ଧନର ସ୍ବରୂପ ଓ ଲକ୍ଷ୍ମୀ

ପୁରାଣରେ ବରୁଣ, ପୁଲୋମନ ଓ ଭୃଗୁଙ୍କୁ ଲକ୍ଷ୍ମୀଙ୍କ ତିିନି ପିତା ଭାବେ ବର୍ଣ୍ଣନା କରାଯାଇଛି। ବେଦରେ ବରୁଣ ହେଉଛନ୍ତି ଅସୁର, କିନ୍ତୁ ପୁରାଣରେ ସମୁଦ୍ରର ଦେବତା। ପୁରାଣ ପୁଲୋମନଙ୍କୁ ଅସୁର ରାଜା ଭାବେ ଓ ଭୃଗୁଙ୍କୁ ଅସୁର ଗୁରୁ ଭାବେ ବର୍ଣ୍ଣନା କରିଛି। ଏଥିପାଇଁ ଲକ୍ଷ୍ମୀ ହେଉଛନ୍ତି ଅସୁରଙ୍କ କନ୍ୟା। ପୁରାଣରେ ଦେବତା ଅସୁର ଉଭୟେ ବ୍ରହ୍ମାଙ୍କ ସନ୍ତାନ। ଦେବତା ସ୍ବର୍ଗରେ ଏବଂ ଅସୁର ପାତାଳରେ ରହନ୍ତି । ସବୁ ଧନ ରହିଛି ପୃଥିବୀ ତଳେ ପାତାଳରେ। ଏଥିପାଇଁ ମାଟିତଳୁ ମଞ୍ଜିରୁ ଗଜା ବାହାରେ, ମାଟିତଳେ ଧାତୁ ସୃଷ୍ଟି ହୋଇଥାଏ ଏବଂ ପାଣି ବି ରହିଛି। ଏହିସବୁ ଧନକୁ ବାହାରକୁ ଆଣିବା ଲାଗି ଆମେ ସୂର୍ଯ୍ୟ, ବାୟୁ ,ଅଗ୍ନି ଓ ବର୍ଷା ଦରକାର କରୁ। ଅର୍ଥାତ୍‌ ଆମେ ଦେବତାଙ୍କୁ ଆବଶ୍ୟକ କରୁ, ଯେଉଁମାନେ ମଣିଷଙ୍କ ମଙ୍ଗଳରେ କାମ କରୁଥିବାରୁ ସେମାନେ ଭଗବାନ୍‌ ପାଲଟିଛନ୍ତି। ଅସୁରମାନେ ମାନବଙ୍କୁ ଲକ୍ଷ୍ମୀ (ଧନ)ଦେବା ଲାଗି ଦେବତାଙ୍କୁ ପ୍ରତିରୋଧ କରୁଥିବାରୁ ସେମାନେ ରାକ୍ଷସ ହୋଇଛନ୍ତି।
ସମୁଦ୍ରର ଦେବତା ବରୁଣ। ସେ ଲୁଣ, ମାଛ ଓ ମୁକ୍ତାକୁ ଧନ ଆକାରରେ ମୁକ୍ତରେ ପ୍ରଦାନ କରିଥାନ୍ତି ଓ ତା’ ପ୍ରତିବଦଳରେ କିଛି ମାଗି ନ ଥାନ୍ତି। ଏଥିପାଇଁ ସମ୍ଭବତଃ ବରୁଣଙ୍କୁ ଅସୁର ନୁହେଁ ଦେବତା ଭାବେ ଗ୍ରହଣ କରାଯାଏ। ବରୁଣ ମଧ୍ୟ ଉଦାରତାର ପ୍ରତୀକ ଓ ବାସ୍ତବରେ ଧନୀ। ପୁଲୋମନ ପାତାଳର ଶାସକ। ସେ ସହଜରେ ଲକ୍ଷ୍ମୀଙ୍କୁ ଛାଡ଼ନ୍ତି ନାହିଁ। ସେଥିପାଇଁ ପୃଥିବୀରୁ ଧନ ପାଇବା ଲାଗି ମାନବ ଜାତିକୁ ଜଟିଳ କୃଷି ଓ ଖଣି ଉତ୍ତୋଳନ ପଦ୍ଧତି ଆବିଷ୍କାର କରିବାକୁ ପଡ଼ିଛି। ଯେଉଁ ଧନ ମିଳିଛି ତାହାକୁ ପୁଲୋମି(ପୁଲୋମନଙ୍କ କନ୍ୟା) କୁହାଯାଉଛି, ଯାହା ଲକ୍ଷ୍ମୀଙ୍କର ଅନ୍ୟନାମ।
ଭୃଗୁ ଅସୁରମାନଙ୍କ ଗୁରୁ। ସେ ଆଗତ ଭବିଷ୍ୟତ ଗଣନକାର। ତାଙ୍କ ପୁତ୍ର ଶୁକ୍ର ସୃଜନ ସହ ଜଡ଼ିତ। ଯେଉଁ ଲୋକ ଭବିଷ୍ୟତ ଗଣନା କରିପାରେ ଓ ଯାହାଙ୍କର ଦୂରଦୃଷ୍ଟି ଏବଂ ସୃଜନଶୀଳତା ରହିଛି ସେ ଧନ ସୃଷ୍ଟି କରିବାର ବହୁ ସମ୍ଭାବନା ରହିଛି। ଏଥିପାଇଁ ଲକ୍ଷ୍ମୀଙ୍କୁ ଭାର୍ଗବୀ (ଭୃଗୁଙ୍କ କନ୍ୟା)କୁହାଯାଏ। ସେଥିପାଇଁ ସେ ଶୁକ୍ରଙ୍କ ଭଉଣୀ। ଲକ୍ଷ୍ମୀ ଯେତେବେଳେ ପିତାଙ୍କ ସାମ୍ରାଜ୍ୟ ପରିତ୍ୟାଗ କରି ବାହାରକୁ ପ୍ରକଟିତ ହୁଅନ୍ତି ସେତେବେଳେ ତାଙ୍କ ମୂଲ୍ୟ ଆସିଥାଏ। ତେବେ ପୃଥିବୀ ପୃଷ୍ଟରୁ ଧନ ଉପତ୍ାଦନ କରିବା ଏକ ହିଂସୁକ ପଦ୍ଧତି। ଜମି ଏବଂ ମାନବ ବସତି ପାଇଁ ଜଙ୍ଗଲ ଧ୍ୱଂସ କରିବାକୁ ପଡ଼ିବ। ଶିଳ୍ପ ପାଇଁ ଭୂଗର୍ଭରୁ କଞ୍ଚାମାଲ ଉତ୍ତୋଳନ କରିବାକୁ ହେବ। ଅନ୍ୟ ଅର୍ଥରେ, ଲକ୍ଷ୍ମୀଙ୍କୁ ପାଇବାକୁ ହେଲେ ଅସୁରଙ୍କୁ ମାରିବାକୁ ପଡ଼ିବ। ଅନ୍ୟପକ୍ଷରେ ଲକ୍ଷ୍ମୀ ତାଙ୍କ ପିତାଙ୍କ ରାଜ୍ୟ ଛାଡ଼ିଲେ ହିଁ ଚମକିବେ। ପ୍ରକୃତିରୁ ପ୍ରାପ୍ତ ଧନକୁ କଳସୀ ମାଧ୍ୟମରେ ପ୍ରତିପାଦିତ କରାଯାଏ। କଳସୀ ହେଉଛି ଶିଳ୍ପ ଏବଂ ବାଣିଜ୍ୟ କାରବାରର ପ୍ରତୀକ। କଳସୀ ଯିଏ କି ସ୍ବୟଂ ଲକ୍ଷ୍ମୀ ତାହା ଇନ୍ଦ୍ରଙ୍କ ଅଧୀନରେ ରହିଛି, ଯାହା ଅସୁରମାନଙ୍କଠାରୁ ଛଡ଼ାଇ ଅଣାଯାଇଛି।
ଦେବତାମାନଙ୍କ ଦ୍ୱାରା ନିହତ ଅସୁରମାନଙ୍କୁ ଶୁକ୍ର ବାରମ୍ବାର ପୁନର୍ଜୀବନ ଦେଇଛନ୍ତି , ଯାହା ସଞ୍ଜୀବନୀ ବିଦ୍ୟ୍ୟା ଭାବେ ଜଣାଶୁଣା। ଏହି ବିଦ୍ୟା ମୃତକଙ୍କୁ ପୁନର୍ଜୀବନ ପ୍ରଦାନ କରେ। ଏହା ପୃଥିବୀର ଉର୍ବରତାର ସଙ୍କେତ, ଯାହା ବର୍ଷ ପରେ ବର୍ଷ ଶସ୍ୟ ଫେରାଇ ଆଣିପାରିଥାଏ। ଶସ୍ୟ ଉପତ୍ାଦନକୁ ଦେବତାଙ୍କ ଦ୍ୱାରା ଅସୁରମାନଙ୍କ ବଧ ସହ ସମାନ ବୋଲି ବିଚାର କରାଯାଏ। ଏହି ହିଂସକ କାର୍ଯ୍ୟ ଲକ୍ଷ୍ମୀଙ୍କୁ କୃଷକଙ୍କ ଘରକୁ ଆଣିବାରେ ସହାୟକ ହୋଇଥାଏ। ଭାରତର ଶସ୍ୟ ଅମଳର ପର୍ବ ବସନ୍ତ ନବରାତ୍ରି (ବସନ୍ତରେ ପୂଜିତା ଦେବୀ) କିମ୍ବା ଶରଦ ନବରାତ୍ରି (ଶରତରେ ପୂଜିତା ଦେବୀ) ଭାରତର ଶୀତ ଓ ଗ୍ରୀଷ୍ମ କାଳର କୃଷି ଚକ୍ରକୁ ସୂଚିତ କରେ। ଏହା ଅସୁରମାନଙ୍କ ବଧ ସହ ଜଡ଼ିତ। ଉଦାହରଣ ସ୍ବରୂପ, ଦଶହରାରେ ଦୁର୍ଗା ମହିଷାସୁରକୁ ଏବଂ ଦୀପାବଳିରେ କୃଷ୍ଣ ନରକାସୁରକୁ ବଧ କରିଥାନ୍ତି। ଦେବତା ଓ ଅସୁରଙ୍କ ଯୁଦ୍ଧ ସବୁବେଳେ ଲାଗି ରହିଛି। ଯେ ପର୍ଯ୍ୟନ୍ତ ମଣିଷ ଫସଲ ପାଇଁ ପ୍ରକୃତି ଉପରେ ନିର୍ଭର କରୁଥିବା ଏବଂ ପ୍ରକୃତିର ଉର୍ବରତା ପୁନଃ ସୃଷ୍ଟି ହେବା ଲାଗି ଚାହଁୁଥିବ ସେ ପର୍ଯ୍ୟନ୍ତ ଏଭଳି ଯୁଦ୍ଧ ଲାଗି ରହିବ। ଏହା କେବେ ବି ଶେଷ ହେବ ନାହିଁ।
ଇନ୍ଦ୍ରଙ୍କ ସ୍ତ୍ରୀ ଭାବେ ଲକ୍ଷ୍ମୀ ସଚୀ ଏବଂ ଇନ୍ଦ୍ର ସଚିନ ଭାବେ ଜଣାଶୁଣା। ଅମରାବତୀରେ ଲକ୍ଷ୍ମୀଙ୍କ ପାଦ ପଡିବା ପରେ ତାହା ସ୍ବର୍ଗ ପାଲଟିଯାଇଛି। ସେ ସାଥିରେ ଇଚ୍ଛା ପୂରଣ କରୁଥିବା କଳ୍ପତରୁ, ମନୋବାଞ୍ଛା ପୂରଣ କରୁଥିବା ଗାଈ କାମଧେନୁ, ରତ୍ନ ପାଇବା ଆଶା ପୂରଣ କରୁଥିବା ଚିନ୍ତାମଣି , ଅହର୍ନିଶ ଶସ୍ୟ ଓ ସୁନା ବାହାରୁଥିବା ଅଳଙ୍କାରର ପାତ୍ର ଅକ୍ଷୟପାତ୍ର ଆଣିବାରୁ ଅମରାବତୀ ସ୍ବର୍ଗ ହୋଇଯାଇଛି। ଏହିସବୁ ଧନ ଭଣ୍ଡାର ଯୋଗୁ ଦେବତାମାନେ ଆରାମଦାୟକ ଜୀବନ ଜିଉଛନ୍ତି। ତେବେ ଲକ୍ଷ୍ମୀ ଦେଇଥିବା ସବୁ ସୁଖ ପାଇବାକୁ ଇନ୍ଦ୍ର କାହିଁକି ଯୋଗ୍ୟ ତାହା ପୁରାଣ ସ୍ପଷ୍ଟ କରିନାହିଁ।
ଆଧୁନିକ ଯୁଗ କାହାଣୀର ନୂଆ ସଂସ୍କରଣ ବହୁ ସମୟରେ ଅସୁରଙ୍କୁ ମୂଳ ଜଙ୍ଗଲୀ ନିବାସୀ ଭାବେ ବିଚାର କରେ। ଦେବତାଙ୍କୁ ପ୍ରବାସୀ ଭାବେ ବର୍ଣ୍ଣନା କରିଛି, ଯେଉଁମାନେ ଉନ୍ନତ କୃଷି ଓ ଗାଉଁଲି ଜ୍ଞାନକୌଶଳ ନେଇ ଆସିଥିଲେ। ଏହି କାରଣରୁ ସାମାଜିକ ବିଜ୍ଞାନ ଦୃଷ୍ଟିକୋଣରୁ ବିଚାର କରାଯାଏ ଯେ, ଅସୁର ଓ ଦେବତାଙ୍କ ମଧ୍ୟରେ ସୀମାହୀନ ଯୁଦ୍ଧ ଲାଗିଛି। ଦେବତାଙ୍କୁ ଅତି ଧନୀ ଓ ଅସୁରଙ୍କୁ ନିର୍ଦ୍ଧନ ଭାବେ ବିବେଚନା କରାଯାଏ। ପରମ୍ପରାବାଦୀମାନେ ଦେବତାଙ୍କୁ ସମର୍ଥ ଭାବେ ପ୍ରତିପାଦିିତ କରି ସେମାନେ ଲକ୍ଷ୍ମୀଙ୍କୁ ପାଇବା ପାଇଁ ହକଦାର ବୋଲି କହିଥାନ୍ତି। କିନ୍ତୁ ପୁରାଣ ବର୍ଣ୍ଣିତ ଇନ୍ଦ୍ରୀୟ ସୁଖରେ ମଜ୍ଜିଥିବା ଇନ୍ଦ୍ରଙ୍କୁ ଦେଖିଲେ ଏହାର ମାନେ କିଛି ନାହିଁ।
ଯଦି ଦେବତାମାନେ ଲକ୍ଷ୍ମୀଙ୍କୁ ପାତାଳରୁ ଚୋରି କରି ନେଇ ନ ଥାନ୍ତେ, ତେବେ ଲକ୍ଷ୍ମୀଙ୍କର ମୂଲ୍ୟ କିଛି ରହି ନ ଥାନ୍ତା। କିନ୍ତୁ ଅସୁରମାନଙ୍କୁ ଚୋର ଦୃଷ୍ଟିରେ ଦେଖାଯାଏ ନାହିଁ। ସେମାନେ କେବଳ ସେମାନଙ୍କ ଭଉଣୀଙ୍କୁ ଫେରିପାଇବା ପାଇଁ ଚାହାନ୍ତି। ଏଣୁ ସେମାନେ ଅମରାବତୀକୁ ଘେରାବନ୍ଦୀ କରି ସବୁବେଳେ ଦେବତାଙ୍କ ସହ ଯୁଦ୍ଧ କରିଥାନ୍ତି। ଏହା ସ୍ବର୍ଗକୂୁ ଏକ ସୀମାହୀନ ଯୁଦ୍ଧର କ୍ଷେତ୍ର କରିଛି। ଆଧୁନିକ ଦୃଷ୍ଟିକୋଣରୁ ଧନର ଜନକ ସହିତ ଇନ୍ଦ୍ର ଏବଂ ଦେବତାଙ୍କୁ ଆମେ ସମାନ ବୋଲି ବିଚାର କରିପାରିବା। କିନ୍ତୁ ଧନ ଉପତ୍ାଦକ ବହୁସମୟରେ ସମାଲୋଚନାର ଶିକାର ହୋଇଥାନ୍ତି କାରଣ ଧନ ଉପତ୍ାଦନ ସବୁବେଳେ ହିଂସକ ହୋଇଥାଏ। ଧନ ଉପତ୍ାଦନ ଲାଗି ପରିସଂସ୍ଥା ନଷ୍ଟ ହେଉଛି । ଶିଳ୍ପ ଓ ବାଣିଜି୍ୟକ କାରବାର ବଞ୍ଚାଇ ରଖିବାକୁ ଲୋକେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଧନ ଉପତ୍ାଦନ ପଦ୍ଧତି ଆର୍ଥିକ ଦୃଷ୍ଟିରୁ ସାମାଜିକ ସ୍ତରରେ ବିଭେଦ ସୃଷ୍ଟି କରେ। ଯେଉଁମାନେ ଶିଳ୍ପ ଓ ମାର୍କେଟ ପ୍ରତିଷ୍ଠା କରନ୍ତି(ଦେବତା?) ସେମାନଙ୍କ ଶିଳ୍ପ ଓ ମାର୍କେଟରେ କାର୍ଯ୍ୟରତ ଲୋକ ( ଅସୁରମାନେ?) ଶେଷରେ ବଞ୍ଚିତ ଏବଂ ବହୁ ସମୟରେ ଶୋଷିତ ହୋଇଥାନ୍ତି । ହେଲେ ସେମାନଙ୍କ ଠାରୁ ଉପତ୍ାଦିତ ଧନର ସିଂହଭାଗ ଦାବି କରିବାକୁ ଶିଳ୍ପ ଓ ମାର୍କେଟ ପ୍ରତିଷ୍ଠାତାମାନେ ଯୋଗ୍ୟ ବୋଲି ଅନୁଭବ କରନ୍ତି।
ଦେବତାମାନେ କିଛି ଉପତ୍ାଦନ ନ କରି ବିଶାଳ ଧନ ସାମ୍ରାଜ୍ୟ ଉପଭୋଗ କରୁଛନ୍ତି, କାରଣ ସେମାନେ ଏକ ନିର୍ଦ୍ଦିଷ୍ଟ ପରିବାରରେ ଜନ୍ମ ହୋଇଛନ୍ତି। ଇନ୍ଦ୍ର ବିଶେଷ ଅଧିକାର ସହ ଜନ୍ମ ହୋଇଥିବାରୁ ଏହି ଅନ୍ୟାୟ ସ୍ଥିତିକୁ ଦେଖିବାକୁ ସକ୍ଷମ ନୁହନ୍ତି । ସେ ମଧ୍ୟ ଅସୁରମାନଙ୍କ କ୍ରୋଧକୁ ବୁଝିବାକୁ ଅକ୍ଷମ। ପ୍ରତ୍ୟେକ ଗୋଷ୍ଠୀ ପରସ୍ପରକୁ ଦୁଷ୍ଟ କହୁଥିବାବେଳେ ଧମକ ଦେଉଛନ୍ତି, କେହି କାହାକୁ ବୁଝିପାରୁନାହାନ୍ତି। ଦେବ ଓ ଅସୁରଙ୍କ ମଧ୍ୟରେ ସଂଘର୍ଷ ଠିକ୍‌ ପୁଞ୍ଜୀବାଦୀ ଓ ସମାଜବାଦୀଙ୍କ ଲଢ଼େଇ ସଦୃଶ। କିଏ ଉପତ୍ାଦିତ ଧନର ସିଂହଭାଗ ପାଇବା ଉଚିତ ସେଥିରେ କୌଣସି ଗୋଷ୍ଠୀ ଏକମତ ହୋଇପାରୁ ନାହାନ୍ତି। ଏଣୁ ଜଣେ ଅନ୍ୟକୁ ଭୁଲ୍‌ ବୁଝୁଛନ୍ତି ଓ ଏକ ନିରବଚ୍ଛିନ୍ନ ନ୍ୟାୟିକ ଯୁଦ୍ଧରେ ମାତିଛନ୍ତି।

– ଦେବଦତ୍ତ ପଟ୍ଟନାୟକ
devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?