ଧନଶାଳୀ ଟେକ୍‌ନୋକ୍ରାଟ୍‌

ଭାରତୀୟ ବହୁରାଷ୍ଟ୍ରୀୟ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କମ୍ପାନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜି ଲିମିଟେଡ୍‌ର ମୁଖ୍ୟାଳୟ ଉତ୍ତରପ୍ରଦେଶର ନୋଏଡାରେ ରହିଛି। ଏଚ୍‌ସିଏଲ୍‌ ଏଣ୍ଟରପ୍ରାଇଜ୍‌ର ଏହା ସହାୟକ କମ୍ପାନୀ। ସଫ୍ଟଓ୍ବେର ସର୍ଭିସ ବ୍ୟବସାୟକୁ ଏଚ୍‌ସିଏଲ୍‌ ପ୍ରବେଶ କରିବା ପରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜି ଲିମିଟେଡ୍‌ ୧୯୯୧ରେ ସ୍ବାଧୀନ ସଂସ୍ଥା ଭାବେ ମୁଣ୍ଡ ଟେକିଥିଲା। ବ୍ରିଟେନ୍‌, ଆମେରିକା, ଫ୍ରାନ୍ସ ଓ ଜର୍ମାନୀ ସମେତ ୪୪ ଦେଶରେ କମ୍ପାନୀର କାର୍ଯ୍ୟାଳୟ ରହିଛି। ବିଶ୍ୱବ୍ୟାପୀ ଗବେଷଣା ଓ ବିକାଶ (ଆର୍‌ଏଣ୍ଡ୍‌ଡି) ନେଟ୍‌ଓ୍ବର୍କ ସ୍ଥାପନ କରିପାରିଥିବା ଏଚ୍‌ସିଏଲ୍‌ ଟେକ୍ନୋଲୋଜି ଲିମିଟେଡ୍‌ର ‘ଇନୋଭେଶନ ଲାବ୍‌’ ଏବଂ ‘ଡେଲିଭରି ସେଣ୍ଟର’ ଆଇଟି କ୍ଷେତ୍ରରେ ନୂଆ ପରୀକ୍ଷାନିରୀକ୍ଷା କରିଚାଲିଛି। ଏହାର ୧,୪୭,୧୨୩ କର୍ମଚାରୀ ରହିଥିବା ବେଳେ ଉପଭୋକ୍ତାଙ୍କ ମଧ୍ୟରେ ଅଛନ୍ତି ଫର୍ଚୁନ ୫୦୦ର ୨୫୦ ଏବଂ ଗ୍ଲୋବାଲ ୨୦୦୦ କମ୍ପାନୀର ୬୫୦। ଏରୋସ୍ପେସ୍‌ ଓ ପ୍ରତିରକ୍ଷା, ଅଟୋମୋଟିଭ୍‌, ବ୍ୟାଙ୍କିଙ୍ଗ୍‌, କ୍ୟାପିଟାଲ ମାର୍କେଟ୍‌ସ, ରସାୟନ ଓ ପ୍ରକ୍ରିୟା ଶିଳ୍ପ, ଶକ୍ତି, ସ୍ବାସ୍ଥ୍ୟସେବା, ହାଇ-ଟେକ୍‌, ଇଣ୍ଡଷ୍ଟ୍ରିଆଲ୍‌ ମାନୁଫାକ୍‌ଚରିଂ, ଖାଉଟି ସାମଗ୍ରୀ, ବୀମା, ଜୀବ ବିଜ୍ଞାନ, ଗଣମାଧ୍ୟମ ଓ ମନୋରଞ୍ଜନ, ଖଣି ଓ ପ୍ରାକୃତିକ ସମ୍ବଳ, ତୈଳ ଓ ଗ୍ୟାସ୍‌, ଖୁଚୁରା, ଟେଲିକମ୍‌, ଭ୍ରମଣ, ପରିବହନ, ଲଜିଷ୍ଟିକ୍ସ ଆଣ୍ଡ୍‌ ହସ୍ପିଟାଲିଟି ଭଳି ବିଭିନ୍ନ କ୍ଷେତ୍ରରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜି ଲିମିଟେଡ୍‌ର ଉପସ୍ଥିତି କମ୍ପାନୀକୁ ବିଶ୍ୱର ଅନ୍ୟତମ ଆଇଟି କମ୍ପାନୀ ସ୍ତରକୁ ନେଇଯାଇଛି। ଏଭଳି ଏକ ବହୁରାଷ୍ଟ୍ରୀୟ କମ୍ପାନୀର ଦାୟିତ୍ୱ ଏବେ ଜଣେ ମହିଳାଙ୍କ ଉପରେ ନ୍ୟସ୍ତ କରାଯାଇଛି। ସେ ହେଉଛନ୍ତି ଏଚ୍‌ସିଏଲ୍‌ର ପ୍ରତିଷ୍ଠାତା ଶିବ ନାଦାରଙ୍କ ଏକମାତ୍ର କନ୍ୟା ରୋଶନୀ ନାଦାର। ପିତାଙ୍କ ପରେ ସେ ଏଚ୍‌ସିଏଲ୍‌ର ଅଧ୍ୟକ୍ଷ ହୋଇଥିବାରୁ ଏବେ ତାଙ୍କ ବ୍ୟକ୍ତିତ୍ୱ ଅଧିକ ଉଜ୍ଜ୍ୱଳ ହୋଇଛି।
ରୋଶନୀ ନୂଆଦିଲ୍ଲୀରେ ବଢ଼ିବା ସହିତ ବସନ୍ତ ଭ୍ୟାଲି ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଆମେରିକାର ଇଲନଏସ୍ଥିତ ନର୍ଥଓ୍ବେଷ୍ଟର୍ନ ବିଶ୍ୱବିଦ୍ୟାଳୟରୁ କମ୍ୟୁନିକେଶନରେ ଡିଗ୍ରୀ ଅର୍ଜନ କରିଥିଲେ। ସେଠାରେ ରେଡିଓ, ଟେଲିଭିଜନ୍‌ ଓ ଚଳଚ୍ଚିତ୍ର ଉପରେ ତାଙ୍କ ଶିକ୍ଷା କେନ୍ଦ୍ରିତ ଥିଲା। ପରେ କିଲୋଗ୍‌ ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟରୁ ଏମ୍‌ବିଏ କରିଥିଲେ। ଏଚ୍‌ସିଏଲ୍‌ରେ ଯୋଗଦେବା ପୂର୍ବରୁ ରୋଶନୀ ବିଭିନ୍ନ କମ୍ପାନୀରେ ପ୍ରଯୋଜକ ଭାବେ କାର୍ଯ୍ୟ କରିଥିଲେ। ସେ ସିଏନ୍‌ବିସି ଚ୍ୟାନେଲର ଇଣ୍ଟର୍ନ ସହ ଓ୍ବାର୍ଲଡ୍‌ ଇକୋମୋକ୍‌ ଫୋରମ୍‌ର ‘ଫୋରମ୍‌ ଅଫ୍‌ ୟଙ୍ଗ୍‌ ଗ୍ଲୋବାଲ ଲିଡର୍ସ’ର ଛାତ୍ରୀ ମଧ୍ୟ ଥିଲେ। ଉଚ୍ଚଶିକ୍ଷା ପରେ ସେ ସ୍କାଏ ନ୍ୟୁଜ୍‌ ଲଣ୍ଡନ କାର୍ଯ୍ୟାଳୟରେ କିଛି ସମୟ ପାଇଁ କାର୍ଯ୍ୟ କରିଥିଲେ। ପିତାଙ୍କ ପରାମର୍ଶ କ୍ରମେ ସେ ବିଦେଶରୁ ଚାକିରି ଛାଡ଼ି ୨୦୦୮ରେ ଭାରତ ଫେରିଆସି ଏଚ୍‌ସିଏଲ୍‌ରେ ଯୋଗଦେଇଥିଲେ। ସେଥିରେ କାର୍ଯ୍ୟ କରିବାର ଗୋଟିଏ ବର୍ଷ ପରେ ସେ ଏଚ୍‌ସିଏଲ୍‌ କର୍ପୋରେଶନ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦବୀକୁ ଉନ୍ନୀତ ହୋଇଥିଲେ। ୧୭ ଜୁଲାଇ ୨୦୨୦ରେ ପିତା ଶିବ ନାଦାର ଅଧ୍ୟକ୍ଷ ପଦରୁ ଓହରିଯିବା ପରେ ରୋଶନୀ ସେଥିରେ ଅବସ୍ଥାପିତ ହୋଇଛନ୍ତି।
ଫୋର୍ବସ ପକ୍ଷରୁ ୨୦୧୯ରେ ପ୍ରକାଶିତ ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ରୋଶନୀ ସ୍ଥାନ ପାଇବା ପରେ ତାଙ୍କ ବ୍ୟକ୍ତିତ୍ୱ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଥିଲା। କେବଳ ବ୍ୟବସାୟିକ ଜୀବନକୁ ନେଇ ତାଙ୍କ ଜୀବନ ଗତିଶୀଳ ହୋଇ ନାହିଁ, ଜଣେ ସହୃଦୟ ମହିଳା ଭାବେ ସେ ଅନେକ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆସିଛନ୍ତି। ଫଳସ୍ବରୂପ ତାଙ୍କୁ ୨୦୧୪ରେ ଏନ୍‌ଡିଟିଭି ୟଙ୍ଗ୍‌ ଫିଲାନ୍‌ଥ୍ରୋପିଷ୍ଟ ଅଫ୍‌ ଦି ଇୟର, ୨୦୧୫ରେ ‘ଦି ଓ୍ବାର୍ଲଡ୍‌ସ ମୋଷ୍ଟ୍‌ ଇନୋଭେଟିଭ୍‌ ପିପୁଲ ଆଓ୍ବାର୍ଡ’ ଏବଂ ‘୨୦୧୭ରେ ଭୋଗ୍‌ ଇଣ୍ଡିଆ ଫିଲାନ୍‌ଥ୍ରୋପିଷ୍ଟ ଅଫ୍‌ ଦି ଇୟର’ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିସହିତ ଶିବ ନାଦାର ଫାଉଣ୍ଡେଶନର ଶିକ୍ଷା ବିକାଶ କାର୍ଯ୍ୟକ୍ରମ ସହ ସେ ଜଡ଼ିତ ଅଛନ୍ତି। ବନ୍ୟପ୍ରାଣୀ ଓ ସଂରକ୍ଷଣ ଦିଗରେ ତାଙ୍କ ଆଗ୍ରହ ଥିବାରୁ ସେ ‘ଦି ହାବିଟେଟ୍‌’ ନାମରେ ଏକ ଟ୍ରଷ୍ଟ ଗଠନ କରିଛନ୍ତି, ଯାହା ଭାରତର ପ୍ରାକୃତିକ ବାସସ୍ଥଳକୁ ସୁରକ୍ଷିତ ରଖିବାରେ ବେଶ୍‌ ସହାୟକ ହୋଇପାରିଛି।
୩୮ ବର୍ଷୀୟା ରୋଶନୀ ଶାସ୍ତ୍ରୀୟ ସଙ୍ଗୀତରେ ତାଲିମପ୍ରାପ୍ତ ସଙ୍ଗୀତକାର। ୨୦୧୦ରେ ସେ ଶିଖର ମାଲହୋତ୍ରାଙ୍କୁ ବିବାହ କରିଥିଲେ। ସେମାନଙ୍କର ଅର୍ମାନ ଓ ଜାହାନ ନାମରେ ଦୁଇ ପୁଅ ଅଛନ୍ତି। ଭାରତର ସବୁଠାରୁ ଧନଶାଳୀ ମହିଳା ଭାବେ ରୋଶନୀଙ୍କୁ ବିବେଚନା କରାଯାଉଛି। ଏକ ବୃହତ୍‌ କମ୍ପାନୀର ଅଧ୍ୟକ୍ଷ ରୂପେ ଏତେ ବଡ଼ ଦାୟିତ୍ୱରେ ଥିଲେ ମଧ୍ୟ ସେ ପାରିବାରିକ ଜୀବନ ସହ ସମନ୍ବୟ ରଖି ଆଗେଇ ଚାଲୁଥିବାରୁ ଯୁବପିଢ଼ିଙ୍କ ପାଇଁ ନିଶ୍ଚିତ ପ୍ରେରଣାର ଉତ୍ସ ପାଲଟିବେ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri