ଛାତରୁ ଗଳୁଛି ପାଣି, ଉଇ ଖାଉଛି ବହି

ବାରିପଦା ଅଫିସ,୧୧।୧୨-ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପାଠାଗାର(ଜୁବୁଲି ଲାଇବ୍ରେରି) ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିବାକୁ ବସିଛି। ଏହାର ଛାତରୁ ପାଣି ଗଳୁଥିବା ବେଳେ ବହିଗୁଡ଼ିକରେ ଉଇ ଲାଗିଲେଣି। ବର୍ଷକ ତଳେ ଏହାର ପୁନରୁଦ୍ଧାର ଲାଗି ସରକାର କରିଥିବା ଘୋଷଣା ପ୍ରତିଶ୍ରୁତିରେ ଅଟକି ରହିଛି। ଅଦ୍ୟାବଧି ପାଠାଗାରରେ ଚୂନଟିକେ ଲାଗି ପାରିନାହିଁ। ୧୩ବର୍ଷ ହେଲା କାର୍ଯ୍ୟକାରୀ କମିଟି ଗଠନ ହୋଇ ନ ଥିବାରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ କାମଚଳା ଭାବେ ପରିଚାଳନା କମିଟି ହାତରେ ନ୍ୟସ୍ତ ରହିଛି। ରାଜାରାଜୁଡ଼ା ଅମଳର ସ୍ମୃତିବହନ କରୁଥିବା ୧୨୦ବର୍ଷର ଏହି ପାଠାଗାରର ଉନ୍ନତୀକରଣ ଓ ପୁନରୁଦ୍ଧାର ଲାଗି ଶିକ୍ଷାବିତ୍‌ ତଥା ଛାତ୍ରୀଛାତ୍ର ଦାବି କରିଛନ୍ତି।
ଜିଲାର ବିକାଶ ଲାଗି ବିଜୁ ଜନତା ଦଳ ପକ୍ଷରୁ ଦିଆଯାଇଥିବା ୩ଟି ପ୍ରସ୍ତାବ ମଧ୍ୟରୁ ଦୁଇଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଡିସେମ୍ବର ୨୩ରେ ଅନୁମୋଦନ କରିଥିଲେ। ସେଥିମଧ୍ୟରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରାଯାଇ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯାଇଥିଲା। ଏହା ସହିତ ଶ୍ରୀରାମଚନ୍ଦ୍ର ପାଠାଗାରର ପୁନରୁଦ୍ଧାର ପରେ ଏହାକୁ ଜିଲାର ଐତିହ୍ୟ ଭାବେ ଘୋଷଣା କରାଯିବ ବୋଲି କୁହାଯାଇଥିଲା। ଉକ୍ତ ପାଠାଗାର ସାରା ରାଷ୍ଟ୍ର ପାଇଁ ଉଦାହରଣ ପାଲଟିବ ବୋଲି ସେତେବେଳେ ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର ପ୍ରକାଶ କରିଥିଲେ। ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ରାଜ୍ୟ ସଭା ସଦସ୍ୟା ମମତା ମହାନ୍ତ ମଧ୍ୟ ଉପସ୍ଥିତ ରହି ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ପାଠାଗାରର ପୁନରୁଦ୍ଧାର ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଜିଲାର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ସବୁବେଳେ ଚେଷ୍ଟା ଜାରି ରଖିଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବରୁ ଜିଲାର ଏହି ଐତିହ୍ୟ ପ୍ରତି ଅଣଦେଖା ହୋଇ ଆସୁଛି। ୬ମାସ ପୂର୍ବେ ଜିଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ଏହି ପାଠାଗାରର ପୁନରୁଦ୍ଧାର ପାଇଁ ପୂର୍ତ୍ତ ବିଭାଗ ସହାୟତାରେ ପ୍ରକଳ୍ପର ଆକଳନ କରି ଆବଶ୍ୟକ ଅର୍ଥ ମଞ୍ଜୁର ନିମନ୍ତେ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ମାତ୍ର ଅଦ୍ୟାବଧି ପ୍ରକଳ୍ପ ନିମନ୍ତେ ଅର୍ଥ ମଞ୍ଜୁର ହୋଇ ନ ଥିବା ଜିଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା କହିିଛନ୍ତି। ଏ ସଂକ୍ରାନ୍ତରେ ଜିଲା ଭାଜପା ସଭାପତି(ପୂର୍ବ) କାନ୍ଦରା ସୋରେନ କୁହନ୍ତି, ନାମ ପରିବର୍ତ୍ତନ କରିବା ସହଜ ଥିଲା। ମାତ୍ର ପୁନରୁଦ୍ଧାର କାର୍ଯ୍ୟ ପାଇଁ ସରକାର ଅର୍ଥ ଯୋଗାଇ ନ ଦେବା ଅତ୍ୟନ୍ତ ହାସ୍ୟାଷ୍ପଦ। ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇ ଭକୁଆ ବନାଉଥିବା ସରକାରକୁ ଜିଲାବାସୀ ଆଗାମୀ ଦିନରେ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି। ସେହିପରି ଜିଲା କଂଗ୍ରେସ ସଭାପତି ହେମନ୍ତ ଦାସ କୁହନ୍ତି, ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲାବାସୀଙ୍କୁ କୋଟି କୋଟି ଟଙ୍କାର ବିଭିନ୍ନ ଯୋଜନାର ସ୍ବପ୍ନ ଦେଖାଉଛନ୍ତି। ଆଡିବନ୍ଧ, ରିଂ ରୋଡ୍‌, ହୋମିଓପ୍ୟାଥି, ଆୟୁର୍ବେଦିକ କଲେଜ ଓ ଡାକ୍ତରଖାନା ଉନ୍ନତୀକରଣ ଆଦି ଘୋଷଣାରେ ସୀମିତ ଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେରିଲେ ୬୫ ଏନ୍‌ସିସି କ୍ୟାଡେଟ:  କହିଲେ ଗୁଆହାଟୀରେ ଫସିବା ଗୁଜବ

