Posted inଫୁରସତ

କଲ୍ୟାଣକାରୀ ନୀତି ଓ ପ୍ରଶାସନିକ ଅଧିକାରୀ

ଦେଶର ସରକାର ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ନୀତିର ପ୍ରଣୟନ କରିଥା’ନ୍ତି। ତେବେ ପ୍ରତିଟି ନୀତିର ସଫଳ ରୂପାୟନ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥାଏ। ପ୍ରଶାସନିକ ଅଧିକାରୀମାନେ ସରକାରଙ୍କ ନୀତିକୁ ସାଧାରଣ ନାଗରିକଙ୍କ ପାଇଁ ସୁନିଶ୍ଚିତ କରିଥା’ନ୍ତି। ତେଣୁ ସମାଜ ପ୍ରତି ସେମାନଙ୍କର ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏପ୍ରିଲ ୨୧ରେ ଜାତୀୟ ନାଗରିକ ସେବା ଦିବସ ବା ସିଭିଲ ସର୍ଭିସ୍‌ ଡେ’ ପାଳନ କରାଯାଇଥାଏ। ପ୍ରଶାସନିକ ଅଧିକାରୀ ନାଗରିକଙ୍କ ଉଦ୍ଦେଶ୍ୟରେ ନିଜକୁ ସମର୍ପିତ କରିଥାଏ ଏବଂ ଜନସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ଏହି ଦିବସ ପାଳନ କରିବା ଅବସରରେ ପୂରଣ କରିବା ନେଇ ଉତ୍ତରଦାୟୀ ରହିଥା’ନ୍ତି।
ପ୍ରଶାସନିକ ଅଧିକାରୀ ସରକାରୀ କାର୍ଯ୍ୟକ୍ରମର ସୁଗମ କାର୍ଯ୍ୟକାରିତା କ୍ଷେତ୍ର ପାଇଁ ଉପାୟ ସୃଷ୍ଟି କରନ୍ତି ଏବଂ ହିତାଧିକାରୀଙ୍କ ନିକଟରେ ଏହି ସୁବିଧା ପହଞ୍ଚାଇଥା’ନ୍ତି। ଏହି ଦିବସ ଅବସରରେ ସାଧାରଣ ପ୍ରଶାସନରେ ଉତ୍କର୍ଷ କାର୍ଯ୍ୟ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ଭାରତର ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୨୧ ଏପ୍ରିଲ ୧୯୪୭ରେ ନୂଆଦିଲ୍ଲୀରେ ପ୍ରଶାସନିକ ସେବା ଅଧିକାରୀଙ୍କୁ ସମ୍ବୋଧିତ କରିଥିଲେ। ପଟେଲ ତାଙ୍କ ଅଭିଭାଷଣରେ ପ୍ରଶାସନିକ ଅଧିକାରୀମାନଙ୍କୁ ଭାରତର ଇସ୍ପାତ ଫ୍ରେମ୍‌ ବୋଲି କହିଥିଲେ। ଏହି ସ୍ମୃତିକୁ ମନେରଖିବା ପାଇଁ ପ୍ରଥମ ଜାତୀୟ ନାଗରିକ ସେବା ଦିବସ ୨୧ ଏପ୍ରିଲ ୨୦୦୬ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଥିଲା। ଜାତୀୟ ସିଭିଲ ସର୍ଭିସ୍‌ ଡେ’ରେ ସିଭିଲ ସର୍ଭିସ୍‌ର ମହତ୍ତ୍ୱ ନେଇ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ପୋଲିସ ସେବା (ଆଇପିଏସ୍‌), ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଏବଂ ଅଲ ଇଣ୍ଡିଆ ସର୍ଭିସେସ୍‌ ତଥା ସେଣ୍ଟ୍ରାଲ ସର୍ଭିସେସ୍‌ ଗ୍ରୁପ୍‌ ଏ’ ଏବଂ ଗ୍ରୁପ୍‌ ବି’ର ପ୍ରଶାସନିକ ଅଧିକାରୀଙ୍କ ସମ୍ପର୍କରେ ସଚେତତନା ସୃଷ୍ଟି କରାଯାଇଥାଏ। ଏହାସହ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ଏବଂ ଆଦର୍ଶ ଜାଗ୍ରତ କରିବାର ପ୍ରୟାସ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

ଦେଶର ସବୁଠାରୁ ବଡ ଭୋଟର ପରିବାର, ୧୦-୨୦ ନୁହେଁ ଗୋଟିଏ ପରିବାରରେ ଭୋଟରଙ୍କ ସଂଖ୍ୟା ଶହେରେ

ଗୁଆହାଟି,୧୫।୪: ଲୋକ ସଭା ନିର୍ବାଚନ ୨୦୨୪ରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ସମୟରେ ଆସାମରେ ଏକ ପରିବାର...

ଇସ୍ରାଏଲ-ଇରାନ ବିବାଦ ମଧ୍ୟରେ ଆନନ୍ଦ ମହିନ୍ଦ୍ରାଙ୍କୁ ପସନ୍ଦ ଆସିଗଲା ଏହି ଗୋଟିଏ ଜିନିଷ: କହିଲେ, ଭାରତକୁ ବି ଏହା ଆବଶ୍ୟକ

ନୂଆଦିଲ୍ଲୀ,୧୫।୪: ଅନେକ ଦିନ ପରେ ନୀରବ ରହିବା ପରେ ଶେଷରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଏହି ବିବାଦ ଉପରେ ସମଗ୍ର...

ବିବାହରେ ଅପେକ୍ଷା କରିଥିଲେ ଅତିଥି, ହନିମୁନ୍‌ରେ ବାହାରିଲେ ବରକନ୍ୟା, ଲଜ୍ଜିତ ହେଲେ ପରିବାର

ବିବାହ ହଲ୍‌ରେ ପ୍ରବେଶ କରିବା ପୂର୍ବରୁ ଆପଣ ବର କିମ୍ବା କନ୍ୟାଙ୍କର ଅନେକ କାହାଣୀ ଶୁଣିଥିବେ ନିଶ୍ଚୟ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଉଭୟ...

Featured Video Play Icon

ସଫେଇ କର୍ମଚାରୀରୁ IAS ଅଫିସର

ଅବଦୁଲ୍ ନସର । ୫ ବର୍ଷ ବୟସରେ ମାତାପିତାଙ୍କ ଘଟିଥିଲା ମୃତ୍ୟୁ ।ଏହାପରେ ତାଙ୍କର ଲାଳନ ପାଳନ ହୋଇଥିଲା ଅନାଥ ଆଶ୍ରମରେ । କିନ୍ତୁ ଭାଗ୍ୟ...

ଗାଧୋଇବା ପାଇଁ ଅନ୍ୟ ଦେଶକୁ ବିମାନ ଯାତ୍ରା କଲେ ଏହି ଯୁବକ, ଖର୍ଚ୍ଚ କଲେ ଏତିକି ଟଙ୍କା…

ମୁମ୍ବାଇ: ଦୁନିଆରେ ଅଜବ ଧରଣର ଲୋକ ରହିଛନ୍ତି। କିଛି ଲୋକଙ୍କର ଅଜବ ସଉକ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେମିତି ଜଣେ ଯୁବକଙ୍କ ଫିଟୋ...

ଲାଞ୍ଚଂ ଶରଣଂ ଗଚ୍ଛାମି

ଥରେ ଜୀବେ ଦୟା ବିଷୟରେ ପ୍ରବଚନ ଶୁଣିଲା ପରେ ଉଦବୁଦ୍ଧ ହୋଇ ବାଟରେ ଯାଉଥିବା ଗାଈକୁ ଟିକେ ଆଉଁସି ଦେଲି । ଜାଗା ଅଜାଗାରେ ହାତ...

ମୋନାଲିସା ପେଣ୍ଟିଂ ଏତେ ପ୍ରସିଦ୍ଧ କ’ଣ ପାଇଁ? ଜାଣନ୍ତୁ ରହସ୍ୟ…

ଇଟାଲିର ମହାନ ଚିତ୍ରକର ଲିଓନାର୍ଡୋ ଦା ଭିନ୍ସିଙ୍କ ହାତର ଯାଦୁକରୀ ହେଉଛି ପୃଥିବୀ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ। ୧୫୦୩ରୁ ୧୫୦୬ ମସିହା ମଧ୍ୟରେ ତିଆରି ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri