Posted inଜାତୀୟ

ଜଳ ଭିଜନ ୨୦୪୭: ମନରେଗା ଦ୍ୱାରା ନିଆଯାଉ ଅଧିକ ପଦକ୍ଷେପ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୫।୧ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗୁରୁବାରଠାରୁ ଜଳ ଭିଜନ ୨୦୪୭ ବିଷୟବସ୍ତୁ ଉପରେ ଦୁଇ ଦିନିଆ ପ୍ରଥମ ଅଲ ଇଣ୍ଡିଆ ରାଜ୍ୟ ମନ୍ତ୍ରୀଙ୍କ ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି।

ସେ କହିଛନ୍ତି ଯେ ଆଜି ଜଳ ନିରାପତ୍ତା କ୍ଷେତ୍ରରେ ଭାରତ ଅଦ୍ଭୁତପୂର୍ବ କାର୍ଯ୍ୟ କରୁଛି ଏବଂ ବହୁ ପୁଞ୍ଜି ବିନିଯୋଗ କରୁଛି। ଜଳ ସଂରକ୍ଷଣ ପାଇଁ ରାଜ୍ୟଗୁଡିକର ପ୍ରୟାସ ଦେଶର ସାମୂହିକ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମନରେଗା ଅଧୀନରେ ଜଳ ନିରାପତ୍ତା ଉପରେ ସର୍ବାଧିକ କାର୍ଯ୍ୟ କରାଯିବା ଉଚିତ।

ଜଳ ସଂରକ୍ଷଣ ପାଇଁ ଜନସାଧାରଣଙ୍କ ଅଂଶଗ୍ରହଣ ସହିତ ଲୋକଙ୍କ ମନରେ ସଚେତନତା ଜାଗ୍ରତ ହେବା ଆବଶ୍ୟକ। ଏହି ଦିଗରେ ଆମେ ଯେତେ ଚେଷ୍ଟା କରିବୁ, ସେତେ ଅଧିକ ପ୍ରଭାବ ସୃଷ୍ଟି ହେବ। ଦେଶର ପ୍ରତ୍ୟେକ ଜିଲାରେ ୭୫ ଅମୃତ ସରୋବର ତିଆରି କରୁଛି ଏବଂ ଏପର୍ଯ୍ୟନ୍ତ ୨୫ ହଜାର ଅମୃତ ସରୋବର ନିର୍ମାଣ କରାଯାଇଛି । ଆଗାମୀ ୨୫ବର୍ଷ ପାଇଁ ଜଳ ଭିଜନ ୨୦୪୭ ହେଉଛି ଅମୃତ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଳ ସଂରକ୍ଷଣ କାର୍ଯ୍ୟରେ ଜିଓ ମ୍ୟାପିଂ ଏବଂ ଜିଓ ସେନ୍ସିଂ ଭଳି ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଅନେକ ରାଜ୍ୟ ଏଥିରେ ଏକ ଭଲ କାମ କରିଛନ୍ତି ଏବଂ ଅନେକ ରାଜ୍ୟ ଏହି ଦିଗରେ ଗତି କରୁଛନ୍ତି। ଜଳ ସଂରକ୍ଷଣ ପାଇଁ କେନ୍ଦ୍ର ଅଟଳ ଭୂତଳ ଜଳ ସଂରକ୍ଷଣ ଯୋଜନା ଆରମ୍ଭ କରିଛି।

ସରକାର ବଜେଟରେ ସର୍କୁଲାର ଅର୍ଥନୀତି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଜଳ ସଂରକ୍ଷଣ କ୍ଷେତ୍ରରେ ସର୍କୁଲାର ଅର୍ଥନୀତିର ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶରେ ସହରୀକରଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଯେତେବେଳେ ସହରୀକରଣର ଗତି ଏହିପରି, ସେତେବେଳେ ଆମେ ଜଳ ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରିବା ଉଚିତ। ଶିଳ୍ପ ଏବଂ କୃଷି ହେଉଛି ଏହିପରି ଦୁଇଟି କ୍ଷେତ୍ର, ଯେଉଁଥିରେ ଜଳର ଆବଶ୍ୟକତା ଅଧିକ । ଏହି ଉଭୟ କ୍ଷେତ୍ର ଏକତ୍ର ଜଳ ସଂରକ୍ଷଣ ଅଭିଯାନ ଚଳାଇବା ଉଚିତ ଏବଂ ଲୋକଙ୍କୁ ସଚେତନ କରାଯିବା ଜରୁରୀ।

 


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri