ମାଲିକଙ୍କଠୁ ଛୁଟି ନେଇ ନିର୍ବାଚନ ଲଢ଼ିବେ ଏହି କାମବାଲି: ଭାଜପା କରିଛି ପ୍ରାର୍ଥୀ

ପଶ୍ଚିମବଙ୍ଗ, ୨୩।୩: ରାଜନୀତିରେ କିଛି ବି ସମ୍ଭବ ହୋଇପାରେ। ଏ ହେଉଛନ୍ତି ୩୨ ବର୍ଷିୟା କଲିତା ମାଝି। କଲିତା ଅନ୍ୟର ଘରେ ସହାୟିକା ଭାବେ କାମ କରନ୍ତି। ଝାଡୁ, ପୋଛା ଠାରୁ ଆରମ୍ଭ କରି ବାସନ ମାଜିବା, କପାଡ଼ା ସଫା ଆଦି ସେ କରିଥାନ୍ତି। ଅନେକ ଦିନ ହେବ ସେ ସମାଜ ସେବା ମଧ୍ୟ କରିଆସୁଛନ୍ତି। ତେଣୁ ଭାଜପା ତାଙ୍କୁ ପୂର୍ବ ବର୍ଦ୍ଧମାନର ଆୟୁସ ଗ୍ରାମ ବିଧାନସଭା ଆସନରୁ ଟିକେଟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏବେ କଲିତା ନିର୍ବାଚନ ଲଢ଼ିବା ପାଇଁ ନିଜ ମାଲିକମାନଙ୍କଠାରୁ ଦେଢ଼ ମାସର ଛୁଟି ନେଇଛନ୍ତି।
କାଲିତା ଗୁସକରା ମ୍ୟୁନିସିପାଲଟିର ମାଝପୁକୁରପରାସ୍ଥିତ ପାତ୍ରପଡ଼ାର ଏକ ବସ୍ତିରେ ରୁହନ୍ତି। ତାଙ୍କ ସ୍ବାମୀ ପ୍ଲମ୍ବର କାମ କରନ୍ତି। ତାଙ୍କର ଏକମାତ୍ର ପୁଅ ଯିଏକି ୮ମ କ୍ଳାସରେ ପାଠ ପଢ଼ୁଛନ୍ତି। କଲିତାଙ୍କ ବାପ ଘର ମଙ୍ଗଳକୋଟର କାଶମନଗରରେ। କଲିତା ମାସକୁ ୨,୫୦୦ ଆୟ କରିଥାନ୍ତି। ଗତ ୫ ବର୍ଷ ହେବ ସେ ସମାଜସେବା କରୁଛନ୍ତି। ତାଙ୍କର ଏମିତି କାମ ଭାଜପାକୁ ପସନ୍ଦ ଆସିଛି। ତେବେ ଭାଜପା ଟିକେଟ ଦେଇଥିବା ତାଙ୍କୁ ବିଶ୍ୱାସ ହେଉ ନ ଥିବା କଲିତା କହିଛନ୍ତି। ଏହା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ଯଦି ସେ ଏହି ନିର୍ବାଚନ ଜିତିବେ ସର୍ବପ୍ରଥମେ ଚିକିତ୍ସାକୁ ପ୍ରାଧାନ୍ୟ ଦେବେ। ହସ୍ପିଟାଲ ନିର୍ମାଣ କରିବା ତାଙ୍କର ପ୍ରଥମ କାମ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଶିଶୁ ଭାଜପା ନେତାଙ୍କ ଘରୁ ଉଦ୍ଧାର

ଲକ୍ଷ୍ନୌ,୩୦।୮:ମଥୁରା ରେଳଷ୍ଟେଶନରୁ ଗତ ସପ୍ତାହରେ ଜଣେ ୭ ମାସର ଶିଶୁ ଚୋରି ହୋଇଥିଲା। ଚୋରି ସମୟର ଦୃଶ୍ୟ ଷ୍ଟେଶନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ପୋଲିସ...

ମଧ୍ୟପ୍ରଦେଶରେ ୩,୦୦୦ ଟଙ୍କା ବେରୋଜଗାରୀ ଭତ୍ତା ପ୍ରତିଶ୍ରୁତି ଦେଲେ କେଜ୍‌ରିଓ୍ବାଲ

ସାତନା,୨୧ା୮(ପି.ଟି.): ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତା ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଯୁବବର୍ଗଙ୍କୁ ମାସିକ ୩,୦୦୦ ଟଙ୍କା ଲେଖାଏ...

ଚିଠି ମାଧ୍ୟମରେ ଗଣପତିଙ୍କୁ ଜଣାଇବାକୁ ପଡେ ନିଜର ମନୋସ୍କାମନା

କୌଣସି ଶୁଭ କାମ କରିବା ପୂର୍ବରୁ ସାଧାରଣତଃ ଗଣପତି ବା ଗଣେଶଙ୍କର ଆରାଧନା କରାଯାଇଥାଏ । ଅନେକ ସ୍ଥାନରେ ଗଣେଶଙ୍କର ମନ୍ଦିର ଥିବା ଦେଖାଯାଏ ।...

ଶକ୍ତିକାନ୍ତଙ୍କୁ ‘ଗଭର୍ନର ଅଫ୍‌ ଦ ଇୟର’ ପୁରସ୍କାର…

ନୂଆଦିଲ୍ଲୀ,୧୪।୬ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍‌ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମ୍ମାନ...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିବସେନାର ହିଁ ହେବ:ସଞ୍ଜୟ ରାଓ୍ବତ

ମୁମ୍ବାଇ,୧।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଭାଜପା ଏବଂ ସହଯୋଗୀ ଶିବସେନା ମଧ୍ୟରେ ଟଣାଓଟରା ଲାଗିରହିଛି। ଶୁକ୍ରବାର ଶିବସେନା ମୁଖ୍ୟପାତ୍ର ସଞ୍ଜୟ ରାଓ୍ବତ ପୁଣି...

‘ମୁଁ ଧମକକୁ ଭୟ କରେ ନୁହେଁ’

ମୁମ୍ବାଇ,୨।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ଦିଆଯାଇଛି। ଏନେଇ ରବିବାର ସେ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ମୁଁ ଏସବୁ ପ୍ରତି...

୩ ପ୍ରାଇଭେଟ ଅଙ୍ଗ ଥିବା ଶିଶୁ ଜନ୍ମ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ତିନୋଟି ପ୍ରାଇଭେଟ ଅଙ୍ଗ ଥିବା ଶିଶୁ ଜନ୍ମ ନେବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏହା ବିଶ୍ୱର ପ୍ରଥମ ଘଟଣା ବୋଲି କୁହାଯାଉଛି।...

ଆଜିଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲିବ ସେଣ୍ଟ୍ରାଲ ଭିଷ୍ଟା, ଡିଏମଆରସି ଯୋଗାଇବ ବସ ସେବା

ନୂଆଦିଲ୍ଲୀ,୯ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ଦିଲ୍ଲୀରେ ସେଣ୍ଟ୍ରାଲ ଭିଷ୍ଟାର ଉଦଘାଟନ କରି ଦେଇଛନ୍ତି । ଏହାପରେ ୯ ସେପ୍ଟେମ୍ବର ଅର୍ଥାତ୍ ଶୁକ୍ରବାର ସାଧାରଣ...

Advertisement
Archives

Model This Week