Advertisement
Posted inଖେଳ

‘ସୂର୍ଯ୍ୟକୁମାରଙ୍କୁ କିଣିବାକୁ ଆମ ପାଖରେ ଟଙ୍କା ନାହିଁ’

ସିଡନୀ,୨୪।୧୧:ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ କହିଛନ୍ତି, ବିଗ ବାସ୍‌ ଲିଗରେ ସୂର୍ଯ୍ୟକୁମାର ଯାଦବଙ୍କ ପରି ଜଣେ ବ୍ୟାଟ୍ସମ୍ୟାନ କିଣିବା ସମ୍ଭବ ନୁହେଁ। ତାଙ୍କୁ କିଣିବା ପାଇଁ ଟଙ୍କା କମ ପଡିବ।
ଏକ ସାକ୍ଷାତକାରରେ ସୂର୍ଯ୍ୟକୁମାର ଯାଦବ ଭବିଷ୍ୟତରେ ଅଷ୍ଟ୍ରେଲିଆର ବିଗ ବାସ୍‌ ଲିଗ୍‌ରେ ଖେଳୁଥିବା ଦେଖିବାକୁ ମିଳିବ କି ପ୍ରଶ୍ନରେ ମ୍ୟାକ୍ସୱେଲ କହିଛନ୍ତି, ସୂର୍ଯ୍ୟକୁମାରଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ଙ୍କୁ କିଣିବାକୁ ଆମ ପାଖରେ ଟଙ୍କା ଅଭାବ ପଡିବ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଅନ୍ତର୍ଜାତୀୟ ଟି-୨୦ ଫର୍ମାଟରେ ଟିମ ଇଣ୍ଡିଆ ପାଇଁ ସୂର୍ଯ୍ୟକୁମାର ୩୧ ମ୍ୟାଚରେ ୧୧୬୪ ରନ ସଂଗ୍ରହ କରିଛନ୍ତି। ଏଥିରେ ସେ ୨ ଶତକ ଏବଂ ୯ ଅର୍ଦ୍ଧଶତକ ହାସଲ କରିଛନ୍ତି। ବର୍ତ୍ତମାନର ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀ ଉତ୍ସାହ

ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍‌ ଆୟୋଜନ ହେବ। ଦୀର୍ଘ ଦିନପରେ ଏହି ଗ୍ରାଉଣ୍ଡରେ ଅନ୍ତର୍ଜାତୀୟ...

ଆର୍ସେନାଲର ସବୁଠୁ ମୂଲ୍ୟବାନ ଖେଳାଳି ହୋଇପାରନ୍ତି ପେପେ

ଲଣ୍ଡନ,୨।୮(ଏଏଫ୍‌ପି)- ପ୍ରିମିୟର ଲିଗ୍‌ ଦଳ ଆର୍ସେନାଲ ଫ୍ରେଞ୍ଚ କ୍ଲବ ଲିଲେର ଫରଓ୍ବାର୍ଡ ନିକୋଲାସ ପେପେଙ୍କ ସହ ଚୁକ୍ତି କରିଛି। ତେବେ ପେପେଙ୍କୁ ବାର୍ଷିକ କେତେ ପାଉଣା...

ଇଣ୍ଡିଆନ ସୁପର ଲିଗ୍‌: ଘରୋଇ ସହରରେ ଓଡ଼ିଶା ଏଫ୍‌ସି ଖେଳିବ ପ୍ରଥମ ମ୍ୟାଚ୍‌

ଭୁବନେଶ୍ୱର,୨୭।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଓ ଜାମ୍‌ସେଦପୁର ଏଫସି...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଭାରତ- ପାକିସ୍ତାନ ସେମିଫାଇନାଲ

ବେନୋଇ,୧।୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ...

ଡୋପିଂ: ଇଂଲଣ୍ଡ ଫୁଟ୍‌ବଲର ବାସନ୍ଦ

ଲଣ୍ଡନ,୮।୧୦(ଏପି): ଡୋପିଂ କାରଣରୁ ଇଂଲଣ୍ଡ ଫୁଟବଲ ଆସୋସିଏଶନ ତା’ର ଜଣେ ସେକେଣ୍ଡ ଡିଭିଜନ୍‌ ଖେଳାଳିଙ୍କୁ ଦୁଇବର୍ଷ ବାସନ୍ଦ କରିଛି। ବାର୍ନସଲି ଡିଫେଣ୍ଡର ବାମ୍ବୋ ଡିଆବିଙ୍କୁ ବାସନ୍ଦ...

ୟୁଏସ୍‌ ଓପନ୍‌: ସିଡେଡ୍‌ ଖେଳାଳିଙ୍କ ଅଗ୍ରଗତି

ନ୍ୟୁୟର୍କ, ୨୮।୮(ଏଏଫ୍‌ପି)- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ର ପୁରୁଷ ଓ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ଅଭିଯାନ ଆରମ୍ଭ...

ମହାମାରୀର ମୁକାବିଲା ପାଇଁ ଗାଙ୍ଗୁଲିଙ୍କ ବଡ଼ ଘୋଷଣା

ମୁମ୍ବାଇ, ୨୪।୫ : କୋଭିଡ୍‌-୧୯ ମହାମାରୀ ସହ ପୂରା ଦେଶ ସଂଘର୍ଷ କରୁଥିବାବେଳେ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର...

ଏକ ଘଣ୍ଟା ଦୌଡ଼ରେ ଫରାହଙ୍କ ବିଶ୍ୱ ରେକର୍ଡ

ବ୍ରସେଲ୍ସ, ୫।୯: ଚାରି ଥରର ଅଲିମ୍ପିକ ଚାମ୍ପିୟନ ବ୍ରିଟେନ ଧାବକ ମୋ ଫରାହ୍‌ ଓ ନେଦରଲାଣ୍ଡ୍ସର ଧାବିକା ସିଫାନ ହାସାନ ଏକ ଘଣ୍ଟା ଦୌଡ଼ରେ ନୂତନ...

Advertisement
Archives

Model This Week