ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି: ନଦୀ ତଟବର୍ତ୍ତିି ଗ୍ରାମକୁ ସତର୍କ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି।ଏହାର ପ୍ରଭାବରେ ଶନିବାର ଠାରୁ  ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳରୁ ଅତିପ୍ରବଳ  ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଅଧୀନ ଦିଗପହଣ୍ଡିସ୍ଥିତ ଘୋଡାହାଡ ଜଳସେଚନ ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ  ପକ୍ଷରୁ ଯେକୌଣସି ମୁହୂର୍ତ୍ତରେ ଘୋଡାହାଡ ଡ଼୍ୟାମରୁ ସ୍ପିଲ୍ ୱେ ମୁଖ୍ୟ ଫାଟକ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ପାଣି ଛଡ଼ାଯିବ  ବୋଲି ନଦୀ ତଟବର୍ତ୍ତୀ  ଗୋଲଣ୍ଡା,ମଧୁବନ, ସେବକ ଟିକରପଡ଼ା,କଇଠଖଣ୍ଡି, ବୁରିପଦର, ପେଣ୍ଠା, ତଲାସିଙ୍ଗି,ଗୁମା, ପନାଡ,ଜକମେରି ପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମଳାଭଞ୍ଜା ,ଆମ୍ବ ଗାଁ, ତିଳେଶ୍ୱର,ମହାନଳା, ପଳାଶପୁର,ନୂଆଗଡ, ଖୁଲଡି, ଜଲମରା, ଭୁଇପଲ୍ଲୀ, ପାଟପୁର, ଗ୍ରାମବାସୀଙ୍କୁ ସୋମବାର ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଛି। ଡ଼୍ୟାମ ର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ଶନିବାର ସକାଳ ସୁଦ୍ଧା ଜଳଭଣ୍ଡାରରେ ୯୬ ଭାଗ  ଅର୍ଥାତ୍ ୧୧୭.୩୦ ମିଟର ପାଣି ଗଚ୍ଛିତ ରହିଥିବା ଜଳସମ୍ପଦ ବିଭାଗ ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ସହକାରୀ  ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଦାସ  ଜଣାଇଛନ୍ତି। ଡ଼୍ୟାମ ରୁ ନଦୀଗର୍ଭ କୁ ପାଣି ଛଡ଼ାଯିବ ବୋଲି ଜଳସମ୍ପଦ କାର୍ଯ୍ୟାଳୟ ପକ୍ଷରୁ  ବିଭିନ୍ନ ସରକାରୀ କାର୍ଯ୍ୟାଳୟ , ନିକଟସ୍ଥ  ଥାନା ଓ ଦମକଳ କେନ୍ଦ୍ର ଗୁଡ଼ିକୁ ନୋଟିସ ର ଏକକିତା ନକଲ ପ୍ରେରଣ  କରାଯାଇଥିବା  ଜଣାପଡିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

ପାଳିବନ୍ଧ ପଞ୍ଚାୟତ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲେ ପୂର୍ବତନ ସମିତି ସଭ୍ୟ, କେଉଁ ନିୟମରେ ସର୍ଭେ…

ଗଞ୍ଜାମ,୧୮।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି…

ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ଆଲୋକୀକରଣ ବ୍ୟବସ୍ଥା: ୧୦ ଲକ୍ଷର ସୋଲାର ହାଇମାକ୍ସ ଲାଇଟ୍ ଅଚଳ, ତହସିଲରୁ ମାର୍କେଟ୍ ଯାଏ ଅନ୍ଧାର

ଥୁଆମୂଳ ରାମପୁର,୧୮।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସଦର ମହକୁମାରେ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋଟିଏ ପଟେ ମାନ୍ୟବର ରାଜ୍ୟସଭା MP ସୁଜିତ…

ହାଟଡିହୀ: ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ଜିତେନ୍ଦ୍ର କୁମାର ସମ୍ବର୍ଦ୍ଧିତ, ଛୁଟିଛି ଶୁଭେଚ୍ଛାର…

ହାଟଡିହୀ/ଛେନାପଦୀ,୧୮।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri