ସମ୍ପତ୍ତି, କ୍ଷମତା ଓ ନେତା

ଅଧିକାଂଶ ଲୋକଙ୍କ ପାଇଁ, ‘ଓଲିଗାର୍କ’(ପ୍ରଭାବଶାଳୀ ଧନିକତନ୍ତ୍ରୀ ଗୋଷ୍ଠୀ) ଶବ୍ଦଟି ରୁଷୀୟ ଆଭିଜାତ୍ୟ ବର୍ଗକୁ ସୂଚିତ କରେ, ଯେଉଁମାନେ ସୋଭଏଟ୍‌ ସଂଘ ପତନ ପରେ ବିପୁଳ ସମ୍ପତ୍ତି ଅର୍ଜନ କରିଥିଲେ। ଏହି ଶବ୍ଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ଶପଥ ଗ୍ରହଣ ସମାରୋହର ପ୍ରଥମ ଧାଡ଼ିରେ ବସିଥିବା ଟେକ୍‌ ବିଲିୟନେୟାରଙ୍କ କଥାକୁ ବି ମନେପକାଇଦିଏ। ଓଲିଗାର୍କ ବର୍ଗ ସାରା ବିଶ୍ୱରେ ରହିଛନ୍ତି । ସେମାନେ ଶାସନ ବ୍ୟବସ୍ଥା ସହିତ ଗଭୀର ଭାବେ ଜଡ଼ିତ ଅଛନ୍ତି ଏବଂ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛନ୍ତି। ସେମାନେ ବିକାଶଶୀଳ ବିଶ୍ୱ ବ୍ୟବସ୍ଥାର ଏକ ପ୍ରମୁଖ ବୈଶିଷ୍ଟ୍ୟ। ଏଭଳି ମୁଷ୍ଟମେୟ ଧନିକବର୍ଗ ପ୍ରଚୁର ସମ୍ପତ୍ତି ଏବଂ ଅପରିସୀମ କ୍ଷମତା ନେଇ ଚାଲନ୍ତି। କିଛି ମୁଷ୍ଟିମେୟ ବର୍ଗ (ଯେପରି ଟ୍ରମ୍ପ୍‌ କରିଛନ୍ତି)ପ୍ରଥମେ ସମ୍ପତ୍ତି ଅର୍ଜନ କରି ତାହାକୁ ବ୍ୟବହାର କରି କ୍ଷମତା ହାସଲ କରନ୍ତି। ଅନ୍ୟ କେତେଜଣ ବିପୁଳ ସମ୍ପତ୍ତି ଅର୍ଜନ କରିବା ପାଇଁ କ୍ଷମତାର ଉପଯୋଗ କରନ୍ତି (ଯେପରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କରିଛନ୍ତି)। ଆଉ କେତେଜଣ ଆରମ୍ଭରୁ ହିଁ ଉଭୟ ସମ୍ପତ୍ତି ଓ କ୍ଷମତାର ଅଧିକାରୀ ହୋଇଛନ୍ତି (ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ (ଏମ୍‌ବିଏସ୍‌) ଏବଂ ମରକ୍କୋର ରାଜା ମହମ୍ମଦ ଷଷ୍ଠ)।
ଜଣେ ଓଲିଗାର୍କ ହେବା ପାଇଁ ବିଲିୟନେୟାର ହେବା ଆବଶ୍ୟକ ନାହିଁ। ଆମ ମତରେ, ୨ କୋଟି ଡଲାରର ମୋଟ ସମ୍ପତ୍ତି ସହିତ କ୍ଷମତା ଥିଲେ ଜଣେ ବ୍ୟକ୍ତି ନିଜର କ୍ଷମତା ପ୍ରୟୋଗ ଓ ବିସ୍ତାର କରିବା ପାଇଁ ଯଥେଷ୍ଟ ଆର୍ଥିକ ସ୍ବାଧୀନତା ହାସଲ କରିପାରିବ। ଆମେ ଆକଳନ କରୁଛୁ ଯେ, ବର୍ତ୍ତମାନ ୫୯ ଜଣ ରାଷ୍ଟ୍ର ବା ସରକାର ମୁଖ୍ୟ ହେଉଛନ୍ତି ପ୍ରଭାବଶାଳୀ ପୁଞ୍ଜିପତି ବର୍ଗର। ସେମାନଙ୍କ ମଧ୍ୟରେ ବିଶ୍ୱର ୨୦ଟି ବୃହତ୍ତମ ଦେଶରୁ ୮ଟି ଦେଶର ନେତା ଅଛନ୍ତି (ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍‌ଏଫ୍‌ର ୨୦୨୬ ଆକଳନ ଅନୁଯାୟୀ, କ୍ରୟ ଶକ୍ତି ସମାନତା ବା ପିପିପି ଆଧାରିତ ଆକଳନ ଅନୁଯାୟୀ)। ସମ୍ପତ୍ତି