ମ୍ୟାଲେରିଆର ବିନାଶ କରିପାରିବା: ଜାଣନ୍ତୁ ଏ ବର୍ଷର ବାର୍ତ୍ତା କ’ଣ

ମ୍ୟାଲେରିଆ ଜ୍ୱର ସାଧାରଣତଃ ବର୍ଷା ଋତୁରେ ଦେଖାଦେଇଥାଏ। ଆବାଳ ବୃଦ୍ଧବନିତା ଏହି ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି। ଏହାର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବା ଆବଶ୍ୟକ। ସାରା ପୃଥିବୀରେ ୪ ପ୍ରକାରର ମ୍ୟାଲେରିଆ ପାରାସାଇଟ (ପ୍ଲାସମୋଡିୟମ ଫଲସିଫରମ,ପ୍ଲାସମୋଡିୟମ ଭାଇଭେକ୍ସ, ପି. ଓଭେଲା ଏବଂ ପି. ମ୍ୟାଲେରିଆ) ଦେଖାଯାଇଥାଏ। ଏଥିରୁ ଆମ ଭାରତରେ ପ୍ଲାସମୋଡିୟମ ଫଲସିଫରମ ଓ ପ୍ଲାସମୋଡିୟମ ଭାଇଭାକ୍ସର ପାରାସାଇଟ ଦ୍ୱାରା ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥାନ୍ତି, ଯାହାକି ମାରାତ୍ମକ। ଆମ ଦେଶରେ ଅନେକ ପ୍ରତିକାର, ପ୍ରତିରୋଧ ବ୍ୟବସ୍ଥଶ ସତ୍ତ୍ୱେ ବହୁ ବ୍ୟକ୍ତି ମ୍ୟାଲେରିଆରେ ମୃତ୍ୟୁବରଣ କରୁଛନ୍ତି।
ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ‘ବିଶ୍ୱ ମ୍ୟାଲେରିଆ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ମ୍ୟାଲେରିଆର ପ୍ରତିକାର ଓ ପ୍ରତିରୋଧ ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରତିବର୍ଷ ଏକ ବାର୍ତ୍ତା ଦିଆଯାଇଥାଏ। ଚଳିତ ବର୍ଷ ଏହି ଦିବସ ନିମନ୍ତେ ବାର୍ତ୍ତା ରହିଛି ‘ମ୍ୟାଲେରିଆ ଏଣ୍ଡସ୍‌ ଓ୍ବିଥ୍‌ ଅସ୍‌: ରିଇନ୍‌ଭେଷ୍ଟ,ରିଇମାଜିନ୍‌, ରିଇଗ୍‌ନାଇଟ। ଅର୍ଥାତ୍‌, ମ୍ୟାଲେରିଆକୁ ଆମେ ଚାହିଁଲେ ବିନାଶ କରିପାରିବା। ଏ ନେଇ ଆମକୁ ଭଲ ଭାବରେ ଚିନ୍ତା କରିବାକୁ ପଡିବ। ଆମ ଦେଶରୁ ମ୍ୟାଲେରିଆ ଜ୍ୱରଠାରୁ ଦୂରେଇ ରହିବା ନିମନ୍ତେ ବ୍ୟକ୍ତିଗତ,ପାରିବାରିକ,ସାମାଜିକ, ବ୍ଲକ, ଜିଲା,ରାଜ୍ୟ ସ୍ତରରେ ହାତକୁ ହାତ ମିଶାଇ ଏହାର ପ୍ରତିରୋଧ କରାଯିବାର ଆବଶ୍ୟକତା ରହିଛି। ଯଦ୍ଦ୍ବାରା ଭାରତ ଏକ ମ୍ୟାଲେରିଆ ମୁକ୍ତ ଦେଶ ହିସାବରେ ସାରା ବିଶ୍ୱରେ ପରିଗଣିତ ହୋଇପାରିବ।
ସୁସ୍ଥ ବ୍ୟକ୍ତି ମ୍ୟାଲେରିଆ ପାରାସାଇଟ (ମ୍ୟାଲେରିଆ ପରଜୀବୀ) ସଂକ୍ରମଣରୁ ହିଁ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି। ଏହାର ବାହକ ମାଈ ଏନୋଫିଲିସ ମଶା। ଏହି ମଶାର ଲାଳ ଗ୍ରନ୍ଥିରେ ମ୍ୟାଲେରିଆ ପରଜୀବୀ ରହିଥାଏ। ଏହି ମଶା ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କାମୁଡିଲେ ସେ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୁଅନ୍ତି। ଏହି ମଶା ମ୍ୟାଲେରିଆ ଆକ୍ରାନ୍ତ ରୋଗୀକୁ କାମୁଡିବା ଦ୍ୱାରା ମଶା ଦେହକୁ ମ୍ୟାଲେରିଆ ପରଜୀବୀ ପ୍ରବେଶ କରିଥାଏ। ତା’ପରେ ପରଜୀବୀ
ମଶାର ଖାଦ୍ୟ ନଳୀରେ ପହଞ୍ଚତ୍ ମଶାକୁ ସଂକ୍ରମିତ କରିଥାଏ। ଏହି ସଂକ୍ରମିତ ମଶା ଯେତେବେଳେ ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କାମୁଡି ଥାଏ ସେତେବେଳେ ମ୍ୟାଲେରିଆ ପରଜୀବୀ ମନୁଷ୍ୟର ରକ୍ତ ଭିତରକୁ ପ୍ରବେଶ କରି ୧୪- ୨୧ ଦିନ ଭିତରେ ଲକ୍ଷଣ ପ୍ରକାଶ ପାଇଥାଏ। ପ୍ରଥମେ ଜ୍ୱର ହେବା ସହ ଶରୀରରେ କମ୍ପ ଓ ପ୍ରବଳ ଶୀତ ଏବଂ ମୁଣ୍ଡ ବ୍ୟଥା ସହ ରୋଗୀ ବାଉଳିଚାଉଳି ହୋଇଥାଏ।
ସର୍ବପ୍ରଥମେ ସୁସ୍ଥ ବ୍ୟକ୍ତି ମଶା କାମୁଡିବାଠାରୁ ନିଜକୁ ଦୂରେଇଖିବା ଲାଗି ଚେଷ୍ଟା କରନ୍ତୁ। ମାଈ ଏନୋଫିଲିସ ମଶା ରାତିରେ କାମୁଡି ଥାଏ। ତେଣୁ ମଶାରି ଟାଙ୍ଗି ଶୋଇବା ସହ ଘରେ ଝୁଣା ଧୂପ ଦିଅନ୍ତୁ। ଏହି ମଶା ସ୍ଥିର ସ୍ବଚ୍ଛ ଜଳରେ ବଂଶବିସ୍ତାର କରିଥାନ୍ତୁ। ମଶା ୧-୨ କିମି ପରିସୀମା ଭିତରେ ଉଡି ବ୍ୟକ୍ତିଙ୍କୁ କାମୁଡିଥାଏ। ଜ୍ୱରର ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ କରି ରକ୍ତ ନମୁନା ପରୀକ୍ଷା ସହ ଔଷଧ ସେବନ କରିବା ଆବଶ୍ୟକ। ପ୍ରତିକାର ସ୍ବରୂପ ବାସଗୃହର ଚାରିପାଖ ସଫାସୁତୁରା ରଖିବା ସହ କୌଣସି ସ୍ଥାନରେ ପାଣି ଜମି ରହିବାକୁ ଦିଅନ୍ତୁନାହିଁ। ଜଳାଶୟ ଓ ଅନ୍ୟାନ୍ୟ ସ୍ଥାନଗୁଡିକରେ ବ୍ଲିଚିଙ୍ଗ ପାଉଡ଼ର ପକାଇବା ସହ ବାସଗୃହରେ ଡିଡିଟି ସିଞ୍ଚନ କରନ୍ତୁ।

ଏ ବର୍ଷର ବାର୍ତ୍ତା

ମ୍ୟାଲେରିଆର ନିରାକରଣ ନିମନ୍ତେ ସଚେତନତା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ପ୍ରତିବର୍ଷ ଏକ ବାର୍ତ୍ତା ଦିଆଯାଇଥାଏ। ଚଳିତ ବର୍ଷ ଏହି ଦିବସ ଲାଗି ବାର୍ତ୍ତା ରହିଛି ‘ମ୍ୟାଲେରିଆ ଏଣ୍ଡସ୍‌ ଓ୍ବିଥ୍‌ ଅସ୍‌: ରିଇନ୍‌ଭେଷ୍ଟ,ରିଇମାଜିନ୍‌, ରିଇଗ୍‌ନାଇଟ। ଅର୍ଥାତ୍‌, ମ୍ୟାଲେରିଆକୁ ଆମେ ଚାହିଁଲେ ବିନାଶ କରିପାରିବା। ଏ ନେଇ ଆମକୁ ଭଲ ଭାବରେ ଚିନ୍ତା କରିବାକୁ ପଡ଼ିବ।

– ଡା. ବସନ୍ତ କୁମାର ଷଡ଼ଙ୍ଗୀ,
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଚନ୍ଦାହାଣ୍ଡି, ନବରଙ୍ଗପୁର, ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?