ଇୟୁରୁ ଆମେ ଅଲଗା ହୋଇପାରୁ: ଆମେରିକା ଗସ୍ତ ପୂର୍ବରୁ ଏର୍ଦୋଗନଙ୍କ ଚେତାବନୀ…

ଆଙ୍କରା,୧୬।୯ : ତୁର୍କୀ ରାଷ୍ଟ୍ରପତି ତାଇପ ଏର୍ଦୋଗନ ଶନିବାର ୟୁରୋପୀୟ ୟୁନିଅନ(ଇୟୁ)ରୁ ଅଲଗା ହେବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ଆବଶ୍ୟକ ହୁଏ ତେବେ ଆଙ୍କରା ୟୁରୋପୀୟ ୟୁନିଅନରୁ ଅଲଗା ହୋଇପାରେ।

ପ୍ରକୃତରେ, ତୁର୍କୀର ଲକ୍ଷ୍ୟ ହେଉଛି ୟୁରୋପୀୟ ୟୁନିଅନରେ ଯୋଗଦେବା, କିନ୍ତୁ ମାନବିକ ଅଧିକାରର ଉଲ୍ଲଂଘନ ଅଭିଯୋଗ ଯୋଗୁ ଏହା ସମ୍ଭବ ହେଉ ନାହିଁ। ତୁର୍କୀ ଆଉ ଅପେକ୍ଷା କରିବାର ମନୋଭାବରେ ନାହିଁ, କାରଣ ସେ ବର୍ଷ ବର୍ଷ ଧରି ଏନେଇ ଅପେକ୍ଷା କରି ରହିଛି।

ଆମେରିକା ଗସ୍ତ ପୂର୍ବରୁ ସେ ଏହି ପ୍ରସଙ୍ଗରେ ଗଣମାଧ୍ୟମ ସହ ଆଲୋଚନା କରିଥିଲେ।

ୟୁରୋପୀୟ ୟୁନିଅନ ତୁର୍କୀଠାରୁ ଅଲଗା ହେବାକୁ ଚେଷ୍ଟା କରୁଛି। ଏହା ଉପରେ ଆଧାର କରି ଆମେ ନିଜକୁ ମୂଲ୍ୟାଙ୍କନ କରିବୁ ଏବଂ ଆବଶ୍ୟକ ହେଲେ ଆମେ ୟୁରୋପୀୟ ୟୁନିଅନରୁ ଦାବି ପ୍ରତ୍ୟାହାର କରିପାରିବୁ।

ସୂଚନାଯୋଗ୍ୟ ତୁର୍କୀର ବୈଦେଶିକ ମନ୍ତ୍ରଣାଳୟ କିଛି ଦିନ ପୂର୍ବରୁ କହିଥିଲା ୟୁରୋପୀୟ ସଂସଦର ରିପୋର୍ଟରେ ଭିତ୍ତିହୀନ ଅଭିଯୋଗ ରହିଛି ଏବଂ ଏହି ରିପୋର୍ଟ ତୁର୍କୀର ୟୁଏଇ ସହ ସମ୍ପର୍କକୁ ଅଣଦେଖା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷେ ପର୍ଯ୍ୟନ୍ତ ସୁନା ନ କିଣିଲେ କ’ଣ ଶସ୍ତା ହୋଇଯିବ ସୁନା? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: ଭାରତୀୟ ପରିବାରରେ ସୁନା ସର୍ବଦା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଆସିଛି, ତାହା ଅଳଙ୍କାର ଆକାରରେ ହେଉ କିମ୍ବା ନିବେଶ ଭାବରେ। ତଥାପି, ଭାରତ ବିଶ୍ୱର…

ସରକାର ଗଠନର ଗୋଟିଏ ଦିନ ପରେ ଦେଖାଦେଲାଣି ଫାଟ, ଅସନ୍ତୋଷ ପ୍ରକାଶ କଲେ ସହଯୋଗୀ …

ଚେନ୍ନାଇ,୧୧।୫: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ, ଜାତୀୟ ସଙ୍ଗୀତ(ଜନଗଣ ମନ) ଏବଂ ରାଷ୍ଟ୍ରଗୀତ(ବନ୍ଦେ ମାତରମ)…

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଖାଆନ୍ତୁ କଖାରୁ ଫୁଲ

କଖାରୁ ଫୁଲ ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନେକେ ଏଥିରୁ ପ୍ରସ୍ତୁତ ପିଠା ଖାଇବାକୁ ଭଲ ପାଆନ୍ତି। ଏଥିରେ ଅନେକ ପ୍ରକାର ଭିଟାମିନ୍‌…

ସୋମନାଥ ଅମୃତ ମହୋତ୍ସବରେ ଯୋଗଦେଲେ ମୋଦି, କଲେ ପୂଜାର୍ଚ୍ଚନା

ପ୍ରଭାସପାଟନା,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମନାଥ ମନ୍ଦିରରେ ଆୟୋଜିତ ‘ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମନ୍ଦିରରେ ପୂଜା କରିଥିଲେ ଏବଂ ପ୍ରାର୍ଥନା କରିଥିଲେ।…

ଭାରତରେ ପ୍ରଯୁକ୍ତିବିଦ୍ୟାର ବିକାଶ

ଦେଶ ସ୍ବାଧୀନତା ଲାଭ କରିବା ପରେ ଏହାର ପ୍ରଗତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦେଶରେ ଅନେକ ବୃହତ୍‌ ନଦୀବନ୍ଧ ନିର୍ମାଣ…

ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ଲୋକଙ୍କ ଭରସା ନାହିଁ, ଆଲର୍ଟ କେନ୍ଦ୍ରରେ ବାଜୁନି ସାଇରନ

କେନ୍ଦ୍ରାପଡା,୧୧୦ା୫ (ଜଗନ୍ନାଥ ଧଳ): ସମୁଦ୍ର ତଟବର୍ତ୍ତୀ କେନ୍ଦ୍ରାପଡା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି। ବନ୍ୟା, ବାତ୍ୟା ସହ ସୁନାମି…

ସୁନାଥରରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା: ଭୁବନେଶ୍ୱର ସ୍ଥାନାନ୍ତର ହେଲେ ଦୁଇ ଗୁରୁତର

ପୁରୁଷୋତ୍ତମପୁର,୧୧ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ରବିବାର ସନ୍ଧ୍ୟାରେ ରୋଷେଇ ପାଇଁ ଗ୍ୟାସ୍‌ ଲଗାଇବା ବେଳେ ହଠାତ୍‌ ସିଲିଣ୍ଡରଟି ବିସ୍ଫୋରଣ ହୋଇ…

‘ନିର୍ବାଚନ ଶେଷ ହେବା ପରେ ମନେ ପଡିଲା ସଙ୍କଟ କଥା…’ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ ପରେ ବର୍ଷିଲେ ଅଖିଳେଶ

ନୂଆଦିଲ୍ଲୀ,୧୧।୫: ଇରାନରେ ସଂଘର୍ଷରୁ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସୁନା ନ କିଣିବା ଏବଂ ତେଲ ବ୍ୟବହାର କମ କରିବାକୁ ନିବେଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri