Posted inଫୁରସତ

କଲ୍ୟାଣକାରୀ ନୀତି ଓ ପ୍ରଶାସନିକ ଅଧିକାରୀ

ଦେଶର ସରକାର ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ନୀତିର ପ୍ରଣୟନ କରିଥା’ନ୍ତି। ତେବେ ପ୍ରତିଟି ନୀତିର ସଫଳ ରୂପାୟନ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥାଏ। ପ୍ରଶାସନିକ ଅଧିକାରୀମାନେ ସରକାରଙ୍କ ନୀତିକୁ ସାଧାରଣ ନାଗରିକଙ୍କ ପାଇଁ ସୁନିଶ୍ଚିତ କରିଥା’ନ୍ତି। ତେଣୁ ସମାଜ ପ୍ରତି ସେମାନଙ୍କର ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏପ୍ରିଲ ୨୧ରେ ଜାତୀୟ ନାଗରିକ ସେବା ଦିବସ ବା ସିଭିଲ ସର୍ଭିସ୍‌ ଡେ’ ପାଳନ କରାଯାଇଥାଏ। ପ୍ରଶାସନିକ ଅଧିକାରୀ ନାଗରିକଙ୍କ ଉଦ୍ଦେଶ୍ୟରେ ନିଜକୁ ସମର୍ପିତ କରିଥାଏ ଏବଂ ଜନସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ଏହି ଦିବସ ପାଳନ କରିବା ଅବସରରେ ପୂରଣ କରିବା ନେଇ ଉତ୍ତରଦାୟୀ ରହିଥା’ନ୍ତି।
ପ୍ରଶାସନିକ ଅଧିକାରୀ ସରକାରୀ କାର୍ଯ୍ୟକ୍ରମର ସୁଗମ କାର୍ଯ୍ୟକାରିତା କ୍ଷେତ୍ର ପାଇଁ ଉପାୟ ସୃଷ୍ଟି କରନ୍ତି ଏବଂ ହିତାଧିକାରୀଙ୍କ ନିକଟରେ ଏହି ସୁବିଧା ପହଞ୍ଚାଇଥା’ନ୍ତି। ଏହି ଦିବସ ଅବସରରେ ସାଧାରଣ ପ୍ରଶାସନରେ ଉତ୍କର୍ଷ କାର୍ଯ୍ୟ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ଭାରତର ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୨୧ ଏପ୍ରିଲ ୧୯୪୭ରେ ନୂଆଦିଲ୍ଲୀରେ ପ୍ରଶାସନିକ ସେବା ଅଧିକାରୀଙ୍କୁ ସମ୍ବୋଧିତ କରିଥିଲେ। ପଟେଲ ତାଙ୍କ ଅଭିଭାଷଣରେ ପ୍ରଶାସନିକ ଅଧିକାରୀମାନଙ୍କୁ ଭାରତର ଇସ୍ପାତ ଫ୍ରେମ୍‌ ବୋଲି କହିଥିଲେ। ଏହି ସ୍ମୃତିକୁ ମନେରଖିବା ପାଇଁ ପ୍ରଥମ ଜାତୀୟ ନାଗରିକ ସେବା ଦିବସ ୨୧ ଏପ୍ରିଲ ୨୦୦୬ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଥିଲା। ଜାତୀୟ ସିଭିଲ ସର୍ଭିସ୍‌ ଡେ’ରେ ସିଭିଲ ସର୍ଭିସ୍‌ର ମହତ୍ତ୍ୱ ନେଇ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ପୋଲିସ ସେବା (ଆଇପିଏସ୍‌), ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଏବଂ ଅଲ ଇଣ୍ଡିଆ ସର୍ଭିସେସ୍‌ ତଥା ସେଣ୍ଟ୍ରାଲ ସର୍ଭିସେସ୍‌ ଗ୍ରୁପ୍‌ ଏ’ ଏବଂ ଗ୍ରୁପ୍‌ ବି’ର ପ୍ରଶାସନିକ ଅଧିକାରୀଙ୍କ ସମ୍ପର୍କରେ ସଚେତତନା ସୃଷ୍ଟି କରାଯାଇଥାଏ। ଏହାସହ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ଏବଂ ଆଦର୍ଶ ଜାଗ୍ରତ କରିବାର ପ୍ରୟାସ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri