙ୍କ ସହ ଜୋଶୁଆ ଡେ ସିଲଭ (୩୦*)ଙ୍କ ଯୋଡ଼ି ଇଂଲଣ୍ଡ ବୋଲରଙ୍କୁ ମ୍ୟାଚ୍‌ର ଅନ୍ତିମ ସେସନରେ ଉଇକେଟ ଦେଇ ନ ଥିଲେ। ଦୁହେଁ ୬ଷ୍ଠ ଉଇକେଟ ପାଇଁ ଅଭିଭାଜିତ ୪୨ ରନ୍‌ ଯୋଡ଼ିବାରୁ ଓ୍ବେଷ୍ଟଇଣ୍ଡିଜ ୫ ଉଇକେଟ ହରାଇ ୧୩୫ ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧକ୍କା ଖାଇବାରୁ…

ଆଇଟିଆଇରେ ଅଘଟଣ: ଦୁଇ ମହଲା ଛାତରୁ ଡେଇଁଲେ ଯୁବକ

କୁତ୍ରା,୧୩।୬(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲିଠାରେ ଅବସ୍ଥିତ ହୃଦାନନ୍ଦ ଦାନୀ ଆଇଟିଆଇ ହଷ୍ଟେଲ ଛାତରୁ ଇଲେକ୍ଟ୍ରିକାଲ୍ ଦ୍ଵିତୀୟ ବର୍ଷ ଛାତ୍ର ଦୁଇ ମହଲା…

ଭାରତ କଲା ଏମିତି ପାକିସ୍ତାନରେ ହାହାକାର! ହଠାତ୍‌ ସାରା ବିଶ୍ୱରେ ଚହଳ

ଇସଲାମବାଦ,୧୩।୬: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ପାକିସ୍ତାନର ଅନେକ ସ୍ଥାନରେ ସ୍ପଷ୍ଟ ହେବାରେ ଲାଗିଛି। ସାମ୍ପ୍ରତିକ ରିପୋର୍ଟରୁ…

ବେନିୟମ କରତକଳ ଉପରେ ଚଢ଼ାଉ, ଖସିଗଲେ ଅଭିଯୁକ୍ତ

ଭଞ୍ଜନଗର,୧୩ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଖଇରପଟି ଗ୍ରାମ ନିକଟରେ ଖୋଲାରେ ଚାଲୁଥିବା ଏକ ବେନିୟମ କରତକଳ ଉପରେ…

୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଧର୍ମଶାଳାରେ ଇତିହାସ ରଚି…

ଧର୍ମଶାଳା,୧୩ା୬: ରୋହିତ ଶର୍ମା ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ସେ ମୋହିନ୍ଦର ଅମରନାଥଙ୍କ ୩୭…

‘ମୃତଦେହ’ର ଗୁପ୍ତାଙ୍ଗକୁ ନେଇ ବିବାଦୀୟ କଥା କହିବା ମେଡିକାଲ ଛାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଲା

ମୁମ୍ବାଇ,୧୩।୬: ପ୍ରଣୀତ ମୋରେଙ୍କ ଶୋ’ରେ ଉପସ୍ଥିତି ସମୟରେ MBBS ଛାତ୍ରୀ ସେଜଲ ପାୱାରଙ୍କ ଦ୍ୱାରା କରାଯାଇଥିବା ଏକ ବ୍ୟଙ୍ଗ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଷ୍ଟାଣ୍ଡ-ଅପ କମେଡି…

ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ: ଭାଇରାଲ ହେଉଛି ଭିଡିଓ…

ବଜ୍ରାଘାତରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ | ମୋହନା,୧୩।୬( ମନ୍ମଥ ମିଶ୍ର ): ବଜ୍ରାଘାତରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ । କିଛିଦିନ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri