ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗର ଅସୁସ୍ଥ ଦନ୍ତା

ବେତନଟୀ,୪ା୧୧(ସ୍ବ.ପ୍ର.): ଗତ କିଛି ଦିନ ହେଲା ଗୋଡ଼ରେ ଆଘାତପ୍ରାପ୍ତ ହୋଇ ପଶ୍ଚିମବଙ୍ଗ ବନବିଭାଗ ଦ୍ୱାରା ଚିକିତ୍ସିତ ଏକ ଦନ୍ତା ବୁଧବାର ଓଡ଼ିଶା ସୀମା ଅତିକ୍ରମ କରି ବେତନଟୀ ରେଞ୍ଜରେ ପ୍ରବେଶ କରିଛି। ଏହି ଦନ୍ତା ଏବେ ମୟୂରଭଞ୍ଜ ବନ ବିଭାଗର ଚିନ୍ତା ବଢ଼ାଇଛି। ଅସୁସ୍ଥ ଦନ୍ତାର ଆବଶ୍ୟକ ଚିକିତ୍ସା ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଡାକ୍ତର ପୀୟୂଷ ସୋରେନ ଏବଂ ଏସିଏଫ୍‌ ରବିନାରାୟଣ ମହାନ୍ତି ପହଞ୍ଚି ତାହାର ଗତିବିଧି ଅନୁଧ୍ୟାନ କରିଛନ୍ତି। ଅସୁସ୍ଥ ଦନ୍ତା ବେତନଟୀ ରେଞ୍ଜ ଅଧୀନ ବଡ଼ାମପୁର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ରହୁଥିବା ବେଳେ ଠିକ୍‌ ଭାବେ ଚଳପ୍ରଚଳ କରିପାରୁନାହିଁ। ଏନେଇ ଡାକ୍ତରୀ ଟିମ୍‌ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ଅସୁସ୍ଥ ଦନ୍ତାର ଚିକିତ୍ସା କରୁଥିବା ପଶ୍ଚିମବଙ୍ଗ ଡାକ୍ତରୀ ଟିମ୍‌ ସହିତ ମୟୂରଭଞ୍ଜ ବନବିଭାଗ ସମ୍ପର୍କ ସ୍ଥାପନ କରିଛି। ପଶ୍ଚିମବଙ୍ଗରେ ଚାଲିଥିବା ଚିକିତ୍ସା ପଦ୍ଧତି ମୁତାବକ ଏଠାରେ ମଧ୍ୟ ଚିକିତ୍ସା କରାଯିବ ବୋଲି ଏସିଏଫ୍‌ ମହାନ୍ତି ସୂଚନା ଦେଇଛନ୍ତି। ତେବେ ହାତୀର ଚିକିତ୍ସା ପାଇଁ ଟ୍ରଙ୍କୁଲାଇଜ କରାଯିବାର ଆବଶ୍ୟକତା ନ ଥିବା ବେଳେ ଖାଦ୍ୟରେ ଔଷଧ ମିଶାଇ ଚିକିତ୍ସା କରାଯାଉଛି। ତେବେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ ୨୪ଘଣ୍ଟା ଧରି ଅସୁସ୍ଥ ଦନ୍ତାର ଗତିବିଧି ଏବଂ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ଏସିଏଫ୍‌ କହିଛନ୍ତି। ଅନ୍ୟପକ୍ଷରେ ଅସୁସ୍ଥ ଦନ୍ତା ବିଚରଣ କରୁଥିବା ଜଙ୍ଗଲର ଅପରପାର୍ଶ୍ୱରେ ଶିମିଳିପାଳ ହାତୀପଲ ରହୁଥିବାରୁ ସେମାନଙ୍କ ସହ ମୁହଁାମୁହିଁ ସ୍ଥିତି ଉପୁଜିବାର ଯଥେଷ୍ଟ ଆଶଙ୍କା ରହିଛି। ଯାହାକି ଅସୁସ୍ଥ ଦନ୍ତାର ଜୀବନ ପ୍ରତି ବିପଦ ବଢ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri