Posted inଜାତୀୟ

ନିର୍ବାଚନ ପୂର୍ବରୁ ମମତାଙ୍କୁ ଲାଗିପାରେ ବଡ଼ ଝଟ୍‌କା, ନିକଟତମ ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଚର୍ଚ୍ଚା

କୋଲକାତା,୧।୩: ଯଦି ୨୦୨୪ ଲୋକ ସଭା ନିର୍ବାଚନର ଠିକ୍‌ ପୂର୍ବରୁ ଟିଏମ୍‌ସି ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଘୋଷଣା କରନ୍ତି ତେବେ ମମତା ବାନାର୍ଜୀଙ୍କ ଲାଗି ଏହା ବଡ଼ ଝଟ୍‌କା ହେବ। ଗୋଟିଏ ପଟେ ଅନ୍ୟ ରାଜନୈତିକ ଦଳ ସାଂଗଠନିକସ୍ତରରେ ମଜଭୂତ ହେବାକୁ ସମସ୍ତ କୌଶଳ ଆପଣାଉଥିବା ବେଳେ ମମତାଙ୍କ ଦଳରେ ବିଦ୍ରୋହ ଦେଖାଦେଇଛି। କାରଣ ପାଖଲୋକ କୁହାଯାଉଥିବା କୁନାଲ ଘୋଷ ତାଙ୍କ ଉପରେ ଖପ୍ପା ହୋଇଛନ୍ତି। ଦଳର ମୁଖପାତ୍ର ଥିବା କୁନାଲ ଶୁକ୍ରବାର ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ଟିଏମ୍‌ସି ନେତା ଭାବେ ପରିଚୟକୁ ହଟାଇ ଦେଇଛନ୍ତି।

Kunal Ghpsh

କୁନାଲ ମୁଖପାତ୍ର ହେବା ସହ ତୃଣମୂଳ କଂଗ୍ରେସର ପଶ୍ଚିମବଙ୍ଗର ମହାସଚିବ ମଧ୍ୟ। ଏବେ ‘ଏକ୍ସ’ର ବାୟୋରେ ସେ ନିଜକୁ କେବଳ ଜଣେ ଖବରଦାତା ଏବଂ ସାମାଜିକକର୍ମୀ ବୋଲି କହିଛନ୍ତି। ଏହାଛଡ଼ା କାହାର ନାଁ ନ ନେଇ ତୃଣମୂଳ କଂଗ୍ରେସର ଏକ ଗୋଷ୍ଠୀକୁ ଦୋଷୀ କହି ଏକ ପୋଷ୍ଟ କରିଛନ୍ତି।

କୁନାଲ ଲେଖିଛନ୍ତି, ନେତା ଅକ୍ଷମ, ସ୍ବାର୍ଥୀ, ଗୁଣ୍ଡାଗର୍ଦ୍ଦିରେ ଲିପ୍ତ। ଅନୈତିକ କାର୍ଯ୍ୟର ଆଶ୍ରା ନେଉଛନ୍ତି। ମମତା-ଅଭିଷେକ ବାନାର୍ଜୀଙ୍କ ପ୍ରତି ସାଧାରଣ ଟିଏମ୍‌ସି କର୍ମୀଙ୍କ ଭାବନାକୁ ନେଇ ନିର୍ବାଚନ ଜିତିବା ପରେ ସେମାନେ ପୁଣି ନିଜ ସ୍ବାର୍ଥ ସାଧନରେ ଲାଗିଯିବେ। ଏଭଳି ବାରମ୍ବାର ହୋଇପାରିବ ନାହିଁ।

ଏହି ପୋଷ୍ଟ ପରେ କୁନାଲ ସଙ୍କେତରେ କୋଲକାତା ରାଜନୀତି ଏବଂ ନେତାଙ୍କୁ କଟାକ୍ଷ କରିଛନ୍ତି। ସେ ଏମ୍‌ପି ସୁଦୀପ ବାନାର୍ଜୀଙ୍କ ବିଷୟରେ କହୁଥିବା ଅନୁମାନ କରାଯାଉଛି। ‘ଜନ ଗର୍ଜନ ସଭା’କୁ ତାଙ୍କୁ ସୁଦୀପ ନିମନ୍ତ୍ରଣ କରି ନ ଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ...

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି।...

ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର

ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ...

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri