ନାକାପଏଣ୍ଟରୁ ଧରାପଡିଲେ ପଶ୍ଚିମବଙ୍ଗର ଡକାୟତି ଗ୍ୟାଙ୍ଗ

ଜଳେଶ୍ୱର, ,୨୧।୬ (ଡି.ଏନ୍‌.ଏ.) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ସୁବର୍ଣ୍ଣରେଖା ସେତୁର ନାକା ପଏଣ୍ଟଠାରେ ପୋଲିସ ଯାଞ୍ଚ କରୁଥିବା ବେଳେ ଏକ ବଡ ଧରଣର ପଶ୍ଚିମବଙ୍ଗର ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ୨ଟି କାର୍‌ରେ ଥିବା ୧୦ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୫ଲକ୍ଷ ୨୨ହଜାର ଟଙ୍କା ଜବତ କରାଯାଇଥିବା ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାର ସୋମବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ା ଏହି ଗ୍ୟାଙ୍ଗ ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳର ଜଣେ ବିଲ୍‌ଡରଙ୍କଠାରୁ ୧୫ଲକ୍ଷ ୨୨ହଜାର ଟଙ୍କା ଲୁଟି ନେଇ ପଳାଇଥିବା ଅଭିଯୋଗ ହୋଇଥିଲା ା
ପୋଲିସ ଏ ସମ୍ପର୍କରେ ପଦକ୍ଷେପ ଲାଗି ଉପାନ୍ତ ଅଞ୍ଚଳର ଥାନାଗୁଡିକୁ ସତର୍କ କରିଥିଲା ା ଗତ ୧୮ତାରିଖରେ ଉକ୍ତ ନାକା ପଏଣ୍ଟରେ ଜଳେଶ୍ୱର ଥାନା ଆଇଆଇସି ରୋଜାଲିନ୍‌ ବେହେରା ସଦଳବଳେ ଅପେକ୍ଷା କରିଥିଲେ ା ସନ୍ଧ୍ୟାରେ ସେହି ବାଟ ଦେଇ ଯାଉଥିବା ପଶ୍ଚିମବଙ୍ଗ ନମ୍ବର ଥିବା ୨ଟି କାର୍‌ ଦେଖି ପୋଲିସର ସନ୍ଦେହ ହୋଇଥିଲା। ପୋଲିସ ଘେରିଯାଇ ଯାଞ୍ଚ କରିବା ପରେ ସେମାନଙ୍କଠାରୁ ୧୫ଲକ୍ଷ ୨୨ହଜାର ଟଙ୍କା ଜବତ କରାଯାଇଥିଲା ଓ ସମସ୍ତଙ୍କୁ ଥାନାକୁ ଅଣାଯାଇଥିଲା। ଗିରଫ ଡକାୟତମାନେ ହେଲେ ହାୱାଡା ଜିଲାର ଉଲ୍‌ବେରିଆ ଥାନା ଜଗତ୍‌ପୁର ଗାଁର ସୌମେନ୍‌ ମାନ୍ନା, କସ୍ୟବପୁର ଗାଁର ସୁବାସ ବାଗ, କୁସାବେରିଆ ଗାଁର ଅଭିଜିତ୍‌ ଦାସ, ଉଲବେରିଆ ଗାଁର ଝଣ୍ଟୁ ପୁରକାୟସ୍ତ, କୁଲଗାଛିଆ ଗାଁର ସଞ୍ଜୟ ଦତ୍ତ, ସିଜ୍‌ବେରିଆ ଗାଁର ସେକ୍‌ ସମିରୁଲ ଆଲାମ୍‌, ବାଗନାନ ଥାନା ମୁର୍ଗବାଡିଆ ଗାଁର ଅବଦୁଲ ସଲିମ୍‌ ମଲିକ, ଦକ୍ଷିଣ ୨୪ ପ୍ରଗଣା ଜିଲା ସନାରପୁର ଥାନା ଅଧୀନ ରାଘବପୁର ପୋଲଘାଟ ଗାଁର ଦିପ୍‌ କୁମାର ଦେ , ପୂର୍ବ ମେଦିନୀପୁର ଜିଲାର ତମଲୁକ ଥାନା ଡୁମୁରା ଗାଁର ଶୁଭଦୀପ ହାଜରା, ମହିସାଦଳ ଥାନାର ନାଇଗୋପାଳପୁର ଗାଁର ଦେବବ୍ରତ ମିଶ୍ର। ପଚାରାଉଚରା ବେଳେ ସେମାନେ ଜାତୀୟ ରାଜପଥର ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri