ଛାତରୁ ଗଳୁଛି ପାଣି, ଉଇ ଖାଉଛି ବହି

ବାରିପଦା ଅଫିସ,୧୧।୧୨-ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପାଠାଗାର(ଜୁବୁଲି ଲାଇବ୍ରେରି) ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିବାକୁ ବସିଛି। ଏହାର ଛାତରୁ ପାଣି ଗଳୁଥିବା ବେଳେ ବହିଗୁଡ଼ିକରେ ଉଇ ଲାଗିଲେଣି। ବର୍ଷକ ତଳେ ଏହାର ପୁନରୁଦ୍ଧାର ଲାଗି ସରକାର କରିଥିବା ଘୋଷଣା ପ୍ରତିଶ୍ରୁତିରେ ଅଟକି ରହିଛି। ଅଦ୍ୟାବଧି ପାଠାଗାରରେ ଚୂନଟିକେ ଲାଗି ପାରିନାହିଁ। ୧୩ବର୍ଷ ହେଲା କାର୍ଯ୍ୟକାରୀ କମିଟି ଗଠନ ହୋଇ ନ ଥିବାରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ କାମଚଳା ଭାବେ ପରିଚାଳନା କମିଟି ହାତରେ ନ୍ୟସ୍ତ ରହିଛି। ରାଜାରାଜୁଡ଼ା ଅମଳର ସ୍ମୃତିବହନ କରୁଥିବା ୧୨୦ବର୍ଷର ଏହି ପାଠାଗାରର ଉନ୍ନତୀକରଣ ଓ ପୁନରୁଦ୍ଧାର ଲାଗି ଶିକ୍ଷାବିତ୍‌ ତଥା ଛାତ୍ରୀଛାତ୍ର ଦାବି କରିଛନ୍ତି।
ଜିଲାର ବିକାଶ ଲାଗି ବିଜୁ ଜନତା ଦଳ ପକ୍ଷରୁ ଦିଆଯାଇଥିବା ୩ଟି ପ୍ରସ୍ତାବ ମଧ୍ୟରୁ ଦୁଇଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଡିସେମ୍ବର ୨୩ରେ ଅନୁମୋଦନ କରିଥିଲେ। ସେଥିମଧ୍ୟରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରାଯାଇ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯାଇଥିଲା। ଏହା ସହିତ ଶ୍ରୀରାମଚନ୍ଦ୍ର ପାଠାଗାରର ପୁନରୁଦ୍ଧାର ପରେ ଏହାକୁ ଜିଲାର ଐତିହ୍ୟ ଭାବେ ଘୋଷଣା କରାଯିବ ବୋଲି କୁହାଯାଇଥିଲା। ଉକ୍ତ ପାଠାଗାର ସାରା ରାଷ୍ଟ୍ର ପାଇଁ ଉଦାହରଣ ପାଲଟିବ ବୋଲି ସେତେବେଳେ ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର ପ୍ରକାଶ କରିଥିଲେ। ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ରାଜ୍ୟ ସଭା ସଦସ୍ୟା ମମତା ମହାନ୍ତ ମଧ୍ୟ ଉପସ୍ଥିତ ରହି ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ପାଠାଗାରର ପୁନରୁଦ୍ଧାର ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଜିଲାର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ସବୁବେଳେ ଚେଷ୍ଟା ଜାରି ରଖିଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବରୁ ଜିଲାର ଏହି ଐତିହ୍ୟ ପ୍ରତି ଅଣଦେଖା ହୋଇ ଆସୁଛି। ୬ମାସ ପୂର୍ବେ ଜିଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ଏହି ପାଠାଗାରର ପୁନରୁଦ୍ଧାର ପାଇଁ ପୂର୍ତ୍ତ ବିଭାଗ ସହାୟତାରେ ପ୍ରକଳ୍ପର ଆକଳନ କରି ଆବଶ୍ୟକ ଅର୍ଥ ମଞ୍ଜୁର ନିମନ୍ତେ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ମାତ୍ର ଅଦ୍ୟାବଧି ପ୍ରକଳ୍ପ ନିମନ୍ତେ ଅର୍ଥ ମଞ୍ଜୁର ହୋଇ ନ ଥିବା ଜିଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା କହିିଛନ୍ତି। ଏ ସଂକ୍ରାନ୍ତରେ ଜିଲା ଭାଜପା ସଭାପତି(ପୂର୍ବ) କାନ୍ଦରା ସୋରେନ କୁହନ୍ତି, ନାମ ପରିବର୍ତ୍ତନ କରିବା ସହଜ ଥିଲା। ମାତ୍ର ପୁନରୁଦ୍ଧାର କାର୍ଯ୍ୟ ପାଇଁ ସରକାର ଅର୍ଥ ଯୋଗାଇ ନ ଦେବା ଅତ୍ୟନ୍ତ ହାସ୍ୟାଷ୍ପଦ। ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇ ଭକୁଆ ବନାଉଥିବା ସରକାରକୁ ଜିଲାବାସୀ ଆଗାମୀ ଦିନରେ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି। ସେହିପରି ଜିଲା କଂଗ୍ରେସ ସଭାପତି ହେମନ୍ତ ଦାସ କୁହନ୍ତି, ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲାବାସୀଙ୍କୁ କୋଟି କୋଟି ଟଙ୍କାର ବିଭିନ୍ନ ଯୋଜନାର ସ୍ବପ୍ନ ଦେଖାଉଛନ୍ତି। ଆଡିବନ୍ଧ, ରିଂ ରୋଡ୍‌, ହୋମିଓପ୍ୟାଥି, ଆୟୁର୍ବେଦିକ କଲେଜ ଓ ଡାକ୍ତରଖାନା ଉନ୍ନତୀକରଣ ଆଦି ଘୋଷଣାରେ ସୀମିତ ଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଭଉଣୀ ଘରକୁ ଆସି ଗାଁକୁ ଫେରୁଥିଲେ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଲା ବାଇକ୍, ଦୁଇ ଜଣ…

ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦…

କେସିଙ୍ଗାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୨୧ ଦୋକାନରୁ ୧୩ ହଜାର ଜରିମାନା, ୩୮ କେଜି ବାସି ଖାଦ୍ୟ ନଷ୍ଟ

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ମିଠା ଦୋକାନଗୁଡ଼ିକରେ ଶନିବାର କଳାହାଣ୍ଡି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆକସ୍ମିକ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri