Posted inଜାତୀୟ

ଆମେ ଗାନ୍ଧିଜୀଙ୍କ ସୈନିକ

ନୂଆଦିଲ୍ଲୀ,୨୭ା୧୦: ଆମେ ମହାମତ୍ା ଗାନ୍ଧୀଙ୍କ ସୈନିକ। ଆମେ କାହାକୁ ଭୟ କରୁନାହୁଁ ବୋଲି କଂଗ୍ରେସର ନବ ନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦାୟିତ୍ୱ ନେବା ପରେ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ ବୁଧବାର ୮୦ ବର୍ଷୀୟ ଭେଟେରାନ୍‌ ଖାର୍ଗେ ଦଳର ନୂଆ ଅଧ୍ୟକ୍ଷ ଭାବେ ମଙ୍ଗ ଧରିଛନ୍ତି। ଦୀର୍ଘ ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀ ବ୍ୟକ୍ତି ଏହି ପଦରେ ଅବସ୍ଥାପିତ ହୋଇଛନ୍ତି। ଏହି ଅବସରରେ ବିଦାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ନେତା ରାହୁଲ ଗାନ୍ଧୀ, ଖାର୍ଗେଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁରଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ଗାର୍ଗେ ନୂଆ ଦାୟିତ୍ୱ ଗ୍ରହଣ କରିବାବେଳେ ଦଳୀୟ ନେତା ଓ କର୍ମୀମାନେ ସ୍ଲୋଗାନ ଦେଇଥିଲେ, ଡର ନାହିଁ। କେନ୍ଦ୍ର ସରକାରଙ୍କ ମିଛ, ବିଶ୍ୱାସଘାତ ଓ ଘୃଣାର ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ହେଲେ ଭୟ ଛାଡ଼ିବାକୁ ପଡ଼ିବ। ସୋନିଆ ପ୍ରାୟ ଦୁଇ ଦଶନ୍ଧି ଧରି କଂଗ୍ରେସର ମଙ୍ଗ ଧରିବା ପରେ ଖାର୍ଗେଙ୍କୁ ଦଳର ଚାବିକାଟି ଦେଇଥିଲେ। ପରିବର୍ତ୍ତନ ହେଉଛି ବିଶ୍ୱର ନିୟମ। ଆଜି ମୁଁ ଏହି ଉତ୍ତରଦାୟିତ୍ୱରୁ ମୁକ୍ତ ହୋଇ ଆଶ୍ୱସ୍ତି ଲାଭ କରୁଛି ବୋଲି ସୋନିଆ କହିଛନ୍ତି। କଂଗ୍ରେସ ନିଜ ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ସଂଘର୍ଷ କରୁଥିବାବେଳେ ଦଳର ନିର୍ବାଚନ ହୋଇଥିଲା।

ଏଥିରେ ଶଶୀ ଥରୁରଙ୍କୁ ବିପୁଳ ଭୋଟ ବ୍ୟବଧାନରେ ଖାର୍ଗେ ପରାଜିତ କରିଥିଲେ। କଂଗ୍ରେସକୁ ଅନେକ ରାଜ୍ୟରୁ କ୍ଷମତାଚ୍ୟୁତ କରି କେବଳ ଦୁଇଟି ରାଜ୍ୟରେ ସୀମିତ କରିଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପାକୁ କିପରି ଟକ୍କର ଦେବେ ଖାର୍ଗେଙ୍କ ଆଗରେ ତାହା ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହାବାଦ୍‌ ଆଗକୁ ହିମାଚଳ ପ୍ରଦେଶ ଓ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ଦୁଇ ରାଜ୍ୟରେ ଭାଜପାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରୂପେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଉଭା ହୋଇଛି। ତେଣୁ କଂଗ୍ରେସର ଅସ୍ତିତ୍ୱ ବଜାୟ ରଖିବା ସହଜ ହୋଇ ନ ପାରେ। ନିଜ ସାମ୍ନାରେ ଥିବା ଚ୍ୟାଲେଞ୍ଜଗୁଡ଼ିକ ସମ୍ପର୍କରେ ଖାର୍ଗେ କହିଛନ୍ତି, ହିମାଚଳ, ଗୁଜରାଟ ଓ ଅନ୍ୟ ରାଜ୍ୟଗୁଡ଼ିକରେ ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ କର୍ମୀମାନେ ଭାଜପାକୁ ପରାଜିତ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବେ। କଂଗ୍ରେସ ଦ୍ୱାରା ପ୍ରତିଷ୍ଠିତ ଗଣତନ୍ତ୍ରକୁ ଭାଜପା ଦୁର୍ବଳ କରିବାରେ ଲାଗିଛି।

ବର୍ତ୍ତମାନ ମୋ ପାଇଁ ଏକ ଆବେଗପୂର୍ଣ୍ଣ ସମୟ ଉପନୀତ। ମୋ ଭଳି ଜଣେ ଶ୍ରମିକଙ୍କ ପୁଅଙ୍କୁ ଦଳର ଅଧ୍ୟକ୍ଷ କରିଥିବାରୁ କଂଗ୍ରେସର ସମସ୍ତଙ୍କୁ ଧନ୍ୟବାଦ।
ଉକ୍ତ କାର୍ଯ୍ୟକ୍ରମ ପରେ ସୋନିଆ ଖାର୍ଗେଙ୍କୁ କଂଗ୍ରେସ ଅଧ୍ୟକ୍ଷ ଅଫିସକୁ ପାଛୋଟି ନେଇଥିଲେ। ରାହୁଲ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମେତ ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଖାର୍ଗେ ଆହୁରି କହିଥିଲେ, ଆମେ ହେଉଛୁ ମହାମତ୍ା ଗାନ୍ଧୀଙ୍କ ସୈନିକ। କାହାକୁ ଡରୁନାହୁଁ। କଂଗ୍ରେସ କର୍ମୀମାନେ ନିଜ ଭିତରୁ ଭୟ ଦୂର କରିଦେଲେ ସେମାନଙ୍କ ଆଗରେ ବିଶାଳ ସାମ୍ରାଜ୍ୟ ଧରାଶାୟୀ ହୋଇଯିବ। ଏଥିପାଇଁ ମୁଁ ରାହୁଲ ଗାନ୍ଧୀଙ୍କ ‘ଡର ନାହିଁ’ ପରାମର୍ଶକୁ ସ୍ମରଣ କରୁଛି। ଆମେ ଏହି ସ୍ଲୋଗାନକୁ ଆଗକୁ ନେଇଯିବା ବୋଲି ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ବେଳେ ଖାର୍ଗେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?