ପାଶ୍ଚାତ୍ୟକୁ ମିଳିବନି ତେଲ କି ଗ୍ୟାସ୍‌

ମସ୍କୋ, ୮ା୯: ରୁଷିଆ ତେଲର ମୂଲ୍ୟ ସୀମା (ପ୍ରାଇସ୍‌ କ୍ୟାପ୍‌) ନିର୍ଦ୍ଧାରଣ କରିବା ପାଇଁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ଯୋଜନା କରୁଛନ୍ତି। ହେଲେ ଏଭଳି ପଦକ୍ଷେପ ପାଶ୍ଚାତ୍ୟ ପାଇଁ ମୂର୍ଖତାପୂର୍ଣ୍ଣ ହେବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ଯେଉଁ ଦେଶଗୁଡ଼ିକ ଏଥିରେ ସାମିଲ ହେବେ ସେମାନଙ୍କୁ ରୁଷିଆରୁ ନା ତେଲ ମିଳିବ ନା ଗ୍ୟାସ୍‌। ମସ୍କୋ ସ୍ବାର୍ଥ ବିରୋଧୀ ପଦକ୍ଷେପ ନେଉଥିବା ଦେଶକୁ ରୁଷିଆ ତେଲ, ଗ୍ୟାସ୍‌, କୋଇଲା ବା କୌଣସି ପ୍ରକାର ଇନ୍ଧନ ଯୋଗାଣ କରିବ ନାହିଁ ବୋଲି ବୁଧବାର ଭ୍ଲାଡିଭୋଷ୍ଟକରେ ଆୟୋଜିତ ଇଷ୍ଟର୍ନ ଇକୋନୋମିକ ଫୋରମ୍‌ରେ ଯୋଗଦେଇ ପୁଟିନ୍‌ ଚେତାବନୀ ଦେଇଛନ୍ତି। ସାଉଦି ଆରବ ପରେ ରୁଷିଆ ବିଶ୍ୱର ଦ୍ୱିତୀୟ ବୃହତ୍ତମ ତୈଳ ରପ୍ତାନିକାରୀ ଏବଂ ବୃହତ୍ତମ ପ୍ରାକୃତିକ ଗ୍ୟାସ୍‌ ରପ୍ତାନିକାରୀ ଦେଶ। ଏଭଳି ପରିସ୍ଥିତିରେ ପୁଟିନଙ୍କ ଏହି ନିଷ୍ପତ୍ତି ବିଶ୍ୱ ଶକ୍ତି ବଜାରକୁ ସିଧାସଳଖ ପ୍ରଭାବିତ କରିବା ଆଶଙ୍କା ରହିଛି। ଏଥିଯୋଗୁ ବିଶ୍ୱ୍‌ ଅର୍ଥନୀତି ଇନ୍ଧନ ମୂଲ୍ୟ ବୃଦ୍ଧି ସମସ୍ୟାର ସାମ୍‌ନା କରିବ।

ଉପରେ ଆକ୍ରମଣ ରୋକିବା ପାଇଁ ରୁଷିଆର ଆୟ ହ୍ରାସ ଉଦ୍ଦେଶ୍ୟରେ ଗତ ଶୁକ୍ରବାର ଜି-୭ ଦେଶର ଔଦ୍ୟୋଗିକ ଶକ୍ତି ବା ଇଣ୍ଡଷ୍ଟ୍ରିଆଲାଇଜ୍‌ଡ ପାଓ୍ବାର ଇନ୍ଧନ ମୂଲ୍ୟରେ ପ୍ରାଇସ୍‌ କ୍ୟାପ୍‌ ଲଗାଇବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ ପ୍ରତିକ୍ରିୟା ରଖି ପୁଟିନ୍‌ କହିଛନ୍ତି, ରୁଷିଆ ଚୁକ୍ତିଭିତ୍ତିକ ଦାୟିତ୍ୱକୁ ସମ୍ମାନ କରେ ଏବଂ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଅନୁରୂପ କାମ କରନ୍ତୁ ବୋଲି ଆଶା କରେ। ଯେଉଁମାନେ ରୁଷିଆ ଉପରେ କିଛି କଟକଣା ଲଗାଇବାକୁ ଚେଷ୍ଟା କରୁଛନ୍ତି ସେମାନେ ଆଜି ନିଜ ଇଚ୍ଛାରେ କାମ କରିବା ସ୍ଥିତିରେ ନାହାନ୍ତି। ସେମାନେ ଚେତିବା ଉଚିତ। ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କରି ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଲଗାଇଥିବା କଟକଣା ଉପରେ ପୁଟିନ୍‌ କହିଛନ୍ତି, ରୁଷିଆକୁ ବିଶ୍ୱରୁ ଅଲଗା କରିବା ଅସମ୍ଭବ। ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ଦେଶଗୁଡ଼ିକର ଗୁରୁତ୍ୱ ବଢ଼ିଛି। ସେମାନଙ୍କ ସହ ସହଭାଗିତା ରୁଷିଆ ନାଗରିକଙ୍କ ପାଇଁ ନୂଆ ସୁଯୋଗ ଆଣିଦେବ ବୋଲି ପୁଟିନ୍‌ କହିଛନ୍ତି। ଏଥିସହ ୟୁକ୍ରେନ୍‌ରୁ ଯାଉଥିବା ଖାଦ୍ୟଶସ୍ୟ ବିକାଶଶୀଳ ବା ଗରିବ ଦେଶଗୁଡ଼ିକୁ ନୁହେଁ ବରଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ପହଞ୍ଚୁଥିବା ପୁଟିନ୍‌ ଅଭିଯୋଗ ଆଣିଛନ୍ତି।
ୟୁରୋପକୁ ରୁଷିଆ ତୈଳ ଯୋଗାଣ କମିବା ପରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ୟୁରୋପୀୟ ଦେଶଗୁଡ଼ିକରେ ଇନ୍ଧନ ମୂଲ୍ୟ ବହୁମାତ୍ରାରେ ବଢ଼ିଛି। ପୁଟିନ୍‌ଙ୍କ ଚେତାବନୀ ସତ୍ତ୍ୱେ ୟୁରୋପୀୟ ୟୁନିୟନ (ଇୟୁ) ରୁଷିଆର ରାଜସ୍ବ ହ୍ରାସ ପାଇଁ ତେଲ ଉପରେ ପ୍ରାଇସ୍‌ କ୍ୟାପ୍‌ ଲଗାଇବାକୁ ଯୋଜନା କରିଛି। ୟୁକ୍ରେନ୍‌ରେ ଯୁଦ୍ଧ ବର୍ବରତା ରୋକିବା ପାଇଁ ଏହି ପଦକ୍ଷେପ ନେବାକୁ ପଡ଼ିବ ବୋଲି ୟୁରୋପିଆନ୍‌ କମିଶନ ମୁଖ୍ୟ ଉର୍ସୁଲା ଭୋନ୍‌ ଡେର୍‌ ଲେୟେନ୍‌ କହିଛନ୍ତି। ଫିନ୍‌ଲାଣ୍ଡ ରିସର୍ଚ୍ଚରଙ୍କ ଆକଳନ ଅନୁସାରେ, ଜୀବାଶ୍ମ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଥିବାବେଳେ ରୁଷିଆ ୟୁକ୍ରେନ୍‌ ଆକ୍ରମଣର ୬ ମାସ ଭିତରେ ଏଥିରୁ ୧୫୮ ବିଲିୟନ ୟୁରୋ ଆୟ କରିଛି। ସେଥିରୁ କେବଳ ଇୟୁ ଅର୍ଦ୍ଧାଧିକ ଅର୍ଥର ଇନ୍ଧନ କ୍ରୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri