ଅଜବ ଆଇବ୍ରୋ ମେକ୍‌ଅପ୍‌

ଆଇବ୍ରୋ ବା ଭ୍ରୁଲତାର ମେକ୍‌ଅପ୍‌ ଚେହେରାର ଲୁକ୍‌ ବଦଳାଇ ଦିଏ। ତେଣୁ ଏହାକୁ ନେଇ ହୁଏ ଅନେକ ଏକ୍ସପେରିମେଣ୍ଟ। କିଛି ଆଇବ୍ରୋ ମେକ୍‌ଅପ୍‌ ବେଳେବେଳେ ଏତେ ଅଜବ ସହ ଆକର୍ଷକ ହୋଇଛି ଯେ, ତାହା ସୋସିଆଲ ମିଡିଆରେ କରିଛି ଟ୍ରେଣ୍ଡ। ସେମିତି କେତୋଟି ଆଇବ୍ରୋ ମେକ୍‌ଅପ୍‌ ସମ୍ପର୍କରେ..

ଓ୍ବେଭି ଆଇବ୍ରୋ: ସମୁଦ୍ରର ଢେଉ ତଥା ଜଳ ତରଙ୍ଗ ପରି ଦେଖିବାକୁ ଏହି ଆଇବ୍ରୋ ମେକ୍‌ଅପ୍‌। ଜେସିକା ବ୍ରୋଡର୍‌୍‌ସନ୍‌ ନାମକ ମେକ୍‌ଅପ୍‌ ଆର୍ଟିଷ୍ଟ ପ୍ରଥମେ ଏହି ଆଇବ୍ରୋ ମେକ୍‌ଅପ୍‌ କରି ୨୦୧୭ରେ ସୋସିଆଲ ମିଡିଆରେ ତା’ର ଫଟୋ ଅପଲୋଡ କରିଥିଲେ। ପରେ ଏହା ଟ୍ରେଣ୍ଡ ପାଲଟିଯାଇଥିଲା। ଏଥିରେ ମୋଟା ଭ୍ରୁଲତାକୁ ସେ ଢେଉର ରୂପ ଦେଇଥିଲେ। ତେବେ ଏଥିପାଇଁ ଭ୍ରୁଲତାକୁ ସେହି ଆକାରରେ କାଟି ନ ଥିଲେ ବରଂ ସେ ଆଇବ୍ରୋ ପେନ୍‌ସିଲ୍‌ର ବ୍ୟବହାର କରିଥିଲେ।

ରେନ୍‌ବୋ ଆଇବ୍ରୋ: ଆଲେକ୍‌ଜାଣ୍ଡ୍ରା ମାରିନୋ ପ୍ରଥମକରି ବିଭିନ୍ନ ପ୍ରକାରର ଭାଇବ୍ରାଣ୍ଟ କଲର୍‌ ବ୍ୟବହାର କରି ଆଇବ୍ରୋକୁ ରେନ୍‌ବୋ ଲୁକ୍‌ ଦେଇଥିଲେ। ଯାହା ରେନ୍‌ବୋ ଆଇବ୍ରୋ ଭାବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା। ଏହି ଲୁକ୍‌ ବେଶ୍‌ ଗ୍ଲାମର୍ସ ଥିଲା। ଏହି ଲୁକ୍‌ ସହ ସେ ନିଜ କେଶକୁ ବି ବିଭିନ୍ନ ରଙ୍ଗରେ କଲର୍‌ କରିଥିଲେ।

ବ୍ରେଡେଡ ବ୍ରୋ: କେଶରେ ବିଭିନ୍ନ ପ୍ରକାରର ବ୍ରେଡ ବା ବେଣୀ କରାଯାଏ। ଯାହା ଭିନ୍ନ ଭିନ୍ନ ଲୁକ୍‌ ଦେଇଥାଏ। ହେଲେ ଭ୍ରୁଲତାରେ ଯେ, ବେଣୀ କରିହେବ ସେ କଥା କେହି ଚିନ୍ତା କରି ନ ଥିବେ। ମେକ୍‌ଅପ୍‌ ଆର୍ଟିଷ୍ଟ ଏରୋସ୍‌ ଗୋମେଜ୍‌ ଭ୍ରୁଲତାରେ ବେଣୀ କରିବାକୁ ପ୍ରୟାସ କରିଥିଲେ। ଭ୍ରୁଲତାର ଏହି ଲୁକ୍‌ ଦେଖି ଭ୍ରୁଲତାରେ ବା ବେଣୀ କେମିତି ହୋଇପାରିଲା ଭାବୁଥିବେ। ହେଲେ ଏ ହେଉଛି ମେକ୍‌ଅପ୍‌ ଆର୍ଟିଷ୍ଟ ଏରୋସ୍‌ଙ୍କ ହାତର ଯାଦୁ। ସେ ଏପରି ଅପ୍ଟିକାଲ୍‌ ଇଲ୍ୟୁଜନ୍‌ ଆର୍ଟ ଭ୍ରୁଲତାରେ କରିଛନ୍ତି ଯେ, ଯାହାକୁ ଦେଖିଲେ ଭ୍ରୁଲତାରେ ବେଣୀ ପକାଯାଇଥିବା ପରି ଦେଖାଯାଏ।

ଫିଶ୍‌ଟେଲ୍‌ ବ୍ରୋ: ୨୦୧୮ରେ ଆଇବ୍ରୋର ଆଉ ଏକ ନୂଆ ଟ୍ରେଣ୍ଡ ଆସିଥିଲା। ଆମେରିକୀୟ ମେକ୍‌ଅପ୍‌ ଆର୍ଟିଷ୍ଟ ତଥା ବିଉଟି ଭ୍ଲଗର୍‌ ହୁଡା କତନ୍‌ ଭ୍ରୁଲତାରେ ଏହି ମେକ୍‌ଅପ୍‌ କରି ତାକୁ ସୋସିଆଲ୍‌ ମିଡିଆରେ ଶେୟାର କରିଥିଲେ। ଏଥିରେ ଭ୍ରୁଲତାର ମେକ୍‌ଅପ୍‌ ଫିଶଟେଲ୍‌ ପରି କରାଯାଇଥିଲା। ଯାହା ସୋସିଆଲ ମିଡିଆରେ ବେଶ୍‌ ଟ୍ରେଣ୍ଡ କରିଥିଲା। ଏହି ଆଇବ୍ରୋ ମେକଅପ୍‌ରେ ଭ୍ରୁଲତାର ପଛ ଅଂଶକୁ ଦୁଇଟି ଭାଗରେ ବିଭକ୍ତ କରି ଉପରଭାଗକୁ ଉପରକୁ ମୋଡି ଓ ତଳଭାଗକୁ ତଳକୁ ମୋଡି ମାଛ ଲାଞ୍ଜର ଲୁକ୍‌ ଦିଆଯାଇଥିଲା।

ଫିଦରଡ୍‌ ବ୍ରୋ: ୨୦୧୭ରେ ଆଉ ଏକ ଆଇବ୍ରୋ ମେକ୍‌ଅପ୍‌ ବେଶ୍‌ ଟ୍ରେଣ୍ଡ କରିଥିଲା। ସେ ହେଉଛି ଫିଦର୍‌ଡ ବ୍ରୋ। ମେକ୍‌ଅପ୍‌ ଆର୍ଟିଷ୍ଟ ଷ୍ଟେଲା ସେରୋନେନ୍‌ କରିଥିବା ଏହି ଆଇବ୍ରୋ ମେକ୍‌ଅପ୍‌ ଥିଲା ବେଶ୍‌ କୁଲ୍‌। ଏଥିରେ ସେ ଆଇବ୍ରୋକୁ ପକ୍ଷୀର ପର ପରି ଲୁକ୍‌ ଦେଇଥିଲେ। ଏହି ଲୁକ୍‌ ପାଇଁ ସେ ଆଇବ୍ରୋକୁ ଲମ୍ବାଭାବେ ମଝିରୁ ଦୁଇଭାଗରେ ବିଭକ୍ତ କରି ଉପରଭାଗକୁ ଉପରକୁ ଓ ତଳଭାଗକୁ ତଳକୁ ବ୍ରଶ୍‌ କରିଥିଲେ।

ଜୁଏଲ୍ଡ ଆଇବ୍ରୋ: ସୁନ୍ଦର ରଙ୍ଗିନ ତଥା ଦାମୀ ରତ୍ନ ପଥରରେ ଆଇବ୍ରୋକୁ ସଜାଇ ଏକ ଗ୍ଲାମର୍ସ ଲୁକ ଦେଇଥିଲେ ଜିପ୍ସି ଶ୍ରାଇନ୍‌। ବେଶ୍‌ ଆକର୍ଷକ ଲାଗୁଥିବା ଏହି ଆଇବ୍ରୋ ମେକ୍‌ଅପ୍‌ ମଡେଲଙ୍କୁ ଦେଉଥିଲା ଏକ ଭିନ୍ନ ଲୁକ୍‌।

ଲାଇଟିଂ ବୋଲ୍ଟ ଆଇବ୍ରୋ: ଏହି ଆଇବ୍ରୋ ମେକ୍‌ଅପ୍‌ ଲାଗି ମେକ୍‌ଅପ୍‌ ଆର୍ଟିଷ୍ଟ ଜକିଆ ଓ୍ବହବି ପ୍ରସିଦ୍ଧ। ଏଥିରେ ସେ ଆଇବ୍ରୋର ଶେଷଭାଗକୁ ବିଜୁଳି ପରି ଲୁକ୍‌ ଦେଇଥାନ୍ତି। ମୋଟା ପ୍ରୋମିନେଣ୍ଟ ଆଇବ୍ରୋରେ ଏହି ଲୁକ୍‌ ବେଶ୍‌ ଚମତ୍କାର ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri