Posted inଫୁରସତ

ବାସ୍ତୁଶାସ୍ତ୍ର: କ୍ୟାରିୟର-ପାରିବାରିକ କଳହକୁ ନେଇ ଚିନ୍ତିତ;ଜାଣନ୍ତୁ କେଉଁ ଦିଗରେ ଲଗାଇବେ କେଉଁ ପରଦା

କ୍ୟାରିୟର ଓ ପାରିବାରିକ କଳହକୁ ନେଇ ଚିନ୍ତିତ ଥିଲେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପରଦା ଲଗାନ୍ତୁ। ଦେଖିବେ ସମସ୍ୟା ଅନେକାଂଶରେ କମିଯିବ। ଚାକିରିକୁ ନେଇ ଚିନ୍ତିତ ଥିଲେ ଘରର ପୂର୍ବ ଦିଗରେ ସବୁଜ ରଙ୍ଗର ପରଦା ଲଗାନ୍ତୁ। ଘର ପୂର୍ବମୁଖୀ ଓ ଆପଣଙ୍କର ଏହି ଦିଗରେ ଝରକା କବାଟ ଥିଲେ ଅଣ୍ଡାକାର, ଫୁଲ ପ୍ୟାଟର୍ନ , ଷ୍ଟ୍ରାଇପ୍‌ ଡିଜାଇନର ପରଦା ଲଗାନ୍ତୁ। ଏହାଦ୍ୱାରା ଉନ୍ନତିର ନୂଆ ନୂଆ ମାର୍ଗ ଖୋଲିଯିବ। ଏହାସହ ପରଦାର ରଙ୍ଗ ଉପରେ ବି ଧ୍ୟାନ ଦେବା ଜରୁରୀ। କେଶରୀ, ହଳଦିଆ, ସବୁଜ, ଗୋଲାପି, ହାଲ୍‌କା ନାରଙ୍ଗି ରଙ୍ଗ ପଜିଟିଭ ଉର୍ଜା ବଢାଇବା ସହ ସମୃଦ୍ଧି ବଢାଇଥାଏ ଓ ମାନସିକ ଶାନ୍ତି ଦେବ। ଉତ୍ତର ଦିଗରେ ନୀଳ ରଙ୍ଗର ପରଦା ଲଗାଇବା ଭଲ। ଏହାଛଡା ଆକାଶ ନୀଳ, ସି’ଗ୍ରୀନ୍‌ ରଙ୍ଗର ପରଦା ବି ଲଗାଇ ପାରିବେ। ଏହାଦ୍ୱାରା ଧନପ୍ରାପ୍ତିର ନୂଆ ନୂଆ ଅବସର ମିଳିବ। କ୍ୟାରିୟରରେ ସଫଳତା ମିଳିବ। ଦକ୍ଷିଣ ଦିଗରେ ଲାଲରଙ୍ଗର ପରଦା ଲଗାଇଲେ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ବଢିଥାଏ। ଦକ୍ଷିଣ ପୂର୍ବ ଦିଗରେ ତ୍ରିକୋଣ କିମ୍ବା ସେହିଭଳି କିଛି ପ୍ୟାଟର୍ନର ପରଦା ଲଗାଇବା ଶୁଭ। ଦକ୍ଷିଣ ଦିଗରେ ଆୟତାକାର ପ୍ୟାଟର୍ନର ପରଦା ଲଗାଇବା ଲାଭକାରୀ। ଏହିଦିଗରେ ଲାଲ, ନାରଙ୍ଗି, ଗୋଲାପି, ବାଇଗଣି ରଙ୍ଗର ପରଦା ବି ଲଗାଇପାରିବେ। ପରିଶ୍ରମ କରିବାସତ୍ତ୍ୱେ ସଫଳତା ମିଳୁ ନ ଥିଲେ ଘରର ପଶ୍ଚିମ ଦିଗରେ ଧଳା ରଙ୍ଗର ପରଦା ଲଗାନ୍ତୁ। ଏହାସହ ଗୋଲାକାର ପ୍ୟାଟର୍ନର ପରଦା ବି ଲଗାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?