ଜିଲାପାଳଙ୍କ ଅଫିସ ଆଗରେ ଧାରଣା

ସୁନ୍ଦରଗଡ଼, ୨୨।୧୦(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରରେ ଥିବା ଏକ ଘରୋଇ କମ୍ପାନୀର ଚୂନପଥର ଖଣି ସମ୍ପ୍ରସାରଣ ସକାଶେ ଆବଶ୍ୟକ ହେଉଥିବା ଜମି ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜମି ଅଧଗ୍ରହଣ ପ୍ରକ୍ରିୟା ଚାଲିଛି। ଏହାକୁ ବିରୋଧ କରି ଶୁକ୍ରବାର ସୁନ୍ଦରଗଡ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣ ଦେଇଛନ୍ତି ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀ ତଥା ଶହଶହ ଆଦିବାସୀ ମହିଳା ପୁରୁଷ। ଗତ ୧୮ ତାରିଖରୁ ରାଜଗାଙ୍ଗପୁର କେଶ୍ରାମାଲରୁ ବାହାରିଥିବା ପଦଯାତ୍ରାରେ ଶହଶହ ସଂଖ୍ୟାରେ ଆଦିବାସୀ ମହିଳାପୁରୁଷ ସାମିଲ ହୋଇ ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି। ପୂର୍ବାହ୍ନ୧୧ଟାରେ ଏହି ଦାବି ନେଇ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇ ଜିଲା ପ୍ରଶାସନ ତୁରନ୍ତ ଏହି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବାତିଲ କରିବାକୁ ଦାବି କରିଛନ୍ତି। ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ ଏହି ଐତିହାସିକ ପଦଯାତ୍ରାରେ ଆସି ନିଜର ଭିଟାମାଟି ପାଇଁ ଆନ୍ଦୋଳନ କରୁଥିବା ଆଦିବାସୀଙ୍କ ଜୀବନ ଜୀବିକା ରକ୍ଷା କରି ସମ୍ବିଧାନ, ଜଙ୍ଗଲ ଅଧିକାର, ନୂତନ ଜମି ଅଧିଗ୍ରହଣ ନୀତି ଅନୁଯାୟୀ ଗ୍ରାମ ସଭାକୁ ସମ୍ମାନ ଜଣାଇ ପ୍ରଶାସନ କାର୍ଯ୍ୟ କରୁ ବୋଲି ଦାବି କରିଛନ୍ତି। ଏହି ଆନ୍ଦୋଳନରେ ରାଜଗାଙ୍ଗପୁର ବିଧାୟକ ସିଏସ ରାଜେନ ଏକ୍କା, ଜିଲା କଂଗ୍ରେସ କମିଟି ସଭାପତି ବେଣୁମାଧବ ତ୍ରିପାଠୀ, ଅମିତା ବିଶ୍ବାଳ, ବିବୋଲ ଟପ୍ପୋ, ବିନୟ ଭୁଷଣ ବାର୍ଲା, ନିଲିମା ଟପ୍ପୋଙ୍କ ସହ ୫ଟି ପଞ୍ଚାୟତର ପ୍ରଭାବିତ ଗ୍ରାମବାସୀ ଏହି ଧାରଣାରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ କମ୍ପାନୀ ପକ୍ଷରୁ ଏହି ଚୂନପଥର ଖଣି ସମ୍ପ୍ରସାରଣ ପାଇଁ ରାଜଗାଙ୍ଗପୁର ବ୍ଲକର ଅଲଣ୍ଡା, କୁକୁଡ଼ା, କେଶ୍ରାମାଲ, କଟଙ୍ଗ ଓ ଝରଗପୁର ପଞ୍ଚାୟତର ୭୧୭,୬୩ ଏକର ଜମି ଆବଶ୍ୟକ ହେଉଛି। ଏଥିପାଇଁ ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀ ଜମି ଅଧିଗ୍ରହଣକୁ ବିରୋଧ କରୁଛନ୍ତି। ଜିଲାପାଳ ନିଜେ ଧାରଣାସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରି ପ୍ରତିଶ୍ରୁତି ଦେବାକୁ ଆନ୍ଦୋଳନକାରୀ ଅଡିବସିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଫାଟକରେ ଆନ୍ଦୋଳନକାରୀ ବସି ରହିଥିବାରୁ ଜିଲାପାଳଙ୍କ ସମେତ କୌଣସି ଅଧିକାରୀ, କର୍ମଚାରୀ ବାହାରକୁ ବାହାରି ପାରିନାହାନ୍ତି। ଆଇନଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେଶନ ପାଇଁ ଚାଷୀ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri