ପାଶ୍ଚାତ୍ୟକୁ ମିଳିବନି ତେଲ କି ଗ୍ୟାସ୍‌

ମସ୍କୋ, ୮ା୯: ରୁଷିଆ ତେଲର ମୂଲ୍ୟ ସୀମା (ପ୍ରାଇସ୍‌ କ୍ୟାପ୍‌) ନିର୍ଦ୍ଧାରଣ କରିବା ପାଇଁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ଯୋଜନା କରୁଛନ୍ତି। ହେଲେ ଏଭଳି ପଦକ୍ଷେପ ପାଶ୍ଚାତ୍ୟ ପାଇଁ ମୂର୍ଖତାପୂର୍ଣ୍ଣ ହେବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ଯେଉଁ ଦେଶଗୁଡ଼ିକ ଏଥିରେ ସାମିଲ ହେବେ ସେମାନଙ୍କୁ ରୁଷିଆରୁ ନା ତେଲ ମିଳିବ ନା ଗ୍ୟାସ୍‌। ମସ୍କୋ ସ୍ବାର୍ଥ ବିରୋଧୀ ପଦକ୍ଷେପ ନେଉଥିବା ଦେଶକୁ ରୁଷିଆ ତେଲ, ଗ୍ୟାସ୍‌, କୋଇଲା ବା କୌଣସି ପ୍ରକାର ଇନ୍ଧନ ଯୋଗାଣ କରିବ ନାହିଁ ବୋଲି ବୁଧବାର ଭ୍ଲାଡିଭୋଷ୍ଟକରେ ଆୟୋଜିତ ଇଷ୍ଟର୍ନ ଇକୋନୋମିକ ଫୋରମ୍‌ରେ ଯୋଗଦେଇ ପୁଟିନ୍‌ ଚେତାବନୀ ଦେଇଛନ୍ତି। ସାଉଦି ଆରବ ପରେ ରୁଷିଆ ବିଶ୍ୱର ଦ୍ୱିତୀୟ ବୃହତ୍ତମ ତୈଳ ରପ୍ତାନିକାରୀ ଏବଂ ବୃହତ୍ତମ ପ୍ରାକୃତିକ ଗ୍ୟାସ୍‌ ରପ୍ତାନିକାରୀ ଦେଶ। ଏଭଳି ପରିସ୍ଥିତିରେ ପୁଟିନଙ୍କ ଏହି ନିଷ୍ପତ୍ତି ବିଶ୍ୱ ଶକ୍ତି ବଜାରକୁ ସିଧାସଳଖ ପ୍ରଭାବିତ କରିବା ଆଶଙ୍କା ରହିଛି। ଏଥିଯୋଗୁ ବିଶ୍ୱ୍‌ ଅର୍ଥନୀତି ଇନ୍ଧନ ମୂଲ୍ୟ ବୃଦ୍ଧି ସମସ୍ୟାର ସାମ୍‌ନା କରିବ।

ଉପରେ ଆକ୍ରମଣ ରୋକିବା ପାଇଁ ରୁଷିଆର ଆୟ ହ୍ରାସ ଉଦ୍ଦେଶ୍ୟରେ ଗତ ଶୁକ୍ରବାର ଜି-୭ ଦେଶର ଔଦ୍ୟୋଗିକ ଶକ୍ତି ବା ଇଣ୍ଡଷ୍ଟ୍ରିଆଲାଇଜ୍‌ଡ ପାଓ୍ବାର ଇନ୍ଧନ ମୂଲ୍ୟରେ ପ୍ରାଇସ୍‌ କ୍ୟାପ୍‌ ଲଗାଇବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ ପ୍ରତିକ୍ରିୟା ରଖି ପୁଟିନ୍‌ କହିଛନ୍ତି, ରୁଷିଆ ଚୁକ୍ତିଭିତ୍ତିକ ଦାୟିତ୍ୱକୁ ସମ୍ମାନ କରେ ଏବଂ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଅନୁରୂପ କାମ କରନ୍ତୁ ବୋଲି ଆଶା କରେ। ଯେଉଁମାନେ ରୁଷିଆ ଉପରେ କିଛି କଟକଣା ଲଗାଇବାକୁ ଚେଷ୍ଟା କରୁଛନ୍ତି ସେମାନେ ଆଜି ନିଜ ଇଚ୍ଛାରେ କାମ କରିବା ସ୍ଥିତିରେ ନାହାନ୍ତି। ସେମାନେ ଚେତିବା ଉଚିତ। ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କରି ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଲଗାଇଥିବା କଟକଣା ଉପରେ ପୁଟିନ୍‌ କହିଛନ୍ତି, ରୁଷିଆକୁ ବିଶ୍ୱରୁ ଅଲଗା କରିବା ଅସମ୍ଭବ। ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ଦେଶଗୁଡ଼ିକର ଗୁରୁତ୍ୱ ବଢ଼ିଛି। ସେମାନଙ୍କ ସହ ସହଭାଗିତା ରୁଷିଆ ନାଗରିକଙ୍କ ପାଇଁ ନୂଆ ସୁଯୋଗ ଆଣିଦେବ ବୋଲି ପୁଟିନ୍‌ କହିଛନ୍ତି। ଏଥିସହ ୟୁକ୍ରେନ୍‌ରୁ ଯାଉଥିବା ଖାଦ୍ୟଶସ୍ୟ ବିକାଶଶୀଳ ବା ଗରିବ ଦେଶଗୁଡ଼ିକୁ ନୁହେଁ ବରଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ପହଞ୍ଚୁଥିବା ପୁଟିନ୍‌ ଅଭିଯୋଗ ଆଣିଛନ୍ତି।
ୟୁରୋପକୁ ରୁଷିଆ ତୈଳ ଯୋଗାଣ କମିବା ପରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ୟୁରୋପୀୟ ଦେଶଗୁଡ଼ିକରେ ଇନ୍ଧନ ମୂଲ୍ୟ ବହୁମାତ୍ରାରେ ବଢ଼ିଛି। ପୁଟିନ୍‌ଙ୍କ ଚେତାବନୀ ସତ୍ତ୍ୱେ ୟୁରୋପୀୟ ୟୁନିୟନ (ଇୟୁ) ରୁଷିଆର ରାଜସ୍ବ ହ୍ରାସ ପାଇଁ ତେଲ ଉପରେ ପ୍ରାଇସ୍‌ କ୍ୟାପ୍‌ ଲଗାଇବାକୁ ଯୋଜନା କରିଛି। ୟୁକ୍ରେନ୍‌ରେ ଯୁଦ୍ଧ ବର୍ବରତା ରୋକିବା ପାଇଁ ଏହି ପଦକ୍ଷେପ ନେବାକୁ ପଡ଼ିବ ବୋଲି ୟୁରୋପିଆନ୍‌ କମିଶନ ମୁଖ୍ୟ ଉର୍ସୁଲା ଭୋନ୍‌ ଡେର୍‌ ଲେୟେନ୍‌ କହିଛନ୍ତି। ଫିନ୍‌ଲାଣ୍ଡ ରିସର୍ଚ୍ଚରଙ୍କ ଆକଳନ ଅନୁସାରେ, ଜୀବାଶ୍ମ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଥିବାବେଳେ ରୁଷିଆ ୟୁକ୍ରେନ୍‌ ଆକ୍ରମଣର ୬ ମାସ ଭିତରେ ଏଥିରୁ ୧୫୮ ବିଲିୟନ ୟୁରୋ ଆୟ କରିଛି। ସେଥିରୁ କେବଳ ଇୟୁ ଅର୍ଦ୍ଧାଧିକ ଅର୍ଥର ଇନ୍ଧନ କ୍ରୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀ ଶିବିର ଉପରେ ବୋମା ମାଡ଼: ୧୮ ତାଲିବାନୀ ମୃତ

ନାନଗରହାର, ୬।୨: ଆଫଗାନିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ବୋମାମାଡ଼ କରାଯାଇଛି। ଏଥିରେ ୧୮ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା ସୂଚନା ଦେଇଛନ୍ତି।...

