Odisha Elections 2024
Posted inଜାତୀୟ

ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରିବାକୁ ପୁଣି ଦାବି କଲେ ମମତା ବାନାର୍ଜୀ, କହିଲେ କ’ଣ ରଖାଯିବ

କୋଲକତା,୧୨।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ରାଜ୍ୟର ନାମ ବଦଳାଇବା ପାଇଁ ଦାବି ଉଠାଇଛନ୍ତି। ଏ ନେଇ ସେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଚିଠିରେ ମମତା ରାଜ୍ୟର ନୂଆ ନାଁ ପଶ୍ଚିମ ବଙ୍ଗ(ଓ୍ବେଷ୍ଟ ବେଙ୍ଗଲ)କୁ କେବଳ ‘ବେଙ୍ଗଲ’ କରିଦେବାକୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଯେ, ଯଦି ‘ବମ୍ବେ’ର ନାମ ‘ମୁମ୍ବାଇ’ ହୋଇପାରୁଛି, ‘ଓଡିଶା’ର ନାମ ‘ଓଡ଼ିଶା’ ହୋଇ ପାରୁଛି ତେବେ ଏଥିରେ ଆମ ପାଇଁ ଭୁଲ କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅମେ ରାଜ୍ୟ ବିଧାନସଭାରେ ଏ ସମ୍ପର୍କିତ ପ୍ରସ୍ତାବ ଗୃହୀତ କରିଦେଇଥିଲୁ। ଏ ନେଇ ଆମେ ଗୃହରେ ସମସ୍ତ ପକ୍ଷ ମଧ୍ୟ ଦେଇଥିଲୁ। ହେଲେ ଦୀର୍ଘ ସମୟ ପରେ ବି ଏହା ବେଙ୍ଗଲ ହୋଇପାରି ନାହିଁ। ମମତା ରାଜ୍ୟର ନାମ ପରିବର୍ତ୍ତନ ହେଲେ ମିଳିବାକୁ ଥିବା ଲାଭ ସମ୍ପର୍କରେ ମଧ୍ୟ କହିଛହିନ୍ତି। ସେ କହିଛନ୍ତି, ଯଦି ଏପରି ହୁଏ ଆମକୁ ଅନେକ ଲାଭ ମିଳିବ। କାରଣ ଆମ ରାଜ୍ୟ ନାମରୁ ‘ୱେଷ୍ଟ’ ହଟିଯିଟବା ଫଳରେ ଆଲଫାବେଟିକାଲି ଆମେ ଟିକେ ଉପରକୁ ଉଠିଯିବୁ । ଏହାଦ୍ୱାରା ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରଙ୍କୁ ଏନେଇ ଲାଭ ମିଳିବ। ଏଥିସହ ସଭା ଶେଷ ପର୍ଯ୍ୟନ୍ତ ଆମକୁ ରାଜ୍ୟର ନାଁ ଆସିବା ଯାଏଁ ଅପେକ୍ଷା କରିବାକୁ ପଡୁଛି।

ସେ ଆହୁରି କହିଛନ୍ତି, ଏବେ ‘ୱେଷ୍ଟ’ର ଆବଶ୍ୟକତା ପଡୁନାହିଁ, କାରଣ ଏହା ସେତେବେଳେ ଦରକାର ହେଉଥିଲା ଯେତେବେଳେ ଇଷ୍ଟ(ପୂର୍ବ)ରେ ଭାରତ ଥିଲା। ଏବେ ଯେହେତୁ ଇଷ୍ଟରେ ବେଙ୍ଗଲ ଭାରତରେ ଅଛି ତେଣୁ ୱେଷ୍ଟର ଆବଶ୍ୟକତା ପଡୁ ନାହିଁ। ଦେଶରେ କେବଳ ଗୋଟିଏ ବେଙ୍ଗଲ ଥିବାବେଳେ ଏହାକୁ କାହିଁକି କେବଳ ବେଙ୍ଗଲ ବୋଲି ନାମକରଣ କରାଯାଉନାହିଁ ସେ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୦୧୧ରେ ଯେତେବେଳେ ତୃଣମୂଳ କଂଗ୍ରେସ ସରକାର ହୋଇଥିଲା ସେତେବେଳେ ରାଜ୍ୟର ନାମ ବଦଳାଇ ପଶ୍ଚିମବଙ୍ଗ ବା ପଶ୍ଚିମବଙ୍ଗୋ କରିବାକୁ ଦାବି କରାଯାଇଥିଲା। ଚିଠିରେ ମମତା କେବଳ ରାଜ୍ୟର ନାମ ନୁହେଁ ଗଙ୍ଗାସାଗର ମେଳାକୁ ଜାତୀୟ ମେଳା ଭାବେ ଘୋଷଣା କରିବାକୁ ମଧ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା...

ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା...

ସିସୋଡିଆଙ୍କୁ ବଡ଼ ଝଟ୍‌କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍‌ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

କାହିଁକି ଏଥର ୪୦୦ ପାର୍‌ କଥା କହୁଛି ଭାଜପା? ୨୪ ଘଣ୍ଟାରେ ମୋଦି କ’ଣ କ’ଣ କରିଛନ୍ତି ସେଥିରୁ ବୁଝାପଡିବ…

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ କଠିନ ପରିଶ୍ରମ କରୁଛନ୍ତି ଏବଂ ରାଲି କରୁଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri