ଏଇ ଭାରତରେ

ଗୁଜରାଟର ମଧୁବେନ ନାମ୍ନୀ ମହିଳା ଜାଳେଣି ଇନ୍ଧନ ଓ ଏଲ୍‌ପିଜି ବଦଳରେ ସ୍ବଚ୍ଛ ବା ସବୁଜ ଜାଳେଣି ଶକ୍ତି ବ୍ୟବହାରକୁ ବ୍ୟାପକ କରୁଛନ୍ତି। ଶକ୍ତିକ୍ଷେତ୍ରରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି ଆନନ୍ଦ ଜିଲା ଜାକାରିଆପୁରରେ। ଏହି ଗାଁର ୩୬୮ ପରିବାରରେ ଜାଳେଣି କାଠ ଓ ଏଲ୍‌ପିଜି ଗ୍ୟାସ୍‌ ବ୍ୟବହାର ହେଉଥିଲା। ଏବେ ସବୁ ପରିବାରରେ ଜୈବଗ୍ୟାସ୍‌ ବ୍ୟବହାର କରାଯାଉଛି ଏବଂ ଏହା ମଧୁବେନଙ୍କ ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ମଧୁବେନ ନିକଟସ୍ଥ ଏକ ଗାଁରେ ଗୋବରରୁ ବାୟୋଗ୍ୟାସ୍‌ ଉତ୍ପାଦନ ବ୍ୟବସ୍ଥା ଦେଖି ତାହାକୁ ନିଜ ଗାଁରେ କରିବା ଲାଗି ସ୍ଥିର କରିଥିଲେ। ପରେ ସେ ତାଙ୍କ ଗାଁରେ ବାୟୋଗ୍ୟାସ୍‌ ବ୍ୟବହାର ପାଇଁ ଲୋକଙ୍କୁ ଉତ୍ସାହିତ କରିଥିଲେ। ଏବେ ଗାଁର ପ୍ରତ୍ୟେକ ପରିବାରରେ ଗୋପାଳନ ହେଉଛି ଏବଂ ସବୁ ପରିବାରରେ ଗୋବର ଗ୍ୟାସ୍‌ ପ୍ଲାଣ୍ଟ ହୋଇପାରିଛି। ଏଥିଯୋଗୁ ଜାଳେଣି ଖର୍ଚ୍ଚ ହ୍ରାସ ପାଇଛି। ମହିଳାମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ମଧ୍ୟ ଘଟିଛି। ପ୍ଲାଣ୍ଟରେ ଗୋବର ବ୍ୟବହାର ପରେ ସେଥିରୁ ଖତ ପ୍ରସ୍ତୁତ ହେଉଛି ଏବଂ ତାହାକୁ ବିକ୍ରିକରି ପ୍ରତ୍ୟେକ ପରିବାର ରୋଜଗାର କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀ ସରସ୍ବତୀ

ମ ମନରେ ସାଧାରଣତଃ ଧାରଣା- ”ଯେଉଁଠି ଧନ, ସେଇଠି ସୁଖ। ଧନୀ ଲୋକଙ୍କୁ ସୁଖୀ ବୋଲି ଗ୍ରହଣ କରାଯାଏ। ପାଖରେ ପ୍ରଚୁର ଧନ ଅଛି ତ ଆଉ…

ମାନବତାର ଆଲୋକବର୍ତ୍ତିକା

ଆଧୁନିକତାର ଚାକଚକ୍ୟ, କୋଳାହଳ ଏବଂ ସ୍ବାର୍ଥପର ଦୌଡ଼ଠାରୁ ବହୁ ଦୂରରେ ସୁଇଜରଲାଣ୍ଡର ଆଲପସ୍‌ ପର୍ବତମାଳାର ବରଫାବୃତ କୋଳରେ ଅବସ୍ଥିତ ଜର୍ମାଟ୍‌, ମୁରେନ୍‌ କିମ୍ବା ଗିମେଲୱାଲ୍ଡ ଭଳି ଦୂରବର୍ତ୍ତୀ…

ସମ୍ପତ୍ତି, କ୍ଷମତା ଓ ନେତା

ଅଧିକାଂଶ ଲୋକଙ୍କ ପାଇଁ, ‘ଓଲିଗାର୍କ’(ପ୍ରଭାବଶାଳୀ ଧନିକତନ୍ତ୍ରୀ ଗୋଷ୍ଠୀ) ଶବ୍ଦଟି ରୁଷୀୟ ଆଭିଜାତ୍ୟ ବର୍ଗକୁ ସୂଚିତ କରେ, ଯେଉଁମାନେ ସୋଭଏଟ୍‌ ସଂଘ ପତନ ପରେ ବିପୁଳ ସମ୍ପତ୍ତି ଅର୍ଜନ…

ପର୍ବରେ ଆଞ୍ଚଳିକ ଭିନ୍ନତା

ଉତ୍ତର ଭାରତରେ ଦୀପାବଳି ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ସ୍ମରଣ କରି ପାଳନ କରାଯାଏ। କିନ୍ତୁ ଦକ୍ଷିଣ ଭାରତରେ ଦୀପାବଳି ପାଳନର ପରମ୍ପରା ଭିନ୍ନ। ସେଠାରେ ଏହା ଭଗବାନ୍‌…

ଧନ ମାଗୁଅଛି-ଜନ ମାଗୁଅଛି

ଜୀବନ ପ୍ରବାହର ଗତିପଥକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ମଣିଷ ଅନେକ କିଛି ଆପଣେଇ ନେଇଥାଏ, ଭୁଲ ଠିକ୍‌ର ନିର୍ଣ୍ଣୟ କରି ସମୟୋଚିତ ପଦକ୍ଷେପ ମଧ୍ୟ…

ଜନଗଣନାରେ ଓବିସି ଦ୍ୱନ୍ଦ୍ୱ

୦୨୧ ମସିହାରେ ହେବାକୁ ଥିବା ଜନଗଣନା ୨୦୨୬ ମସିହାରେ ଆରମ୍ଭ ହୋଇଛି। ୨୦୨୭ରେ ସମାପ୍ତ ହେବ। ଏହାପରେ କେତେଦିନ ପରେ ସମ୍ପୂର୍ଣ୍ଣ ପରିସଂଖ୍ୟାନ ପ୍ରକାଶ ପାଇବ ତାହା…

କୋଟିଆ ଓ ମହାନଦୀ

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ବହୁ ପୁରୁଣା। ଏହାର ୨୮ ଗାଁ ମଧ୍ୟରୁ ୨୧ଟି ଗ୍ରାମକୁ ନେଇ ଓଡ଼ିଶା ଏବଂ…

କିଏ ଜିଣିବ ଜଣା

ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦେଖାଦେଇଥିବା ସଦ୍ୟ ହିଂସା ନୂଆ କାହାଣୀ ଲେଖିବାକୁ ପ୍ରସ୍ତୁତ ହେଲାଣି। ସେଠାରେ ପ୍ରମୁଖ ସମ୍ପ୍ରଦାୟ ମଧ୍ୟରେ ଅଛନ୍ତି ହିନ୍ଦୁ ମେଇତି, ଆଦିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?