ଆମରି ନାଆରେ ଆମେ ନାଉରି

ଅଜୟ ବେହୁରା

 

ଶୀର୍ଷକଟିକୁ ପଢ଼ିଲା ପରେ ପୂର୍ବ ପଦର ଆଭାସ ମନକୁ ଆସୁଥିବ ନିଶ୍ଚୟ। ତାହା ହେଉଛି ‘ଆମେ ଚଳାଉଚୁ ଦେଶ ଆମରି, ଆମରି ନାଆରେ ଆମେ ନାଉରି’। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଆମେ କ’ଣ ଆମ ଦେଶକୁ ପ୍ରତ୍ୟକ୍ଷରେ ଶାସନ କରୁଛେ କି ? ଭାରତ ବର୍ଷର ଶହେ ଚାଳିଶ କୋଟିରୁ ଅଧିକ ଲୋକଙ୍କ ପକ୍ଷେ ଏହା ସମ୍ଭବ ନୁହେଁ। ଛାଡ଼ ଦେଶ କଥା। ନାଆ କଥା ବିଚାରକୁ ନିଅନ୍ତୁ। ଯଦି ନାଆରେ ବସିଥିବା ସମସ୍ତ ଯାତ୍ରୀ ନାଉରି ହେବେ ତେବେ କ’ଣ ନାଆଟି ଚାଲିପାରିବ କି? ନା ସମସ୍ତଙ୍କର ନାଆ ଚାଳନାର ଦକ୍ଷତା ଥିବ, ତେଣୁ ଆମକୁ ଜଣେ ନାଉରିର ଆବଶ୍ୟକତା ରହିଛି, ଯେ କି ପାଣି ପବନ ଝଡ଼ଝଞ୍ଜାରୁ ମୁକୁଳେଇ ଡଙ୍ଗାଟିକୁ ଏ କୂଳରୁ ସେ କୂଳ ଘାଟରେ ପହଞ୍ଚେଇପାରିବ। ଠିକ୍‌ ସେହିପରି ଆମ ଦେଶକୁ ଚଳେଇବାକୁ ଜଣେ ଜଣେ ପ୍ରତିନିଧି ଦରକାର, ଯେ କି ଆମର ପ୍ରତିନିଧିତ୍ୱ କରି ସରକାରରେ ପ୍ରତ୍ୟକ୍ଷ ଭାଗନେଇ ଦେଶ ଏବଂ ରାଜ୍ୟ ଶାସନରେ ଅଂଶୀଦାର ହୋଇପାରିବେ।
ଭାରତବର୍ଷ ଏକ ଗଣତାନ୍ତ୍ରିକ ଦେଶ । ଏତେ ବଡ଼ ଦେଶ, ଜନସଂଖ୍ୟା, ଜାତି ଧର୍ମ ବିଭିନ୍ନତା ଆଞ୍ଚଳିକତା ଇତ୍ୟାଦି ଅସମାନତା ଦୃଷ୍ଟିରୁ ଏଠାରେ ପରୋକ୍ଷ ଗଣତନ୍ତ୍ର ଅନୁକୂଳ। ଆମେ ଆମ ଦେଶକୁ ଚଳାଉଚୁ ସତ, କିନ୍ତୁ ପରୋକ୍ଷରେ। ମାତ୍ର ଏକ ସମୟ ଆସେ ଯେଉଁଠି ଆମେ ପ୍ରତ୍ୟକ୍ଷ ଭାଗ ନେଇଥାଉ ଆଉ ତାହା ହେଉଛି ନିର୍ବାଚନ। ଏ ସମୟରେ ପ୍ରାର୍ଥୀ, ମନ୍ତ୍ରୀ, ପ୍ରତିନିଧି ଉପରେ ରହେ ନାଗରିକ । ସେ ଯାହାକୁ ବହୁମତ ଦେବ ସେ ହିଁ ସରକାର ଗଠନ କରିପାରିବ। ନାଗରିକର ପ୍ରକୃତ ପରାକାଷ୍ଠାର ସମୟ ଆସେ ଯେତେବେଳେ ସେ ଏକ ଦକ୍ଷ, ସୁଯୋଗ୍ୟ, କୁଶଳୀ ରାଜନେତା ବା ପ୍ରତିନିଧି ଚୟନ କରିବାର ଅଧିକାରକୁ ସାବ୍ୟସ୍ତ କରିଥାଏ। ରାଜନୈତିକ ପାଣିପାଗ, ବାତାବରଣ, ଜନ ଏବଂ ଦେଶ ହିତୈଷୀ ଯୋଜନାଗୁଡ଼ିକର ତର୍ଜମା କରି ବର୍ତ୍ତମାନର ନିର୍ବାଚନ ପ୍ରକ୍ରିୟା ସହ ଯାଇ ଆମର ମତ ବ୍ୟକ୍ତ କରିବାକୁ ପଡ଼ିବ। ଯେହେତୁ ଏଥର ଆମ ରାଜ୍ୟରେ ନିର୍ବାଚନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପାଇଁ ହେଉଛି ତେଣୁ ଆମକୁ ଅଧିକ ସତର୍କତାର ସହ ଭୋଟ ଦେବାକୁ ପଡ଼ିବ। ଆକଳନକୁ ଆଖି ଆଗରେ ରଖିଲେ ଭୋଟରମାନଙ୍କ ମଧ୍ୟରେ ପୁରୁଷ, ମହିଳା, ଯୁବା, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଏବଂ ନୂତନ ଭାବେ ଯୋଡ଼ି ହୋଇଥିବା ମତଦାତା ରହିଥାନ୍ତି । ଏମାନଙ୍କ ମାନସିକତାରେ ମଧ୍ୟ ଭିନ୍ନତା ଥାଏ । ଯାହା ହେଉନା କାହିଁକି ସମ୍ପ୍ରତି ଗଣତନ୍ତ୍ରର ମହାପର୍ବ ନିର୍ବାଚନର ପ୍ରତିଧ୍ୱନି ରାଜ୍ୟ ଓ ଦେଶରେ ଗୁଞ୍ଜରିତ ହୋଇଛି। ପ୍ରାୟତଃ ଭାରତ ବର୍ଷର ଗଣତାନ୍ତ୍ରିକ ମହାପର୍ବ ନିର୍ବାଚନ ସମଗ୍ର ବିଶ୍ୱର ଏକ ଉଦାହରଣ କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ, ଆଞ୍ଚଳିକତା, ଚାଲିଚଳନ ଇତ୍ୟାଦି ବିଭିନ୍ନତା ସତ୍ତ୍ୱେ ଏକ ସଙ୍ଗରେ ଏତେବଡ଼ ଅନୁଷ୍ଠାନ ସମଗ୍ର ଦେଶରେ ଅନୁଷ୍ଠିତ ହେବା ଏକ କଠିନ ବ୍ୟାପାର ହୋଇଥିଲେ ମଧ୍ୟ ଭାରତ ଭଳି ଦେଶରେ ଏହା ସମ୍ଭବ ହୋଇପାରିଛି। ତା’ର କାରଣ ସୁବ୍ୟବସ୍ଥା ଏବଂ ନାଗରିକମାନଙ୍କର ଗଣତାନ୍ତ୍ରିକ ଅଭିଜ୍ଞନ୍ତା ତଥା ଏକ ସୁଗଣତାନ୍ତ୍ରିକ ବ୍ୟବସ୍ଥା ଆମ ଦେଶରେ ଉପଲବ୍ଧ ଥିବା ଯୋଗୁ। ସାରା ଦୁନିଆର ରାଷ୍ଟ୍ର, ଅନୁଷ୍ଠାନ, ଗଣମାଧ୍ୟମ, ନାଗରିକ ଏହି ମହାପର୍ବକୁ ନିରୀକ୍ଷଣ କରୁଛନ୍ତି। ଏଥିପ୍ରତି ସଜାଗ ରହି ବିପୁଳ ସଂଖ୍ୟାରେ ମତଦାନ କରି ନିଜର ଭୂମିକା ନିର୍ବାହ କରିବାକୁ ହେବ। ରାଜନୀତିକୁ କିଛି ଲୋକ କଳୁଷିତ ଦୁର୍ନୀତିଗ୍ରସ୍ତ ମିଥ୍ୟାଚାରର ପଙ୍କ ବୋଲି ଭାବି ବେଳେ ବେଳେ ନିର୍ବାଚନଠାରୁ ଦୂରରେ ରୁହନ୍ତି। କିନ୍ତୁ ଜାଣିରଖିବା ଉଚିତ ଯେ, ସେହି ପଙ୍କ ଭିତରୁ ପଦ୍ମ ଫୁଲ ଫୁଟି ସରକାର ରୂପକ ଫଳ ପ୍ରଦାନ କରେ, ଯାହା ଆମ ସମଗ୍ର ଦେଶ ଚଳାଇବା ଶହ ରାଜନୀତିକ, କୂଟନୀତିକ ବୈଦେଶିକ, ନ୍ୟାୟିକ, ଶାସନ ତାନ୍ତ୍ରିକ ଆର୍ଥିକ ସାମରିକ ଏବଂ ସମସ୍ତ ମୁଖ୍ୟ ଅନୁଷ୍ଠାନର ସୁପରିଚାଳନା କରିଥାଏ। ଆମକୁ ନର୍ଦ୍ୱନ୍ଦ୍ୱରେ ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ପଡ଼ିବ। ନିଜର ଅଧିକାର କର୍ତ୍ତବ୍ୟକୁ ଆଖି ଆଗରେ ରଖି ନିଜକୁ ପ୍ରତ୍ୟକ୍ଷ ରୂପରେ ରାଜନୀତିରେ ଭାଗୀଦାର କରି ଗଣତନ୍ତ୍ରର ପ୍ରଥମ ସୋପାନ ସାଫଲ୍ୟ ମଣ୍ଡିତ କଲେ ହୃଦ୍‌ବୋଧ ହେବ ଯେ ଆମେ ଆମକୁ ଶାସନ କରିବାରେ ସିଦ୍ଧ, ଯେଉଁଠୁ ହୁଏ ଗଣତନ୍ତ୍ରର ଅୟମାରମ୍ଭ; ଯାହା କି ଆଜିର ବିଷୟ ବସ୍ତୁ ‘ଆମେ ଚଳାଉଛୁ ଦେଶ ଆମରି, ଆମରି ହାତରେ ଆମେ ନାଉରି’।
ନୂଆଦିଲ୍ଲୀ, ମୋ:୯୮୭୩୧୫୫୪୭୨


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri