ଧନର ସ୍ବରୂପ ଓ ଲକ୍ଷ୍ମୀ

ପୁରାଣରେ ବରୁଣ, ପୁଲୋମନ ଓ ଭୃଗୁଙ୍କୁ ଲକ୍ଷ୍ମୀଙ୍କ ତିିନି ପିତା ଭାବେ ବର୍ଣ୍ଣନା କରାଯାଇଛି। ବେଦରେ ବରୁଣ ହେଉଛନ୍ତି ଅସୁର, କିନ୍ତୁ ପୁରାଣରେ ସମୁଦ୍ରର ଦେବତା। ପୁରାଣ ପୁଲୋମନଙ୍କୁ ଅସୁର ରାଜା ଭାବେ ଓ ଭୃଗୁଙ୍କୁ ଅସୁର ଗୁରୁ ଭାବେ ବର୍ଣ୍ଣନା କରିଛି। ଏଥିପାଇଁ ଲକ୍ଷ୍ମୀ ହେଉଛନ୍ତି ଅସୁରଙ୍କ କନ୍ୟା। ପୁରାଣରେ ଦେବତା ଅସୁର ଉଭୟେ ବ୍ରହ୍ମାଙ୍କ ସନ୍ତାନ। ଦେବତା ସ୍ବର୍ଗରେ ଏବଂ ଅସୁର ପାତାଳରେ ରହନ୍ତି । ସବୁ ଧନ ରହିଛି ପୃଥିବୀ ତଳେ ପାତାଳରେ। ଏଥିପାଇଁ ମାଟିତଳୁ ମଞ୍ଜିରୁ ଗଜା ବାହାରେ, ମାଟିତଳେ ଧାତୁ ସୃଷ୍ଟି ହୋଇଥାଏ ଏବଂ ପାଣି ବି ରହିଛି। ଏହିସବୁ ଧନକୁ ବାହାରକୁ ଆଣିବା ଲାଗି ଆମେ ସୂର୍ଯ୍ୟ, ବାୟୁ ,ଅଗ୍ନି ଓ ବର୍ଷା ଦରକାର କରୁ। ଅର୍ଥାତ୍‌ ଆମେ ଦେବତାଙ୍କୁ ଆବଶ୍ୟକ କରୁ, ଯେଉଁମାନେ ମଣିଷଙ୍କ ମଙ୍ଗଳରେ କାମ କରୁଥିବାରୁ ସେମାନେ ଭଗବାନ୍‌ ପାଲଟିଛନ୍ତି। ଅସୁରମାନେ ମାନବଙ୍କୁ ଲକ୍ଷ୍ମୀ (ଧନ)ଦେବା ଲାଗି ଦେବତାଙ୍କୁ ପ୍ରତିରୋଧ କରୁଥିବାରୁ ସେମାନେ ରାକ୍ଷସ ହୋଇଛନ୍ତି।
ସମୁଦ୍ରର ଦେବତା ବରୁଣ। ସେ ଲୁଣ, ମାଛ ଓ ମୁକ୍ତାକୁ ଧନ ଆକାରରେ ମୁକ୍ତରେ ପ୍ରଦାନ କରିଥାନ୍ତି ଓ ତା’ ପ୍ରତିବଦଳରେ କିଛି ମାଗି ନ ଥାନ୍ତି। ଏଥିପାଇଁ ସମ୍ଭବତଃ ବରୁଣଙ୍କୁ ଅସୁର ନୁହେଁ ଦେବତା ଭାବେ ଗ୍ରହଣ କରାଯାଏ। ବରୁଣ ମଧ୍ୟ ଉଦାରତାର ପ୍ରତୀକ ଓ ବାସ୍ତବରେ ଧନୀ। ପୁଲୋମନ ପାତାଳର ଶାସକ। ସେ ସହଜରେ ଲକ୍ଷ୍ମୀଙ୍କୁ ଛାଡ଼ନ୍ତି ନାହିଁ। ସେଥିପାଇଁ ପୃଥିବୀରୁ ଧନ ପାଇବା ଲାଗି ମାନବ ଜାତିକୁ ଜଟିଳ କୃଷି ଓ ଖଣି ଉତ୍ତୋଳନ ପଦ୍ଧତି ଆବିଷ୍କାର କରିବାକୁ ପଡ଼ିଛି। ଯେଉଁ ଧନ ମିଳିଛି ତାହାକୁ ପୁଲୋମି(ପୁଲୋମନଙ୍କ କନ୍ୟା) କୁହାଯାଉଛି, ଯାହା ଲକ୍ଷ୍ମୀଙ୍କର ଅନ୍ୟନାମ।
ଭୃଗୁ ଅସୁରମାନଙ୍କ ଗୁରୁ। ସେ ଆଗତ ଭବିଷ୍ୟତ ଗଣନକାର। ତାଙ୍କ ପୁତ୍ର ଶୁକ୍ର ସୃଜନ ସହ ଜଡ଼ିତ। ଯେଉଁ ଲୋକ ଭବିଷ୍ୟତ ଗଣନା କରିପାରେ ଓ ଯାହାଙ୍କର ଦୂରଦୃଷ୍ଟି ଏବଂ ସୃଜନଶୀଳତା ରହିଛି ସେ ଧନ ସୃଷ୍ଟି କରିବାର ବହୁ ସମ୍ଭାବନା ରହିଛି। ଏଥିପାଇଁ ଲକ୍ଷ୍ମୀଙ୍କୁ ଭାର୍ଗବୀ (ଭୃଗୁଙ୍କ କନ୍ୟା)କୁହାଯାଏ। ସେଥିପାଇଁ ସେ ଶୁକ୍ରଙ୍କ ଭଉଣୀ। ଲକ୍ଷ୍ମୀ ଯେତେବେଳେ ପିତାଙ୍କ ସାମ୍ରାଜ୍ୟ ପରିତ୍ୟାଗ କରି ବାହାରକୁ ପ୍ରକଟିତ ହୁଅନ୍ତି ସେତେବେଳେ ତାଙ୍କ ମୂଲ୍ୟ ଆସିଥାଏ। ତେବେ ପୃଥିବୀ ପୃଷ୍ଟରୁ ଧନ ଉପତ୍ାଦନ କରିବା ଏକ ହିଂସୁକ ପଦ୍ଧତି। ଜମି ଏବଂ ମାନବ ବସତି ପାଇଁ ଜଙ୍ଗଲ ଧ୍ୱଂସ କରିବାକୁ ପଡ଼ିବ। ଶିଳ୍ପ ପାଇଁ ଭୂଗର୍ଭରୁ କଞ୍ଚାମାଲ ଉତ୍ତୋଳନ କରିବାକୁ ହେବ। ଅନ୍ୟ ଅର୍ଥରେ, ଲକ୍ଷ୍ମୀଙ୍କୁ ପାଇବାକୁ ହେଲେ ଅସୁରଙ୍କୁ ମାରିବାକୁ ପଡ଼ିବ। ଅନ୍ୟପକ୍ଷରେ ଲକ୍ଷ୍ମୀ ତାଙ୍କ ପିତାଙ୍କ ରାଜ୍ୟ ଛାଡ଼ିଲେ ହିଁ ଚମକିବେ। ପ୍ରକୃତିରୁ ପ୍ରାପ୍ତ ଧନକୁ କଳସୀ ମାଧ୍ୟମରେ ପ୍ରତିପାଦିତ କରାଯାଏ। କଳସୀ ହେଉଛି ଶିଳ୍ପ ଏବଂ ବାଣିଜ୍ୟ କାରବାରର ପ୍ରତୀକ। କଳସୀ ଯିଏ କି ସ୍ବୟଂ ଲକ୍ଷ୍ମୀ ତାହା ଇନ୍ଦ୍ରଙ୍କ ଅଧୀନରେ ରହିଛି, ଯାହା ଅସୁରମାନଙ୍କଠାରୁ ଛଡ଼ାଇ ଅଣାଯାଇଛି।
ଦେବତାମାନଙ୍କ ଦ୍ୱାରା ନିହତ ଅସୁରମାନଙ୍କୁ ଶୁକ୍ର ବାରମ୍ବାର ପୁନର୍ଜୀବନ ଦେଇଛନ୍ତି , ଯାହା ସଞ୍ଜୀବନୀ ବିଦ୍ୟ୍ୟା ଭାବେ ଜଣାଶୁଣା। ଏହି ବିଦ୍ୟା ମୃତକଙ୍କୁ ପୁନର୍ଜୀବନ ପ୍ରଦାନ କରେ। ଏହା ପୃଥିବୀର ଉର୍ବରତାର ସଙ୍କେତ, ଯାହା ବର୍ଷ ପରେ ବର୍ଷ ଶସ୍ୟ ଫେରାଇ ଆଣିପାରିଥାଏ। ଶସ୍ୟ ଉପତ୍ାଦନକୁ ଦେବତାଙ୍କ ଦ୍ୱାରା ଅସୁରମାନଙ୍କ ବଧ ସହ ସମାନ ବୋଲି ବିଚାର କରାଯାଏ। ଏହି ହିଂସକ କାର୍ଯ୍ୟ ଲକ୍ଷ୍ମୀଙ୍କୁ କୃଷକଙ୍କ ଘରକୁ ଆଣିବାରେ ସହାୟକ ହୋଇଥାଏ। ଭାରତର ଶସ୍ୟ ଅମଳର ପର୍ବ ବସନ୍ତ ନବରାତ୍ରି (ବସନ୍ତରେ ପୂଜିତା ଦେବୀ) କିମ୍ବା ଶରଦ ନବରାତ୍ରି (ଶରତରେ ପୂଜିତା ଦେବୀ) ଭାରତର ଶୀତ ଓ ଗ୍ରୀଷ୍ମ କାଳର କୃଷି ଚକ୍ରକୁ ସୂଚିତ କରେ। ଏହା ଅସୁରମାନଙ୍କ ବଧ ସହ ଜଡ଼ିତ। ଉଦାହରଣ ସ୍ବରୂପ, ଦଶହରାରେ ଦୁର୍ଗା ମହିଷାସୁରକୁ ଏବଂ ଦୀପାବଳିରେ କୃଷ୍ଣ ନରକାସୁରକୁ ବଧ କରିଥାନ୍ତି। ଦେବତା ଓ ଅସୁରଙ୍କ ଯୁଦ୍ଧ ସବୁବେଳେ ଲାଗି ରହିଛି। ଯେ ପର୍ଯ୍ୟନ୍ତ ମଣିଷ ଫସଲ ପାଇଁ ପ୍ରକୃତି ଉପରେ ନିର୍ଭର କରୁଥିବା ଏବଂ ପ୍ରକୃତିର ଉର୍ବରତା ପୁନଃ ସୃଷ୍ଟି ହେବା ଲାଗି ଚାହଁୁଥିବ ସେ ପର୍ଯ୍ୟନ୍ତ ଏଭଳି ଯୁଦ୍ଧ ଲାଗି ରହିବ। ଏହା କେବେ ବି ଶେଷ ହେବ ନାହିଁ।
ଇନ୍ଦ୍ରଙ୍କ ସ୍ତ୍ରୀ ଭାବେ ଲକ୍ଷ୍ମୀ ସଚୀ ଏବଂ ଇନ୍ଦ୍ର ସଚିନ ଭାବେ ଜଣାଶୁଣା। ଅମରାବତୀରେ ଲକ୍ଷ୍ମୀଙ୍କ ପାଦ ପଡିବା ପରେ ତାହା ସ୍ବର୍ଗ ପାଲଟିଯାଇଛି। ସେ ସାଥିରେ ଇଚ୍ଛା ପୂରଣ କରୁଥିବା କଳ୍ପତରୁ, ମନୋବାଞ୍ଛା ପୂରଣ କରୁଥିବା ଗାଈ କାମଧେନୁ, ରତ୍ନ ପାଇବା ଆଶା ପୂରଣ କରୁଥିବା ଚିନ୍ତାମଣି , ଅହର୍ନିଶ ଶସ୍ୟ ଓ ସୁନା ବାହାରୁଥିବା ଅଳଙ୍କାରର ପାତ୍ର ଅକ୍ଷୟପାତ୍ର ଆଣିବାରୁ ଅମରାବତୀ ସ୍ବର୍ଗ ହୋଇଯାଇଛି। ଏହିସବୁ ଧନ ଭଣ୍ଡାର ଯୋଗୁ ଦେବତାମାନେ ଆରାମଦାୟକ ଜୀବନ ଜିଉଛନ୍ତି। ତେବେ ଲକ୍ଷ୍ମୀ ଦେଇଥିବା ସବୁ ସୁଖ ପାଇବାକୁ ଇନ୍ଦ୍ର କାହିଁକି ଯୋଗ୍ୟ ତାହା ପୁରାଣ ସ୍ପଷ୍ଟ କରିନାହିଁ।
ଆଧୁନିକ ଯୁଗ କାହାଣୀର ନୂଆ ସଂସ୍କରଣ ବହୁ ସମୟରେ ଅସୁରଙ୍କୁ ମୂଳ ଜଙ୍ଗଲୀ ନିବାସୀ ଭାବେ ବିଚାର କରେ। ଦେବତାଙ୍କୁ ପ୍ରବାସୀ ଭାବେ ବର୍ଣ୍ଣନା କରିଛି, ଯେଉଁମାନେ ଉନ୍ନତ କୃଷି ଓ ଗାଉଁଲି ଜ୍ଞାନକୌଶଳ ନେଇ ଆସିଥିଲେ। ଏହି କାରଣରୁ ସାମାଜିକ ବିଜ୍ଞାନ ଦୃଷ୍ଟିକୋଣରୁ ବିଚାର କରାଯାଏ ଯେ, ଅସୁର ଓ ଦେବତାଙ୍କ ମଧ୍ୟରେ ସୀମାହୀନ ଯୁଦ୍ଧ ଲାଗିଛି। ଦେବତାଙ୍କୁ ଅତି ଧନୀ ଓ ଅସୁରଙ୍କୁ ନିର୍ଦ୍ଧନ ଭାବେ ବିବେଚନା କରାଯାଏ। ପରମ୍ପରାବାଦୀମାନେ ଦେବତାଙ୍କୁ ସମର୍ଥ ଭାବେ ପ୍ରତିପାଦିିତ କରି ସେମାନେ ଲକ୍ଷ୍ମୀଙ୍କୁ ପାଇବା ପାଇଁ ହକଦାର ବୋଲି କହିଥାନ୍ତି। କିନ୍ତୁ ପୁରାଣ ବର୍ଣ୍ଣିତ ଇନ୍ଦ୍ରୀୟ ସୁଖରେ ମଜ୍ଜିଥିବା ଇନ୍ଦ୍ରଙ୍କୁ ଦେଖିଲେ ଏହାର ମାନେ କିଛି ନାହିଁ।
ଯଦି ଦେବତାମାନେ ଲକ୍ଷ୍ମୀଙ୍କୁ ପାତାଳରୁ ଚୋରି କରି ନେଇ ନ ଥାନ୍ତେ, ତେବେ ଲକ୍ଷ୍ମୀଙ୍କର ମୂଲ୍ୟ କିଛି ରହି ନ ଥାନ୍ତା। କିନ୍ତୁ ଅସୁରମାନଙ୍କୁ ଚୋର ଦୃଷ୍ଟିରେ ଦେଖାଯାଏ ନାହିଁ। ସେମାନେ କେବଳ ସେମାନଙ୍କ ଭଉଣୀଙ୍କୁ ଫେରିପାଇବା ପାଇଁ ଚାହାନ୍ତି। ଏଣୁ ସେମାନେ ଅମରାବତୀକୁ ଘେରାବନ୍ଦୀ କରି ସବୁବେଳେ ଦେବତାଙ୍କ ସହ ଯୁଦ୍ଧ କରିଥାନ୍ତି। ଏହା ସ୍ବର୍ଗକୂୁ ଏକ ସୀମାହୀନ ଯୁଦ୍ଧର କ୍ଷେତ୍ର କରିଛି। ଆଧୁନିକ ଦୃଷ୍ଟିକୋଣରୁ ଧନର ଜନକ ସହିତ ଇନ୍ଦ୍ର ଏବଂ ଦେବତାଙ୍କୁ ଆମେ ସମାନ ବୋଲି ବିଚାର କରିପାରିବା। କିନ୍ତୁ ଧନ ଉପତ୍ାଦକ ବହୁସମୟରେ ସମାଲୋଚନାର ଶିକାର ହୋଇଥାନ୍ତି କାରଣ ଧନ ଉପତ୍ାଦନ ସବୁବେଳେ ହିଂସକ ହୋଇଥାଏ। ଧନ ଉପତ୍ାଦନ ଲାଗି ପରିସଂସ୍ଥା ନଷ୍ଟ ହେଉଛି । ଶିଳ୍ପ ଓ ବାଣିଜି୍ୟକ କାରବାର ବଞ୍ଚାଇ ରଖିବାକୁ ଲୋକେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଧନ ଉପତ୍ାଦନ ପଦ୍ଧତି ଆର୍ଥିକ ଦୃଷ୍ଟିରୁ ସାମାଜିକ ସ୍ତରରେ ବିଭେଦ ସୃଷ୍ଟି କରେ। ଯେଉଁମାନେ ଶିଳ୍ପ ଓ ମାର୍କେଟ ପ୍ରତିଷ୍ଠା କରନ୍ତି(ଦେବତା?) ସେମାନଙ୍କ ଶିଳ୍ପ ଓ ମାର୍କେଟରେ କାର୍ଯ୍ୟରତ ଲୋକ ( ଅସୁରମାନେ?) ଶେଷରେ ବଞ୍ଚିତ ଏବଂ ବହୁ ସମୟରେ ଶୋଷିତ ହୋଇଥାନ୍ତି । ହେଲେ ସେମାନଙ୍କ ଠାରୁ ଉପତ୍ାଦିତ ଧନର ସିଂହଭାଗ ଦାବି କରିବାକୁ ଶିଳ୍ପ ଓ ମାର୍କେଟ ପ୍ରତିଷ୍ଠାତାମାନେ ଯୋଗ୍ୟ ବୋଲି ଅନୁଭବ କରନ୍ତି।
ଦେବତାମାନେ କିଛି ଉପତ୍ାଦନ ନ କରି ବିଶାଳ ଧନ ସାମ୍ରାଜ୍ୟ ଉପଭୋଗ କରୁଛନ୍ତି, କାରଣ ସେମାନେ ଏକ ନିର୍ଦ୍ଦିଷ୍ଟ ପରିବାରରେ ଜନ୍ମ ହୋଇଛନ୍ତି। ଇନ୍ଦ୍ର ବିଶେଷ ଅଧିକାର ସହ ଜନ୍ମ ହୋଇଥିବାରୁ ଏହି ଅନ୍ୟାୟ ସ୍ଥିତିକୁ ଦେଖିବାକୁ ସକ୍ଷମ ନୁହନ୍ତି । ସେ ମଧ୍ୟ ଅସୁରମାନଙ୍କ କ୍ରୋଧକୁ ବୁଝିବାକୁ ଅକ୍ଷମ। ପ୍ରତ୍ୟେକ ଗୋଷ୍ଠୀ ପରସ୍ପରକୁ ଦୁଷ୍ଟ କହୁଥିବାବେଳେ ଧମକ ଦେଉଛନ୍ତି, କେହି କାହାକୁ ବୁଝିପାରୁନାହାନ୍ତି। ଦେବ ଓ ଅସୁରଙ୍କ ମଧ୍ୟରେ ସଂଘର୍ଷ ଠିକ୍‌ ପୁଞ୍ଜୀବାଦୀ ଓ ସମାଜବାଦୀଙ୍କ ଲଢ଼େଇ ସଦୃଶ। କିଏ ଉପତ୍ାଦିତ ଧନର ସିଂହଭାଗ ପାଇବା ଉଚିତ ସେଥିରେ କୌଣସି ଗୋଷ୍ଠୀ ଏକମତ ହୋଇପାରୁ ନାହାନ୍ତି। ଏଣୁ ଜଣେ ଅନ୍ୟକୁ ଭୁଲ୍‌ ବୁଝୁଛନ୍ତି ଓ ଏକ ନିରବଚ୍ଛିନ୍ନ ନ୍ୟାୟିକ ଯୁଦ୍ଧରେ ମାତିଛନ୍ତି।

– ଦେବଦତ୍ତ ପଟ୍ଟନାୟକ
devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

ପ୍ରତିବାଦରେ ଉପହାସ

ବିଶ୍ୱବିଖ୍ୟାତ ଔପନ୍ୟାସିକ ଚେକୋସ୍ଲୋଭାକିଆର ମିଲାନ କୁଣ୍ଡେରା ଅନେକ ବର୍ଷ ପୂର୍ବେ କହିଥିଲେ- ଯେତେବେଳେ କ୍ଷମତାରେ ଥିବା ଶକ୍ତିଶାଳୀ ଲୋକଙ୍କୁ ଦେଖି ସାଧାରଣ ନାଗରିକ ଉପହାସ କରିଥାନ୍ତି, ସେତେବେଳେ…

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri