Posted inଖେଳ

ଅଷ୍ଟ୍ରେଲିଆକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ

ପୋର୍ଟଅଫ୍‌ ସ୍ପେନ୍‌, ୩୧ା୫: ଟି୨୦ କ୍ରିକେଟ ବିଶ୍ୱକପ୍‌ ପୂର୍ବରୁ ଆୟୋଜିତ ଏକ ଓ୍ବାର୍ମଅପ୍‌ ମ୍ୟାଚରେ ନିକୋଲାସ ପୁରନ ଓ ରୋଭମାନ ପାଓ୍ବେଲଙ୍କ ଅର୍ଦ୍ଧଶତକ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ୯ଜଣିଆ ଅଷ୍ଟ୍ରେଲିଆ ଦଳକୁ ୩୫ ରନ୍‌ରେ ପରାସ୍ତ କରିଛି। ନାମ୍ବିୟା ବିପକ୍ଷ ମ୍ୟାଚ ଭଳି ଅଷ୍ଟ୍ରେଲିଆ ୯ଜଣ ଖେଳାଳିଙ୍କୁ ନେଇ ଏହି ମ୍ୟାଚ ଖେଳିଥିଲା।

ଫିଲ୍ଡିଂ ବେଳେ ସିଲେକ୍ଟର ଜର୍ଜ ବୋଲି ଓ ମୁଖ୍ୟ କୋଚ୍‌ ଆଣ୍ଡ୍ର୍ୟୁ ମ୍ୟାକ୍‌ଡୋନାଲ୍ଡଙ୍କୁ କିନ୍ତୁ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିଥିଲା। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ପୁରନ (୭୫ରନ, ୨୫ବଲ୍‌, ୫ ଚୌକା ଓ ୮ ଛକା) ଓ ଅଧିନାୟକ ପାଓ୍ବେଲ (୫୨ରନ, ୨୫ ବଲ୍‌, ୪ ଚୌକା ଓ ୪ ଛକା)ଙ୍କ ଅର୍ଦ୍ଧ ଶତକ ଏବଂ ଶେରଫେନ୍‌ ରଥରଫୋର୍ଡଙ୍କ ୧୮ ବଲ୍‌ରୁ ଅପରାଜିତ ୪୭ (୪ ଚୌକା ଓ ୪ ଛକା) ସହାୟତାରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ବିନିମୟରେ ୨୫୭ ରନ କରିଥିଲା।

ପୁରନ ଓ ଜନସନ ଚାଲର୍‌ସ (୪୦ରନ)ଙ୍କ ମଧ୍ୟରେ ଦ୍ୱିତୀୟ ଉଇକେଟରେ ୯୦ ରନ ଏବଂ ୫ମ ଉଇକେଟରେ ରଥରଫୋର୍ଡ ଓ ଶିମରନ ହେଟମେୟର (୧୮)ଙ୍କ ମଧ୍ୟରେ ୫ମ ଉଇକେଟରେ ୬୩ ରନର ଅପରାଜିତ ପାର୍ଟନରଶିପ୍‌ ହୋଇଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂ କରି ଟିମ୍‌ ଡେଭିଡ୍‌, ଜୋଶ ହାଜ୍‌ଲେଉଡ୍‌, ଆଡାମ ଜାମ୍ପା, ନାଥାନ ଏଲିସ ଓ ଆଶଟନ ଅଗର ମହାଙ୍ଗା ସାବ୍ୟସ୍ତ ହୋଇଥିଲେ।

ଜବାବରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ହରାଇ ୨୨୨ ରନ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଜୋଶ ଇଂଲିଶ ୫୫ରନ (୩୦ ବଲ୍‌, ୩ଚୌକା ଓ ୪ ଛକା) ଏବଂ ନାଥାନ ଏଲିସଙ୍କ ୩୯ ରନ (୨୨ ବଲ୍‌, ୪ ଚୌକା ଓ ୨ ଛକା)ଙ୍କ ବ୍ୟାଟିଂ ଉଲ୍ଲେଖନୀୟ ରହିଥିଲା। ଅଧିନାୟକ ପ୍ୟାଟ କୁମିନ୍ସ, ଗ୍ଲେନ ମାକ୍ସଓ୍ବେଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, କାମେରନ ଗ୍ରୀନ ଏବଂ ଟ୍ରାଭିସ୍‌ ହେଡ୍‌ଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ଏହି ମ୍ୟାଚ ଖେଳିଥିଲା। ଏହି ଖେଳାଳିମାନେ ଆଉ କିଛି ଦିନ ପରେ ଦଳ ସହିତ ଯୋଗ ଦେବେ। ନାମ୍ବିୟା ଏହା ପୂର୍ବରୁ ଖେଳିଥିବା ଏକ ଓ୍ବାର୍ମଅପ୍‌ ମ୍ୟାଚକୁ ଡିଏଲ୍‌ଏସ୍‌ ପଦ୍ଧତିରେ ୩ ରନରେ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?