Posted inଜାତୀୟ

‘ନିଆଁ ସହ ଖେଳ ନାହିଁ’: ଶାହଙ୍କୁ ମମତାଙ୍କ ଜବାବ

କୋଲକାତା,୬ ।୫: ପଶ୍ଚିମବଙ୍ଗରେ ଶାସକ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ କଥା କଟାକଟି ଲାଗି ରହିଛି । ଗୁରୁବାର ସ୍ୱରଷ୍ଟ୍ରମନ୍ତ୍ରୀ ଅମିତ ଶାହ ସିଏଏ ଓ ରାଜ୍ୟର ଆଇନ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଆଉ ତୁରନ୍ତ ଏହାର ଜବାବ ରଖିଛନ୍ତି ଦିଦି । ମମତା କହିଛନ୍ତି ଭାଜପା କେବଳ କଥା କହି ଜାଣିଛି ।
ସିଏଏକୁ ନେଇ ମମତା କହିଛନ୍ତି ଏହି ବିଲ୍ ଲ୍ୟାପ୍ସ ହୋଇଯାଇଛି । ଏହି ବିଲ୍‌କୁ ପାର୍ଲାମେଣ୍ଟରେ କାହିଁକି ଅଣାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଁ ଚାହୁଁନି ନାଗରିକଙ୍କ ଅଧିକାର ଉପରେ ଅଙ୍କୁଶ ଲଗାଯାଉ । ଆମକୁ ସମସ୍ତଙ୍କ ସହ ରହିବାର ଅଛି, ଏକତା ଆମର ଶକ୍ତି ବୋଲି ଦିଦି କହିଛନ୍ତି । ମମତା ଆହୁରି ମଧ୍ୟ କହିଛନ୍ତି ଶାହ ବଙ୍ଗାଳି ଓ ହିନ୍ଦି ଭାଷାଭାଷି ସମ୍ପ୍ରଦାୟ ମଧ୍ୟରେ ହିନ୍ଦୁ ଓ ମୁସଲମାନ ମଧ୍ୟରେ ଭେଦଭାବ କରିବା ଜାଣିଛନ୍ତି । ଦେଶର ଲୋକତାନ୍ତ୍ରିକ ଢାଞ୍ଚାକୁ ଧ୍ୱଂସ କରିବାକୁ କିଛି ନ କରନ୍ତୁ, ନିଆଁ ସହ ନ ଖେଳନ୍ତୁ ଲୋକେ ଏହାର କଡା ଜବାବ ଦେବେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ସିଲିଗୁଡିରେ ଏକ ଜନସଭାକୁ ଉଦବୋଧନ ଦେଇ ଶାହ କହିଥିଲେ ଟିଏମ୍‌ସି ଭୁଲ କଥା ପ୍ରଚାର କରୁଛି ଯେ ସିଏଏ ଏଠାରେ ଲାଗୁ ହେବ ନାହିଁ । ହେଲେ କରୋନା ଶେଷ ହେବା ପରେ ପରେ ହିଁ ଏଠାରେ ସିଏଏ ଲାଗୁ ହେବ ବୋଲି ଶାହ କହିଛନ୍ତି । ଏହାଦ୍ୱାରା ପଶ୍ଚିମବଙ୍ଗରେ ଅନୁପ୍ରବେଶ ବନ୍ଦ ହେବ ବୋଲି ଶାହା କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ନୂଆ ମୁଖ୍ୟମନ୍ତ୍ରୀ ଦୌଡରେ ୪ ନାମ

ଗାନ୍ଧୀନଗର,୧୧ ।୯: ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଶନିବାର ହଠାତ୍ ବିଜୟ ରୂପାନି ଇସ୍ତଫା ଦେଇଛନ୍ତି । ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ସେ ତାଙ୍କ...

ବି.ଏନ୍‌. ଚନ୍ଦ୍ରାପ୍ପା କର୍ନାଟକ କଂଗ୍ରେସ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ, ୧୦ା୪ : ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା କର୍ନାଟକରେ ପୂର୍ବତନ ଏମ୍‌ପି ବି.ଏନ୍‌. ଚନ୍ଦ୍ରାପ୍ପାଙ୍କୁ ରବିବାର ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ନିଯୁକ୍ତ...

ଜ୍ଞାନବ୍ୟାପି ସର୍ଭେ ଶେଷ, ମଙ୍ଗଳବାରଠାରୁ ସୁପ୍ରିମ୍‌କୋର୍ଟରେ ଶୁଣାଣି…

ନୂଆଦିଲ୍ଲୀ, ୧୬।୫ : ଜ୍ଞାନବ୍ୟାପି ମସଜିଦ ସର୍ଭେ ଶେଷ ହୋଇଛି। ସର୍ଭେ ରିପୋର୍ଟ ଆଧାରରେ କରାଯାଇଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟରେ କରାଯିବ। ଜଷ୍ଟିସ ଡି.ଓ୍ବାଇ...

ଦେଶରେ ଥମୁନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୫।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦,୫୫୧ ନୂଆ...

ମହଙ୍ଗା ହେବ ବିମାନ ଯାତ୍ରା…

ନୂଆଦିଲ୍ଲୀ, ୧୬।୫ : ବିମାନ ଯାତ୍ରା ବର୍ତ୍ତମାନ ଅଧିକ ମହଙ୍ଗା ହେବାର ଆଶଙ୍କା ରହିଛି। ସରକାରୀ ତୈଳ କମ୍ପାନୀଗୁଡିକ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିବାକୁ...

ରାସ୍ତା ବନ୍ଦ କରିପାରିବେନି ବିକ୍ଷୋଭକାରୀ

ନୂଆଦିଲ୍ଲୀ,୧୧ା୨(ପି.ଟି.): ଆନ୍ଦୋଳନ କରିବା ଅଧିକାର ଜନସାଧାରଣଙ୍କର ରହିଛି। ତେବେ ଆନ୍ଦୋଳନ ନାଁରେ ସର୍ବସାଧାରଣ ସ୍ଥାନ ଓ ରାସ୍ତାକୁ ଅବରୋଧ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର...

ଦିଲ୍ଲୀ ପୋଲିସକୁ ସୋସିଆଲ ମିଡ଼ିଆରେ ଖୋଲା ଚ୍ୟାଲେଞ୍ଜ୍‌ କଲେ ଲଖା ସିଧାନା

ନୂଆଦିଲ୍ଲୀ,୨୦।୨: ଜାନୁୟାରୀ ୨୬ ଦିଲ୍ଲୀ ହିଂସାର ମାଷ୍ଟର ମାଇଣ୍ଡ ଥିବା ପୂର୍ବ ଗ୍ୟାଙ୍ଗଷ୍ଟର ଲଖା ସିଧାନା ସୋସିଆଲ ମିଡ଼ିଆରେ ଦିଲ୍ଲୀ ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇଛନ୍ତି।...

ଆଇନ ମନ୍ତ୍ରଣାଳୟର ଅଧିକାରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୫।୫: ଆଇନ ମନ୍ତ୍ରଣାଳୟର ଜଣେ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଶାସ୍ତ୍ରୀ ଭବନର ଗୋଟିଏ ମହଲାକୁ ଆଶିଂକ ଭାବେ ସିଲ୍‌ କରାଯାଇଥିବା ସୂଚନା...

Advertisement
Archives

Model This Week