ଅଜବ ଆଇବ୍ରୋ ମେକ୍‌ଅପ୍‌

ଆଇବ୍ରୋ ବା ଭ୍ରୁଲତାର ମେକ୍‌ଅପ୍‌ ଚେହେରାର ଲୁକ୍‌ ବଦଳାଇ ଦିଏ। ତେଣୁ ଏହାକୁ ନେଇ ହୁଏ ଅନେକ ଏକ୍ସପେରିମେଣ୍ଟ। କିଛି ଆଇବ୍ରୋ ମେକ୍‌ଅପ୍‌ ବେଳେବେଳେ ଏତେ ଅଜବ ସହ ଆକର୍ଷକ ହୋଇଛି ଯେ, ତାହା ସୋସିଆଲ ମିଡିଆରେ କରିଛି ଟ୍ରେଣ୍ଡ। ସେମିତି କେତୋଟି ଆଇବ୍ରୋ ମେକ୍‌ଅପ୍‌ ସମ୍ପର୍କରେ..

ଓ୍ବେଭି ଆଇବ୍ରୋ: ସମୁଦ୍ରର ଢେଉ ତଥା ଜଳ ତରଙ୍ଗ ପରି ଦେଖିବାକୁ ଏହି ଆଇବ୍ରୋ ମେକ୍‌ଅପ୍‌। ଜେସିକା ବ୍ରୋଡର୍‌୍‌ସନ୍‌ ନାମକ ମେକ୍‌ଅପ୍‌ ଆର୍ଟିଷ୍ଟ ପ୍ରଥମେ ଏହି ଆଇବ୍ରୋ ମେକ୍‌ଅପ୍‌ କରି ୨୦୧୭ରେ ସୋସିଆଲ ମିଡିଆରେ ତା’ର ଫଟୋ ଅପଲୋଡ କରିଥିଲେ। ପରେ ଏହା ଟ୍ରେଣ୍ଡ ପାଲଟିଯାଇଥିଲା। ଏଥିରେ ମୋଟା ଭ୍ରୁଲତାକୁ ସେ ଢେଉର ରୂପ ଦେଇଥିଲେ। ତେବେ ଏଥିପାଇଁ ଭ୍ରୁଲତାକୁ ସେହି ଆକାରରେ କାଟି ନ ଥିଲେ ବରଂ ସେ ଆଇବ୍ରୋ ପେନ୍‌ସିଲ୍‌ର ବ୍ୟବହାର କରିଥିଲେ।

ରେନ୍‌ବୋ ଆଇବ୍ରୋ: ଆଲେକ୍‌ଜାଣ୍ଡ୍ରା ମାରିନୋ ପ୍ରଥମକରି ବିଭିନ୍ନ ପ୍ରକାରର ଭାଇବ୍ରାଣ୍ଟ କଲର୍‌ ବ୍ୟବହାର କରି ଆଇବ୍ରୋକୁ ରେନ୍‌ବୋ ଲୁକ୍‌ ଦେଇଥିଲେ। ଯାହା ରେନ୍‌ବୋ ଆଇବ୍ରୋ ଭାବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା। ଏହି ଲୁକ୍‌ ବେଶ୍‌ ଗ୍ଲାମର୍ସ ଥିଲା। ଏହି ଲୁକ୍‌ ସହ ସେ ନିଜ କେଶକୁ ବି ବିଭିନ୍ନ ରଙ୍ଗରେ କଲର୍‌ କରିଥିଲେ।

ବ୍ରେଡେଡ ବ୍ରୋ: କେଶରେ ବିଭିନ୍ନ ପ୍ରକାରର ବ୍ରେଡ ବା ବେଣୀ କରାଯାଏ। ଯାହା ଭିନ୍ନ ଭିନ୍ନ ଲୁକ୍‌ ଦେଇଥାଏ। ହେଲେ ଭ୍ରୁଲତାରେ ଯେ, ବେଣୀ କରିହେବ ସେ କଥା କେହି ଚିନ୍ତା କରି ନ ଥିବେ। ମେକ୍‌ଅପ୍‌ ଆର୍ଟିଷ୍ଟ ଏରୋସ୍‌ ଗୋମେଜ୍‌ ଭ୍ରୁଲତାରେ ବେଣୀ କରିବାକୁ ପ୍ରୟାସ କରିଥିଲେ। ଭ୍ରୁଲତାର ଏହି ଲୁକ୍‌ ଦେଖି ଭ୍ରୁଲତାରେ ବା ବେଣୀ କେମିତି ହୋଇପାରିଲା ଭାବୁଥିବେ। ହେଲେ ଏ ହେଉଛି ମେକ୍‌ଅପ୍‌ ଆର୍ଟିଷ୍ଟ ଏରୋସ୍‌ଙ୍କ ହାତର ଯାଦୁ। ସେ ଏପରି ଅପ୍ଟିକାଲ୍‌ ଇଲ୍ୟୁଜନ୍‌ ଆର୍ଟ ଭ୍ରୁଲତାରେ କରିଛନ୍ତି ଯେ, ଯାହାକୁ ଦେଖିଲେ ଭ୍ରୁଲତାରେ ବେଣୀ ପକାଯାଇଥିବା ପରି ଦେଖାଯାଏ।

ଫିଶ୍‌ଟେଲ୍‌ ବ୍ରୋ: ୨୦୧୮ରେ ଆଇବ୍ରୋର ଆଉ ଏକ ନୂଆ ଟ୍ରେଣ୍ଡ ଆସିଥିଲା। ଆମେରିକୀୟ ମେକ୍‌ଅପ୍‌ ଆର୍ଟିଷ୍ଟ ତଥା ବିଉଟି ଭ୍ଲଗର୍‌ ହୁଡା କତନ୍‌ ଭ୍ରୁଲତାରେ ଏହି ମେକ୍‌ଅପ୍‌ କରି ତାକୁ ସୋସିଆଲ୍‌ ମିଡିଆରେ ଶେୟାର କରିଥିଲେ। ଏଥିରେ ଭ୍ରୁଲତାର ମେକ୍‌ଅପ୍‌ ଫିଶଟେଲ୍‌ ପରି କରାଯାଇଥିଲା। ଯାହା ସୋସିଆଲ ମିଡିଆରେ ବେଶ୍‌ ଟ୍ରେଣ୍ଡ କରିଥିଲା। ଏହି ଆଇବ୍ରୋ ମେକଅପ୍‌ରେ ଭ୍ରୁଲତାର ପଛ ଅଂଶକୁ ଦୁଇଟି ଭାଗରେ ବିଭକ୍ତ କରି ଉପରଭାଗକୁ ଉପରକୁ ମୋଡି ଓ ତଳଭାଗକୁ ତଳକୁ ମୋଡି ମାଛ ଲାଞ୍ଜର ଲୁକ୍‌ ଦିଆଯାଇଥିଲା।

ଫିଦରଡ୍‌ ବ୍ରୋ: ୨୦୧୭ରେ ଆଉ ଏକ ଆଇବ୍ରୋ ମେକ୍‌ଅପ୍‌ ବେଶ୍‌ ଟ୍ରେଣ୍ଡ କରିଥିଲା। ସେ ହେଉଛି ଫିଦର୍‌ଡ ବ୍ରୋ। ମେକ୍‌ଅପ୍‌ ଆର୍ଟିଷ୍ଟ ଷ୍ଟେଲା ସେରୋନେନ୍‌ କରିଥିବା ଏହି ଆଇବ୍ରୋ ମେକ୍‌ଅପ୍‌ ଥିଲା ବେଶ୍‌ କୁଲ୍‌। ଏଥିରେ ସେ ଆଇବ୍ରୋକୁ ପକ୍ଷୀର ପର ପରି ଲୁକ୍‌ ଦେଇଥିଲେ। ଏହି ଲୁକ୍‌ ପାଇଁ ସେ ଆଇବ୍ରୋକୁ ଲମ୍ବାଭାବେ ମଝିରୁ ଦୁଇଭାଗରେ ବିଭକ୍ତ କରି ଉପରଭାଗକୁ ଉପରକୁ ଓ ତଳଭାଗକୁ ତଳକୁ ବ୍ରଶ୍‌ କରିଥିଲେ।

ଜୁଏଲ୍ଡ ଆଇବ୍ରୋ: ସୁନ୍ଦର ରଙ୍ଗିନ ତଥା ଦାମୀ ରତ୍ନ ପଥରରେ ଆଇବ୍ରୋକୁ ସଜାଇ ଏକ ଗ୍ଲାମର୍ସ ଲୁକ ଦେଇଥିଲେ ଜିପ୍ସି ଶ୍ରାଇନ୍‌। ବେଶ୍‌ ଆକର୍ଷକ ଲାଗୁଥିବା ଏହି ଆଇବ୍ରୋ ମେକ୍‌ଅପ୍‌ ମଡେଲଙ୍କୁ ଦେଉଥିଲା ଏକ ଭିନ୍ନ ଲୁକ୍‌।

ଲାଇଟିଂ ବୋଲ୍ଟ ଆଇବ୍ରୋ: ଏହି ଆଇବ୍ରୋ ମେକ୍‌ଅପ୍‌ ଲାଗି ମେକ୍‌ଅପ୍‌ ଆର୍ଟିଷ୍ଟ ଜକିଆ ଓ୍ବହବି ପ୍ରସିଦ୍ଧ। ଏଥିରେ ସେ ଆଇବ୍ରୋର ଶେଷଭାଗକୁ ବିଜୁଳି ପରି ଲୁକ୍‌ ଦେଇଥାନ୍ତି। ମୋଟା ପ୍ରୋମିନେଣ୍ଟ ଆଇବ୍ରୋରେ ଏହି ଲୁକ୍‌ ବେଶ୍‌ ଚମତ୍କାର ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?