ମାସ୍କ୍‌ ବଦଳରେ ମୁହଁରେ ବାନ୍ଧିଲେ ସ୍ତ୍ରୀଙ୍କ ସାୟା…

ଭୋପାଳ, ୨୬।୭: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି। ମାସ୍କ୍‌ ନ ପିନ୍ଧିଲେ ଜରିମାନାର ବ୍ୟବସ୍ଥା ମଧ୍ୟ କରାଯାଇ ଯାଇଛି। ମଧ୍ୟପ୍ରଦେଶରେ ବଜାରରେ ଜଣେ ଲୋକ ବିନା ମାସ୍କ୍‌ରେ ବୁଲୁଥିଲେ। ହଠାତ୍‌ ସେ ପୋଲିସ ବାବୁଙ୍କ ସାମ୍ନାରେ ପଡ଼ିଯାଇଥିଲେ। ପୋଲିସ ଜରିମାନା ଆଦାୟ କରିବାକୁ କହିଲେ। ତତ୍‌କ୍ଷଣାତ୍‌ ବ୍ୟକ୍ତିଜଣକ ବ୍ୟାଗ୍‌ରୁ ତାଙ୍କ ସ୍ତ୍ରୀଙ୍କ ସାୟା ବାହାର କରି ଏହାକୁ ମୁହଁରେ ବାନ୍ଧି ଦେଇଥିଲେ। ଏହି ଘଟଣା ଦମୋହ ଜିଲାର ବାନ୍ଦକପୁର ଅଞ୍ଚଳରେ ରବିବାର ଘଟିଛି। ବ୍ୟକ୍ତି ଜଣକ ଏଭଳି କରିବାରୁ ବିଚରା ପୋଲିସ ବାବୁ ହସି ହସି ବେଦମ୍‌ ହୋଇ ଜରିମାନା ଆଦାୟ ନ କରି ତାଙ୍କୁ ଛାଡ଼ି ଦେଇଛନ୍ତି। ଏବେ ମୁହଁରେ ସାୟା ବାନ୍ଧିଥିବା ବ୍ୟକ୍ତିଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri