ଫେସ୍‌ମାସ୍କ ଲଗାଉଥିଲେ…

ବର୍ତ୍ତମାନ ନିଜ ତ୍ୱଚାକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ଲାଗି ଅନେକେ ବିଭିନ୍ନ ପ୍ରକାର ଫେସ୍‌ ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହେଲେ ଏହାକୁ ଲଗାଇବା ପରେ ବି ତ୍ୱଚାରେ ଇଚ୍ଛା ମୁତାବକ ଗ୍ଲୋ ଆସୁ ନ ଥିବା ଅଭିଯୋଗ କେତେକଙ୍କର ରହିଛି। ତେବେ ଏଥିପାଇଁ କ’ଣ ଦାୟୀ ଏବଂ କିପରି ଏହାକୁ ସୁଧାରିବେ ଜାଣି ରଖନ୍ତୁ ସେ ସମ୍ପର୍କରେ…

ଅନେକେ ଭାବନ୍ତି ଆମେ ଯେତେ ଅଧିକ ଫେସ୍‌ ମାସ୍କ ବ୍ୟବହାର କରିବା ମୁହଁ ସେତେ ଅଧିକ ଗ୍ଲୋ କରିବ। ହେଲେ ଏହା ଏକ ଭ୍ରାନ୍ତ ଧାରଣା। କାରଣ ଆବଶ୍ୟକରୁ ଅଧିକ ଫେସ୍‌ ମାସ୍କ ବ୍ୟବହାର କରିବା ବି ତ୍ୱଚା ପାଇଁ ଠିକ୍‌ ନୁହେଁ। ତେଣୁ ଫେସ୍‌ ମାସ୍କ ବ୍ୟବହାର କରିବା ପୂର୍ବରୁ ଏହାକୁ କେତେ ପରିମାଣରେ ଏବଂ କେତେ ସମୟ ପର୍ଯ୍ୟନ୍ତ ଲଗାଇଲେ ଉପକୃତ ହେବେ ସେ ସମ୍ପର୍କରେ କୌଣସି ବ୍ୟୁଟିସିଆନ୍‌ଙ୍କଠାରୁ ବୁଝି ନିଅନ୍ତୁ।
ଫେସ୍‌ ମାସ୍କ ବ୍ୟବହାର କରିବା ଲାଗି ଯଦି ବ୍ରସ୍‌ ବ୍ୟବହାର କରୁଛନ୍ତି ତେବେ ଏହାକୁ ସର୍ବଦା ପରିଷ୍କାର ରଖିବାକୁ ଚେଷ୍ଟା କରନ୍ତୁ କିମ୍ବା ହାତରେ ଲଗାଉଥିଲେ ପ୍ରଥମେ ହାତକୁ ଭଲ ଭାବେ ସଫା କରନ୍ତୁ। କାରଣ ଏପରି ନ କଲେ ହାତ କିମ୍ବା ବ୍ରସ୍‌ରେ ଥିବା ଅପରିଷ୍କାର ଜୀବାଣୁ ତ୍ୱଚାରେ ଲାଗିବା ଦ୍ୱାରା ବ୍ରଣ ସହ ତ୍ୱଚାର ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ।
ନିଜ ତ୍ୱଚାର ପ୍ରକାର ଯଥା- ଅଏଲି, ଡ୍ରାଏ କିମ୍ବା ନର୍ମାଲ ଜାଣିବା ପରେ ଫେସ୍‌ ମାସ୍କ ବାଛିବା ଆବଶ୍ୟକ। ନ ହେଲେ ଏହାକୁ ଲଗାଇବାର ସୁଫଳ ମିଳିବା ବଦଳରେ ତ୍ୱଚା ଡ୍ରାଏ ଲାଗିବା ସହ ଗ୍ଲୋ କମିଯିବା ଭଳି ସମସ୍ୟା ଦେଖାଦେଇଥାଏ।
ଫେସ୍‌ ମାସ୍କକୁ ବେଶି ସମୟ ଲଗାଇଲେ ତ୍ୱଚା ଅଧିକ ଗ୍ଲୋ କରିବ, ଏଭଳି ମାନସିକତା ଅନେକଙ୍କର ରହିଛି; ଯାହା କି ସେମାନଙ୍କଠାରେ ତ୍ୱଚା ରୁକ୍ଷ ହେବାପାଇଁ ଦାୟୀ। ତେଣୁ ମାସ୍କ ଶୁଖିଆସିଲେ ଏହାକୁ ଓଦା କରି ଆଙ୍ଗୁଠି ଟିପ ସାହାଯ୍ୟରେ ଧୀରେ ଧୀରେ ଛଡ଼ାନ୍ତୁ। ମନେରଖନ୍ତୁ ମାସ୍କ ଛଡ଼ାଇବା ବେଳେ ଆଦୌ ରଗଡ଼ନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri