ଆମକୁ ଦରକାର ମୋଦି ସରକାର: ପାକିସ୍ତାନୀ ଯୁବକ…

ଇସଲାମାବାଦ,୨୩।୨ : ପାକିସ୍ତାନୀ ୟୁଟ୍ୟୁବର୍‌ ସାନା ଅମଜାଦ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାରତରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଦେଶର ଅର୍ଥନୈତିକ ସଙ୍କଟ ପରେ ଜଣେ ପାକିସ୍ତାନୀ ଯୁବକ ନିଜ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବ୍ୟକ୍ତି ଏହି ଭିଡିଓରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରୁଛନ୍ତି। ଏପରିକି ୧୯୪୭ ବିଭାଜନକୁ ଅଭିଶାପ ବୋଲି କହିଛନ୍ତି।

ଯୁବକ ଜଣକ କହିଛନ୍ତି ମୁଁ ଚାହୁଁଛି ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଶାସନ କରନ୍ତୁ। ଆମର ଦରକାର ମୋଦି ସରକାର। ୟୁଟ୍ୟୁବର୍‌ ସାନା ଅମଜାଦଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭାଇରାଲ ଭିଡିଓରେ ପାକିସ୍ତାନୀ ଯୁବକ ଦେଶର ସାମ୍ପ୍ରତିକ ଘଟଣାକୁ ନେଇ ଶାହବାଜ ସରିଫ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିବାର ନଜର ଆସିଛନ୍ତି ଏବଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିଲେ ମଧ୍ୟ ସେମାନେ ଉଚିତ ମୂଲ୍ୟରେ ସାମଗ୍ରୀ କିଣି ପାରିବେ। ଭାଇରାଲ ଭିଡିଓରେ ସେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ପଚାରିବାରୁ ଶୁଣିବାକୁ ମିଳୁଛି ଯେ ପାକିସ୍ତାନ ସେ ଜିନ୍ଦା ଭାଗୋ ନା ଚାହେ ତୋ ଇଣ୍ଡିଆ ଚଲେ ଜାଓ ସ୍ଲୋଗାନ କାହିଁକି ଉଠୁଛି? ଏଥିପାଇଁ ବ୍ୟକ୍ତି ଉତ୍ତର ଦେଇଛନ୍ତି ଯେ ସେ ଚାହୁଁଛନ୍ତି ଯେ ତାଙ୍କ ସନ୍ତାନମାନେ ପାକିସ୍ତାନରେ ଜନ୍ମ ନ ହୁଅନ୍ତୁ। ଯଦି ସେ ଭାରତରେ ଜନ୍ମ ହୋଇଥାନ୍ତେ, ତେବେ ତାଙ୍କୁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନ ଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ମୂର୍ତ୍ତି ବିସର୍ଜନବେଳେ ପୋଖରୀରେ ବୁଡ଼ିରେ ଛାତ୍ରଙ୍କ ଜୀବନ ଗଲା, ଗାଁରେ ଶୋକାକୁଳ ପରିବେଶ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ସିଦ୍ଧଖଣ୍ଡି ଗାଁ ସ୍କୁଲରେ ୮ମ ଶ୍ରେଣୀରେ ପଢୁଥିବା ମରମ ଜେନାଙ୍କ ପୁଅ ସୀତାଂଶୁ (୧୩)ଙ୍କ…

ପୁଅର ଏମିତି କାରନାମା ଦେଖି ଟେନ୍‌ସନ୍‌ରେ କରୀନା

ଆଜିକାଲି କରୀନା କପୁର ଖାନ ଭାରୀ ଟେନ୍‌ସନ୍‌ରେ ଅଛନ୍ତି। କୌଣସି ଫିଲ୍ମ ପାଇଁ ନୁହେଁ, ନିଜ ପୁଅ ପାଇଁ ସେ ବେଶ୍‌ ଚିନ୍ତିତ। ସେ ତାଙ୍କ ପୁଅ…

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି, ୩୦ ବର୍ଷରେ…

ଗୁଣପୁର,୧୬ା୯(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଅଫିସ ସମ୍ମୁଖରେ ଜାଗୃତି ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ବୁଧବାର ଶୁଭଖୁଣ୍ଟି…

ଅଳିଦାଗଦାରେ ପୂରିଛି ସିମନବାଡ଼ି, ଯାତାୟାତବେଳେ ନାକ ଟେକୁଛନ୍ତି ପର୍ଯ୍ୟଟକ, ମାସିକ ବୈଠକରେ…

ଦାରିଙ୍ଗବାଡ଼ି,୧୬ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଅନ୍ୟତମ ପର୍ଯ୍ୟଟକଙ୍କ ଯାତାୟାତ ସ୍ଥାନ ସିମନବାଡ଼ି ପଞ୍ଚାୟତ ଅଞ୍ଚଳ ଏବେ କୁଢ଼କୁଢ଼ ଅଳିଆ ଗଦାରେ ପୁତ୍ତିମୟ ଗନ୍ଧରେ ନାକ…

ପାକିସ୍ତାନରେ ହାହାକାର: ହେବ ଲକଡାଉନ୍‌! ଜାଣନ୍ତୁ କାହିଁକି…

ଇସଲାମାବାଦ,୧୬।୯: ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଇନ୍ଧନ ବ୍ୟବହାର ଓ ଯାତାୟାତ କମାଇବା ନେଇ ଅନେକ ବିକଳ୍ପ ଉପରେ…

ସାବଧାନ! ଗୋରା ହେବା ଚକ୍କରରେ ନଷ୍ଟ ହୋଇପାରେ ସୌନ୍ଦର୍ଯ୍ୟ, ପାକିସ୍ତାନର ଏହି କ୍ରିମ୍‌କୁ ବ୍ୟାନ୍‌ କଲା ଭାରତ

ନୂଆଦିଲ୍ଲୀ,୧୬ା୯: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ସମ୍ପ୍ରତି ପାକିସ୍ତାନରୁ ଉତ୍ପନ୍ନ ଅନଧିକୃତ କସ୍‌ମେଟିକ ଉତ୍ପାଦ ବିକ୍ରୟ ସମ୍ପର୍କରେ ଏକ ସତର୍କତା ଜାରି କରିଛି। ନୋଟିସ୍‌ରେ…

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା, ଘରେ ପଡ଼ିଛି…

ଚାନ୍ଦବାଲି,୧୬ା୯(କିଷାନ ପାତ୍ର): ଏମିତି ଏକ ଦୁଃଖଦ ଘଟଣାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ପାରିବାରିକ କଳହକୁ…

U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?