ଭାଇଭଉଣୀ ମିଶି ଦୋସା ଖାଇଥିଲୁ

ପିଲାବେଳେ ଟିକେ ଭଲ ପଢୁଥିଲି ବୋଲି ସମସ୍ତେ ଭାବିଥିଲେ ମୁଁ ନିହାତି ଡାକ୍ତରଟିଏ ହେବି। ସେଥିପାଇଁ +୨ ବିଜ୍ଞାନ ପଢ଼ିଥିଲି। କିନ୍ତୁ ସାହିତ୍ୟ ପ୍ରତି ରୁଚି ଆସିବାରୁ +୩ରେ ନିଜେ ନିଜେ ଓଡ଼ିଆ ଅନର୍ସ ନେଇ ପଢ଼ିଲି। ଜୟପୁରର ବିକ୍ରମଦେବ କଲେଜରେ ପଢୁଥାଏ। ଅନର୍ସ ପିଲା ବୋଲି ସପ୍ତାହକୁ ତିନିଖଣ୍ଡ ବହି ଇସ୍ୟୁକରି ନେଇଯାଏ। ଆଉ କି ପାଠ, ଖାଲି ଗପ, ଉପନ୍ୟାସ ପଢ଼ାରେ ମୋର ରାତି ପାହୁଥାଏ। ବାପା ବି ବହି ପଢ଼ିବାକୁ ଭଲ ପାଆନ୍ତି। ବେଳେବେଳେ ସେ ତାଙ୍କ ବନ୍ଧୁମାନଙ୍କଠାରୁ ହିନ୍ଦୀ ଉପନ୍ୟାସ ଆଣନ୍ତି; ଯାହାକୁ ମୁଁ ଲୁଚେଇ ପଢ଼ିଦିଏ। କ୍ରମେ ମୁଁ କେମିତି ଲେଖନ୍ତି ସେ ଚିନ୍ତା ମୁଣ୍ଡରେ ପଶିଲା। କବିତା ଲେଖାରୁ ମୋର ସୃଜନାତ୍ମକ ଯାତ୍ରା ଆରମ୍ଭ ହେଲା। ଯେଉଁ କବିତା ଲେଖେ ପ୍ରଥମେ ସାଙ୍ଗମାନଙ୍କୁ ଶୁଣାଇ ବାହାବା ସାଉଣ୍ଟେ। ଥରେ ଶ୍ରୀକୃଷ୍ଣଙ୍କୁ ନେଇ କବିତାଟିଏ ଲେଖିଥିଲି; ଯାହାର ଶୀର୍ଷକ ଥିଲା ‘କୁହ କାହ୍ନୁ’l ସମସ୍ତେ ଖୁବ୍‌ ଭଲ ହୋଇଛି ବୋଲି କହିଲେ। ସେ ସମୟରେ ରେଡିଓରେ ଗୀତ, ନାଟକ ତଥା ‘ଯୁବବାଣୀ’ରେ ହେଉଥିବା କବିତା ଆବୃତ୍ତିକୁ ଶୁଣିବାର ଅଭ୍ୟାସ ଥିଲା। ଥରେ ଗୋଟିଏ କବିତା ଲେଖି ଡାକଯୋଗେ ଜୟପୁର ଆକାଶବାଣୀ କେନ୍ଦ୍ରକୁ ପଠାଇଦେଲି। ଆଶା କରି ରହିଲି। କିଛିଦିନ ପରେ ଆକାଶବାଣୀ ତରଫରୁ ଚିଠିଟିଏ ପାଇଲି, ଯେଉଁଥିରେ ଲେଖାଥିଲା- ”ଆପଣଙ୍କ କବିତାଟି ଯୁବବାଣୀ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହୋଇଛି ଆଉ କବିତା ଆବୃତ୍ତି ପାଇଁ ନିର୍ଦ୍ଧାରିତ ତାରିଖରେ ଆସି ଆକାଶବାଣୀ କେନ୍ଦ୍ରରେ ଉପସ୍ଥିତ ହୁଅନ୍ତୁ।“ ଚିଠିଟି ପଢ଼ି ମନ ମୋର କୁଣ୍ଢେମୋଟ ହୋଇଗଲା। ପଡ଼ିଶାଘର ଝିଅ ବୁଢ଼ୀନାନୀଙ୍କୁ ସାଥିରେ ନେଇ ନିର୍ଦ୍ଧାରିତ ଦିନ ପହଞ୍ଚତ୍ଗଲି ଜୟପୁର ଆକାଶବାଣୀ କେନ୍ଦ୍ରରେ। ଏମିତିରେ ସିନା ବକବକ ହୁଏ ସବୁଠି, କିନ୍ତୁ ସେଦିନ ସେଠି ଭାରି ନର୍ଭସ ଲାଗୁଥିଲା। ହେଲେ ସେଠାରେ ଥିବା ଉଦୟ ଶଙ୍କର ଜାନି ସାର୍‌ ଏବଂ ପ୍ରସେନଜିତ ମହାନ୍ତି ସାର୍‌ଙ୍କ ଆଶ୍ୱାସନା ଯୋଗୁ ମୋର ଡର ଟିକେ କମିଥିଲା। ଗୋଟେ +୩ ପଢୁଥିବା ଝିଅର ମୁଣ୍ଡରେ ବା କେତେ ବୁଦ୍ଧି। ଚାରିପଟ କାନ୍ଥରେ କଣା କଣା ଥିବା ଈଷତ୍‌ ହଳଦିଆ ରଙ୍ଗର ନିବୁଜ କୋଠରି ଭିତରେ ମୁଁ ଏକୁଟିଆ ମାଇକ୍‌ ଆଗରେ ଛିଡ଼ା ହୋଇ ଡରି ଡରି କବିତା ଆବୃତ୍ତି କଲି। ଥରକରେ ଓକେ ହୋଇଗଲା। ଦୁଇ ସାର୍‌ କହିଲେ, ‘ବହୁତ ଭଲ ଆବୃତ୍ତି କଲ। ଟିକେ ଅପେକ୍ଷା କର, ପେମେଣ୍ଟ ନେଇକି ଯିବ, ପୋଷ୍ଟରେ ପଠେଇଲେ ଡେରିହେବ।’ ପେମେଣ୍ଟ ମାନେ ପଇସା ମିଳିବ ଭାବି ମନେ ମନେ ଭାରି ଖୁସି ହୋଇଯାଇଥିଲି। ହେଲେ ଯେତେବେଳେ ସାର୍‌ ୫୦ ଟଙ୍କାର ଚେକ୍‌ଟିଏ ଦେଇ କହିଲେ,‘ବାପାଙ୍କୁ ନେଇ ଏଇଟା ଦେଇଦେବ, ସେ ଆକାଉଣ୍ଟରେ ଡିପୋଜିଟ୍‌ କଲେ ପଇସା ଆସିଯିବ।’ ମୋ ମନ ମଉଳିଗଲା। ଚେକ୍‌କୁ ବ୍ୟାଙ୍କରେ ଡିପୋଜିଟ୍‌ କଲେ ସିନା ପଇସା ଆସିବ, ହେଲେ ବାପାଙ୍କର ତ ଆକାଉଣ୍ଟ ହିଁ ନ ଥିଲା। ଆଜିକାଲି ଭଳିଆ ସେତେବେଳେ ଦରମା ବ୍ୟାଙ୍କ୍‌ ଆକାଉଣ୍ଟକୁ ଆସୁ ନ ଥିଲା। ନଗଦ ଟଙ୍କା ମିଳୁଥିଲା। ତା’ ମାନେ ନୁହେଁ ଯେ ସେବେ କାହାର ବି ବ୍ୟାଙ୍କ ଆକାଉଣ୍ଟ ନ ଥିଲା। ପ୍ରାୟ ସମସ୍ତଙ୍କର ଥିଲା କହିଲେ ଚଳେ। ହେଲେ ମୋ ବାପାଙ୍କର କିନ୍ତୁ ସଞ୍ଚୟ କରିବାର ପ୍ରବୃତ୍ତି ଆଦୌ ନ ଥିଲା। ମାସ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାପାଙ୍କ ଦରମା ତାଙ୍କ ପକେଟରେ ହିଁ ରହୁଥିଲା। ତେଣୁ ବାପାଙ୍କ ଶାର୍ଟ ପକେଟ ହିଁ ଆମର ବ୍ୟାଙ୍କ ଥିଲା। ସେଇଥିରୁ ସବୁ କାରବାର। ଏବେ ମୋର ଭାଳେଣି ପଡ଼ିଲା, ଚେକ୍‌ରୁ କେମିତି ପଇସା ଆସିବ। ପଡ଼ିଶାଘରର ପଟ୍ଟନାୟକ ମଉସା ଦେଲେ ଭରସା। ସେ ଚେକ୍‌ଟା ନେଇ ତାଙ୍କ ଆକାଉଣ୍ଟରେ ଡିପୋଜିଟ୍‌ କରିଦେବେ କହି ମୋତେ ୫୦ ଟଙ୍କା ଦେଇଦେଲେ। ମୁଁ ବି ତାଙ୍କୁ ଚେକ୍‌ ଦେଇଦେଲି। ସେତେବେଳେ ୫୦ ଟଙ୍କା ବି ବହୁତ ଥିଲା। ସେ ପଇସାରେ ମୁଁ ଓ ମୋର ସାନଭାଇ ୩ଜଣ ଏବଂ ପଡ଼ିଶାଘରର ୪ଭାଇଭଉଣୀ ମିଶି ଦୋସା ଆଣି ଖାଇଥିଲୁ। ଖୁବ୍‌ ସୁନ୍ଦର ଥିଲା ସେ ଦିନସବୁ। ତା’ପରେ ବି ଆଉ କେତେଥର କବିତା ଆବୃତ୍ତି କରି ଟଙ୍କା ପାଇଥିଲି, କିନ୍ତୁ ସେଥିରେ ପ୍ରାୟ ଓଡ଼ିଆ ପତ୍ରପତ୍ରିକା କିଣୁଥିଲି। ପରେ ଯେତେବେଳେ ବ୍ରହ୍ମପୁରରେ ପଢ଼ିଲି ସେଠି ନୂଆକରି ଖୋଲିଥିବା ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରରେ ବି ଗୋଟେ ଗଳ୍ପ ରେକର୍ଡ କରି ୩୫୦ ଟଙ୍କା ପାଇଥିଲି। ସେ ଗଳ୍ପଟି ପରେ ‘ସୁଚରିତା’ରେ ପ୍ରକାଶ ପାଇଥିଲା। ତା’ପରେ କିଛିଦିନ ନିରାକାରପୁର କଲେଜରେ ଅସ୍ଥାୟୀ ଅଧ୍ୟାପିକା ଥିଲି। ପାରିଶ୍ରମିକ ଅତ୍ୟନ୍ତ ନଗଣ୍ୟ ଥିଲା। ବର୍ତ୍ତମାନ ସମୟ ମିଳିବାରୁ ପୁଣି ଗଳ୍ପ ଲେଖିବାକୁ ଚେଷ୍ଟା କରୁଛି। କିଛି ଗଳ୍ପ ପ୍ରକାଶିତ ବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?