ଦଲକାଏ ନିଆଁରେ ଛାରଖାର ହେବ ଧନ, ଜୀବନ

କେନ୍ଦ୍ରାପଡ଼ା ଅଫିସ, ୧୨।୪: ଗ୍ରାମାଞ୍ଚଳରେ ଖରାଦିନ ପାଇଁ ଅଗ୍ନିକାଣ୍ଡ ବଢ଼ୁଛି। ତେବେ ଏହି ବିପଦ ଏବେ କେନ୍ଦ୍ରାପଡ଼ା ଜିଲାର ସହରାଞ୍ଚଳ ପାଇଁ ଏକ ଆଶଙ୍କାରେ ପରିଣତ ହୋଇଛି। ମଲ୍‌ଗୁଡ଼ିକୁ ନୋଟିସ ଦିଆଯାଇଥିଲେ ମଧ୍ୟ ଅଗ୍ନି ନିରାପତ୍ତା ନେଇ କେହି ସତର୍କ ନୁହନ୍ତି। ସରକାରୀ ଓ ବେସରକାରୀ କୋଠା ମଧ୍ୟ ସୁରକ୍ଷିତ ନୁହେଁ। ଦଲକାଏ ନିଅଁାରେ ଧନ ଜୀବନ ନଷ୍ଟ ହୋଇଯିବ ବୋଲି ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ମୀର ଆବୁ ଓବେଦା, ଆଶିଷ କୁମାର ସେନାପତି କହିଛନ୍ତି, ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ର ସରକାରଙ୍କ ସୌରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ପ୍ରତି ରାଜ୍ୟକୁ ଚିଠି କରିଥିଲେ। ଏହି ଚିଠି ଅନୁଯାୟୀ ମକ୍‌ ଡ୍ରିଲ ସହ ପ୍ରତି ୨ମାସରେ ଥରେ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଚିଠି ଜିଲାରେ କାର୍ଯ୍ୟକାରୀ ହେଉନାହିଁ। କେନ୍ଦ୍ର ସରକାର ଦେଶରେ ଉଜଳା ଯୋଜନା ପ୍ରଚଳନ ପରେ ରନ୍ଧନ ପାଇଁ ଗ୍ୟାସ କନେକ୍‌ଶନ ଅହେତୁକ ଭାବେ ବୃଦ୍ଧି ପାଇଛି। ପ୍ରତି ବିତରକ ହିତାଧିକାରୀଙ୍କୁ ଗ୍ୟାସ ସମ୍ପର୍କରେ ଅବଗତ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଇବା କଥା। ଏ ନେଇ ଚୁକ୍ତିପତ୍ରରେ ଉଲ୍ଲେଖ ଥିଲେ ମଧ୍ୟ ବିତରକ ଏହି ନିୟମକୁ କେବଳ କାଗଜପତ୍ରରେ ସୀମିତ ରଖିଛନ୍ତି। ସେହିପରି ଜିଲାରେ ବହୁ ଘରୋଇ ଚିକିତ୍ସାଳୟ ଓ ଶିକ୍ଷାନୁଷ୍ଠାନ ଖୋଲାଯାଇଛି। ଏହି ଅନୁଷ୍ଠାନଗୁଡ଼ିକୁ ଅଗ୍ନି ସୁରକ୍ଷା ବଳ ମଧ୍ୟରେ ରଖିବା ପାଇଁ ନିୟମ ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ ଅବଜ୍ଞା କରୁଛନ୍ତି। ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଏପରି ଅବସ୍ଥା ଦେଖିବାକୁ ମିଳୁଛି। କେନ୍ଦ୍ରାପଡ଼ା ଜିଲାରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ସରକାରୀ, ବେସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ସାଧାରଣ ଚଳପ୍ରଚଳ କରୁଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଏହି ବ୍ୟବସ୍ଥା ପ୍ରତି ଆଖି ବୁଜି ଦେଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ ଆଦିରେ ଉପଯୁକ୍ତ ପରିମାଣରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। ସେହିପରି ଜିଲାରେ ବହୁ ଘରୋଇ ବିଦ୍ୟାଳୟ, ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏ ନେଇ ସଚେତନ ନାହାନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ସହକାରୀ ଅଗ୍ନିଶମ ଅଧିକାରୀ ନରେନ କୁମାର ମହାନ୍ତିଙ୍କୁ ପଚାରିବାରେ ଅଗ୍ନିକାଣ୍ଡ ଧନ ଜୀବନ ପ୍ରତି ବିପଦ। ନିମିଷକରେ ଏହା ବହୁ କ୍ଷତି ପହଞ୍ଚାଇଥାଏ। ଏ ନେଇ ବିଭାଗ ପକ୍ଷରୁ ଗତ ବର୍ଷକ ମଧ୍ୟର ୩୦ରୁ ଊର୍ଦ୍ଧ୍ୱ ସଚେତନତା କାର୍ଯ୍ୟକ୍ରମ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ କେତେଗୋଟି ଶିକ୍ଷାନୁଷ୍ଠାନରେ ହୋଇଛି। ଗ୍ୟାସ ବିତରକ ସଂସ୍ଥା ଏହି ସଚେତନତା କାର୍ଯ୍ୟକ୍ରମକୁ ଅଣଦେଖା କରିବା ଠିକ୍‌ ନୁହେଁ। ସହର ମଧ୍ୟରେ ଥିବା ମଲ୍‌ଗୁଡ଼ିକୁ ଏ ନେଇ ନୋଟିସ ହୋଇଛି। ଜିଲାର ବିଭିନ୍ନ ଅନୁଷ୍ଠାନକୁ ନୋଟିସ ଯାଇଥିବା ବେଳେ ୨୦୦ରୁ ଅଧିକ ଅନୁଷ୍ଠାନ ଏହି ନିରାପତ୍ତା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?