ଓ କ୍ଷମତାକୁ ଏକାଠି କରିପାରିଥିବା ଟ୍ରମ୍ପ୍‌, ପୁଟିିନ୍‌ ଏବଂ ଏମ୍‌ବିଏସ୍‌ଙ୍କ ବ୍ୟତୀତ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ, ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏରଡୋଗାନ ଏବଂ ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ତିନୁବୁ ଏଥିରେ ସାମିଲ ଅଛନ୍ତି। ମୁଷ୍ଟମେୟ ଧନୀ ନେତା ଥିବା ଏହି ଦେଶଗୁଡ଼ିକ ମିଳିତ ଭାବେ ବିଶ୍ୱର ପ୍ରାୟ ୫୪% ପିପିପି ଆଧାରିତ ଜିଡିପିର ପ୍ରତିନିଧିତ୍ୱ କରନ୍ତି। ଏପରି ନେତା ଅଧିକ ସଂଖ୍ୟାରେ ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକା ଏବଂ ଉପ-ସାହାରା ଆଫ୍ରିକାରେ ଅଛନ୍ତି। ଏହା ପଛକୁ ପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ୟୁରୋପ ଓ ମଧ୍ୟ ଏସିଆରେ ଏମାନେ ଅଛନ୍ତି। ଏହି ନେତାମାନେ ସମ୍ପତ୍ତି ଓ କ୍ଷମତା ଉଭୟକୁ ମିଶାଇ ଶାସନରେ ପ୍ରଭାବ ବିସ୍ତାର କରିଛନ୍ତି।
ଏହି ୫୯ ଜଣ ଶାସକଙ୍କ ମଧ୍ୟରୁ ପ୍ରାୟ ଏକ-ପଞ୍ଚମାଂଶ ସମ୍ପତ୍ତିରୁ, ଦୁଇ-ପଞ୍ଚମାଂଶ କ୍ଷମତାରୁ ନିଜର ଯାତ୍ରା ଆରମ୍ଭ କରିଥିଲେ ଏବଂ ଅବଶିଷ୍ଟ ଉଭୟକୁ (ସମ୍ପତ୍ତି ଓ କ୍ଷମତା)ନେଇ ଆଗକୁ ବଢ଼ିଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୭% ନଜସ୍ବ ଚେଷ୍ଟାରେ କ୍ଷମତା ହାସଲ କରିଛନ୍ତି। ବାକି ୯୩% ନିଜର ସମ୍ପତ୍ତି ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି କିମ୍ବା ରାଜନୀତି ତଥା ଅନ୍ୟାନ୍ୟ ସମ୍ପର୍କ ମାଧ୍ୟମରେ ହାସଲ କରିଛନ୍ତି। ଉଦାହରଣ ସ୍ବରୂପ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍‌ ରାମାଫୋସାଙ୍କ ଆଫ୍ରିକାନ୍‌ ନ୍ୟାଶନାଲ କଂଗ୍ରେସ (ଏଏନ୍‌ସି)ସହିତ ଜଡ଼ିତ ହେବା ପରେ ସମ୍ପତ୍ତି ଅର୍ଜନ କରିଥିଲେ। ଅନ୍ୟପକ୍ଷରେ, ଚେକ୍‌ ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ୍‌ ବାବିସ୍‌ ନିଜ ଦେଶର ଏକ ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନକୁ ଅଧିଗ୍ରହଣ କରିବା ପରେ ତାହାକୁ ବ୍ୟବହାର କରି କ୍ଷମତା ହାସଲ କରିଥିଲେ। ଆମେରିକୀୟ କ୍ଷମତାଶାଳୀ ଗୋଷ୍ଠୀଙ୍କ ମଧ୍ୟରେ ଥିବା ଚାଲର୍‌ସ କୋଚ୍‌ଙ୍କ ସମ୍ପତ୍ତି ଦୀର୍ଘଦିନ ଧରି ରିପବ୍ଲିକାନ ପାର୍ଟିକୁ ସମର୍ଥନ କରିଆସିଛି। ଟ୍ରମ୍ପ୍‌ ପ୍ରଶାସନରେ ଟେକ୍‌ ବିଲିୟନେୟାରମାନେ, ଯେପରି କି ଓପନଏଆଇର ସାମ୍‌ ଅଲ୍ଟମ୍ୟାନ, ଟେସ୍‌ଲା ଏବଂ ସ୍ପେସ୍‌ଏକ୍ସର ଏଲନ୍‌ ମସ୍କ ଏବଂ ଗୁଗଲ୍‌ର ଲ୍ୟାରୀ ପେଜ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କାରଣ ସେମାନଙ୍କ ରାଜନୈତିକ ସମ୍ପୃକ୍ତି ସେମାନଙ୍କୁ ଅନେକ ଲାଭଦାୟକ ସରକାରୀ ଚୁକ୍ତି, ନିୟମରେ କୋହଳ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିପାରିଛି। ଟେକ୍‌ କ୍ଷମତାଶାଳୀ ଗୋଷ୍ଠୀ ଚାଟ୍‌ଜିପିଟିଠାରୁ ଆରମ୍ଭ କରି ମସ୍କଙ୍କ ଏକ୍ସ (X) ଏବଂ ଗୁଗଲ୍‌ ସର୍ଚ୍ଚ ଭଳି ପ୍ରଯୁକ୍ତିିକୁ ନିୟନ୍ତ୍ରଣ କିମ୍ବା ପ୍ରଭାବିତ କରନ୍ତି। ଏହି ପ୍ରଯୁକ୍ତିଗୁଡ଼ିକ ଲୋକଙ୍କ ଚିନ୍ତାଧାରା ଓ କାର୍ଯ୍ୟଶୈଳୀକୁ ବଦଳାଇଥାଏ। ଏବେ ଅନେକ କୋଟି ଲୋକ ଦୈନନ୍ଦିନ ସର୍ଚ୍ଚ ଏବଂ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ଲୋକମାନେ କ’ଣ ଦେଖୁଛନ୍ତି, କ’ଣ ଜାଣୁଛନ୍ତି ଏବଂ ଶେଷରେ କ’ଣ ବିଶ୍ୱାସ କରୁଛନ୍ତି, ତାହାକୁ ପ୍ରଭାବିତ କରିବାର ଏହି ଦକ୍ଷତା ହେଉଛି ଟେକ୍‌ ବିଲିୟନେୟାରଙ୍କର ଏକ ଅସାଧାରଣ ଶକ୍ତି ବା କ୍ଷମତା।
ପ୍ରଭାବଶାଳୀ ଧନିକତନ୍ତ୍ରୀମାନେ ବିବିଧ ଗୋଷ୍ଠୀର ହୋଇଥାନ୍ତି। ସେମାନେ ଉଭୟ ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦୀ ଶାସନରେ ରହିପାରନ୍ତି। ସେମାନଙ୍କ ଦ୍ୱାରା ସୃଷ୍ଟି କରାଯାଉଥିବା ବିପଦକୁ କମ୍‌ ଲୋକ ଜାଣିପାରନ୍ତି। ସେମାନେ ବାମପନ୍ଥୀ କିମ୍ବା ଦକ୍ଷିଣପନ୍ଥୀ ରାଜନୈତିକ ଚିନ୍ତାଧାରାକୁ ସମର୍ଥନ କରିପାରନ୍ତି । ସମାଜବାଦ, ପୁଞ୍ଜିବାଦ କିମ୍ବା ଅନ୍ୟ କିଛିକୁ ପ୍ରୋତ୍ସାହିତ କରିପାରନ୍ତି। ଏଭଳି ପ୍ରଭାବଶାଳୀ ନେତାଙ୍କ ତାଲିକାରେ ଅଛନ୍ତି ସାମ୍ୟବାଦୀ ( ଚାଇନାର ଶି ଜିନ୍‌ପିଙ୍ଗ), ବିପ୍ଳବୀ ବାମପନ୍ଥୀ (ନିକାରାଗୁଆର ଡାନିଏଲ୍‌ ଓର୍ଟେଗା ଏବଂ ରୋସାରିଓ ମୁରିଲୋ), ମଧ୍ୟମପନ୍ଥୀ ରାଷ୍ଟ୍ରବାଦୀ ନେତା (ବାବିସ୍‌), ରକ୍ଷଣଶୀଳ ଜାତୀୟତାବାଦୀ (ଏରଡୋଗାନ), ଧାର୍ମିକ ରକ୍ଷଣଶୀଳ (ଇରାନ୍‌ର ମୋଜତାବ ଖାମେନେଇ) ଏବଂ ରାଷ୍ଟ୍ରବାଦୀ ଦକ୍ଷିଣପନ୍ଥୀ ବ୍ୟକ୍ତିତ୍ୱ (ଟ୍ରମ୍ପ୍‌)। ଦେଖାଯାଏ ସମ୍ପତ୍ତି ଏବଂ କ୍ଷମତା ପରସ୍ପର ସହିତ ସଂଯୁକ୍ତ ଏବଂ ପରସ୍ପରକୁ ଶକ୍ତିଶାଳୀ କରୁଛନ୍ତି। ପ୍ରଚୁର ସମ୍ପତ୍ତି ସହ କ୍ଷମତା ମିଶିଗଲେ ଜଣେ ଏକଚ୍ଛତ୍ରବାଦୀ ଶାସକ ଓଲିଗାର୍କ୍‌ ହୋଇଯାଆନ୍ତି। ଠିକ୍‌ ସେହିପରି ଜଣେ ବିଲିୟନେୟାର ବା କୋଟିପତିଙ୍କର ଟଙ୍କା ସହିତ କ୍ଷମତା ମିଶିଗଲେ ସେମାନେ ପୁଞ୍ଜିପତି ପ୍ରଭାବଶାଳୀ ଶାସକ ହୋଇଯାଆନ୍ତି। ଜଣଙ୍କୁ ମୁଷ୍ଟିମେୟ ଶାସକ ଶ୍ରେଣୀଭୁକ୍ତ କରିବା ସମ୍ପତ୍ତି ଏବଂ କ୍ଷମତାର ସଂଯୋଗୀକରଣ ଉପରେ ନିର୍ଭର କରେ।
ବିକାଶଶୀଳ ବିଶ୍ୱ ବ୍ୟବସ୍ଥାରେ ବିଭିନ୍ନ ପ୍ରକାରର ଧନିକ ଶାସକ ଗୋଷ୍ଠୀ ଅଧିକରୁ ଅଧିକ ପ୍ରଭାବଶାଳୀ ହେଉଛନ୍ତି ଏବଂ ହେବେ ମଧ୍ୟ । ସେମାନଙ୍କ ଶକ୍ତି ଯୋଗୁ ରାଷ୍ଟ୍ର ଏବଂ ସରକାରଙ୍କ ମୁଖ୍ୟମାନଙ୍କ ଗୁରୁତ୍ୱ ରହିବ। କିନ୍ତୁ ଟେକ୍ନୋଲୋଜି କ୍ଷେତ୍ରର ପୁଞ୍ଜିପତିମାନେ ଚିନ୍ତାଧାରା ଗଢ଼ିବା ଏବଂ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବାର ନୂତନ ଶକ୍ତି ପ୍ରୟୋଗ କରିବେ, ଯାହାକୁ ରାଷ୍ଟ୍ରଗୁଡ଼ିକ ନିୟନ୍ତ୍ରଣ କରିପାରିବେ ନାହିଁ। ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ କାଳରେ ମସ୍କଙ୍କର ବୃଦ୍ଧି ପାଉଥିବା ସମ୍ପତ୍ତି ଏବଂ ପ୍ରଭାବ ବୋଧହୁଏ କୌଣସି ବ୍ୟତିକ୍ରମ ନୁହେଁ, ବରଂ ଏହା ଭବିଷ୍ୟତର ଏକ ଧାରାର ସଙ୍କେତ ଦିଏ। ଶେଷରେ, ଏହି ପ୍ରବାଭଶାଳୀ ନେତାଙ୍କ ଦ୍ୱାରା ପରିଚାଳିତ ବିଶ୍ୱ ବ୍ୟବସ୍ଥା ଅଧିକ ଅସ୍ଥିର ଏବଂ ସ୍ବାର୍ଥଭିତ୍ତିକ କାରବାର ଉପରେ ନିର୍ଭରଶୀଳ ହେବାର ସମ୍ଭାବନା ରହିଛି। ପ୍ରଭାବଶାଳୀ ଧନିକତନ୍ତ୍ରୀମାନେ ନିୟମର ଅସଦ୍‌ ବ୍ୟବହାର, ନିୟମକୁ ଏଡ଼ାଇ ଯିବା ଏବଂ ନିଜ ସପକ୍ଷରେ କରାଇନେବାରେ ସଫଳ ହୁଅନ୍ତି। ସେମାନେ ନିଜ ପାଇଁ ଅନେକ ବିକଳ୍ପ ଖୋଲା ରଖନ୍ତି । ଟ୍ରମ୍ପ୍‌ଙ୍କ ମନମୁଖି ଚୁକ୍ତିନାମା କରିବା ଶୈଳୀ ଏହି ମାନସିକତାକୁ ଦର୍ଶାଏ, ଯଦିଓ ଏ ଦୃଷ୍ଟିରୁ ସେ ପ୍ରଥମ ବ୍ୟକ୍ତି ନୁହନ୍ତି। ଭ୍ଲାଡିମିର ପୁଟିନ୍‌ ୨୦୧୪ରୁ ଏହି ଆଭିମୁଖ୍ୟକୁ ଶାଣିତ କରିବାରେ ଲାଗିଛନ୍ତି। ଏହି ପ୍ରଭାବଶାଳୀ ଶାସକ ଗୋଷ୍ଠୀ ଆଗରୁ ଶାସନ କରୁଛନ୍ତି ଏବଂ ଅନେକ ଦଶନ୍ଧି ଧରି ଏହା ଜାରି ରହିବାର ସମ୍ଭାବନା ଅଛି। ବର୍ତ୍ତମାନ ସେମାନେ ଯେଉଁ ପ୍ରକାରର ପୃଥିବୀ ଗଠନ କରୁଛନ୍ତି, ତାହାକୁ ଆମକୁ ହିଁ ସାମ୍ନା କରିବାକୁ ପଡ଼ିବ।

ଡେଭିଡ୍‌ ଲିଙ୍ଗେଲବାକ୍‌

ଏଣ୍ଟ୍ରେପ୍ରିନ୍ୟୁରଶିପ୍‌ ପ୍ରଫେସର, ବାଲ୍ଟିମୋର୍‌ ବିଶ୍ୱବିଦ୍ୟାଳୟ

ଭାଲେଣ୍ଟିନା ରୋଡ୍ରିଗେଜ୍‌ ଗୁଏର

ସେଣ୍ଟର ଫର୍‌ ଦ ଷ୍ଟଡି ଅଫ୍‌ ଓଲିଗାର୍କର ସହ-ପ୍ରତିଷ୍ଠାତା

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିତ୍ୟା ରମଣ ହେଲେ ଲସ୍‌ ଆଞ୍ଜେଲସ୍‌ର ମେୟର, ଟ୍ରମ୍ପ କହିଲେ ଲଜ୍ଜାଜନକ….

ୱାଶିଂଟନ୍‌,୬।୧୧: ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟିକୁ ବଡ଼ ଝଟକା ଲାଗିଛି । ଲସ୍‌ ଆଞ୍ଜେଲସ୍‌ ଓ ୱାଶିଂଟନ୍‌ ଡିସିର ମେୟର ନିର୍ବାଚନରେ…

IPLରେ ୪୦ କୋଟିର ବ୍ଲାକ୍‌ମେଲ୍‌! ମାଲିକଙ୍କ ହୋଶ୍‌ ଉଡ଼ାଇଲେ ଷ୍ଟାର ଖେଳାଳି, ଦେଉଛନି ଧମକ

ନୂଆଦିଲ୍ଲୀ,୬।୧୧: ଆଇପିଏଲ ଫ୍ରାଞ୍ଚାଇଜି ମାଲିକଙ୍କ ମୁଣ୍ଡବ୍ୟଥା ବଢ଼ାଇଛନ୍ତି କିଛି ଷ୍ଟାର ଖେଳାଳି। ଆଇପିଏଲ୍‌ର ଆଗାମୀ ନିଲାମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଖେଳାଳିଙ୍କ ରିଟେନ୍ସନ ଫି’କୁ…

ସମ୍ପର୍କରେ ରକ୍ତର ଛିଟା, ମାମୁଁଙ୍କୁ ତେଣ୍ଟା ଭୁସି ହତ୍ୟା

ଆଳି,୬।୧୧(ବନମାଳୀ ସେନାପତି): ତେଣ୍ଟା ଭୁସି ମାମୁଁଙ୍କୁ ହତ୍ୟା କଲେ ଭଣଜା ଓ ସମ୍ପର୍କୀୟ ପୁତୁରା । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି…

ଡ୍ରଗ୍ସ ଟେଷ୍ଟରେ ଧରାପଡ଼ିଲେ ଅଷ୍ଟ୍ରେଲିଆର ଏହି ଷ୍ଟାର ବ୍ୟାଟର: କ୍ରିକେଟ୍‌ ଜଗତ ଲଜ୍ଜିତ, ଇସିବି କଲା ବାସନ୍ଦ

ସିଡନୀ,୬।୧୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର କ୍ରିସ ଲିନ ଡ୍ରଗ୍ସ ଟେଷ୍ଟରେ ଧରାପଡ଼ିଛନ୍ତି। ତାଙ୍କ ଶରୀରରେ କୋକେନ ସେବନର ପ୍ରମାଣ ମିଳିବା ପରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ…

ନିର୍ବାଚନୀ ପ୍ରଭାବ, ମସ୍କଙ୍କ କମ୍ପାନୀର ବଜାର ମୂଲ୍ୟରେ ୧୩୦ ବିଲିୟନ ଡଲାର ହ୍ରାସ

ୱାଶିଂଟନ,୬।୧୧: ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଫଳାଫଳ ବୈଶ୍ୱିକ ପୁଞ୍ଜି ବଜାର ଉପରେ ତ୍ୱରିତ ପରିବର୍ତ୍ତନ ଆଣିଛି। କେବଳ ବାହାର ଦେଶ ନୁହେଁ, ଆମେରିକା ଶେୟାର ଓ ପୁଞ୍ଜି…

ଇତିହାସ ରଚିଲେ ମିଜୋରାମ ବ୍ୟାଟର ଚିନ୍ମୟ ସୁତାର: ଭାଙ୍ଗିଲେ ୧୦୩ ବର୍ଷର ପୁରୁଣା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୬।୧୧: ଭାରତୀୟ ଘରୋଇ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ମିଜୋରାମର ବ୍ୟାଟର ଚିନ୍ମୟ ସୁତାର। ରଣଜୀ ଟ୍ରଫି ୨୦୨୬-୨୭ର ପ୍ଲେଟ ଗ୍ରୁପ୍‌ରେ ଖେଳୁଥିବା ଚିନ୍ମୟ ୧୦୩ ବର୍ଷର…

ଏଇ ଭାରତରେ

ଗୁଜରାଟର ମଧୁବେନ ନାମ୍ନୀ ମହିଳା ଜାଳେଣି ଇନ୍ଧନ ଓ ଏଲ୍‌ପିଜି ବଦଳରେ ସ୍ବଚ୍ଛ ବା ସବୁଜ ଜାଳେଣି ଶକ୍ତି ବ୍ୟବହାରକୁ ବ୍ୟାପକ କରୁଛନ୍ତି। ଶକ୍ତିକ୍ଷେତ୍ରରେ ଏଭଳି ପରିବର୍ତ୍ତନ…

ଲକ୍ଷ୍ମୀ ସରସ୍ବତୀ

ମ ମନରେ ସାଧାରଣତଃ ଧାରଣା- ”ଯେଉଁଠି ଧନ, ସେଇଠି ସୁଖ। ଧନୀ ଲୋକଙ୍କୁ ସୁଖୀ ବୋଲି ଗ୍ରହଣ କରାଯାଏ। ପାଖରେ ପ୍ରଚୁର ଧନ ଅଛି ତ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?