ବ୍ଲକ୍‌ କାର୍ଯ୍ୟାଳୟ ପ୍ରବେଶ ପଥ ବିପଦସଙ୍କୁଳ: ଆଖି ବୁଜି ଦେଇଛି ପ୍ରଶାସନ

ଥୁଆମୂଳ ରାମପୁର, ୨୧।୩ (ଦୁର୍ଗା କୀର୍ତ୍ତୀ):ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ବିପଦସଙ୍କୁଳ ହୋଇପଡ଼ିଛି। କାର୍ଯ୍ୟାଳୟ ସମ୍ମୁଖ ଡ୍ରେନ୍‌ ଉପରେ ପଡ଼ିଥିବା ଲୁହା ପାଇପ୍‌ଗୁଡ଼ିକ ଭାଙ୍ଗିରୁଜି ଯାଇଥିଲେ ହେଁ ପ୍ରଶାସନ ଏଥିପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ଗୋରୁ ଓ ଅନ୍ୟାନ୍ୟ ପ୍ରାଣୀଙ୍କ ଅବାଧ ପ୍ରବେଶ ରୋକିବା ପାଇଁ ବ୍ଲକ କାର୍ଯ୍ୟାଳୟର ପ୍ରବେଶ ଦ୍ୱାରରେ ଏହି ଲୁହା ଜାଲି ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏହି ପାଇପ୍‌ଗୁଡ଼ିକ ମଝିରୁ ବାହାରି ଅନେକ ସ୍ଥାନରେ ଫାଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଏହି ବାଟ ଦେଇ ଶତାଧିକ ଜନସାଧାରଣ, କର୍ମଚାରୀ ଓ ଯାନବାହନ ଚଳାଚଳ କରୁଥିବା ବେଳେ ସାମାନ୍ୟ ଅସାବଧାନତା ହେଲେ ବଡ଼ ଧରଣର ଦୁର୍ଘଟଣା ଘଟିବା ଆଶଙ୍କା ରହିଛି। ବିଶେଷକରି ରାତି ସମୟରେ ବାଇକ୍‌ ଚାଳକମାନେ ଏହି ଫାଙ୍କରେ ଚକା ଫସିଯିବା ଭୟରେ ଆତଙ୍କିତ ଅବସ୍ଥାରେ ଯାତାୟାତ କରୁଛନ୍ତି। ଏ ନେଇ ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ। ତେବେ ସହକାରୀ ଯନ୍ତ୍ରୀ ସାଲକୁ ହେମ୍ରମଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ ଏହି ସମସ୍ୟା ବିଷୟରେ ପୂର୍ବରୁ ଅବଗତ ଅଛୁ। ସେହି ରାସ୍ତାରେ ଆମେ ମଧ୍ୟ ପ୍ରତିଦିନ ଯାତାୟାତ କରୁଛୁ, ତେଣୁ ଏହାର ସମାଧାନ ଆମ ପାଇଁ ମଧ୍ୟ ଜରୁରୀ। ଏହାର ମାପଚୁପ ଶେଷ ହୋଇଛି। ପୁରୁଣା ପାଇପ୍‌ଗୁଡ଼ିକୁ ବଦଳାଇ ଉତ୍ତମ ମାନର ନୂତନ ଲୁହା ପାଇପ୍‌ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ କାମ ସମ୍ପୂର୍ଣ୍ଣ ହୋଇଯିବ ଏବଂ ଆଉ କୌଣସି ବିପଦ ରହିବ ନାହିଁ ବୋଲି ସେ କହିଥିଲେ। ଯଥାଶୀଘ୍ର ଏହି ପ୍ରତିଶ୍ରୁତି ପୂରଣ ନ ହେଲେ ଆଗାମୀ ଦିନରେ କୌଣସି ଅଘଟଣ ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri