ଆମକୁ ଦରକାର ମୋଦି ସରକାର: ପାକିସ୍ତାନୀ ଯୁବକ…

ଇସଲାମାବାଦ,୨୩।୨ : ପାକିସ୍ତାନୀ ୟୁଟ୍ୟୁବର୍‌ ସାନା ଅମଜାଦ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାରତରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଦେଶର ଅର୍ଥନୈତିକ ସଙ୍କଟ ପରେ ଜଣେ ପାକିସ୍ତାନୀ ଯୁବକ ନିଜ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବ୍ୟକ୍ତି ଏହି ଭିଡିଓରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରୁଛନ୍ତି। ଏପରିକି ୧୯୪୭ ବିଭାଜନକୁ ଅଭିଶାପ ବୋଲି କହିଛନ୍ତି।

ଯୁବକ ଜଣକ କହିଛନ୍ତି ମୁଁ ଚାହୁଁଛି ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଶାସନ କରନ୍ତୁ। ଆମର ଦରକାର ମୋଦି ସରକାର। ୟୁଟ୍ୟୁବର୍‌ ସାନା ଅମଜାଦଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭାଇରାଲ ଭିଡିଓରେ ପାକିସ୍ତାନୀ ଯୁବକ ଦେଶର ସାମ୍ପ୍ରତିକ ଘଟଣାକୁ ନେଇ ଶାହବାଜ ସରିଫ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିବାର ନଜର ଆସିଛନ୍ତି ଏବଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିଲେ ମଧ୍ୟ ସେମାନେ ଉଚିତ ମୂଲ୍ୟରେ ସାମଗ୍ରୀ କିଣି ପାରିବେ। ଭାଇରାଲ ଭିଡିଓରେ ସେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ପଚାରିବାରୁ ଶୁଣିବାକୁ ମିଳୁଛି ଯେ ପାକିସ୍ତାନ ସେ ଜିନ୍ଦା ଭାଗୋ ନା ଚାହେ ତୋ ଇଣ୍ଡିଆ ଚଲେ ଜାଓ ସ୍ଲୋଗାନ କାହିଁକି ଉଠୁଛି? ଏଥିପାଇଁ ବ୍ୟକ୍ତି ଉତ୍ତର ଦେଇଛନ୍ତି ଯେ ସେ ଚାହୁଁଛନ୍ତି ଯେ ତାଙ୍କ ସନ୍ତାନମାନେ ପାକିସ୍ତାନରେ ଜନ୍ମ ନ ହୁଅନ୍ତୁ। ଯଦି ସେ ଭାରତରେ ଜନ୍ମ ହୋଇଥାନ୍ତେ, ତେବେ ତାଙ୍କୁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନ ଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଲାଗି ଭାରତ-ଚାଇନା ମଧ୍ୟରେ ଜୋର୍‌ଦାର ଆଲୋଚନା

ନୂଆଦିଲ୍ଲୀ,୨୮।୩: ପୂର୍ବ ଲଦାଖରେ ଦୀର୍ଘଦିନର ସୀମା ବିବାଦ ପରେ ଭାରତ ଏବଂ ଚାଇନାର ଶୀର୍ଷ କୂଟନୀତିଜ୍ଞମାନଙ୍କ ମଧ୍ୟରେ ସାନି ଆଲୋଚନା ଆରମ୍ଭ ହୋଇଛି। ପ୍ରକୃତ ନିୟନ୍ତ୍ରଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାରତର ଆପତ୍ତି ସତ୍ତ୍ୱେ ସୁଧୁରୁନି ଆମେରିକା, ପୁଣି କେଜ୍‌ରିଓ୍ବାଲଙ୍କ ଗିରଫକୁ ନେଇ ଏମିତି କହିଲା

ଓ୍ବାଶିଂଟନ୍‌,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ଆମେରିକା ପୁଣି ଥରେ ମନ୍ତବ୍ୟ ଦେଇଛି। ଭାରତ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଆମେରିକା ଏଥିରୁ ନିବୃତ୍ତ...

ରାଜକୁମାରୀଙ୍କୁ କ୍ୟାନସର, ତଥାପି ତୁଟୁନି ରାଜ ପରିବାର କଳି

ଲଣ୍ଡନ,୨୮।୩: ବ୍ରିଟିଶ ରାଜ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି। ରାଜକୁମାରୀ କେଟ ମିଡଲେଟନ କ୍ୟାନସର ରୋଗ ସହ ସଂଗ୍ରାମ କରୁଛନ୍ତି। ଏହି...

୭୦ ହଜାର ସରକାରୀ କର୍ମଚାରୀଙ୍କୁ ଛଟେଇ କରିବେ ସରକାର

ନୂଆଦିଲ୍ଲୀ,୨୭।୩: ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଆଗାମୀ ସମୟରେ ୭୦ ହଜାର କର୍ମଚାରୀଙ୍କୁ ଛଟେଇ କରିବେ ସରକାର। ମାର୍ଚ୍ଚ ୨୬ ରେ ଏକ କାର୍ୟ୍ୟକ୍ରମରେ ସମ୍ବୋଧନ...

ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ

ବ୍ୟାଙ୍କକ୍‌,୨୭ା୩:ଥାଇଲାଣ୍ଡ ପାର୍ଲାମେଣ୍ଟର ନିମ୍ନ ସଦନ ବୁଧବାର ସମଲିଙ୍ଗୀ ବିବାହ ସମ୍ପର୍କିତ ବିଲ୍‌କୁ ମଞ୍ଜୁରୀ ଦେଇଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ୪୧୫ ସଦସ୍ୟଙ୍କ ମଧ୍ୟରୁ ୪୦୦ ଜଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ ଭାରତ ଅସନ୍ତୋଷ, ଆମେରିକା କୂଟନୀତିଜ୍ଞଙ୍କୁ…

ନୂଆଦିଲ୍ଲୀ,୨7୭।୩: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଏହି ଖବର ଆମେରିକାରୁ ଜର୍ମାନୀ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ...

ଆମେରିକାର ବ୍ରିଜ୍‌ ଭୁଶୁଡିବା ଘଟଣା: ଜାହାଜ କ୍ରୁ ମେମ୍ବରଙ୍କୁ ମିଳିଲା ହିରୋ ଆଖ୍ୟା

ଓ୍ବାଶିଂଟନ୍‌,୨୭।୩: ଆମେରିକାର ମେରିଲ୍ୟାଣ୍ଡସ୍ଥିତ ବାଲଟିମୋର ସହରରେ ଏକ ନଦୀ ଉପରେ ନିର୍ମିତ ବ୍ରିଜ୍‌ ଏକ ଜାହାଜ ସହିତ ଧକ୍କା ହେତୁ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri