ମାସିକିଆ ବଟି ଦେଉଛୁ, ପଥର କାଟିବୁ

ଖୋର୍ଦ୍ଧା,୨ା୬(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳରୁ ବେଆଇନଭାବେ ମାଙ୍କଡ଼ା ପଥର, ମୋରମ ଖନନ ସହ ଚାଲାଣ ହେଉଛି। ପ୍ରତିବାଦ କଲେ ବନ୍ଧୁକ ଲଗାଇ ମାରିଦେବାକୁ ଧମକ ଦେଉଛନ୍ତି ମାଫିଆ। ପୋଲିସକୁ ମାସିକିଆ ବଟି ଦେଉଛୁ, ଦିବାରାତ୍ର ପଥର କାଟିବୁ। ଥାନାରେ ଅଭିଯୋଗ କଲେ କେହି କିଛି କରିପାରିବେ ନାହିଁ ବୋଲି କହୁଛନ୍ତି ମାଫିଆ। ଲେଣ୍ଡୋ ଗ୍ରାମର ଧ୍ରୁବ ଜେନା ଥାନାରେ ଏଭଳି ଅଭିଯୋଗ କରିଛନ୍ତି। ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ପ୍ରାୟ ୫ ବର୍ଷ ତଳେ ଦେଉଳିପାଟଣା ଗ୍ରାମର କାଶୀନାଥ ନାୟକଙ୍କଠାରୁ ମା’ ବଘେଇ ମନ୍ଦିର ନିକଟରେ ଦୁଇଏକର କାଜୁବଗିଚା ଲିଜ୍‌ ନେଇଥିଲେ। ତେବେ ଗତ କିଛିଦିନ ହେବ କାଜୁ ବଗିଚାରୁ ମାଙ୍କଡ଼ା ପଥର ଚୋରାଚାଲାଣ ହେଉଥିବା ଜାଣିବାକୁ ପାଇଥିଲି। ବଗିଚାରେ ମାଙ୍କଡ଼ା ପଥର କଟାଚାଲିଥିବା ବେଳେ ଧ୍ରୁବ ଏହାର ବିରୋଧ କରିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ବାଇକ୍‌ ଡିକିରୁ ବନ୍ଧୁକ ବାହାର କରି ତାଙ୍କ ମୁ୍‌ଣ୍ଡରେ ଲଗାଇଥିଲେ। ଅନ୍ୟ ଜଣେ ପଛପଟୁ ତାଙ୍କ ଅଣ୍ଟାକୁ ଗୋଇଠା ମାରିଥିଲେ। ଫଳରେ ସେ କଚାଡ଼ି ହୋଇ ପଡ଼ିଥିଲେ। ପ୍ରାଣ ବିକଳରେ କୌଣସି ପ୍ରକାରେ ସେଠାରୁ ସେ ଖସିଆସିଥିଲେ। ଆଉ ପ୍ରତିବାଦ କଲେ ଏଠାରେ ମାରି ଗାତଖୋଳି ପୋତିଦେବୁ ବୋଲି ମାଫିଆମାନେ ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏଠାରେ ପଥର କାଟିବା ପାଇଁ ମାସିକିଆ ବଟି ପୋଲିସକୁ ଦିଆଯାଉଛି। କେହି କିଛି କରିପାରିବେ ନାହିଁ ବୋଲି ମାଫିଆମାନେ କହିଛନ୍ତି। ଖଣିରେ ପୋଲିସର ଚଢ଼ାଉ ପୂର୍ବରୁ ଫୋନ୍‌ ଆସିବ। ଏହାପରେ ସମସ୍ତ ଯନ୍ତ୍ରପାତି, କଟାଳି କେହି ନ ଥିବେ। ତେବେ ଏଭଳି ବେଆଇନ ମାଙ୍କଡ଼ା ପଥର ଚୋରାଚାଲାଣକୁ କିଏ ପ୍ରଶ୍ରୟ ଦେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ମାଫିଆଙ୍କ କବଳରୁ କାଜୁ ବଗିଚା ମୁକ୍ତ, ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଧ୍ରୁବ ଦାବି କରିଛନ୍ତି। ଏନେଇ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

 

 

 

 

 

 

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ…

ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର…

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ: ଦୁଇ ବର୍ଷ ମଧ୍ୟରେ…ଶୁଣିଲେ ସରକାର ହେବେ ଛାନିଆ!

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

RAC ଟିକେଟ୍ ଥିଲେ ଆଉ ଚିନ୍ତା ନାହିଁ, ଏବେ ମିଳିବ ପୁରା….

ନୂଆଦିଲ୍ଲୀ,୬।୮: ଭାରତୀୟ ରେଳରେ ଯାତ୍ରା କରୁଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଅନେକ ଯାତ୍ରୀଙ୍କ ଅଭିଯୋଗ ଥିଲା…

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri