ଲାଲ୍‌ଚାନ୍ଦରେ ‘ବିବାହର ସ୍ବର୍ଣ୍ଣିମ ମୁହୂର୍ତ୍ତରେ ରୁପାର ବର୍ଷା’

ଭୁବନେଶ୍ୱର,୨୧।୨: ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ବିବାହ ଋତୁ ସ୍ବତନ୍ତ୍ର ଅଫର ‘ବିବାହର ସ୍ବର୍ଣ୍ଣିମ ମୁହୂର୍ତ୍ତରେ ରୁପାର ବର୍ଷା’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର ବିବାହ ଋତୁରେ ସବୁବର୍ଗର ଗ୍ରାହକଙ୍କ ପାଇଁ ଲାଲଚାନ୍ଦ ଏଭଳି ଏକ ଆକର୍ଷଣୀୟ ଅଫର ଆଣିଥିବା ଜଣାପଡିଛି। ସେହିଭଳି ଏହାର ଗ୍ରାହକମାନେ ଯେତିକି ପରିମାଣର ସୁନା କ୍ରୟ କରିବେ, ସମାନ ଓଜନର ରୁପା ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ଏଥିସହ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ମଧ୍ୟ ୫୦% ରିହାତି ସୁବିଧା ରହିଛି। ସେହିପରି ପ୍ରତ୍ୟେକ ୨୫,୦୦୦ ଟଙ୍କା ମୂଲ୍ୟର ହୀରା ଗହଣା କ୍ରୟ ଉପରେ ଗ୍ରାହକମାନେ ୨ଟି ସ୍ବର୍ଣ୍ଣ ମୁଦ୍ରା ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ଏହି ଅଫର ଲାଲଚାନ୍ଦ ଜୁଏଲର୍ସର ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରସ୍ଥିତ ଶୋ’ରୁମ୍‌ ଗୁଡ଼ିକରେ ଉପଲବ୍ଧ। ଅପରପକ୍ଷରେ ଲାଲଚାନ୍ଦ ଜୁଏଲର୍ସର ସମସ୍ତ ଶୋ’ରୁମ୍‌ ଗୁଡିକରେ ଆକର୍ଷଣୀୟ ଡିଜାଇନ୍‌ର ସୁନା, ରୁପା, ହୀରା ଏବଂ ପ୍ଲାଟିନମ୍‌ ଗହଣାର ବ୍ୟାପକ ସମ୍ଭାର ଉପଲବ୍ଧ। ଏପରିକି ପାରମ୍ପରିକ, ଅତ୍ୟାଧୁନିକ ତଥା ଷ୍ଟାଇଲିସ୍‌ ସୁନା ଗହଣା ସହ ବ୍ରାଇଡାଲ୍‌ ଜୁଏଲେରିର ସର୍ବଶ୍ରେଷ୍ଠ କଲେକ୍‌ଶନ ମଧ୍ୟ ଲାଲଚାନ୍ଦ ଜୁଏଲର୍ସରେ ଉପଲବ୍ଧ ହେଉଛି। ଏଥିସହ ଲାଲଚାନ୍ଦ ଜୁଏଲର୍ସ ସର୍ବଦା ଗ୍ରାହକମାନଙ୍କୁ ସର୍ବନିମ୍ନ ସୁନା ଦର ସହ ସର୍ବନିମ୍ନ ଗଢ଼ାମୂଲ୍ୟର ପ୍ରତିଶ୍ରୁତି ଦେଇଆସିଛି, ଯାହାକି ଗ୍ରାହକମାନଙ୍କୁ ଆଣିଦେବ ସୁନା ଗହଣା କ୍ରୟ କରିବାର ଅନନ୍ୟ ଅନୁଭୂତି ା
ଏ ସମ୍ପର୍କରେ ଲାଲଚାନ୍ଦ ଜୁଏଲର୍ସର ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି, ଆମେ ସର୍ବଦା ଆମର ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଅଳଙ୍କାର ପ୍ରଦାନ କରିବାରେ ବିଶ୍ୱାସ କରୁ। ସେଥିପାଇଁ ଆମେ ଚଳିତ ଥର ବିବାହ ଋତୁରେ ଗ୍ରାହକମାନଙ୍କୁ ସୁନା ଗହଣା କ୍ରୟ ଉପରେ କିଛି ଉପହାର ପ୍ରଦାନ କରିବାକୁ ଏଭଳି ଏକ ଅଫର ରଖିଛୁ। ସେହିଭଳି ଲାଲଚାନ୍ଦ ଜୁଏଲର୍ସରୁ ଗହଣା କିଣୁଥିବା ପ୍ରତ୍ୟେକ ଗ୍ରାହକଙ୍କୁ ଗହଣାର ସ୍ଥାୟିତ୍ୱ ପାଇଁ ଆଜୀବନ ରକ୍ଷଣାବେକ୍ଷଣ ସୁବିଧା ପ୍ରଦାନ କରାଯାଉଛି, ଏହାବ୍ୟତୀତ ଆମେ ଗ୍ରାହକମାନଙ୍କ ନିମନ୍ତେ ସମସ୍ତ ଶୋ’ରୁମ୍‌ରେ ବ୍ୟାପକ ଡିଜାଇନ୍‌ର ମନୋମୁଗ୍ଧକର ଓ ଆକର୍ଷଣୀୟ ବିଆଇଏସ୍‌ ହଲ୍‌ମାର୍କ ଯୁକ୍ତ ସ୍ବର୍ଣ୍ଣ ଅଳଙ୍କାର, ପ୍ରମାଣିତ ହୀରା ଓ ପ୍ଲାଟିନମ୍‌ ଅଳଙ୍କାର, ରୁପା ଗହଣା, ଅଗ୍ରଣୀ ବ୍ରାଣ୍ଡ୍‌ର ହାତଘଣ୍ଟା ଇତ୍ୟାଦି ମଧ୍ୟ ଉପଲବ୍ଧ କରାଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri