କରୋନାଜନିତ ଜଳ ପରିଚାଳନା

”୨୦୫୦ ମସିହା ସୁଦ୍ଧା ପୃଥିବୀର ଜନସଂଖ୍ୟା ପ୍ରାୟ ୯୦୦ କୋଟିକୁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଏ। ପୃଥିବୀରେ ଗଚ୍ଛିତ ଥିବା ଜଳର ୯୭ ପ୍ରତିଶତ ଜଳ ଲୁଣି ଜଳ ଏବଂ କେବଳ ୩ ପ୍ରତିଶତ ଜଳ ମଧୁର ଜଳ। ମଧୁର ଜଳ ମୁଖ୍ୟତଃ ଭୂତଳ ଜଳ ଭାବରେ ମିଳିଥାଏ। ଭୂମି ଉପରେ କିମ୍ବା ବାୟୁମଣ୍ଡଳରେ ଏକ ଛୋଟ ଭଗ୍ନାଂଶ ଉପସ୍ଥିତ ଥାଏ। କୋଭିଡ୍‌-୧୯ ମହାମାରୀ ଜଳର ମୂଲ୍ୟ ଏବଂ ମାନବ ସ୍ବାସ୍ଥ୍ୟ ସହିତ ଏହାର ସଂଯୋଗକୁ ସୂଚିତ କରିଚି, କିନ୍ତୁ ସମସ୍ତଙ୍କ ପାଇଁ ଆଗାମୀ ଦିନରେ ନିରାପଦ ତଥା ସୁଲଭ ଜଳ ଏବଂ ପରିମଳର ଆହ୍ବାନ ସୃଷ୍ଟି କରିଛି।“

ପ୍ରାୟ ପଚାଶ ବର୍ଷ ପୂର୍ବେ ଏହା ଏକ ସାଧାରଣ ଧାରଣା ଥିଲା ଯେ ଜଳ ଏକ ଅସୀମ ଉତ୍ସ। ସେତେବେଳେ ପୃଥିବୀରେ ବର୍ତ୍ତମାନର ଜନସଂଖ୍ୟାର ଅଧାରୁ କମ୍‌ ଲୋକ ଥିଲେ। ଲୋକମାନେ ଆଜି ପରି ଧନୀ ନ ଥିଲେ ଏବଂ ଅଳ୍ପ ପରିମାଣର ମାଂସ ଖାଉଥିଲେ। ତେଣୁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଅପେକ୍ଷାକୃତ କମ୍‌ ଜଳ ଆବଶ୍ୟକତା ହେଉଥିଲା। ଭବିଷ୍ୟତରେ ଖାଦ୍ୟ ପ୍ରସ୍ତୁତି ପାଇଁ ଆହୁରି ଅଧିକ ଜଳ ଆବଶ୍ୟକ ହେବ କାରଣ ୨୦୫୦ ମସିହା ସୁଦ୍ଧା ପୃଥିବୀର ଜନସଂଖ୍ୟା ପ୍ରାୟ ୯୦୦ କୋଟିକୁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଏ। ପୃଥିବୀରେ ଗଚ୍ଛିତ ଥିବା ଜଳର ୯୭ ପ୍ରତିଶତ ଜଳ ଲୁଣି ଜଳ ଏବଂ କେବଳ ୩ ପ୍ରତିଶତ ଜଳ ମଧୁର ଜଳ। ମଧୁର ଜଳ ମୁଖ୍ୟତଃ ଭୂତଳ ଜଳ ଭାବରେ ମିଳିଥାଏ। ଭୂମି ଉପରେ କିମ୍ବା ବାୟୁମଣ୍ଡଳରେ ଏକ ଛୋଟ ଭଗ୍ନାଂଶ ଉପସ୍ଥିତ ଥାଏ। କୋଭିଡ୍‌-୧୯ ମହାମାରୀ ଜଳର ମୂଲ୍ୟ ଏବଂ ମାନବ ସ୍ବାସ୍ଥ୍ୟ ସହିତ ଏହାର ସଂଯୋଗକୁ ସୂଚିତ କରିଚି, କିନ୍ତୁ ସମସ୍ତଙ୍କ ପାଇଁ ଆଗାମୀ ଦିନରେ ନିରାପଦ ତଥା ସୁଲଭ ଜଳ ଏବଂ ପରିମଳର ଆହ୍ବାନ ସୃଷ୍ଟି କରିଛି।
କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ପ୍ରତିକାର ସ୍ବରୂପ ସାବୁନ, ହ୍ୟାଣ୍ଡଓ୍ବାଶ ଏବଂ ପାଣିରେ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି, ଯାହା ଆମର ଜଳର ଆବଶ୍ୟକତାକୁ ବହୁଗୁଣିତ କରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) ଅନୁସାରେ ଏକ ଠିକ ହାତ ଧୋଇବାରେ ଅତିକମ୍‌ରେ ୨୦ ସେକେଣ୍ଡ ପାଇଁ ହାତ ପାପୁଲିର ଉଭୟ ପାର୍ଶ୍ୱ ସାବୁନ ଫେଣ କରି ଘଷିବାକୁ ପଡିବ। ଏକ ଖୋଲା ପାଣି ଟ୍ୟାପ୍‌ ପ୍ରତି ମିନିଟ୍‌ରେ ୬ ଲିଟର ପାଣି ବ୍ୟବହାର କରେ । ଏହି ହିସାବରେ ପାଞ୍ଚ ଜଣ ସଦସ୍ୟ ଥିବା ଏକ ପରିବାର ଦିନକୁ ୧୦ ଥର ହାତ ଧୁଆ ପାଇଁ ୧୦୦-୨୦୦ଲିଟର ପାଣି ଦରକାର କରିଥାଆନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାର ଆବଶ୍ୟକତା ଅଛି ମାତ୍ର ଭବିଷ୍ୟତର ଜଳ ସଙ୍କଟକୁ ମଧ୍ୟ ଧ୍ୟାନ ଦେବାକୁ ପଡିବ। କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଔଷଧର ବ୍ୟବହାରର ଅକସ୍ମାତ ବୃଦ୍ଧି ଜଳ ପ୍ରଦୂଷଣର ଅନ୍ୟ ଏକ କାରଣ। ଜଳସ୍ରୋତରେ ଅନେକ ଔଷଧର ଅଂଶ ଥିବା ଗବେଷଣାରୁ ଜଣାପଡେ। ଜନ୍ମ ନିୟନ୍ତ୍ରଣ ବଟିକାରେ ଥିବା ଏଷ୍ଟ୍ରୋଜେନ୍‌ ପାଣିରେ କ୍ରମଶଃ ବୃଦ୍ଧି ପାଇ ମାଛର ଲିଙ୍ଗ ପରିବର୍ତ୍ତନ କରିଥାଏ। ବର୍ତ୍ତମାନ କରୋନା ଭୂତାଣୁକୁ ନଷ୍ଟ କରିବା ପାଇଁ ଆମେ ଅନେକ ବିଶୋଧକ ପ୍ରୟୋଗ କରୁଛେ। ଏହି ବିଶୋଧକ କେବଳ ଯେ କ୍ଷତିକାରକ ଅଣୁଜୀବମାନଙ୍କୁ ନଷ୍ଟ କରନ୍ତି ତା’ ନୁହେଁ, ବରଂ ଉପଯୋଗୀ ଅଣୁଜୀବମାନଙ୍କୁ ତଥା ମନୁଷ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇପାରନ୍ତି। ଫର୍ମାଲଡିହାଇଡ୍‌ ଏକ ବିଶୋଧକ, ଯାହାକି କର୍କଟ (କ୍ୟାନସର) ରୋଗର କାରଣ ହୋଇପାରେ। ଅତ୍ୟଧିକ ବାୟୋସାଇଡ୍‌ ବ୍ୟବହାର ପ୍ରାକୃତିକ ପରିବେଶ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇପାରେ। ଏଗୁଡିର ଅବଶିଷ୍ଟାଂଶ ଜଳ ପ୍ରଦୂଷଣର କାରଣ ହୋଇ କ୍ରମଶଃ ଖାଦ୍ୟ ଶୃଙ୍ଖଳକୁ ପ୍ରଭାବିତ କରିପାରେ।
ଲକ୍ଷ ଲକ୍ଷ ଗ୍ଲୋଭସ, ମାସ୍କ ଏବଂ ଅନ୍ୟାନ୍ୟ ପ୍ରକାର ପିଇପି (ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୱିପମେଣ୍ଟସ)ଗୁଡିକ ମାରାତ୍ମକ କରୋନା ଭୂତାଣୁରୁ ନିଜକୁ ରକ୍ଷା କରିବା ପାଇଁ ବ୍ୟବହୃତ ହେଉଥିବା ପରିଲକ୍ଷିତ ହୁଏ। ଏଗୁଡିକ ବ୍ୟବହାର ପରେ ଫୋପାଡି ଦିଆଯାଉଛି, ଯାହାକି ଆମର ପ୍ଲାଷ୍ଟିକ ଫୁଟ୍‌ପ୍ରିଣ୍ଟକୁ ଆକସ୍ମିକ ଭାବେ ବଢ଼ାଇ ଦେଇଛି। ଏହି ବର୍ଜ୍ୟବସ୍ତୁଗୁଡିକ ମଧ୍ୟରୁ ଅଧିକାଂଶରେ ପ୍ଲାଷ୍ଟିକ ଏକ ଉପାଦାନ ଭାବରେ ଥାଏ। ଏହି ବର୍ଜ୍ୟବସ୍ତୁଗୁଡିକ ଏଣେତେଣେ ପଡି ରହିବା ଦ୍ୱାରା ବୁଲା ଜୀବଯନ୍ତୁମାନେ ଗିଳି ପକାଇଥାଆନ୍ତି ଏବଂ ମୃତ୍ୟୁମୁଖରେ ପଡିବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ କେବଳ ବ୍ରିଟେନ୍‌ରେ ଯଦି ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ବର୍ଷ ପାଇଁ ଗୋଟିଏ ଥର ଫେସ ମାସ୍କ ବ୍ୟବହାର କରନ୍ତି, ଏହା ଅତିରିକ୍ତ ୬୬,୦୦୦ ଟନ୍‌ ଦୂଷିତ ବର୍ଜବସ୍ତୁ ସୃଷ୍ଟି କରିଥାଏ। କ୍ରମେ ଏଗୁଡିକ ଯେପରି କି ମାସ୍କ, ଗ୍ଲୋଭସ, ସାନିଟାଇଜର ବୋତଲ ସମୁଦ୍ର ଜଳରେ ଯାଇ ମିଶିଲାଣି। ଅନୁସନ୍ଧାନରୁ ଜଣାଯାଏ ଯେ ଆମେ ଗୋଟିଏ ସପ୍ତାହରେ ଏକ ପ୍ଲାଷ୍ଟିକ ଖାଇଥାଉ। ସମୁଦ୍ର ଜଳଚର ଜୀବମାନେ କଇଁଚ ଇତ୍ୟାଦିକୁ ଜେଲି ଫିସ୍‌ ଭାବି ଏଗୁଡିକୁ ଗିଳି ପକାଇଥାଆନ୍ତି ଏବଂ ଏଥିପାଇଁ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଏହି ସମସ୍ତ ବଜ୍ୟବସ୍ତୁର ନିରାପଦ ନିଷ୍କାସନର ଆବଶ୍ୟକତା ରହିଛି।

ଡ. ମାନସ ରଞ୍ଜନ ସେନାପତି
-ଡିନ୍‌, ବୈଜ୍ଞାନିକ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ
ମୋ : ୯୪୩୭୨୩୭୭୯୭


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନା ବୈଠକରେ ତାତିଲେ ନିର୍ବାଚିତ ସଦସ୍ୟ: କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ…

ପାଟଣା, ୨୮୮ (ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସଭାଗୃହରେ ଶୁକ୍ରବାର ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନାର ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ…

ଫୁଟବଲ ପ୍ରତିଯୋଗିତା: ଝାରବେଡ଼ା ଚାମ୍ପିୟନ

କୁଆଁରମୁଣ୍ଡା,୨୮।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ କାଲୋଷିହିରିଆ ପଞ୍ଚାୟତ ଲୁଚାବାହାଲ ସ୍କୁଲବସ୍ତି ଖେଳ ପଡ଼ିଆରେ ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

ଉଲିବୁର ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗ, ବେଆଇନ ଖନନର ଉଚ୍ଚସ୍ତରୀୟ ତଦନ୍ତ ପରେ ହେବ: ମନ୍ତ୍ରୀ

କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri