Posted inଖେଳ

ଭାରୋତ୍ତୋଳିକା ସଞ୍ଜିତା ଚାନୁ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୫ା୪(ପି.ଟି.): ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଭାରୋତ୍ତୋଳିକା ସଞ୍ଜିତା ଚାନୁଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଶୃଙ୍ଖଳା କମିଟି ୪ ବର୍ଷ ବାସନ୍ଦ କରିଛି। ଗତବର୍ଷ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ଏହି ୨୯ ବର୍ଷୀୟା ଆଥଲେଟ୍‌ଙ୍କଠାରୁ ସଂଗ୍ରହ କରାଯାଇଥିବା ନମୁନାରେ ଡ୍ରୋଷ୍ଟନୋଲୋନ ମେଟାବୋଲିଟ୍‌ ନାମକ ଏକ ଆନାବୋଲିକ୍‌ ଷ୍ଟେରଏଡ୍‌ର ମାତ୍ରା ରହିଥିଲା, ଯାହା ଓ୍ବାଲର୍‌ଡ ଆଣ୍ଟି ଡୋପିଙ୍ଗ ଏଜେନ୍ସି(ଓ୍ବାଡା) ନିଷିଦ୍ଧ ତାଲିକାରେ ରହିଛି। ଚୈତନ୍ୟ ମହାଜନଙ୍କ ନେତୃତ୍ୱାଧୀନ ୩ଜଣିଆ ଆଣ୍ଟି ଡୋପିଙ୍ଗ ଡିସିପ୍ଲିନାରି ପ୍ୟାନେଲ ନାଡା ଏଡିଆର ୨୦୨୧ର ଧାରା ୧୦.୨.୧ରେ ରହିଥିବା ବ୍ୟବସ୍ଥା ଅନୁସାରେ ଆଥ୍‌ଲେଟଙ୍କୁ ୪ ବର୍ଷ ବାସନ୍ଦ ଦଣ୍ଡରେ ଦଣ୍ଡିତ କରିଛି। ସଞ୍ଜିତାଙ୍କ ବାସନ୍ଦ ଦଣ୍ଡ ପିଛିଲା ୨୦୨୨ ନଭେମ୍ବର ୧୨ରୁ ଲାଗୁ ହେବ, ଯେଉଁଦିନଠାରୁ ତାଙ୍କୁ ସାମୟିକ ସସ୍‌ପେଣ୍ଡ କରାଯାଇଥିଲା। ପଜିଟିଭ ଟେଷ୍ଟ ଫଳାଫଳ ପାଇଁ ସଞ୍ଜିତାଙ୍କଠାରୁ ନ୍ୟାଶନାଲ ଗେମ୍ସ ରୌପ୍ୟ ପଦକ ପ୍ରତ୍ୟାହାର କରିନିଆଯାଇଛି। ପୁନଶ୍ଚ ଏହି ଆଥଲେଟ ୩୦ା୦୯ା୨୦୨୨ ପରେ ଜିତିଥିବା ସମସ୍ତ ପଦକ, ପଏଣ୍ଟ, ପୁରସ୍କାରକୁ ବାଜ୍ୟାପ୍ତି କରାଯାଇଛି। ସଞ୍ଜିତା ଶୃଙ୍ଖଳା କମିଟି ସମ୍ମୁଖରେ ନିଜେ ହାଜର ହୋଇଥିଲେ। ସେ ଏ ପର୍ଯ୍ୟନ୍ତ କୌଣସି ଟିପ୍ପଣୀ ଦେଇନାହାନ୍ତି। ମଣିପୁରର ଏହି ଭାରୋତୋଳିକା ଚାହିଁଲେ ଶୃଙ୍ଖଳା କମିଟି ନିଷ୍ପତ୍ତି ବିରୋଧରେ ଅପିଲ କରିପାରିବେ। ଏଥିଲାଗି ତାଙ୍କୁ ୨୧ ଦିନ ସମୟ ଦିଆଯାଇଛି। ଶୁଣାଣି ସମୟରେ ସଞ୍ଜିତା ଉଦ୍ଦେଶ୍ୟମୂଳକ ଭାବେ କୌଣସି ନିଷିଦ୍ଧ ପଦାର୍ଥ ଗ୍ରହଣ କରି ନ ଥିବା କହିଥିଲେ। ସ୍ବାସ୍ଥ୍ୟର ଯତ୍ନ ନେବାଲାଗି ଯେଉଁ ସବୁ ଖାଦ୍ୟପଦାର୍ଥ ସେ ସେବନ କରିଛନ୍ତି ହୁଏତ ସେଥିରେ ଏହି ନିଷିଦ୍ଧ ଦ୍ରବ୍ୟର ମାତ୍ରା ଥାଇପାରେ। ହେଲେ ଆଥ୍‌ଲେଟ ଜଣକ ନିଷିଦ୍ଧ ଦ୍ରବ୍ୟ ରହିଥିବା କୌଣସି ଖାଦ୍ୟ ଅବା ଔଷଧ ଡାକ୍ତରଙ୍କ ପରାମର୍ଶରେ ସେବନ କରିଥିବା ସମ୍ପର୍କେରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ। ସୂଚନାଯୋଗ୍ୟ, ସଞ୍ଜିତା ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ମୀରାବାଈ ଚାନୁଙ୍କୁ ପଛରେ ପକାଇ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଲାଭ କରିଥିଲେ। ୨୦୧୮ରେ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ୫୩କେଜି କାଟେଗୋରିରେ ଚାମ୍ପିୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri