ରକ୍ତ ଦେବୁ ପଛେ, ଭିଟା ମାଟି ଛାଡିବୁ ନାହିଁ: ପ୍ଲାଣ୍ଟ ବନ୍ଦ ଦାବିରେ ଥାନା ସମ୍ମୁଖରେ ଧାରଣା

ପାଟଣା,୨୭।୧୧(ବୀର କିଶୋର ଦାଶ):ତୁରୁମୁଙ୍ଗା ପୋଲିସ ଓ ପାଟଣା ପ୍ରଶାସନ ତରଫରୁ ପାଟଣା ତହସିଲ ଯୁମୁନା ପୋଷି ଗ୍ରାମରେ ରାତିଅଧିଆ ଚଢ଼ାଉ କରି ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ସମ୍ପାଦକ ବେଣୁଧର ସର୍ଦ୍ଦାରଙ୍କ ସହ ଆଉ ୫ଜଣ ପ୍ଲାଣ୍ଟ ବିରୋଧୀ ନେତାଙ୍କୁ ପୋଲିସ ଜୋର୍‌ ଜବରଦସ୍ତି ଥାନାକୁ ଉଠାଇ ନେବାକୁ ନେଇ ପ୍ରତିବାଦ ହୋଇଛି। ଗୁରୁବାର ପ୍ଲାଣ୍ଟ ପ୍ରଭାବିତ ଗାଁର ୨ହଜାରରୁ ଉଦ୍ଧର୍‌ବ ମହିଳା ପୁରୁଷ ଏକାଠି ହୋଇ ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ନେତାଙ୍କୁ ଖଲାସ କରିବା ଦାବିରେ ହାତୀବାରି ଛକଠାରୁ ରାଲିରେ ବାହାରି ୪୯ ନମ୍ବର ମୁମ୍ବାଇ କଲିକତା ଜାତୀୟ ରାଜପଥ ଦେଇ ତୁରୁମୁଙ୍ଗା ଥାନାକୁ ଯିବା ରାସ୍ତାରେ ଥାନାଠାରୁ ୫ ଶହ ମିଟର ଦୂରରେ ପୋଲିସ ଓ ଫୋର୍ସ ଅଟକାଇଚନ୍ତି।
ଥାନା ସମ୍ମୁଖ ସର୍ଭିସ ରୋଡରେ ଆନ୍ଦୋଳନକାରୀ ବସି ଚାଷ ଜମିରେ ପ୍ଲାଣ୍ଟ ନିର୍ମାଣ ବନ୍ଦ କର,ପୋସ୍କୋ ସହ ଏମଓୟୁ ବାତିଲ ଆମର ଦାବି, ରକ୍ତ ଦେବୁ ପଛେ ଭିଟା ମାଟି ଛାଡିବୁ ନାହିଁ ଆଦି ଲେଖାଥିବା ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି। ଆନ୍ଦୋଳନରତ ନେତାଙ୍କ ସହ ପିଡି କୁମାର ନାଗଭୂଷଣ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ସାହୁ, ପାଟଣା ତହସିଲ ଦାର ଅଶିନୀ ନାୟକ,ଚମ୍ପୁଆ ଏସଡିପିଇଓ ରଶ୍ମିରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଆଲୋଚନା ଜାରି ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

 

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri