Posted inଜାତୀୟ

ଆମେ ଗାନ୍ଧିଜୀଙ୍କ ସୈନିକ

ନୂଆଦିଲ୍ଲୀ,୨୭ା୧୦: ଆମେ ମହାମତ୍ା ଗାନ୍ଧୀଙ୍କ ସୈନିକ। ଆମେ କାହାକୁ ଭୟ କରୁନାହୁଁ ବୋଲି କଂଗ୍ରେସର ନବ ନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦାୟିତ୍ୱ ନେବା ପରେ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ ବୁଧବାର ୮୦ ବର୍ଷୀୟ ଭେଟେରାନ୍‌ ଖାର୍ଗେ ଦଳର ନୂଆ ଅଧ୍ୟକ୍ଷ ଭାବେ ମଙ୍ଗ ଧରିଛନ୍ତି। ଦୀର୍ଘ ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀ ବ୍ୟକ୍ତି ଏହି ପଦରେ ଅବସ୍ଥାପିତ ହୋଇଛନ୍ତି। ଏହି ଅବସରରେ ବିଦାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ନେତା ରାହୁଲ ଗାନ୍ଧୀ, ଖାର୍ଗେଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁରଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ଗାର୍ଗେ ନୂଆ ଦାୟିତ୍ୱ ଗ୍ରହଣ କରିବାବେଳେ ଦଳୀୟ ନେତା ଓ କର୍ମୀମାନେ ସ୍ଲୋଗାନ ଦେଇଥିଲେ, ଡର ନାହିଁ। କେନ୍ଦ୍ର ସରକାରଙ୍କ ମିଛ, ବିଶ୍ୱାସଘାତ ଓ ଘୃଣାର ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ହେଲେ ଭୟ ଛାଡ଼ିବାକୁ ପଡ଼ିବ। ସୋନିଆ ପ୍ରାୟ ଦୁଇ ଦଶନ୍ଧି ଧରି କଂଗ୍ରେସର ମଙ୍ଗ ଧରିବା ପରେ ଖାର୍ଗେଙ୍କୁ ଦଳର ଚାବିକାଟି ଦେଇଥିଲେ। ପରିବର୍ତ୍ତନ ହେଉଛି ବିଶ୍ୱର ନିୟମ। ଆଜି ମୁଁ ଏହି ଉତ୍ତରଦାୟିତ୍ୱରୁ ମୁକ୍ତ ହୋଇ ଆଶ୍ୱସ୍ତି ଲାଭ କରୁଛି ବୋଲି ସୋନିଆ କହିଛନ୍ତି। କଂଗ୍ରେସ ନିଜ ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ସଂଘର୍ଷ କରୁଥିବାବେଳେ ଦଳର ନିର୍ବାଚନ ହୋଇଥିଲା।

ଏଥିରେ ଶଶୀ ଥରୁରଙ୍କୁ ବିପୁଳ ଭୋଟ ବ୍ୟବଧାନରେ ଖାର୍ଗେ ପରାଜିତ କରିଥିଲେ। କଂଗ୍ରେସକୁ ଅନେକ ରାଜ୍ୟରୁ କ୍ଷମତାଚ୍ୟୁତ କରି କେବଳ ଦୁଇଟି ରାଜ୍ୟରେ ସୀମିତ କରିଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପାକୁ କିପରି ଟକ୍କର ଦେବେ ଖାର୍ଗେଙ୍କ ଆଗରେ ତାହା ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହାବାଦ୍‌ ଆଗକୁ ହିମାଚଳ ପ୍ରଦେଶ ଓ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ଦୁଇ ରାଜ୍ୟରେ ଭାଜପାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରୂପେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଉଭା ହୋଇଛି। ତେଣୁ କଂଗ୍ରେସର ଅସ୍ତିତ୍ୱ ବଜାୟ ରଖିବା ସହଜ ହୋଇ ନ ପାରେ। ନିଜ ସାମ୍ନାରେ ଥିବା ଚ୍ୟାଲେଞ୍ଜଗୁଡ଼ିକ ସମ୍ପର୍କରେ ଖାର୍ଗେ କହିଛନ୍ତି, ହିମାଚଳ, ଗୁଜରାଟ ଓ ଅନ୍ୟ ରାଜ୍ୟଗୁଡ଼ିକରେ ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ କର୍ମୀମାନେ ଭାଜପାକୁ ପରାଜିତ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବେ। କଂଗ୍ରେସ ଦ୍ୱାରା ପ୍ରତିଷ୍ଠିତ ଗଣତନ୍ତ୍ରକୁ ଭାଜପା ଦୁର୍ବଳ କରିବାରେ ଲାଗିଛି।

ବର୍ତ୍ତମାନ ମୋ ପାଇଁ ଏକ ଆବେଗପୂର୍ଣ୍ଣ ସମୟ ଉପନୀତ। ମୋ ଭଳି ଜଣେ ଶ୍ରମିକଙ୍କ ପୁଅଙ୍କୁ ଦଳର ଅଧ୍ୟକ୍ଷ କରିଥିବାରୁ କଂଗ୍ରେସର ସମସ୍ତଙ୍କୁ ଧନ୍ୟବାଦ।
ଉକ୍ତ କାର୍ଯ୍ୟକ୍ରମ ପରେ ସୋନିଆ ଖାର୍ଗେଙ୍କୁ କଂଗ୍ରେସ ଅଧ୍ୟକ୍ଷ ଅଫିସକୁ ପାଛୋଟି ନେଇଥିଲେ। ରାହୁଲ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମେତ ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଖାର୍ଗେ ଆହୁରି କହିଥିଲେ, ଆମେ ହେଉଛୁ ମହାମତ୍ା ଗାନ୍ଧୀଙ୍କ ସୈନିକ। କାହାକୁ ଡରୁନାହୁଁ। କଂଗ୍ରେସ କର୍ମୀମାନେ ନିଜ ଭିତରୁ ଭୟ ଦୂର କରିଦେଲେ ସେମାନଙ୍କ ଆଗରେ ବିଶାଳ ସାମ୍ରାଜ୍ୟ ଧରାଶାୟୀ ହୋଇଯିବ। ଏଥିପାଇଁ ମୁଁ ରାହୁଲ ଗାନ୍ଧୀଙ୍କ ‘ଡର ନାହିଁ’ ପରାମର୍ଶକୁ ସ୍ମରଣ କରୁଛି। ଆମେ ଏହି ସ୍ଲୋଗାନକୁ ଆଗକୁ ନେଇଯିବା ବୋଲି ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ବେଳେ ଖାର୍ଗେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri