ଜିଲା ପାଇଁ ଜଳ ହେବ ମହରଗ

କେନ୍ଦ୍ରାପଡା ଅଫିସ, ୨୧ା୧୨: ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଜଳ ସଙ୍କଟ ଦେଖାଦେଇଛି। ବୈତରଣୀ ନଦୀର ଜୋକଡିଆଠାରେ ଦ୍ୱିତୀୟ ବ୍ୟାରେଜ କାର୍ଯ୍ୟକାରୀ ପରେ ଏହି ଜଳ ସଙ୍କଟ କେନ୍ଦ୍ରାପଡ଼ା ଜିଲା ପାଇଁ ମହରଗ ହେବ। ଡିସେମ୍ବର ଆରମ୍ଭରୁ ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମରେ ଥିବା ନଦୀ ଶୁଖିଲା ପଡିବାରୁ ଜାତୀୟ ଉଦ୍ୟାନ ଭିତରକନିକାକୁ ଆବଶ୍ୟକ ମୁତାବକ ମଧୁର ଜଳ ମିଳୁନାହିଁ। ଏହା ଆଗକୁ ଭୟଙ୍କର ହେବ। ନଦୀର ଉପରମୁଣ୍ଡରେ ହେଉଥିବା ଶିଳ୍ପ ଓ ଜଳ ପ୍ରକଳ୍ପକୁ ନେଇ ଜିଲାବାସୀଙ୍କ ଚିନ୍ତା ବଢ଼ିଛି। କେନ୍ଦ୍ରାପଡ଼ା ଜିଲାରେ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ୭ ନଦୀ ପ୍ରବାହିତ ହେଉଛି। ଏହାର ଜଳ ଦୈନନ୍ଦିନ ନିତ୍ୟକର୍ମ ସହ କୃଷି ପାଇଁ ବ୍ୟବହାର କରାଯାଉଛି। ଏଥିସହ ଏହାର ମଧୁର ଜଳ ଜାତୀୟଉଦ୍ୟାନ ଭିତରକନିକାର ଜୈବ ବିବିଧତାକୁ ରକ୍ଷା କରୁଛି। ତେବେ ନଦୀ ପରିଚାଳନା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାରୁ ଆଗାମୀ ୩ ଦଶନ୍ଧିରେ ଚଳନ୍ତି ଭାବେ ମହରଗରେ ଥିବା ଜଳ ଆଗାମୀ ଦିନରେ କାନ୍ତାରରେ ପରିଣତ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଶିକ୍ଷାବିତ୍‌ ଭୂବନମୋହନ ଜେନା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରା, କ୍ଷୀତିଶ କୁମାର ସିଂହ, ଶ୍ରୀକାନ୍ତ ନାୟକ ପ୍ରମୁଖ ନଦୀ ଜଳ ପରିଚାଳନାକୁ ନେଇ ନିଜର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଓଡ଼ିଶା ଓ ଛତିଶଗଡ଼ ସରକାର ମହାନଦୀର ଜଳ ପ୍ରବାହ ବିବାଦକୁ ତୁରନ୍ତ ସମାଧାନ କରିବା ଦରକାର। ତଳମୁଣ୍ଡରେ ଥିବା କେନ୍ଦ୍ରାପଡ଼ା ଜିଲା ଏଥିନେଇ ବହୁ ଭାବରେ ପ୍ରଭାବିତ ହେଉଥିବା ବେଳେ ଆଗାମୀଦିନରେ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟ ଓ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ଉପରେ ପ୍ରଭାବ ପଡିବ। ସେହିପରି ଯାଜପୁରଠାରେ ବ୍ୟାରେଜ ନିର୍ମାଣ ପରେ ଜାତୀୟ ଉଦ୍ୟାନ ଭିତରକନିକାକୁ ବୈତରଣୀ ନଦୀର ଜଳ ପ୍ରବାହ କମିବ। ବ୍ରାହ୍ମଣୀ ନଦୀ ଉପର ମୁଣ୍ଡରେ ରେଙ୍ଗାଲି ପ୍ରୋଜେକ୍ଟ ନିର୍ମାଣ ଚାଲିଛି। ଏହା ଚାଷ ପାଇଁ ବ୍ୟବହାର ହେବ। ସେହିପରି ଏହି ନଦୀ ଜଳ ଉପରେ କଳିଙ୍ଗ ନଗର ଶିଳ୍ପାଞ୍ଚଳ ନିର୍ଭର କରୁଛି। ଏହି ଶିଳ୍ପାଞ୍ଚଳର ୧୦ରୁ ଊର୍ଦ୍ଧ୍ୱ ଶିଳ୍ପ ପାଇଁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରୁ ୧୨୦ କ୍ୟୁସେକ ପାଣି ଉତ୍ତୋଳନ ହେଉଛି। ପଙ୍କପାଳସ୍ଥିତ ବ୍ରାହ୍ମଣୀ ନଦୀ ମୁହାଣରେ ଇଡ୍‌କୋ ପକ୍ଷରୁ ଉଚ୍ଚଶକ୍ତିସମ୍ପନ୍ନ ପମ୍ପ ହାଉସ ନିର୍ମାଣ କରିଛି। ସେହିପରି ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତାରୁ ମାର୍ଥାପୁରଠାରେ ଶିଳ୍ପକୁ ପାଣି ଯୋଗାଣ ହେଉଛି। ଆଗାମୀ ଦିନରେ ମେସ୍କୋ, ମୈଥାନ ଆଦି ଶିଳ୍ପ ବ୍ରାହ୍ମଣୀ ନଦୀକୁ ଉପଯୋଗ କରିବେ। ଶିଳ୍ପ ପରି ରାଜ୍ୟ ସରକାର କୃଷି ଓ ପାନୀୟ ଜଳକୁ ଗୁରୁତ୍ୱ ଦେଉଛନ୍ତି। ସୁକିନ୍ଦା ଓ ଦାନଗଦୀ ବ୍ଲକ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ଘୋଷଣା ହୋଇଥିବା ବେଳେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରୁ ବିଞ୍ଚାରପୁର, ଯାଜପୁର, କୋରେଇ ଓ ରସୁଲପୁର ବ୍ଲକ ଅଞ୍ଚଳର ୨୮୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁରୀ ଦିଆଯାଇଛି। ଏଥିସହ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ଖରସ୍ରୋତା ନଦୀରୁ ଭଦ୍ରକର ୪ ବ୍ଲକ ଅଞ୍ଚଳ ପାଇଁ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ନିକଟରେ ଆଳି, ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୬୫ ପଞ୍ଚାୟତରେ ପିଇବା ପାଣି ଯୋଗାଇବା ପାଇଁ ଜଳ ଜୀବନ ମିଶନରେ ବ୍ୟୟ ବରାଦ ହୋଇଛି। ଏହା ବ୍ୟତୀତ କୃଷି ପାଇଁ ଜିଲାରେ ପ୍ରବାହିତ ବହୁ ନଦୀରେ ପ୍ରକଳ୍ପ ଅଛି। ଜିଲାର ଭୂତଳ ଜଳ ଚିନ୍ତାଜନକ ସ୍ଥିତିରେ ଥିବା ବିଭିନ୍ନ ସର୍ଭେ ରିପୋର୍ଟରୁ ଜଣାପଡିଛି। ୨୦୧୭ ମସିହାରେ କେନ୍ଦ୍ର ଭୂତଳ ଜଳ ବୋର୍ଡ ଦ୍ୱାରା ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ଆଗାମୀ ୩ ଦଶନ୍ଧିରେ ବ୍ରାହ୍ମଣୀରେ ଯେତିକି ଜଳ ପ୍ରବାହିତ ହେବ, ତା’ଠାରୁ ପ୍ରାୟ ୩ ହଜାର କ୍ୟୁବିକ ମିଟର ଅଧିକ ଜଳ ଆବଶ୍ୟକ କରିବ। ରାଜ୍ୟରେ ଉପଲବ୍ଧ ହେଉଥିବା ମୁଣ୍ଡପିଛା ହାରାହାରି ଜଳ ପରିମାଣ ଦ୍ରୁତ ବେଗରେ ହ୍ରାସ ପାଉଥିବା ବେଳେ ମହାନଦୀ, ବ୍ରାହ୍ମଣୀ ପରି ପ୍ରମୁଖ ନଦୀଗୁଡିକରେ ଯେଉଁ ଜଳାଭାବ ଦେଖାଦେବ, ସେଥିଯୋଗୁ ମୁଣ୍ଡ ପିଛା ଜଳ ଉପଲବ୍ଧତା ଆହୁରି ହ୍ରାସ ପାଇବ ବୋଲି ସେମାନେ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?