ଅକ୍ଷୟ ଶକ୍ତିରେ ୩ ଗୁଣା ନିବେଶ ଜରୁରୀ: ଜାତିସଂଘ

ଜେନେଭା, ୧୩ା୧୦: ଶୂନ ଅଙ୍ଗାରକାମ୍ଳ ନିର୍ଗମନ ବା ଜିରୋ କାର୍ବନ ଏମିଶନ ଲକ୍ଷ୍ୟ ହାସଲ ପାଇଁ ପୁନଃ ବ୍ୟବହାରଯୋଗ୍ୟ ଶକ୍ତିରେ ବୈଶ୍ୱିକ ନିବେଶ ୨୦୫୦ ସୁଦ୍ଧା ୩ ଗୁଣା ବଢ଼ିବା ଆବଶ୍ୟକ ବୋଲି ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି। ସ୍ବଚ୍ଛ ଶକ୍ତି ଉତ୍ସରୁ ବିଦ୍ୟୁତ ଉତ୍ପାଦନ ଓ ଯୋଗାଣ ଆସନ୍ତା ୮ ବର୍ଷରେ ଦୁଇଗଣା ହେବା ଜରୁରୀ ବୋଲି ଡବ୍ଲ୍ୟୁଏମ୍‌ଓ ମହାନିର୍ଦ୍ଦେଶକ ପେଟେରି ତାଲାସ୍‌ କହିଛନ୍ତି।

୨୦୨୨ ଷ୍ଟେଟ୍‌ କ୍ଲାଇମେଟ୍‌ ସର୍ଭିସ ରିପୋର୍ଟ ଅନୁସାରେ, ଜଳବାୟୁ ପରିବର୍ତ୍ତନ ଯୋଗୁ ବୈଶ୍ୱିକ ଶକ୍ତି ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହୋଇଛି। ଏହା ସିଧାସଳଖ ଭାବେ ଇନ୍ଧନ ଯୋଗାଣ, ଶକ୍ତି ଉତ୍ପାଦନ ଏବଂ ଶକ୍ତି ଭିତ୍ତିଭୂମିକୁ ପ୍ରଭାବିତ କରୁଛି। ଗ୍ଲୋବାଲ ସ୍କେଲ୍‌ରେ ଜଳ ଉତ୍ସ କମ୍‌ ଥିବାବେଳେ ୨୦୨୦ରେ ୮୭% ବୈଶ୍ୱିକ ବିଦ୍ୟୁତ୍‌ ଆବଶ୍ୟକତା ଥର୍ମାଲ, ନ୍ୟୁକ୍ଲିୟର ଏବଂ ହାଇଡ୍ରୋଇଲେକ୍ଟ୍ରିକ୍‌ ସିଷ୍ଟମ୍‌ରୁ ଉତ୍ପାଦନ ନିମନ୍ତେ ଜଳର ଉପଲବ୍ଧତା ଉପରେ ନିର୍ଭରଶୀଳ ଥିଲା। କୁଲିଂ ପାଇଁ ମଧୁର ଜଳ ଉପରେ ନିର୍ଭର କରୁଥିବା ପ୍ରାୟ ୩୩% ଥର୍ମାଲ ପାଓ୍ବାର ପ୍ଲାଣ୍ଟ୍‌ ଜଳ ନିଅଣ୍ଟ କ୍ଷେତ୍ରରେ ରହିଛି। ସେହିପରି ପ୍ରାୟ ୧୫% ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟ୍‌ରେ ମଧ୍ୟ ଅନୁରୂପ ଆବଶ୍ୟକତା ରହିଛି। ଆସନ୍ତା ୨୦ ବର୍ଷରେ ଏହା ୨୫%କୁ ବୃ୍‌ଦ୍ଧି ପାଇପାରେ।

ମୋଟ ବୈଶ୍ୱିକ ସବୁଜଗୃହ ଗ୍ୟାସ୍‌ ନିର୍ଗମନର ୩ ଚତୁର୍ଥାଂଶ। ଏକବିଂଶ ଶତାବ୍ଦୀରେ ଶକ୍ତି ଦକ୍ଷତା ବୃଦ୍ଧି ନିମନ୍ତେ ଆମକୁ ସୌର, ପବନ ଶକ୍ତି, ହାଇଡ୍ରୋପାଓ୍ବାର ଭଳି ସ୍ବଚ୍ଛ ଏନର୍ଜୀ ଉତ୍ସକୁ ବ୍ୟବହାର କରିବା ନିହାତି ଆବଶ୍ୟକ ବୋଲି ଡବ୍ଲ୍ୟୁଏମ୍‌ଓ ମହାନିର୍ଦ୍ଦେଶକ ପେଟେରି କହିଛନ୍ତି। ସମୟ ଆମ ସପକ୍ଷରେ ନାହିଁ। ଆମ ଆଖି ଆଗରେ ଜଳବାୟୁରେ ବିପଜ୍ଜନକ ପରିବର୍ତ୍ତନ ହେଉଛି। ଗ୍ଲୋବାଲ ଏନର୍ଜୀ ସିଷ୍ଟମର ସମ୍ପୂର୍ଣ୍ଣ ରୂପାନ୍ତର କରିବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। ଆଗକୁ ସୌର ଶକ୍ତି ସର୍ବାଧିକ ବ୍ୟବହାର ହେବାକୁ ଥିବା ଉତ୍ସ ହେବାକୁ ଯାଉଛି। ପୁନଃନବୀକରଣ ଯୋଗ୍ୟ ଶକ୍ତି ଆବଶ୍ୟକତା ଗ୍ୟାପ୍‌କୁ ପୂର୍ଣ୍ଣ କରିବାରେ ଆଫ୍ରିକା ନିକଟରେ ବଡ଼ ସୁଯୋଗ ରହିଛି। ସମସ୍ତ ଆଫ୍ରିକୀୟଙ୍କ ନିକଟରେ ମର୍ଡନ ଏନର୍ଜୀ ପହଞ୍ଚାଇବାକୁ ହେଲେ ବାର୍ଷିକ ପ୍ରାୟ ୨୫ ବିଲିୟନ ଡଲାରର ନିବେଶ ଆବଶ୍ୟକ, ଯାହାକି ଏବେର ଗ୍ଲୋବାଲ ଏନର୍ଜୀ ଇନ୍‌ଭେଷ୍ଟମେଣ୍ଟ୍‌ର ୧% ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?