ବ୍ରହ୍ମପୁର ଅଫିସ,୨୨ା୧୨-ମେଘାଳୟର ଶିଲଂରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ଟ୍ରାକିଂ କ୍ୟାମ୍ପରେ ଯୋଗଦେବାକୁ ବ୍ରହ୍ମପୁର ଏନ୍‌ସିସି ଗ୍ରୁପର ୬୫ ଜଣିଆ କ୍ୟାଡେଟ ଦଳ ଶନିବାର ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନ...

ଘରେ ଲୁଚାଇ ରଖିଥିଲେ ୧ କୁଇଣ୍ଟାଲ ୬୭ କେଜି ଗଞ୍ଜେଇ

କୋକସରା,୧୧।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝିଗୁଡା ପଞ୍ଚାୟତ ଦାବ୍ରିଗୁଡାରେ ଜିଲା ଅବକାରୀ ବିଭାଗର ଏକ ଟିମ୍‌ ଚଢ଼ାଉ କରି ୪ଜଣଙ୍କ ଘରୁ ବିପୁଳ ପରିମାଣର...

ଧରମପୁରରେ କଣ୍ଟେନମେଣ୍ଟ ଅବଧି ବଢିଲା

ସଜନାଗଡ଼, ୨୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ଧରମପୁର ପଞ୍ଚାୟତରେ ଗତ ୨୦ ତାରିଖରେ ଜଣେ ୨ବର୍ଷର ଶିଶୁକନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ...

ପିପିଲି ଉପନିର୍ବାଚନ: ସରିଲା ନାମାଙ୍କନ

ପୁରୀ ଅଫିସ/ପିପିଲି(ସ୍ବ.ପ୍ର.),୩୧ା୩: ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ମଙ୍ଗଳବାର ଶେଷ ହୋଇଛି। ଶେଷ ଦିନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୨ଜଣ...

ବିନା ଲାଇସେନ୍ସରେ ଚାଲିଛି କରତକଳ :ଧ୍ୱଂସପାଉଛି ଗ୍ରାମ୍ୟ ଜଙ୍ଗଲ

ବାଲିଆପାଳ, ୨୪ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ଛତୁ ଫୁଟିଲା ଭଳି ବିନା ଲାଇସେନ୍ସରେ ଏବେ କରତକଳମାନ ଚାଲୁଛି। ଫଳରେ ଗ୍ରାମ୍ୟଜଙ୍ଗଲ ଦିନକୁ ଦିନ...

ଉଦ୍‌ଘାଟନ ପରଠୁ ବିଜୁ ପାଠାଗାରରେ ତାଲା

ଭଞ୍ଜନଗର,୫।୩(ଡି.ଏନ୍‌.ଏ.) – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଗୁରୁବାର ୧୦୪ତମ ଜୟନ୍ତୀ। ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ...

ଏପ୍ରିଲ ୧୮ରେ ହାଇକୋର୍ଟରେ ଏକତ୍ର ଶୁଣାଣି ଧାର୍ଯ୍ୟ

ଛତ୍ରପୁର,୨୯।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାଳିପଲ୍ଲୀଠାରେ ପ୍ରସ୍ତାବିତ ସ୍ମାର୍ଟକେମ୍‌ ଟେକ୍ନୋଲୋଜି କମ୍ପାନୀ ବିରୋଧରେ ହାଇକୋର୍ଟରେ ପୁଣି ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି ା ଏହାକୁ...

ଆସୁଛି ମୌସୁମୀ,ଚଳଚଞ୍ଚଳ ଚାଷୀକୁଳ

ମହାକାଳପଡ଼ା,୨୬ା୫ (ଡି.ଏନ୍‌.ଏ.): ଚାଷୀମାନେ ମୌସୁମୀ ଆଗମନକୁ ଚାତକ ଭଳି ଅପେକ୍ଷା କରିଥାଆନ୍ତି ା ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ...

Advertisement
Archives

Model This Week