Posted inଜାତୀୟ

ରାଜାଙ୍କ ସିଂହାସନ ଯାଏ ଆମେ ଆସିଗଲୁ: ରାହୁଲ

ନୂଆଦିଲ୍ଲୀ,୨୩।୧୨: ହରିୟାଣା-ଦିଲ୍ଲୀ ସୀମାରେ ପହଞ୍ଚିଛି କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା। ଶନିବାର ଦିଲ୍ଲୀର ବଦରପୁର ସୀମାରୁ ଏହି ଯାତ୍ରା ଆଗକୁ ବଢ଼ିବ। ତେବେ ଏହି ଅବସରରେ ଭାରତର ସ୍ବର ସହ ରାଜାଙ୍କ ସିଂହାସନ ପର୍ଯ୍ୟନ୍ତ ପହଞ୍ଚିଛୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଏଥିସହ ରାଜଧାନୀରେ ହେବାକୁ ଥିବା ଯାତ୍ରାରେ ସାମିଲ ହେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।

ଟୁଇଟ୍‌ କରି ରାହୁଲ କହିଛନ୍ତି, ମହଙ୍ଗା ମାଡ଼ ହଟାନ୍ତୁ। ବେକାରୀ ଦୂର କରନ୍ତୁ। ଘୃଣା ବାଣ୍ଟନ୍ତୁ ନାହିଁ- ରାଜାଙ୍କ ସିଂହାସନ ଯାଏ ଭାରତବାସୀଙ୍କ ଏହି କଥାକୁ ନେଇ, ଦିଲ୍ଲୀ ଆସିଯାଇଛୁ । ଆସନ୍ତୁ ଏହାକୁ ଆହୁରୀ ଶାଣିତ କରିବା ଲାଗି ଆମ ସହ ଯୋଡ଼ି ହୁଅନ୍ତୁ।

କହିରଖୁଛୁ ଯେ, ରାହୁଲଙ୍କ ଏହି ଯାତ୍ରା ଶନିବାର ସକାଳ ୬ଟାରେ ବଦରପୁର ସୀମାରୁ ଆରମ୍ଭ ହୋଇ ମଥୁରା ରାସ୍ତା ଦେଇ ଆଶ୍ରମ ଆଡକୁ ଯିବ। ଅପରାହ୍ନରେ ଏକ ବିରତି ଲାଗି ଆଶ୍ରମ ଚୌକରେ ଥିବା ଧର୍ମଶାଳାରେ ଅଟକିବ। ଏଣୁ ଏଠାରେ ହିଁ ରାହୁଲ ଗଣମାଧ୍ୟମକୁ ସମ୍ବୋଧିତ କରିବେ ବୋଲି ଆଶା କରାଯାଉଛି। ଏହାପରେ ଯାତ୍ରା ଜାକିର ହୁସେନ ମାର୍ଗ, ଇଣ୍ଡିଆ ଗେଟ୍‌, ତିଳକ ମାର୍ଗ, ଆଇଟିଓ ଦେଇ ଲାଲ କିଲା ଯାଏ ଯିବ। ସେଠାରୁ ସୁଭାଷ ମାର୍ଗ ଦେଇ ରାଜଘାଟ ଯାଏ ଯିବ ବୋଲି ଦିଲ୍ଲୀ କଂଗ୍ରେସ ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ଉପରେ ପଡ଼ିଥିଲେ ଯୁବକ; ମାନବିକତା ଦେଖାଇଲେ ବିଧାୟକ କଲେ ଏମିତି…ଚାରିଆଡେ ଚର୍ଚ୍ଚା

ଛତ୍ରପୁର,୮।୬( ଦିଲ୍ଲୀପ ସାମଲ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ । ବିଧାୟକ ତାଙ୍କର କ୍ଷେତ୍ର ପରିଦର୍ଶନ ସାରି ଫେରୁଥିବା ବେଳେ ଗଞ୍ଜାମ ହୁମା…

ବଦଳିଗଲା ନିୟମ! ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୬:  ଭାରତରେ, ଯଦି ଜଣେ ମହିଳା କିମ୍ବା ପୁରୁଷ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସମାଜରେ ତାଙ୍କୁ ଖରାପ ନଜରରେ ଦେଖାଯାଏ ।…

ଗାଁ ଛକ ନିକଟରେ ପଡ଼ିଛି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ

ଡେରାବିଶ, ୮।୬ (ବୈବର୍ତ୍ତ ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଏଣ୍ଡର ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମ ନିକଟରୁ ସୋମବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର…

ଝାରସୁଗୁଡ଼ାରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌, ତେଜିଲା ଅସନ୍ତୁଷ୍ଟ

ଝାରସୁଗୁଡ଼ା, ୮ା୬(ଆଶିଷ ରଞ୍ଜନ ଦାଶ)- ଝାରସୁଗୁଡ଼ା ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଭଳି ସ୍ଥିତିରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌…

ଭୁବନେଶ୍ବର ପରିବର୍ତ୍ତେ ପୁରୀ ବସଷ୍ଟାଣ୍ଡରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: କାରଣ…

ପୁରୀ,୮।୬(ଅଜିତ ମହାନ୍ତି): ଭୁବନେଶ୍ବରରେ ଅବତରଣ କରିପାରି ନାହିଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର। ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବର ପରିବର୍ତ୍ତେ ପୁରୀରେ ଅବତରଣ କରିଛି। ସମଙ୍ଗ ଅସ୍ଥାୟୀ…

ଦିଗପହଣ୍ଡି ଦୁର୍ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା

ଦିଗପହଣ୍ଡି,୮ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପରିବାର ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା…

ଗ୍ରାହକଙ୍କୁ ବଡ଼ ଝଟ୍‌କା! ଆହୁରି ମହଙ୍ଗା ହେବ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର, କେନ୍ଦ୍ର ସରକାର ସ୍ପଷ୍ଟ କରି କହିଲେ…..

ନୂଆଦିଲ୍ଲୀ,୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଭାରତରେ ଲୋକମାନେ ମଧ୍ୟ ମୂଲ୍ୟ ବୃଦ୍ଧିର ଶିକାର ହେଉଛନ୍ତି । ଗତ କିଛି ଦିନ ମଧ୍ୟରେ…

ଇଣ୍ଡିଆ ମେଣ୍ଟ ବୈଠକରେ ବଡ଼ ନିଷ୍ପତ୍ତି; ଏହି ୫ ପ୍ରସଙ୍ଗ ଉପରେ ମୋହର ମାରିଲେ ବିରୋଧୀ, ଛାନିଆ ହେଲା ଭାଜପା

ନୂଆଦିଲ୍ଲୀ, ୮।୬: ବିରୋଧୀ ଇଣ୍ଡିଆ ବ୍ଲକର ବୈଠକ ସୋମବାର ଜାତୀୟ ରାଜଧାନୀ ଦିଲ୍ଲୀର କନଷ୍ଟିଚ୍ୟୁଶନ କ୍ଲବରେ ଦୀର୍ଘ ଏବଂ ତୀବ୍ର ଆଲୋଚନା ପରେ ସମାପ୍ତ ହୋଇଛି। କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri