ପୁଣି ପାଚେରି ନିର୍ମାଣ କଲା ପଶ୍ଚିମବଙ୍ଗ

ଭୋଗରାଇ, ୨୨।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର ବେଳାଭୂମିକୁ ନେଇ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ବାରମ୍ବାର ବାରଣ ସତ୍ତ୍ୱେ ପଶ୍ଚିମବଙ୍ଗ ପାଚେରି ନିର୍ମାଣ କରୁଥିବାରୁ ମଙ୍ଗଳବାର ବାଲେଶ୍ୱର ଜିଲା ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡାଙ୍କ ସହିତ ତାଳସାରୀ ମେରାଇନ ଥାନା ପୋଲିସ ପହଞ୍ଚତ୍ ଓଡ଼ିଶା ମଧ୍ୟରେ ଉକ୍ତ କାର୍ଯ୍ୟ ବନ୍ଦ ପାଇଁ ତାଗିଦ୍‌ କରିଥିଲେ। ଏହାକୁ ନେଇ ପଶ୍ଚିମବଙ୍ଗ ବିଭାଗୀୟ ଅଧିକାରୀଙ୍କ ସହିତ କିଛି ସମୟ କଥା କଟାକଟି ହୋଇଥିଲା। ପ୍ରଶାସନର କଡ଼ା ଆଭିମୁଖ୍ୟରେ ପଶ୍ଚିମବଙ୍ଗ ବିଭାଗୀୟ ଅଧିକାରୀମାନେ ପାଚେରି ନିର୍ମାଣ ବନ୍ଦ କରିଥିଲେ।
ଗତ ୭ତାରିଖରେ ଉଦୟପୁର ବେଳାଭୂମିରେ ପଶ୍ଚିମବଙ୍ଗ ସେଚବିଭାଗ ଓ ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦ ଓଡ଼ିଶା ସୀମାର ୩୦ଫୁଟ୍‌ ଭିତରକୁ ପଶି ବେଳାଭୂମି ସୁରକ୍ଷା କଂକ୍ରିଟ୍‌ ପାଚେରି ନିର୍ମାଣ କରୁଥିବା ବେଳେ ବାଲେଶ୍ୱର ଜିଲା ପ୍ରଶାସନ ଏହି କାର୍ଯ୍ୟ ବେଆଇନ କହି ବନ୍ଦ କରିଥିଲେ। ଉଦୟପୁର ବେଳାଭୂମି ଓଡ଼ିଶାର ବୋଲି ପ୍ରଶାସନ ପଶ୍ଚିମବଙ୍ଗ ବିଭାଗୀୟ ଅଧିକାରୀଙ୍କୁ କହିବା ସହ ସେଠାରେ ୧୪୪ ଧାରା ଜାରି କରି ଲାଲ୍‌ ପତାକା ପୋତିଥିଲା। ହେଲେ ଏହାକୁ ବେଖାତିର କରି ମଙ୍ଗଳବାର ପୁଣି ପଶ୍ଚିମବଙ୍ଗ ସେଚ ବିଭାଗ ପାଚେରି ନିର୍ମାଣ କରୁଥିବା ନେଇ ସୀମାନ୍ତବାସୀ ଭୋଗରାଇ ତହସିଲଦାରଙ୍କୁ ସୂଚନା ଦେଇଥିଲେ। ତହସିଲଦାର ପଣ୍ଡା ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚତ୍ କଡା ତାଗିଦ୍‌ କରିଥିଲେ। ଶେଷରେ ପଶ୍ଚିମବଙ୍ଗ ବାଧ୍ୟ ହୋଇ ପାଚେରି ନିର୍ମାଣକୁ ବନ୍ଦ କରିଥିଲା। ଏହି ଘଟଣାରେ ଭୋଗରାଇ ତହସିଲଦାର, ପଶ୍ଚିମବଙ୍ଗ ରାଜସ୍ବ, ସେଚବିଭାଗକୁ ଭୋଗରାଇ ତହସିଲ ପରିସରରେ ଆଲୋଚନା କରିବାକୁ ଡାକିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ କେହି ଆସି ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri