ମୋଦିଜୀ ସୁ-ସ୍ବାଗତମ୍‌

ସାଢ଼େ ଚାରି କୋଟି ଓଡ଼ିଆ ସହିତ ମିଶି ମୁଁ ଜଣେ ଓଡ଼ିଆ ଭାବରେ ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ପବିତ୍ର ମାଟିକୁ ସ୍ବାଗତ କରୁଛି।
ଏହା ଭିତରେ ମୋଦିଜୀ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳିବାର ୧୧ ବର୍ଷ ପୂରଣ ହୋଇସାରିଛି। ମୁଁ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାମ କରିବାର ପ୍ରଥମବର୍ଷ ପୂରଣ କରିସାରିଛି। ଗତ ଗୋଟିଏ ବର୍ଷରେ ମୋଦିଜୀ ୫ ଥର ଓଡ଼ିଶାକୁ ଆସିସାରିଛନ୍ତି। ଆଜିର ତାଙ୍କର ଗସ୍ତକୁ ମିଶାଇଲେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ପରେ ଷଷ୍ଠ ଥର ପାଇଁ ସେ ଓଡ଼ିଶା ଆସିବେ। ମୋଦିଜୀଙ୍କ ପୂର୍ବରୁ ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେମାନେ ମୋଟରେ ଯେତେ ଥର ଆସିଛନ୍ତି ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକା ତା’ଠାରୁ ଅଧିକ ଥର ଆସିଛନ୍ତି।
ବାରମ୍ବାର ଓଡ଼ିଶା ଆସିବା ପଛରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଅନନ୍ୟ ସମର୍ପଣ ଭାବ ଏବଂ ଓଡ଼ିଶା ପ୍ରତି ତାଙ୍କର ଅହେତୁକ ଭଲ ପାଇବା। ବିଜେପିର ଜଣେ ବିଧାୟକ ଭାବରେ ବିଭିନ୍ନ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ମୋଦିଜୀଙ୍କ ସହ ମିଶିବା ଓ ଦେଖାହେବାର ସୁଯୋଗ ମିଳିଥିଲା। ମାତ୍ର ଗତ ଗୋଟିଏ ବର୍ଷରେ ତାଙ୍କ ସହ କେବଳ ଅନେକଥର ଦେଖାହେବାର ସୁଯୋଗ ମିଳିଛି ତା’ନୁହେଁ, ବରଂ ଓଡ଼ିଶାର ଦ୍ରୁତ ଆର୍ଥିକ ବିକାଶ ପାଇଁ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ଭାବଧାରାକୁ ମୁଁ ମର୍ମେ ମର୍ମେ ଅନୁଭବ କରିଛି। ଓଡ଼ିଶାର ବିକାଶ ସାମ୍ନାରେ ଥିବା ଆହ୍ବାନ ସମୂହକୁ ସମ୍ଭାବନା ରୂପରେ ସେ ଦେଖିଛନ୍ତି ଏବଂ ଏହା ଖୁବ୍‌ଶୀଘ୍ର ଓଡ଼ିଶାକୁ ଆର୍ଥିକ ଦୃଷ୍ଟିରୁ ନିଶ୍ଚୟ ଆଗୁଆ ରାଜ୍ୟରେ ପରିଣତ କରିବ । ତାଙ୍କ ମାର୍ଗଦର୍ଶନ ଓଡ଼ିଶା ବିକାଶ ପାଇଁ ଆମର ଶକ୍ତି ହୋଇଛି।
ପିଲାଦିନୁ, ମୁଁ ସାମାଜିକ ଓ ରାଜନୈତିକ କାମରେ ସମ୍ପୃକ୍ତ ଥିବା କାରଣରୁ, ଦେଶ ଓ ରାଜ୍ୟର ଲୋକଙ୍କ ଜୀବନର ମାନ କିପରି ରହିଛି ଓ ସେଥିରେ କେମିତି ଦ୍ରୁତ ବିକାଶ କରି ସେମାନଙ୍କୁ କିପରି ସୁଖ ଓ ସମୃଦ୍ଧିର ରାସ୍ତାରେ ନିଆଯାଇପାରିବ, ସେଥିପାଇଁ ଦିନ-ଦିନ ରାତି-ରାତି ବିଚାର ବିମର୍ଷ କରିଛି। ମୂଳରୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଜଣେ ସ୍ବୟଂସେବକ, ପରେ ଶିଶୁମନ୍ଦିରରେ ଶିକ୍ଷକ, ସରପଞ୍ଚ, ବିଧାୟକ ଓ ବିଧାନସଭାରେ ଜଣେ ବିରୋଧୀଦଳ ନେତା ଭାବେ ରାଜ୍ୟରେ ସାଧାରଣ ଲୋକଙ୍କ ଜନଆକାଂକ୍ଷାକୁ ପ୍ରତିଫଳିତ କରିବା ପାଇଁ ଉଦ୍ୟମ କରିଥିଲି। ୨୦୦୦ ମସିହାରେ ବିଧାୟକ ଭାବରେ ବିଧାନସଭାକୁ ଆସିବା ସହ ୨୦୨୪ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ଏହି ଅଢ଼େଇ ଦଶନ୍ଧି, ମୁଁ ପୂରା ମୋ ବ୍ୟକ୍ତିଗତ ଜୀବନକୁ ଭୁଲି ଲୋକସେବାରେ ନିଜକୁ ସମର୍ପିତ କରିଛି।
ଏବେ ଓଡ଼ିଶାର ବିକାଶର ମଙ୍ଗ ଧରିବାର ଦାୟିତ୍ୱ ଜନମଙ୍ଗଳ ପାଇଁ ମୋର ବିଗତ ତିନିଦଶନ୍ଧିର ଅନୁଭବ, ଅନୁଭୂତି, ଅଙ୍ଗେନିଭା କଥା, ସର୍ବୋପରି ବିଜେପି ଓ ନରେନ୍ଦ୍ର ମୋଦିଜୀଙ୍କର ବିକାଶର ଅବଧାରଣା ମୋତେ ଅନେକ ସଂକଳ୍ପ ଆଣିଦେଇଛି। ସଂକଳ୍ପରୁ ସିଦ୍ଧିରାସ୍ତାରେ ୪.୫ କୋଟି ଓଡ଼ିଆ ମୋର ସହଯାତ୍ରୀ। ଯଦି ଆମେ ପ୍ରତ୍ୟେକ ଓଡ଼ିଆ ଆମର ବିକାଶଯାତ୍ରାରେ ସାମିଲ ହୋଇ ସମସ୍ତେ ପାଦେପାଦେ ଚାଲିବା ତା’ହେଲେ ଆମେ ମିଳିତ ଭାବେ ୪.୫ କୋଟି ପାଦ ଆଗକୁ ବଢ଼ିବା। ମୋଦୀ ଶାସନର ପ୍ରଥମ ସର୍ତ୍ତ ହେଉଛି ଜନଭାଗୀଦାରି। ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ ଆମ ପାଇଁ ମୋଦୀମନ୍ତ୍ର।
ମୋଦିଜୀଙ୍କ ୧୧ ବର୍ଷର ଶାସନ ଆମର ପଥପ୍ରଦର୍ଶକ। ସାଧାରଣ ଗରିବ ଘରୁ ଜୀବନରେ ସଂଘର୍ଷ କରିଥିବା ମୋଦୀଙ୍କ ଚିନ୍ତାଧାରା ସରକାରଙ୍କ କାର୍ଯ୍ୟକ୍ରମରେ ରୂପାନ୍ତରିତ ହେଲା, ତ ଦେଶରେ ଗରିବଙ୍କ କଲ୍ୟାଣର ନୂଆଯୁଗ ଆରମ୍ଭ ହେଲା। ଗରିବ ପରିବାର ପାଇଁ ବିଶେଷକରି ମା’ ଓ ଭଉଣୀଙ୍କ ଲାଗି ଶୌଚାଳୟ କ’ଣ କମ୍‌ ବଡ଼ କଥା? ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଶୌଚାଳୟ କଥା କହି ସ୍ବଚ୍ଛତାକୁ ଏକ ଜନଆନ୍ଦୋଳନ କଲେ। ଉଜ୍ଜ୍ୱଳା ଯୋଜନା ଗରିବ ପରିବାରର ରୋଷେଇ ଘରେ ଖାଲି ବିପ୍ଳବ ଆଣିଲାନି, ମହିଳାଙ୍କ ସମୟ, ପିଲାଙ୍କ ପାଠପଢ଼ା ଓ ଆର୍ଥିକ ଗତିବିଧି ଆଡ଼କୁ ଗଲା। ଜନ ଧନ ଯୋଜନାରେ ବ୍ୟାଙ୍କ ଖାତା ଯୋଜନା ଓ ହିତାଧିକାରୀଙ୍କ ମଧ୍ୟରେ ମଧ୍ୟସ୍ଥି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଶେଷ କରିଦେଲା। ଡିବିଟି ବା ସିଧା ସିଧା ବ୍ୟାଙ୍କଖାତାରେ ଟଙ୍କା ଜମା ହେବା, ଆମ ଦେଶରେ ବଡ଼ ପରିବର୍ତ୍ତନ ଆଣିଲା। ଡିଜିଟାଲ ଇଣ୍ଡିଆରେ ନିପଟ ମଫସଲ ମଧ୍ୟ ସାମିଲ। କେନ୍ଦୁଝରର ଅପହଞ୍ଚ ଅଞ୍ଚଳରେ ବି ଆମ ପିଲା ଡିଜିଟାଲ ପେମେଣ୍ଟ କରୁଛନ୍ତି।
ଗରିବ କଲ୍ୟାଣର ପଥ ପ୍ରଦର୍ଶକ ମୋଦିଜୀଙ୍କର ଓଡ଼ିଶାକୁ ଭଲ ପାଇବା ସ୍ବତନ୍ତ୍ର। ଯୁବାବସ୍ଥାରେ ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ତାଙ୍କର ସମୟ କଟିଛି। ୨୦୧୪ ମସିହାରେ ନିର୍ବାଚନ ପୂର୍ବରୁ ବିଜେପି କ୍ୟାମ୍ପେନ କମିଟିର ଅଧ୍ୟକ୍ଷ ଭାବରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ଓଡ଼ିଶ ଏବଂ ଗୁଜରାଟ ମଧ୍ୟରେ ଥିବା ଭାବଗତ ସମ୍ପର୍କ ବିଷୟରେ ଅନେକ କଥା କହିଥିଲେ। ପୂର୍ବ ଭାରତର ଉଦିତ ସୂର୍ଯ୍ୟଙ୍କ ଆରାଧନା ପାଇଁ ଯେମିତି ସୂର୍ଯ୍ୟମନ୍ଦିର ରହିଛି, ଠିକ୍‌ ସେମିତି ପଶ୍ଚିମ ଭାରତରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପାଇଁ ଗୁଜରାଟରେ ସୂର୍ଯ୍ୟମନ୍ଦିର ଅଛି। ସେତେବେଳେ ମୋଦିଜୀ କହିଥିଲେ, ଗୁଜରାଟରେ ଏମିତି ଜିଲା ନାହିଁ, ଯେଉଁଠି ଗୁଜରାଟର ବିକାଶ ପାଇଁ ଓଡ଼ିଆ ଲୋକମାନଙ୍କର ଖୁନ୍‌-ପସିନା ଲାଗି ନାହିଁ। ମହାପ୍ରଭୁଙ୍କ ଆଶୀର୍ବାଦରୁ ସେ ଦେଶର ପ୍ରଧାନମନ୍ତ୍ରୀ ହେବା ୧୧ ବର୍ଷ ବିତିସାରିଲାଣି।
ଗତ ନିର୍ବାଚନ ପ୍ରଚାର ସମୟରେ ମୋଦିଜୀ ବାରମ୍ବାର କହୁଥିଲେ, ଓଡ଼ିଶା ଧନୀ, ମାତ୍ର ଓଡ଼ିଆମାନେ ଗରିବ। ବିଗତ ୩୦ ବର୍ଷ ଧରି ମୋର ସାମାଜିକ ରାଜନୈତିକ ଜୀବନରେ ଓଡ଼ିଶା ସମ୍ପଦରେ ଭରପୂର, ମାତ୍ର ଲୋକ ଗରିବ ଉପାଖ୍ୟାନ ଶୁଣି ଶୁଣି ଆସୁଛି। ଏବେ ସମୟ ଆସିଛି, ଖୋଦ୍‌ ମୋଦିଜୀଙ୍କ ମାର୍ଗଦର୍ଶନରେ ସମଗ୍ର ଓଡ଼ିଶାରେ ସାଧାରଣ ଗରିବ ଓଡ଼ିଆ ଲୋକଙ୍କୁ ମଧ୍ୟ ସମାନ ଭାବରେ ଆର୍ଥିକ ଦୃଷ୍ଟିରୁ ମଜଭୁତ କରିବାର।
ମହାପ୍ରଭୁ ଆମକୁ ଅମାପ ପ୍ରାକୃତିକ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି, ଜଳସମ୍ପଦ, ଜଙ୍ଗଲସମ୍ପଦ, ଆଦିବାସୀ ଜନସଂଖ୍ୟା ତଥା ବୁଦ୍ଧିମାନ ଓ ପରିଶ୍ରମୀ ମାନବସମ୍ବଳ ଦେଇଛନ୍ତି। ସମୟ ଥିଲା ଆମର ସାଧବ ପୁଅମାନେ ୧୨ ନଈ ୧୩ ସମୁଦ୍ର ଡେଇଁ ବେପାର ବଣିଜ କରୁଥିଲେ। ଓଡ଼ିଶାକୁ ଖାଲି ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଏକ ଅଗ୍ରଣୀ ଭୂଖଣ୍ଡ କରିବା ପାଇଁ ସବୁ ଉପାଦାନ ଅଛି।
ଆଜି ମୋଦିଜୀଙ୍କ ଗରିମାମୟ ଉପସ୍ଥିତିରେ ଓଡ଼ିଶାର ୧ ବର୍ଷର ବିକାଶ ଏବଂ ୨୦୩୬ ଓ ୨୦୪୭ର ରାଜ୍ୟ ଓ ଦେଶ ବିକାଶର ଚର୍ଚ୍ଚା ହେବ। ଏପରି ସୁନ୍ଦର ମୁହୂର୍ତ୍ତରେ ବିକଶିତ ଓଡ଼ିଶା ପାଇଁ ଆମର ପ୍ରତିଟି ସଂକଳ୍ପ ମୋ ଆଖି ଆଗରେ ନାଚିଯାଉଛି। ସମୟବଦ୍ଧ ଯୋଜନା ମାଧ୍ୟମରେ ସେସବୁକୁ ସଫଳତାର ରୂପଦେଇ ସାଧାରଣ ଓଡ଼ିଆ ପରିବାର ବିଶେଷ ଭାବରେ ମହିଳା, କୃଷକ, ଯୁବକ ଓ ଗରିବଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ପାଇଁ ଆମ ସରକାରଙ୍କ ସଂକଳ୍ପକୁ ଆପଣଙ୍କ ପାଖରେ ଦୋହରାଉଛି।
ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଘର, ଘରେ ପାଇପ ଯୋଗେ ବିଶୁଦ୍ଧ ପାନୀୟଜଳ, ଘରେ ଘରେ ସ୍ବଚ୍ଛ ଇନ୍ଧନ। ସ୍କୁଲ, ଡାକ୍ତରଖାନାର ସୁବନ୍ଦୋବସ୍ତ। ଥାନା ତଥା ସରକାରୀ ଅଫିସ୍‌ ମାନଙ୍କ ଦ୍ୱାରା ଲୋକଙ୍କ ସୁରକ୍ଷା ଓ ଶାନ୍ତିର ବ୍ୟବସ୍ଥା ଆମର ମୂଳଦାୟିତ୍ୱ। ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ଗରିବ ଓ ଆର୍ଥିକ ପଛୁଆ ଲୋକମାନଙ୍କୁ ଖାଦ୍ୟ, ଆର୍ଥିକ ସହାୟତା ଓ ମାଗଣା ସରକାରୀ ସେବା ଆମ ଗରିବ କଲ୍ୟାଣ ବିଚାରର ମୂଳ ଆଧାର।
ନାଗରିକମାନଙ୍କର ବ୍ୟକ୍ତିଗତ ଓ ପରିବାରର ଆବଶ୍ୟକତା ପୂରଣ ଆମର ପ୍ରାଥମିକତା। କିନ୍ତୁ ରାଜ୍ୟକୁ ଆର୍ଥିକ ଦୃଷ୍ଟିରୁ ଆଗକୁ ନେବା ପାଇଁ ପୁଞ୍ଜି ଆକର୍ଷଣ ମାଧ୍ୟମରେ ଶିଳ୍ପାୟନକୁ ଆମେ ପ୍ରଥମବର୍ଷରେ ପ୍ରାଥମିକତା ଦେଇଛୁ। ମୋଦୀ ଗ୍ୟାରେଣ୍ଟି ସହ ଗୋଟିଏ ବର୍ଷରେ ୧୭ ଲକ୍ଷ କୋଟିର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଆସି ଅନେକ କ୍ରିୟାନ୍ବୟନର ବିଭିନ୍ନ ପର୍ଯ୍ୟାୟରେ ପହଞ୍ଚିଲାଣି। କେବଳ ଖଣି ଆଧାରିତ ପ୍ରଗତି ନୁହେଁ, ବରଂ ଆଇଟି, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆଜି ଦ୍ରୁତ ପ୍ରଗତିମୁହାଁ।
ଓଡ଼ିଶାର ତହବିଲକୁ ଅଧିକ ଟଙ୍କା ଆସିବା ପାଇଁ ମୋଦିଜୀ ବାଟ ଖୋଲି ଦେଇଥିଲେ। ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାର ବଜେଟ ଆକାର ବୃଦ୍ଧି ପଛରେ ଥିଲା ମୋଦୀ ସରକାରଙ୍କ ଖଣିଜ ନୀତି। ଖଣି ନିଲାମିର ଅର୍ଥ ଏବଂ ଡିଏମ୍‌ଏଫ୍‌ ପାଣ୍ଠି ଆମ ବଜେଟକୁ ବଡ଼ କରିଛି। ଏହା ମୋଦିଜୀଙ୍କ ଯୋଗୁ ସମ୍ଭବପର ହୋଇପାରିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଆମ ବଜେଟ ୨ ଲକ୍ଷ୯୦ହଜାର କୋଟି ଟଙ୍କାରେ ପହଞ୍ଚିଛି। ୨୦ ବର୍ଷ ପୂର୍ବେ ପୂରା ରାଜ୍ୟ ବଜେଟର ଆକାର ଯାହା ଥିଲା ଏବେ ଗୋଟିଏ ଗୋଟିଏ ବିଭାଗର ବଜେଟ ଆକାର ସେତିକି ହେଲାଣି।
ମାତ୍ର ରାଜ୍ୟ ଧନୀ ଏବଂ ଲୋକ ଗରିବ। ଏ ଯନ୍ତ୍ରଣାରୁ ଆମକୁ ଉପରକୁ ଉଠିବାକୁ ପଡ଼ିବ। ଖଣି ଆଧାରିତ ଅର୍ଥନୀତି ନୁହେଁ, ବରଂ ଓଡ଼ିଆ ମହିଳା, କୃଷକ, ଯୁବକ ଓ ଗରିବମାନଙ୍କୁ କିପରି ବିକାଶ କାମରେ ସାମିଲକରି ସେମାନଙ୍କର କ୍ରୟଶକ୍ତିକୁ ବଢ଼ାଯାଇ ପାରିବ ସେଥିପାଇଁ ଆମେ ଯୋଜନାବଦ୍ଧ ଭାବରେ କାମ ଆରମ୍ଭ କରିଛୁ।
ଆଜି ମୋଦିଜୀଙ୍କୁ ସ୍ବାଗତ କରିବା ଅବସରରେ ମୋର ପ୍ରିୟ ଓଡ଼ିଆ ଭାଇଭଉଣୀମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି। ଆମ ସରକାରରେ ମନ୍ତ୍ରୀଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଆପଣଙ୍କ ସୁଖ-ଦୁଃଖର ସାଥୀ ହୋଇରହିବେ। ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥା ସାଧାରଣ ଗରିବଙ୍କ ହିତରେ ରହିବ। ଓଡ଼ିଶା ଧନୀ, ମାତ୍ର ଓଡ଼ିଆ ଗରିବ- ଏଥିରୁ ବାହାରି ପ୍ରତି ପରିବାର ପର୍ଯ୍ୟନ୍ତ ରୋଜଗାର ସୁଯୋଗ ପହଞ୍ଚାଇବା ଆମର ପ୍ରାଥମିକତା ହେବ।

ଶ୍ରୀ ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
ଜୟ ଜଗନ୍ନାଥ !


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?