ଫେସ୍‌ମାସ୍କ ଲଗାଉଥିଲେ…

ବର୍ତ୍ତମାନ ନିଜ ତ୍ୱଚାକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ଲାଗି ଅନେକେ ବିଭିନ୍ନ ପ୍ରକାର ଫେସ୍‌ ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହେଲେ ଏହାକୁ ଲଗାଇବା ପରେ ବି ତ୍ୱଚାରେ ଇଚ୍ଛା ମୁତାବକ ଗ୍ଲୋ ଆସୁ ନ ଥିବା ଅଭିଯୋଗ କେତେକଙ୍କର ରହିଛି। ତେବେ ଏଥିପାଇଁ କ’ଣ ଦାୟୀ ଏବଂ କିପରି ଏହାକୁ ସୁଧାରିବେ ଜାଣି ରଖନ୍ତୁ ସେ ସମ୍ପର୍କରେ…

ଅନେକେ ଭାବନ୍ତି ଆମେ ଯେତେ ଅଧିକ ଫେସ୍‌ ମାସ୍କ ବ୍ୟବହାର କରିବା ମୁହଁ ସେତେ ଅଧିକ ଗ୍ଲୋ କରିବ। ହେଲେ ଏହା ଏକ ଭ୍ରାନ୍ତ ଧାରଣା। କାରଣ ଆବଶ୍ୟକରୁ ଅଧିକ ଫେସ୍‌ ମାସ୍କ ବ୍ୟବହାର କରିବା ବି ତ୍ୱଚା ପାଇଁ ଠିକ୍‌ ନୁହେଁ। ତେଣୁ ଫେସ୍‌ ମାସ୍କ ବ୍ୟବହାର କରିବା ପୂର୍ବରୁ ଏହାକୁ କେତେ ପରିମାଣରେ ଏବଂ କେତେ ସମୟ ପର୍ଯ୍ୟନ୍ତ ଲଗାଇଲେ ଉପକୃତ ହେବେ ସେ ସମ୍ପର୍କରେ କୌଣସି ବ୍ୟୁଟିସିଆନ୍‌ଙ୍କଠାରୁ ବୁଝି ନିଅନ୍ତୁ।
ଫେସ୍‌ ମାସ୍କ ବ୍ୟବହାର କରିବା ଲାଗି ଯଦି ବ୍ରସ୍‌ ବ୍ୟବହାର କରୁଛନ୍ତି ତେବେ ଏହାକୁ ସର୍ବଦା ପରିଷ୍କାର ରଖିବାକୁ ଚେଷ୍ଟା କରନ୍ତୁ କିମ୍ବା ହାତରେ ଲଗାଉଥିଲେ ପ୍ରଥମେ ହାତକୁ ଭଲ ଭାବେ ସଫା କରନ୍ତୁ। କାରଣ ଏପରି ନ କଲେ ହାତ କିମ୍ବା ବ୍ରସ୍‌ରେ ଥିବା ଅପରିଷ୍କାର ଜୀବାଣୁ ତ୍ୱଚାରେ ଲାଗିବା ଦ୍ୱାରା ବ୍ରଣ ସହ ତ୍ୱଚାର ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ।
ନିଜ ତ୍ୱଚାର ପ୍ରକାର ଯଥା- ଅଏଲି, ଡ୍ରାଏ କିମ୍ବା ନର୍ମାଲ ଜାଣିବା ପରେ ଫେସ୍‌ ମାସ୍କ ବାଛିବା ଆବଶ୍ୟକ। ନ ହେଲେ ଏହାକୁ ଲଗାଇବାର ସୁଫଳ ମିଳିବା ବଦଳରେ ତ୍ୱଚା ଡ୍ରାଏ ଲାଗିବା ସହ ଗ୍ଲୋ କମିଯିବା ଭଳି ସମସ୍ୟା ଦେଖାଦେଇଥାଏ।
ଫେସ୍‌ ମାସ୍କକୁ ବେଶି ସମୟ ଲଗାଇଲେ ତ୍ୱଚା ଅଧିକ ଗ୍ଲୋ କରିବ, ଏଭଳି ମାନସିକତା ଅନେକଙ୍କର ରହିଛି; ଯାହା କି ସେମାନଙ୍କଠାରେ ତ୍ୱଚା ରୁକ୍ଷ ହେବାପାଇଁ ଦାୟୀ। ତେଣୁ ମାସ୍କ ଶୁଖିଆସିଲେ ଏହାକୁ ଓଦା କରି ଆଙ୍ଗୁଠି ଟିପ ସାହାଯ୍ୟରେ ଧୀରେ ଧୀରେ ଛଡ଼ାନ୍ତୁ। ମନେରଖନ୍ତୁ ମାସ୍କ ଛଡ଼ାଇବା ବେଳେ ଆଦୌ ରଗଡ଼ନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

ଜିଲାପାଳଙ୍କୁ ଦାବିପତ୍ର ପରେ ପ୍ରଶାସନ ତତ୍ପର: ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ, ୪ ଅଭିଯୁକ୍ତଙ୍କ ନାଁରେ ମାମଲା

ଥୁଆମୂଳ ରାମପୁର,୪ା୭(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲନାଗୀ ପଞ୍ଚାୟତରେ ବେଆଇନ ମଦ କାରବାର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ସ୍ଥିତି ବିଗିଡ଼ିବା…

ଚାଉଳିଆଗଞ୍ଜ ଆଇଆଇସିଙ୍କ ଆତ୍ମହତ୍ୟା ନେଇ ଆସିଲା ସ୍ବାମୀଙ୍କ ବୟାନ, କହିଲେ କଥାବାର୍ତ୍ତାରେ ସେମିତି କିଛି…

କଟକ,୪ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ବାମୀଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଶୁକ୍ରବାର ରାତି ୧୦ଟା ୨୫ରେ ସ୍ତ୍ରୀଙ୍କ…

କୋଚିଳା ନଦୀ ବନ୍ଧ ଧସିଲା, ଭୟରେ ଅଞ୍ଚଳବାସୀ

ଧାମନଗର,୪।୭(ସନ୍ତୋଷ କୁମାର ମହାପାତ୍ର): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଜ୍ୟରେ…

ଓ୍ବାଟର ସର୍ଭିସ ସେଣ୍ଟରରୁ ଚୋରି: ପିକ୍‌ଅପ୍‌ ଜବତ, ପୋଲିସ ୨ ଜଣଙ୍କୁ ଗିରଫ କରି…

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡ଼ି ପଞ୍ଚାୟତ କାରିପାଙ୍ଗା ଗ୍ରାମର ଅରୁଣ ପ୍ରଧାନଙ୍କ ଓ୍ବାଟର ସର୍ଭିସ ସେଣ୍ଟରରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ଼…

ପୁରୀରୁ କୋରାପୁଟକୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍‌, ନୋଟସ ଜାରି କରି ପୂର୍ବତଟ ରେଳ ବିଭାଗ କହିଲା ଆସନ୍ତା…

କୋରାପୁଟ,୪ା୭(ଅମିତାଭ ବେହେରା): ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟାଇ ଆସନ୍ତା ୬ ଜୁଲାଇରେ ପୁରୀ-କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସର ଉଦ୍‌ଘାଟନୀ ଯାତ୍ରା ଆରମ୍ଭ ହେବ। ଏହି ଅବସରରେ ୦୮୪୦୯ ପୁରୀ-କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri