Posted inଜାତୀୟ

ମମତାଙ୍କ ପାଇଁ ବାଟ ଛାଡ଼ିଲେ ଭବାନୀପୁର ବିଧାୟକ

କୋଲକାତା,୨୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ବିଧାନସଭା ଉପ-ନିର୍ବାଚନ ଲାଗି ଏବେ ରାସ୍ତା ସଫା ହୋଇଯାଇଛି। କାରଣ ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସର ନେତା ଶୋଭନ ଦେବ ଚାଟାର୍ଜୀ ବିଧାୟକ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ସେ ଭବାନୀପୁର ବିଧାନସଭା ଆସନରୁ ବିଜୟୀ ହୋଇ ବିଧାନସଭାରେ ପହଞ୍ଚିଥିଲେ। ଏହି ବିଧାନସଭା ଆସନ ମମତାଙ୍କ ପାରମ୍ପାରିକ ଆସନ ବୋଲି କୁହାଯାଏ। ସେ ୨ଥର ଭବାନୀପୁର ଆସନରୁ ଜିତି ସାରିଛନ୍ତି। କିନ୍ତୁ ବିଧାନସଭା ନିର୍ବାଚନ ସମୟରେ ଯେତେବେଳେ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନନ୍ଦିଗ୍ରାମ ଆସନରୁ ଲଢ଼ିଥିଲେ ସେତେବେଳେ ଶୋଭନ ଦେବଙ୍କୁ ଏହି ଆସନରୁ ଟିଏମ୍‌ସି ପକ୍ଷରୁ ଟିକେଟ ଦିଆଯାଇଥିଲା। ଅନ୍ୟପଟେ ଇସ୍ତଫା ଦେବା ପରେ ଶୋଭନ କହିଛନ୍ତି, ଏହା ମୁଖ୍ୟମନ୍ତ୍ରୀଙ୍କ ଗଡ଼ ଥିବା ବେଳେ ସେ ପୁଣି ଥରେ ଏଠାରୁ ଲଢ଼ିବାକୁ ଚାହୁଁଛନ୍ତି ବୋଲି ସେ ଜାଣିବାକୁ ପାଇଥିଲେ। ତେଣୁ ସେ ବିନା କୌଣସି ଚାପରେ ଏହି ଆସନକୁ ଖାଲି କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଶୋଭନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧୫।୧୧: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ନାଁରେ ହୋଇଥିବା ମନି ଲଣ୍ଡରିଂ ମାମଲାରେ...

ବିଲକିସ ବାନୋ ମାମଲାରୁ ନିଜକୁ ଦୂରେଇ ରଖିଲେ ବିଚାରପତି ବେଲା ତ୍ରିବେଦୀ…

ନୂଆଦିଲ୍ଲୀ,୪।୧ : ଜଷ୍ଟିସ ବେଲା ଏମ ତ୍ରିବେଦୀ ସୁପ୍ରିମକୋର୍ଟର ବେଞ୍ଚରୁ ବିଲକିସ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ମାମଲାର ଶୁଣାଣିରୁ ନିଜକୁ...

୫୦ ଥର ମୋ ଘର ନେଇଗଲେ ବି ମୁଁ ଓ୍ବାୟନାଡ-ଭାରତର ଲୋକଙ୍କ ସମସ୍ୟା ପ୍ରସଙ୍ଗରେ କହିବି: ରାହୁଲ…

ଓ୍ବାୟନାଡ,୧୧।୪ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ୱାୟନାଡରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି,. ମୋ...

ସମ୍ପର୍କରେ ଯୋଡ଼ିହେବ ନୂଆ ଅଧ୍ୟାୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ଗୁଜରାଟର ଅହମଦାବାଦ ଆସୁଛନ୍ତି। ଟ୍ରମ୍ପ୍‌ଙ୍କ ସହ ତାଙ୍କ ସ୍ତ୍ରୀ ତଥା ଫାଷ୍ଟ ଲେଡି ମାଲେନିଆ, ଝିଅ ଇଭାଙ୍କା...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୪୩୫

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ସ୍ଥିତି ବେଳକୁ ବେଳ ଉଦ୍‌ବେଗଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୫୪୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ...

ଦୁର୍ନୀତି ମାମଲାରେ ଭାଜପା ବିଧାୟକ ଦୋଷୀ ସାବ୍ୟସ୍ତ: ବର୍ଷେ ଜେଲ୍‌

ଅଜଓ୍ବଲ,୨୬।୭: ମିଜୋରାମରେ ଭାଜପା ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। ରାଜ୍ୟର ଏକମାତ୍ର ଭାଜପା ବିଧାୟକ ବୁଦ୍ଧ ଧନ ଚକମାଙ୍କୁ ଏକ ଦୁର୍ନୀତି ମାମଲାରେ ସ୍ବତନ୍ତ୍ର...

ଗରିବଙ୍କ ହାତପାଆନ୍ତାରେ ନାହିଁ ନ୍ୟାୟ: ରାଷ୍ଟ୍ରପତି

ଯୋଧପୁର,୮ା୧୨(ପି.ଟି.): ନ୍ୟାୟିକ ପ୍ରକ୍ରିୟା ସାଧାରଣ ଲୋକଙ୍କ ହାତପାଆନ୍ତାର ବାହାରେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିବା ସହ ଏଥିପାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନ୍ୟାୟିକ ପ୍ରକ୍ରିୟା...

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ,୨।୫: ପ୍ରକାଶ ପାଇଛି ସିବିଏସ୍‌ଇ ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ। ଏଥିରେ ହଂସିକା ଶୁକ୍ଳା ଓ କରିସ୍ମା ଆରୋରା ଯୁଗ୍ମ ଭାବେ ସର୍ବାଧିକ ୪୯୯ ନମ୍ବର...

Advertisement
Archives

Model This Week