ଓମାନର ସୁଲତାନ କାବୁସଙ୍କ ପରଲୋକ: ଶପଥ ନେଲେ ଉତ୍ତରାଧିକାରୀ

ମାସକାଟ,୧୧।୧: ଓମାନର ସୁଲତାନ କାବୁସ ବିନ ସୈଦ ଅଲ ସୈଦଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି। କାବୁସ ଆରବର ସର୍ବାଧିକ ସମୟ ସୁଲତାନ ଭାବେ...

୧୭ ଦିନରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ଖାଦ୍ୟ ପାନୀୟ ପାଇଁ ଡହଳ ବିକଳ ଲୋକେ

କ୍ୱିଭ,୧୨ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ରୁଷିଆ ସେନା ଲଗାତାର ଭାବେ ୟୁକ୍ରେନର ବିଭିନ୍ନ ସହର ଉପରେ ଆକ୍ରମଣ କରି ଚାଲିଛନ୍ତି...

କରୋନା ଭୂତାଣୁ ଉତ୍ପତ୍ତି ସନ୍ଧାନ: ଡବ୍ଲ୍ୟୁଏଚ୍‌ଓ ବିଶେଷଜ୍ଞ ଦଳ ଜାନୁୟାରୀରେ ଯିବେ ଚାଇନା

ଜେନେଭା,୧୯।୧୨: କରୋନା ଭୂତାଣୁର ଉତ୍ପତ୍ତି ସନ୍ଧାନ ପାଇଁ ଜାନୁୟାରୀର ପ୍ରଥମ ସପ୍ତାହରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ବିଶେଷଜ୍ଞ ଦଳ ଚାଇନା ଗସ୍ତରେ ଯିବେ। ଏନେଇ ଡବ୍ଲ୍ୟୁଏଚ୍‌ଓ...

ଗିଲ୍‌ଗିଟ୍‌-ବଲ୍ଟିସ୍ତାନ-ପିଓକେରେ ବଢୁଛି କରୋନା ସଂକ୍ରମଣ: ପାକିସ୍ତାନ ସରକାରଙ୍କ ନାହିଁ ନିଘା

ଇସଲାମାବାଦ,୧୨।୪: କରୋନା ସଂକ୍ରମଣ ଯୋଗୁ ପାକିସ୍ତାନରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ଗିଲ୍‌ଗିଟ୍‌, ବଲ୍ଟିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ସଂକ୍ରମିତଙ୍କ ସଂଖ୍ୟାରେ...

ଭାରତ ସହ ଏକାଠି କାମ କରିବ ଆମେରିକା

ଓ୍ବାଶିଂଟନ,୩୦ା୫(ପି.ଟି.): ଭାରତ ଆମେରିକାର ବଡ ସହଯୋଗୀ ଓ ଭାଗୀଦାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ଅନେକ ପ୍ରସଙ୍ଗରେ ଟ୍ରମ୍ପ ପ୍ରଶାସନ ନୂଆଦିଲ୍ଲୀ ସହ ଘନିଷ୍ଠ...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୫୦ କୋଟି ବନ୍ୟଜୀବଙ୍କ ମୃତ୍ୟୁ

ସିଡ୍‌ନୀ,୬।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ବେଳକୁ ବେଳ ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଏହି ନିଆଁରେ ପାଖାପାଖି ୫୦ କୋଟି ବନ୍ୟଜୀବଙ୍କ ମୃତ୍ୟୁ ହୋଇଥିବା ଅନୁମାନ...

ଇରାନର ମିଶାଇଲ ଆକ୍ରମଣରେ ଆମେରିକାର ୧୧ସେନା ହୋଇଥିଲେ ଆହତ: ରିପୋର୍ଟ

ତେହେରାନ,୧୭।୧: ଆମେରିକା ଆକ୍ରମଣରେ ଇରାନର ସେନା କମାଣ୍ଡର କାସିମ ସୋଲମାନୀଙ୍କ ମୃତ୍ୟୁ ହେବା ପରେ ୨ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ସୋଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ...

Advertisement
Archives

Model This Week