Posted inଖେଳ

ଚିନ୍ମୟୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୪ା୮,(ବିଜୟ ରଣା): କାନାଡାରେ ଅନୁଷ୍ଠିତ ବିଶ୍ୱ ପୋଲିସ ଓ ଫାୟାର ଗେମ୍ସରେ ୨ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ଚିନ୍ମୟୀ ଭୂୟଁାଙ୍କୁ ଭୁବନେଶ୍ୱରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଚିନ୍ମୟୀ ଭୁବନେଶ୍ୱର ସହାରାଞ୍ଚଳ ପୋଲିସ ଜିଲାରେ କାର୍ଯ୍ୟରତ। ସେ ୬୦କେଜି ବର୍ଗ ବିଶିଷ୍ଟ ଏକକ ଫାଇଟ୍‌ କରାଟେ ବର୍ଗରେ ଅଂଣଗ୍ରହଣ କରିଥିଲେ। ଭୁବନେଶ୍ୱର ଫେରିବା ପରେ ଚିନ୍ମୟୀଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଜର୍ଭ ଇନ୍ସପେକ୍ଟର ଏଲ୍‌. ବିଜୟରନତ୍ମ, ପୋଲିସ କନେଷ୍ଟବଳ ଓ ହାବିଳଦାର ସଂଘ ସଭାପତି ମହମ୍ମଦ କୁଦିସ, ରିଜର୍ଭ ପୋଲିସ କ୍ରୀଡ଼ା ଅଧିକାରୀ ଏସ୍‌.କେ. ସକାବତ ଅଲିଙ୍କ ସମେତ ଉତ୍କଳ କରାଟେ ସ୍କୁଲର ଅନେକ ଜାତୀୟ, ଅନ୍ତର୍ଜାତୀୟ ଖେଳାଳି ଏବଂ ଚିନ୍ମୟୀଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ। ପୋଲିସ ବ୍ୟାଣ୍ଡ୍‌ର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ବିମାନ ବନ୍ଦର ପରେ ଚିନ୍ମୟୀଙ୍କୁ ପ୍ରଥମେ ଉତ୍କଳ କରାଟେ ସ୍କୁଲ ଏବଂ ପରେ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସୂଚନାଯୋଗ୍ୟ, ଚିନ୍ମୟୀ ଉତ୍କଳ କରାଟେ ସ୍କୁଲର ଜଣେ ଛାତ୍ରୀ।

 


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ବସରେ ଲାଗିଲା ନିଆଁ: ଯାତ୍ରା କରୁଥିଲେ ବିଧାୟକ, ଆଉ ତା’ପରେ…

ପଟ୍ଟାଙ୍ଗି,୨୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡିଶାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ବିଜୟନଗରମ ଜିଲା ଅଧିନସ୍ଥ ରାମ୍ପଦ୍ରପୁରମ ନିକଟସ୍ଥ ତାରାପୁରମ ଗ୍ରାମ ନିକଟରେ…

ବସୁଧା ଯୋଜନା ଅପହଞ୍ଚ: ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡ଼ି ୨୧।୩ ( ଅରୁଣ ସାହୁ ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସିର୍କାବର୍ଗ ପଞ୍ଚାୟତର ବାଞ୍ଜାମାହା ଗାଁ ନାହୁଡ଼ିମାହା ସାହି ଏବଂ ପାଙ୍ଗାମାହାରେ ଜଳ…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ବ୍ଲକ୍‌ କାର୍ଯ୍ୟାଳୟ ପ୍ରବେଶ ପଥ ବିପଦସଙ୍କୁଳ: ଆଖି ବୁଜି ଦେଇଛି ପ୍ରଶାସନ

ଥୁଆମୂଳ ରାମପୁର, ୨୧।୩ (ଦୁର୍ଗା କୀର୍ତ୍ତୀ):ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ବିପଦସଙ୍କୁଳ ହୋଇପଡ଼ିଛି। କାର୍ଯ୍ୟାଳୟ ସମ୍ମୁଖ ଡ୍ରେନ୍‌ ଉପରେ ପଡ଼ିଥିବା…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

IPL 2026ରେ ଖେଳିବେ ଏହି ୫ ବରିଷ୍ଠ ଖେଳାଳି, ଜାଣନ୍ତୁ କେଉଁ ଦଳରେ କିଏ ହେଲେ ସାମିଲ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) କୁ ପ୍ରାୟତଃ ଯୁବ ଖେଳାଳିଙ୍କ ପାଇଁ ଏକ କ୍ୟାରିୟର ଲଞ୍ଚର ଭାବରେ ଗଣନା କରାଯାଏ, କାରଣ ଏହି ଟୁର୍ଣ୍ଣାମେଣ୍ଟ ସେମାନଙ୍କର…

ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ସମସ୍ତ ପର୍ଯ୍ୟଟନକ୍ଷେତ୍ରକୁ ରାଜ୍ୟ ସରକାର ପରିଚାଳନା କରିବେ

ଦାରିଙ୍ଗବାଡି, ୨୧।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ଶୁକ୍ରବାର ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଟ୍ରଷ୍ଟର ସମ୍ପାଦକ ତଥା ବିଡ଼ିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri